Dharitri News
ଅନ୍ତର୍ଜାତୀୟ |

ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨ ମୃତ ୧୦୦ରୁ ଊର୍ଦ୍ଧ୍ୱ ଆହତ

ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨ ମୃତ ୧୦୦ରୁ ଊର୍ଦ୍ଧ୍ୱ ଆହତ ମିଲନ,୨୫।୧: ଇଟାଲିର ଏକ ଯାତ୍ରୀବାହୀ ଟ୍ରେନ୍‌ ଗୁରୁବାର ଟ୍ରିଭିଗ୍‌ଲିଓ ଓ ପାଓଲଟେଲୋ ମଧ୍ୟରେ ଲାଇନ୍‌ଚ୍ୟୁତ ହେବା ଫଳରେ ଅତିକମ୍‌ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ମଧ୍ୟ ମିଲନଠାରୁ ୪୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆହୁରି କିଛି ଲୋକ ଟ୍ରେନ୍‌ ମଧ୍ୟରେ ଫସି ରହିଥିବା ଅନୁମାନ କରାଯାଉଛି। ତେବେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୨୩ ମୃତ

ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୨୩ ମୃତ

କାବୁଲ,୨୪।୨: ଆଫଗାନିସ୍ତାନରେ ଶନିବାର ଏକାଧିକ ଆତ୍ମଘାତୀ ବୋମା ବିସ୍ଫୋରଣରେ ପାଖାପାଖି ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମ ସୀମାରେ ଥିବା ବାଲା ବୁଲୁକ ଜିଲାରେ ୧ ସେନା ଶିବିରରେ ତାଲିବାନୀ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୧୮ ସୈନ୍ୟଙ୍କ ମୃତ୍ୟୁ ଘଟିଛି।

ସାମ୍‌ନାକୁ ଆସିଲା ପାକିସ୍ତାନର ଆଉ ଏକ ମିଛ: ଅବାଧରେ ଚାଲିଛି ଜମାତ-ଉଦ୍‌-ଦାଓ୍ବା ସଙ୍ଗଠନ

ସାମ୍‌ନାକୁ ଆସିଲା ପାକିସ୍ତାନର ଆଉ ଏକ ମିଛ: ଅବାଧରେ ଚାଲିଛି ଜମାତ-ଉଦ୍‌-ଦାଓ୍ବା ସଙ୍ଗଠନ

ଇସ୍‌ଲାମାବାଦ,୨୪।୨: ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଘୋଷଣା ହେବା ପରେ ମଧ୍ୟ ପାକିସ୍ତାନରେ ହାଫିଜ ସଇଦଙ୍କ ଜମାତ-ଉଦ୍‌-ଦାଓ୍ବାର କେତେକ କାର୍ଯ୍ୟାଳୟ ଅବାଧରେ ଚାଲିିଛି। ଘଟଣା ସାମ୍‌ନାକୁ ଆସିବା ପରେ ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଛି। ପାକିସ୍ତାନ ଉକ୍ତ ସଙ୍ଗଠନକୁ ଅସିଦ୍ଧ ଘୋଷଣା କରିଥିବା କହୁଥିଲେ ହେଁ ତାହା ମିଛ ବୋଲି ପ୍ରମାଣିତ ହୋଇଛି।

ଉତ୍ତରକୋରିଆ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ୍‌

ଉତ୍ତରକୋରିଆ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୪।୨: ଆମେରିକା ତଥା ବିଶ୍ୱସମୂହର ଚେତାବନୀକୁ ବେଖାତିର କରି ବାରମ୍ବାର ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଉତ୍ତରକୋରିଆ ଉପରେ ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଉତ୍ତରକୋରିଆର ଟ୍ରେଡିଂ କମ୍ପାନୀ ଏବଂ ଶିପିଂ ଇଣ୍ଡଷ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି।

ସୀମାରେ ଚାଇନାର ସମରସଜ୍ଜା

ସୀମାରେ ଚାଇନାର ସମରସଜ୍ଜା

ବେଜିଂ/ନୂଆଦିଲ୍ଲୀ, ୨୩।୨: ଭାରତ ସୀମାରେ ଚାଇନା ଆରମ୍ଭ କରିଛି ସମରସଜ୍ଜା। ସୀମାରେ ମୁତୟନଥିବା ଚାଇନା ସୈନିକଙ୍କ ପାଖରେ ଏବେ ରହିଛି ଆଧୁନିକ କ୍ୟୁଟିଏସ୍‌-୧୧ ସିଷ୍ଟମ। ଏହା ଆମେରିକା ସୈନ୍ୟଙ୍କ ପାଖରେ ରହିଥାଏ। ଏହାଦ୍ୱାରା ଚାଇନାର ପ୍ରତିରକ୍ଷା ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ବୋଲି କୁହାଯାଉଛି।

