Dharitri News
ଫୁରସତ |

୩୧ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ୫ ରାଶିରେ ପଡ଼ିବ ଖରାପ ପ୍ରଭାବ

୩୧ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ୫ ରାଶିରେ ପଡ଼ିବ ଖରାପ ପ୍ରଭାବ ୨୦୧୮ରେ ଦୁଇଟି ଚନ୍ଦ୍ରଗ୍ରହଣ ପଡିବ। ଯେଉଁଥିରୁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୩୧ ତାରିଖରେ ପଡୁଛି। ଏହା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଭାରତ ସହ ଅନ୍ୟାନ୍ୟ ଦେଶରେ ଏହା ଦୃଶ୍ୟମାନ ହେବ। ପାଞ୍ଜି ଅନୁଯାୟୀ, ଚନ୍ଦ୍ରଗ୍ରହଣ ଅପରାହ୍ନ ୪.୨୧ ମିନିଟ୍‌ରୁ ଆରମ୍ଭ ହୋଇ ରାତି ୯.୩୮ ମିନିଟ୍‌ରେ ଶେଷ ହେବ। ଭାରତରେ ଏହା ସନ୍ଧ୍ୟା ୬.୨୧ମିନିଟରୁ ୯.୩ମିନିଟ ପର୍ଯ୍ୟନ୍ତ ଦେଖାଯାଇପାରିବ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ,ଏହି ଚନ୍ଦ୍ରଗ୍ରହଣର ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା କ’ଣ ରହିଛି ପ୍ରଭାବ। *ମେଷ: ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିବ। କାର୍ଯ୍ୟସ୍ଥଳରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ଜୀବିକା ନିର୍ବାହ ପାଇଁ ବାଛିଥିବା ସମସ୍ତ କ୍ଷେତ୍ରରେ ଲାଭବାନ ହେବେ। ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଜମିବାଡି ସମସ୍ୟା ଉପୁଜିପାରେ। ଗ୍ରହଣ ସମୟରେ ଭଗବାନ ଶିବଙ୍କ ଉପାସନା କରନ୍ତୁ। *ବୃଷ: ବୃତ୍ତିରେ ପରିବର୍ତ୍ତନ ଆସିପାରେ। ଚାକିରି ଓ ବ୍ୟାପାର ଆଦିରେ ଉନ୍ନତି ହେବ। ତେବେ ତତ୍‌କ୍ଷଣାତ୍‌ ନେଉଥିବା ନିର୍ଣ୍ଣୟରୁ ସାବଧାନ ରୁହନ୍ତୁ। ଅଚାନକ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି। ଗ୍ରହଣକାଳରେ ଭଗବାନ କୃଷ୍ଣଙ୍କର ଉପାସନା କରନ୍ତୁ। *ମିଥୁନ:ଧନହାନି ହେବାର ସମ୍ଭାବନା। ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ମାନସିକ ଦୁଃଶ୍ଚିନ୍ତାର ଶିକାର ହୋଇପାରନ୍ତି। ବିଶେଷକରି ଆଖି, କାନ, ନାକ, ବେକ ଆଦିର ଯତ୍ନ ନିଅନ୍ତୁ। *କର୍ମଟ: ଦୁର୍ଘଟଣାର ଯୋଗ ରହିଛି। ଶାରିରିକ କଷ୍ଟର ଯୋଗ ମଧ୍ୟ ରହିଛି। ଗାଡି ଚଳାଇବା ସମୟରେ ସାବଧାନ ରହିବେ। କୋର୍ଟ କଚେରି ତଥା ଅନ୍ୟ ବିବାଦରୁ ମଧ୍ୟ ନିଜକୁ ଦୂରେଇ ରଖନ୍ତୁ। ଗ୍ରହଣ ସମୟରେ ଚନ୍ଦ୍ରମାଙ୍କ ମନ୍ତ୍ର ଜପ କରନ୍ତୁ। *ସିଂହ: ଧନହାନୀର ଆଶଙ୍କା। ଆଖିର ସମସ୍ୟା ଉପୁଜିପାରେ। ପାରିବାରିକ କଳହରୁ ନିଜକୁ ନିବୃତ୍ତ ରଖନ୍ତୁ। ଗ୍ରହଣକାଳରେ ହନୁମାନ ଚାଳିଶା ପାଠ କରନ୍ତୁ। *କନ୍ୟା: ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି। ଚାକିରି ସମୟରେ ନେଉଥିବା ନିର୍ଣ୍ଣୟ ପ୍ରତି ସାବଧାନ ରୁହନ୍ତୁ। କୌଣସି ନିକଟତମ ସ୍ଥାନକୁ ଯାତ୍ରା କରିପାରନ୍ତି। ଗ୍ରହଣକାଳରେ ରାମରକ୍ଷା ଶ୍ଳୋକ ପାଠ କରନ୍ତୁ। ଗ୍ରହଣ ପରେ ଅନ୍ନ ଦାନ କରିପାରନ୍ତି। *ତୁଳା: କୌଣସି କଥାକୁ ନେଇ ମନରେ ଭୟ ଉପୁଜିପାରେ। ଜୀବନରେ ସଂଘର୍ଷ ବୃଦ୍ଧି ପାଇବ। ପାରିବାରିକ ଜୀବନରେ ମଧ୍ୟ ସମସ୍ୟା ଉପୁଜିପାରେ। ବୃତ୍ତିରେ ହଠାତ୍‌ ସମସ୍ୟା ଉପୁଜିପାରେ। ଦୁର୍ଘଟଣାର ଭୟ ରହିଛି। ଗ୍ରହଣ ସମୟରେ ଦୁର୍ଗା କବଚ ପାଠ କରନ୍ତୁ। ଗ୍ରହଣ ପରେ କଳା ବସ୍ତ୍ର ଦାନ କରିପାରିବେ। ବିଛା: ପ୍ରେମ ସମ୍ବନ୍ଧରେ ସମସ୍ୟା ଉପୁଜିପାରେ। ଛାତ୍ରୀଛାତ୍ରମାନଙ୍କୁ ପାଠପଢ଼ାରେ ସମସ୍ୟା ଦେଇ ଗତି କରିବାକୁ ପଡିପାରେ। ଅପଯଶ ଓ ବିବାଦର ସମ୍ଭାବନା ରହିଛି। ଗ୍ରହଣକାଳ ସମୟରେ ହନୁମାନ ଚାଳିଶା ପାଠ କରନ୍ତୁ। ପରେ ଫଳ ଦାନ କରନ୍ତୁ। *ଧନୁ: କର୍ମସ୍ଥଳ ଏବଂ ବୃତ୍ତି ପ୍ରତି ବିପଦ ଆସିପାରେ। ବିରୋଧୀ ମାନେ ସକ୍ରିୟ ହୋଇପାରନ୍ତି। ଆର୍ଥିକ ଜୀବନ ସାମାନ୍ୟ ରହିପାରେ। ଧନ ଲାଭ ସହ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ଆଇନ ସହ ଜଡିତ ମାମଲାରେ ସମସ୍ୟା ଉପୁଜିପାରେ। ଗାଡି ଦୁର୍ଘଟଣା ପ୍ରତି ସତର୍କ ରହିବେ। ଗ୍ରହଣ ସମୟରେ ଚନ୍ଦ୍ରମା ମନ୍ତ୍ର ଉଚ୍ଚାରଣ କରନ୍ତୁ। ପରେ ଧଳା ଦ୍ରବ୍ୟ କିଛି ଦାନ କରନ୍ତୁ। *ମକର: ଜୀବନସାଥୀ ସହ ନିଜର ସମ୍ପର୍କ ପ୍ରତି ଧ୍ୟାନ ଦିଅନ୍ତୁ। ଅର୍ଥ ନେଣଦେଣରେ ଧନହାନି ହେବାର ସମ୍ଭାବନା। ଗ୍ରହଣ ସମୟରେ ହନୁମାନ ବାହୁକ ପାଠ କରନ୍ତୁ। ପରେ ନାଲି ରଙ୍ଗର ଫଳ ଦାନ କରନ୍ତୁ। * କୁମ୍ଭ: ବୃତ୍ତିରେ ଆଶାମୁତାବକ ସଫଳତା ମିଳିବ। ସ୍ବାସ୍ଥ୍ୟ ଆଦି ମାମଲାରେ ସଚେତନ ରୁହନ୍ତୁ। ଗ୍ରହଣ ସମୟରେ ପ୍ରଭୁ ଶିବଙ୍କର ଉପାସନା କରନ୍ତୁ। ଗ୍ରହଣ ପରେ ଗରିବଙ୍କୁ ଅଥବା ଭୋକିଲାଙ୍କୁ ଖାଦ୍ୟ ଖୁଆନ୍ତୁ। *ମୀନ: ଅଯଥାରେ ମାନସମ୍ମାନ ହାନି ହୋଇପାରେ। ପେଟ ଜନିତ ସମସ୍ୟା ନଚେତ କାରବାରରେ ସମସ୍ୟା ଉପୁଜିପାରେ। ଗର୍ଭବତୀ ମହିଳାମାନେ ବିଶେଷଭାବେ ସାବଧାନତା ଅବଲମ୍ବନ କରନ୍ତୁ। ଗ୍ରହଣ ସମୟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପାସନା କରନ୍ତୁ। ଗ୍ରହଣ ପରେ କିଛି କଦଳୀ ଦାନ କରନ୍ତୁ।