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ଭାରତ ମହାସାଗରରେ ଶୀତଳଯୁଦ୍ଧର ପଦଧ୍ୱନୀ

ନୂଆଦିଲ୍ଳୀ/ଓ୍ବାଶିଂଟନ, ୨୩।୨: ମାଳଦ୍ୱୀପରେ ରାଜୈନତିକ ସଙ୍କଟ ଧୀରେଧୀରେ ଘନୀଭୁତ ହେବାରେ ଲାଗିଛି। ରାଷ୍ଟ୍ରପତି ଅବଦୁଲା ୟାମିନ୍‌ ଇତି ମଧ୍ୟରେ ଦେଶର ମୁଖ୍ୟ ଆଇନ ଅଧିକାରୀଙ୍କ ସମର୍ଥନ ହରାଇଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟ ସମ୍ବିଧାନ ବିରୋଧୀ ବୋଲି ମୁଖ୍ୟ ଆଇନ ଅଧିକାରୀ ଏଶାଥ୍‌ ବିସ୍‌ହାମ୍‌ ସୂଚିତ କରିଛନ୍ତି। ମାଳଦ୍ୱୀପରେ ବୃଦ୍ଧି ପାଉଥିବା ସଙ୍କଟଯୋଗୁ ଭାରତ ଓ ଚାଇନା ମଧ୍ୟରେ ଭାରତ ମହାସାଗରରେ ଶୀତଳଯୁଦ୍ଧ ଆଶଙ୍କା ଦୃଢ଼ିଭୁତ ହେବାରେ ଲାଗିଛି। ଏନେଇ ଅଷ୍ଟ୍ରେଲିଆର ଏକ ବିଶେଷଜ୍ଞଦଳ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ କରିଛନ୍ତି। ବିଶେଷଜ୍ଞ ଦଳର ନେତୃତ୍ୱ ନେଉଥିବା ଡଃ. ଡେଭିଡ୍‌ ବ୍ରିୟୁଷ୍ଟରଏହି ବିବରଣୀ ଦେଇଛନ୍ତି।

ରୋହିଙ୍ଗ୍ୟା ଗ୍ରାମକୁ ଭାଙ୍ଗୁଛି ମ୍ୟାନ୍‌ମାର ସରକାର: ଏଚ୍‌ଆର୍‌ଡବ୍ଲ୍ୟୁ

ରୋହିଙ୍ଗ୍ୟା ଗ୍ରାମକୁ ଭାଙ୍ଗୁଛି ମ୍ୟାନ୍‌ମାର ସରକାର: ଏଚ୍‌ଆର୍‌ଡବ୍ଲ୍ୟୁ

ନାପିତ, ୨୩।୨: ମ୍ୟାନ୍‌ମାର ସରକାରଙ୍କ ନିର୍ଦ୍ଦେଶରେ ଗତ ନଭେମ୍ବରଠାରୁ ରାଖିନିସ୍ଥିତ ରୋହିଙ୍ଗ୍ୟା ଗ୍ରାମଗୁଡିକୁ ଭଙ୍ଗାଯାଉଛି। ଇତିମଧ୍ୟରେ ୫୫ରୁ ଅଧିକ ରୋହିଙ୍ଗ୍ୟା ଗ୍ରାମକୁ ଭଙ୍ଗା ଯାଇଛି। ହ୍ୟୁମ୍ୟାନ ରାଇଟ୍‌ ଓ୍ବାଚ୍‌(ଏଚ୍‌ଆର୍‌ଡବ୍ଲ୍ୟୁ) ସଂଗଠନ ପକ୍ଷରୁ ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି। ମ୍ୟାନ୍‌ମାରରେ ସରକାରୀ ସେନା ଏକଛତ୍ରବାଦୀ ଆଇନ ଚଳାଇଛି ବୋଲି ଏହି ସଂଗଠନ ଅଭିଯୋଗ କରିଛି।

ଆସନ୍ତା ମାସରେ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ

ଆସନ୍ତା ମାସରେ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ

କାଠମାଣ୍ଡୁ,୨୩।୨: ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ନେପାଳ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ଶୁକ୍ରବାର ନେପାଳ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