ଫୁରସତ |

ପ୍ରଥମ ଦରମା  ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ପ୍ରଥମ ଦରମା ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ତଥା ବିଜ୍ଞାନ ଲେଖକ ଡା. ଦ୍ୱିଜେଶ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଢେଙ୍କାନାଳ ଜିଲା ଧଳପୁର ନିକଟ ଶାଆନ୍ଦା ଗାଁରେ ମୋର ଜନ୍ମ। ସ୍ଥାନୀୟ ବି.ବି. ହାଇସ୍କୁଲ୍‌ରୁ ୧୯୬୦ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଅନୁଗୋଳ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିଲି। ତା’ପରେ ବୁର୍ଲା ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ପଢ଼ି ସେଠାରେ ବର୍ଷେ ଇଣ୍ଟର୍ନଶିପ୍‌ ବି କରିଥିଲି। ଏହି ସମୟରେ ମୋତେ ଶହେ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା, ଯାହା ନିଜ ଖର୍ଚ୍ଚରେ ସରି ଯାଉଥିଲା। ଇଣ୍ଟର୍ନଶିପ୍‌ ପରେ, କାମାକ୍ଷାନଗରର ଅଁଳାବେରଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୯୬୮ରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ପ୍ରଥମେ ଯୋଗ ଦେଇଥିଲି। ଦରମା ମିଳିଲା ୩୦୦ ଟଙ୍କା। ଏହି ଟଙ୍କାକୁ ବାପା, ମା’ଙ୍କୁ ଦେଇଥିଲି।

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ଦୃଢ଼ ଆମତ୍ବିଶ୍ୱାସ ହିଁ ମୋତେ ଏଇଠି ପହଞ୍ଚାଇଛି: ସଫଳ ଚାଷୀ ସୁଧାଂଶୁ

ବିଏସ୍‌ସି ପାସ୍‌ ପରେ ସ୍ବାବଲମ୍ବୀ ହେବା ଲାଗି ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହି କାର୍ଯ୍ୟରେ ବାଧାବିଘ୍ନ ସାଙ୍ଗକୁ ପରିବାର ଭରଣପୋଷଣ ତାଙ୍କ ଦୁଶ୍ଚିନ୍ତା ବଢାଇ ଚାଲିଲା। ଅବଶ୍ୟ ଏହି ସମୟରେ ପ୍ରାଣୀଧନ ନିରୀକ୍ଷକ ରାଧାଗୋବିନ୍ଦ ପୁହାଣ ଓ ମତ୍ସ୍ୟ ବିଭାଗର ସୌରଭ କୁମାର ଦାସଙ୍କ ପ୍ରେରଣା ତାଙ୍କ ଜୀବନରେ ଏକ ନୂଆମୋଡ଼ ଆଣିଲା। ପ୍ରଥମେ ଜର୍ସି ଗାଈ ପାଳନ କଲେ। ସେଥିରୁ ଲାଭବାନ୍‌ ହେବା ପରେ ମାଛଚାଷରେ ମନ ବଳାଇଥିଲେ ସେ।

ଲଡୁ ବାବା

ଲଡୁ ବାବା

କାହିଁ କେଉଁ କାଳରୁ ଶ୍ରୀ ଶ୍ରୀ ଲଡୁକେଶ ମହେଶ ନୟାଗଡ଼ ଜିଲାର ଶରଣକୁଳଠାରେ ପୂଜା ପାଇ ଆସୁଛନ୍ତି। ସେ ଲଡୁକେଶ ବା ଲଡୁବାବା ନାମରେ ବି ବିଖ୍ୟାତ। ଲଡ଼ୁବାବା ଅଧା ବିଷ୍ଣୁ ଓ ଅଧା ଶିବଙ୍କ ଅବତାର। ହରିହର ସମ୍ବଳିତ ଲଡୁବାବାଙ୍କର ଗୋଟିଏ ପାର୍ଶ୍ୱରେ ଚକ୍ର ଚିହ୍ନ ରହିଥିବାବେଳେ ଅନ୍ୟ ପାର୍ଶ୍ୱରେ ରହିଛି ଅର୍ଦ୍ଧ ଚନ୍ଦ୍ର। ଗୋଟିଏ ପଟେ ତୁଳସୀ ଲାଗି ହେଉଥିବାବେଳେ ଅନ୍ୟପଟେ ଲାଗି ହୋଇଥାଏ ବେଲପତ୍ର। ତେଣୁ ଶୈବଧର୍ମ ଓ ବୈଷ୍ଣବ ଧର୍ମର ମହାମିଳନର ପରମ୍ପରା ସୃଷ୍ଟି କରୁଥିବା ଏହି ଶୈବପୀଠଟି ସମଗ୍ର ଓଡ଼ିଶାରେ ବିରଳ।

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ପ୍ରଥମ ରୋଜଗାର: ବାପାଙ୍କୁ ଦେଇଥିଲି ପ୍ରଥମ ଦରମା

ବେହେଲା ବାଦକ ଗୌରାଙ୍ଗ ଚରଣ ମୁଦୁଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ଜନତା ହାଇସ୍କୁଲରୁ ୧୯୭୩ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନିରାକାରପୁରସ୍ଥିତ କେବିଡିଏଭି କଲେଜରେ ଆଇ.ଏ. ପଢ଼ିଥିଲି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବା ଯୋଗୁ ଆଉ ପଢ଼ିଲି ନାହିଁ। ଘରର ବଡ଼ପୁଅ ହୋଇଥିବାରୁ ରୋଜଗାର କରିବାକୁ ମନ ବଳାଇ କୁହୁଡ଼ିରେ ଥିବା ଜଣେ ଡାକ୍ତରଙ୍କ ପାଖରେ ଆସିଷ୍ଟାଣ୍ଟ ଭାବେ କାମ କଲି। ସେ ମୋତେ ମାସକୁ ୩୦୦ ଟଙ୍କା ଦରମା ଦେଲେ।

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

କନ୍ୟାକୁ ଛୁଇଁଲେ ବର ହୁଏ ଭସ୍ମ-

ନଦୀ ପାରହୋଇ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ବିବାହ ରୋଶଣି ଆସେ। ବିଭିନ୍ନ ପାଟପଟୁଆରରେ ବର ଓ କନ୍ୟାପକ୍ଷ ଭାଗ ନେଇଥାନ୍ତି। ମାତ୍ର ବର ସାଜେ ଜଣେ ମାନବ, କିନ୍ତୁ ଦେବୀ ମା ହୁଅନ୍ତି କନିଆ । ହେଲେ ଏଠାର ପାରମ୍ପରିକ ପ୍ରଥା ଅନୁସାରେ କନ୍ୟାକୁ ବର ସ୍ପର୍ଶକରିବା ମାତ୍ରେ ସେ ଭସ୍ମ ହୋଇଯାଏ। ଏମିତି କିଛି ଧର୍ମବିଶ୍ୱାସ,ଲୋକକଥାରେ ପାଳିତ ହୁଏ ଦେବୀ-ମାନବଙ୍କ ଏକ ନିଆରା ବିବାହ ଉତ୍ସବ ।

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ସମଲିଙ୍ଗୀଯୋଡାଙ୍କ ମଧ୍ୟରେ ଥାଏ ଆତ୍ମହତ୍ୟା ପ୍ରବୃତ୍ତି

ଲଣ୍ଡନ: ସମଲିଙ୍ଗୀ ସମ୍ପର୍କ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ଏନେଇ ସେମାନେ ୨୦୧୫ ମସିହାଠାରୁ ସର୍ଭେ ଜାରି ରଖିଥିଲେ। ସର୍ଭେ ସମୟରେ ସେମାନେ ହାଇସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ତଥା ସାମାଜିକ କ୍ଷେତ୍ରରେ ବିଭିନ୍ନ ବର୍ଗର ଓ ବୟସର କିଶୋର ଓ ବୟସ୍କଙ୍କୁ ଭେଟିଥିଲେ।

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର

ସୌନ୍ଦର୍ଯ୍ୟର ଗନ୍ତାଘର: ମଣ୍ଡାସୁର

ସହରର ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରି ନିରୋଳା, ଶାନ୍ତ ପରିବେଶରେ ଦିନଟିଏ ବିତାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲା ପ୍ରତି ପର୍ଯ୍ୟଟକଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି। କନ୍ଧମାଳ ଜିଲା ରାଇକିଆ ନିକଟରେ ରହିଛି ମଣ୍ଡାସୁର ଇକୋଟୁରିଜିମ। ଏହା ଏକ ସୁନ୍ଦର ହିଲଷ୍ଟେଶନ ଭାବେ ଗତ କିଛି ବର୍ଷ ହେଲା ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି। ମଣ୍ଡାସୁର କୁଟୀ ନାମରେ ବି ଏହା ପରିଚିତ। ଦୁଇ ପାହାଡ଼ର ମଧ୍ୟଭାଗ (ବିରାଟ ଗର୍ତ୍ତ)କୁ କୁଟୀ କୁହାଯାଇଥାଏ। ପ୍ରାକୃତିକ ଶୋଭା ରାଶିରେ ଭରପୂର ଏହି ସ୍ଥାନଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ଯଥେଷ୍ଟ କ୍ଷମତା ରଖିଛି। ଏଠାରେ ସୁନ୍ଦର ପାହାଡ଼ ସାଙ୍ଗକୁ ଛୋଟ ଛୋଟ ଝରଣା ଏବଂ କାଠ ବଙ୍ଗଳା ଦେଖିବାର ସୁଯୋଗ ରହିଛି ା ବିଶେଷକରି ପିକ୍‌ନିକ୍‌ ପାଇଁ ଏଠି ଅଧିକ ଭିଡ଼ ହୋଇଥାଏ। ମଣ୍ଡାସୁରର ଅଳ୍ପ କିଛି ଦୂରରେ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅବସ୍ଥିତ।

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମା ବାପାଙ୍କୁ ଦେଇଥିଲି

ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଜ୍ଞାନ ଲେଖକ ବିଧୁଭୂଷଣ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁରେ ମୋର ଜନ୍ମ। କ୍ଷେତ୍ରବାସୀ ଏମ୍‌.ଇ ସ୍କୁଲ୍‌ରେ ମାଇନର୍‌ ପଢି ପରେ ଜନତା ହାଇସ୍କୁଲ୍‌ରୁ ୧୯୬୧ରେ ମାଟ୍ରିକ୍‌ ପାସ୍‌ କରିଥିଲେ। ତା’ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ପ୍ରି-ୟୁନିଭର୍ସିଟି, ପ୍ରି-ପ୍ରଫେଶନାଲ୍‌ ଏବଂ ପରେ ବି.ଏସ୍‌ସି. ପଢିଥିଲି। ବି.ଏସ୍‌ସି. ପାସ୍‌ କରିବା ପରେ ୧୯୬୭ରେ ଜନତା ହାଇସ୍କୁଲ୍‌ରେ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଲି। ଦରମା ୧୮୫ ଟଙ୍କା ଥିଲା। ପ୍ରଥମ ଦରମା ବାପା ନବକିଶୋର ପଟ୍ଟନାୟକ(ସେ ଏକାଧାରରେ ଜଣେ ଡାକ୍ତର, ଚିତ୍ରଶିଳ୍ପୀ, ବୈଜ୍ଞାନିକ, କବି, ଲେଖକ, ନାଟ୍ୟକାର, ଫଟୋଗ୍ରାଫର୍‌ ତଥା ସ୍ବାଧୀନତା ସଂଗ୍ରାମୀ ଥିଲେ।

ଝୁଲାପୋଲ

ଝୁଲାପୋଲ

ଦେଶ ସ୍ବାଧୀନତା ପ୍ରାପ୍ତିର ପ୍ରାୟ ୭୧ବର୍ଷ ହେଲାଣି । ଗାଁର ଉନ୍ନତି ପାଇଁ ସରକାରୀସ୍ତରରେ ଅନେକ ଯୋଜନା ଚାଲିଛି। ତଥାପି ଅନେକ ଗାଁକୁ ଏଯାଏ କଚ୍ଚାରାସ୍ତାଟିଏ ହୋଇପାରିନାହିଁ । ଏପରି କି ଗୋଟିଏ ପଟ ରାସ୍ତାରୁ ଆଉ ଗୋଟିଏ ପଟକୁ ଯିବାକୁ ହେଲେ କେତେକ ସ୍ଥାନରେ ଥିବା ନଦୀ ଉପରେ ସ୍ଥାୟୀ ପୋଲ ସଂଯୋଗ କରିଥାଏ। ମାତ୍ର ଓଡ଼ିଶାରେ ଏମିତି କେତେକ ସ୍ଥାନ ଅଛି ଯେଉଁଠି ରାସ୍ତା ନାହିଁ କି ସ୍ଥାୟୀ ପୋଲ ନାହିଁ। ଯିବା ଆସିବା ଆଉ ଯୋଗାଯୋଗ ପାଇଁ ଲୋକମାନେ ନିର୍ଭର କରିଥାନ୍ତି ଝୁଲାପୋଲ ଉପରେ। ଯାହା କି ଅନେକ ସମୟରେ ବିପଦ ଆଶଙ୍କା ବି ସୃଷ୍ଟି କରିଥାଏ। ତଥାପି ଯାତାୟାତର ଅନ୍ୟ କୌଣସି ମାଧ୍ୟମ ନ ଥିବାରୁ ଲୋକେ ବାଧ୍ୟହୋଇ ନିର୍ଭର କରନ୍ତି ଏହା ଉପରେ। ଏପରି ଝୁଲାପୋଲ ବର୍ଷେ କି ଦୁଇବର୍ଷ ପାଇଁ ନୁହେଁ, ବରଂ ବର୍ଷବର୍ଷଧରି ନଦୀଜଳ ଉପରେ ଝୁଲି ରହିଥାଏ ।

ସମଲିଙ୍ଗୀ ସମ୍ପର୍କ ଜିନ୍‌ଗତ ପ୍ରବୃତ୍ତି

ସମଲିଙ୍ଗୀ ସମ୍ପର୍କ ଜିନ୍‌ଗତ ପ୍ରବୃତ୍ତି

ଓ୍ବାଶିଂଟନ: କିଛି ଦିନ ତଳେ ଅଷ୍ଟ୍ରେଲିଆରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଛି। ତେବେ ସମଲିଙ୍ଗୀ ସମ୍ପର୍କ ଏକ ଜିନ୍‌ଗତ ସମସ୍ୟା ବୋଲି ଗବେଷକ ସୂଚିତ କରିଛନ୍ତି। ଏପ୍ରକାର ପ୍ରବୃତ୍ତି ପିଢ଼ି ପରେ ପିଢ଼ି ମାତା ପତାଙ୍କଠାରୁ ସନ୍ତାନମାନଙ୍କ ପାଖକୁ ସ୍ଥାନାନ୍ତର ହୋଇଥାଏ।

ସୂଚନା ପ୍ରଯୁକ୍ତି ଉତ୍ପାଦ ବ୍ୟକ୍ତିଗତ ସମ୍ପର୍କକୁ ନଷ୍ଟ କରୁଛି

ସୂଚନା ପ୍ରଯୁକ୍ତି ଉତ୍ପାଦ ବ୍ୟକ୍ତିଗତ ସମ୍ପର୍କକୁ ନଷ୍ଟ କରୁଛି

ଟୋକିଓ: ଆଜିକାର ସୂଚନା ପ୍ରଯୁକ୍ତି ଉତ୍ପାଦ ପାରିବାରିକ ସମ୍ପର୍କରେ ଫାଟ ସୃଷ୍ଟି କରୁଥିବା ଗବେଷକ କହିଛନ୍ତି। ଅତୀତର ପାରମ୍ପରିକ ଯୋଗାଯୋଗ ବ୍ୟବସ୍ଥା ପାରିବାରିକ ଜୀବନରେ ପରସ୍ପର ପାଇଁ ଅଧିକ ସମୟ ଉପଲବ୍ଧ କରାଉଥିଲା।

ଜଙ୍ଗଲ ଓ ଝରଣାର ଭ୍ରମ ସୃଷ୍ଟିକରେ ୨୫ ହଜାର କୋଟି ଟଙ୍କାର ଅଫିସ୍‌

ଜଙ୍ଗଲ ଓ ଝରଣାର ଭ୍ରମ ସୃଷ୍ଟିକରେ ୨୫ ହଜାର କୋଟି ଟଙ୍କାର ଅଫିସ୍‌

ଓ୍ବାଶିଂଟନ୍‌: ଇ-କମର୍ସ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ଆମାଜନ୍‌ କମ୍ପାନୀ ଏବେ ତା’ର ନୂଆ କାର୍ଯ୍ୟାଳୟକୁ ନେଇ ଚର୍ଚ୍ଚାରେ। ୨୦୧୮ ଜାନୁୟାରୀ ଶେଷ ଭାଗରେ ଦକ୍ଷିଣ ଆମେରିକାର ସିଏଟଲ୍‌ ସହରରେ କମ୍ପାନୀ ଏହାର ଏକ କାର୍ଯ୍ୟାଳୟ ଖୋଲିଛି।