ଲାଇଭ୍‌ ଶୋ ସମୟରେ ମା’ହେଲେ ବେତାର ଉପସ୍ଥାପିକା

ଲାଇଭ୍‌ ଶୋ ସମୟରେ ମା’ହେଲେ ବେତାର ଉପସ୍ଥାପିକା

ଓ୍ବାଶିଂଟନ୍‌,୨୩।୨: ଆମେରିକାର ‘ଦ ଆର୍କ’ ନାମକ ଏକ ରେଡିଓ ଷ୍ଟେଶନରେ ଉପସ୍ଥାପିକା ଭାବେ କାମ କରୁଥିବା କ୍ୟାସିଡେ ପ୍ରୋକଟର ଲାଇଭ୍‌ ଶୋ କରୁଥିବା ସମୟରେ ଶିଶୁ ଜନ୍ମ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମସ୍‌ଜିଦ୍‌ ସାମ୍ନାରେ ‘ବୋର୍ଡ ଗେମ୍‌’ ଖେଳି ଅଡୁଆରେ ମୁସଲମାନ୍‌ ମହିଳା

ମସ୍‌ଜିଦ୍‌ ସାମ୍ନାରେ ‘ବୋର୍ଡ ଗେମ୍‌’ ଖେଳି ଅଡୁଆରେ ମୁସଲମାନ୍‌ ମହିଳା

ରିୟାଦ,୨୩।୨: ମକ୍କାର ପ୍ରସିଦ୍ଧ ମସ୍‌ଜିଦ ପ୍ରାଙ୍ଗଣରେ ୪ ମହିଳା ବୁର୍ଖା ପିନ୍ଧିଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ ବିବାଦ ମଧ୍ୟ ମୁଣ୍ଡ ଟେକିଲାଣି।

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଏଚ୍‌-୧-ବି ଭିଜା ଅନୁମୋଦନରେ କଡା ଆଇନ: ଭାରତୀୟ ଆଇଟି କମ୍ପାନୀ ପ୍ରଭାବିତ ହେବା ଆଶଙ୍କା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୩।୨: ଆମେରିକା ଏହାର ଏଚ୍‌-୧-ବି ଭିଜା ଅନୁମୋଦନ ପାଇଁ କେତେକ କଡା ଆଇନକୁ ଅନ୍ତର୍ଭୁକ୍ତ କରିଛି। ଏହାଦ୍ୱାରା ଭାରତୀୟ ସୂଚନାପ୍ରଯୁକ୍ତି(ଆଇଟି) କମ୍ପାନୀ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନୂଆ ଆଇନ ଅନୁସାରେ କମ୍ପାନୀଗୁଡିକୁ ସେମାନଙ୍କର କର୍ମଚାରୀମାନେ ଥାର୍ଡ-ପାର୍ଟି କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତି ହୋଇଥିବା ଦର୍ଶାଇବାକୁ ପଡିବ। ଏହା ସହିତ ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ କେତେକ ସୂଚନା ଦାଖଲ କରିବାକୁ ପଡିବ।

ଆଫଗାନୀସ୍ତାନ ପ୍ରସଙ୍ଗରେ ଭାରତ ଭୂମିକାକୁ ପେଣ୍ଟାଗନର ପ୍ରଶଂସା

ଆଫଗାନୀସ୍ତାନ ପ୍ରସଙ୍ଗରେ ଭାରତ ଭୂମିକାକୁ ପେଣ୍ଟାଗନର ପ୍ରଶଂସା

ଓ୍ବାଶିଂଟନ, ୨୩।୨: ଆଫଗାନୀସ୍ତାନ ପ୍ରସଙ୍ଗରେ ଭାରତର ଉଲ୍ଲେଖନୀୟ ଭୂମିକାକୁ ଆମେରିକା ପ୍ରତିରକ୍ଷା ବିଭାଗ ପ୍ରଶଂସା କରିଛି। ଗୃହଯୁଦ୍ଧଗ୍ରସ୍ତ ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଭାରତର ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ପେଣ୍ଟାଗନ ମୁଖ୍ୟ ମୁଖପାତ୍ର ଡାନା ଓ୍ବାଇଟ୍‌ ସୂଚିତ କରିଛନ୍ତି। ଆମେରିକା ଆଫଗାନୀସ୍ତାନରେ ବିକାଶ କାର୍ଯ୍ୟ ଜାରି ରଖିଥିବାବେଳେ ଭାରତ ଏଥିରେ ସହାୟତା କରୁଛି।

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୨: ଭାରତର ଅଭିବୃଦ୍ଧି ହ୍ରାସ ପାଇଁ ବିମୁଦ୍ରୀକରଣ ଓ ନୂତନ ଟିକସ ପ୍ରଣାଳୀ ଜିଏସ୍‌ଟି ଦାୟୀ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ସୂଚିତ କରିଛି। ୨୦୧୭ର ପ୍ରଥମ ତ୍ରୟମାସରେ ଭାରତ ସମେତ ୪ଟି ରାଷ୍ଟ୍ର ସହିତ ଆମେରିକାର ଦ୍ୱିପାକ୍ଷିକ କାରବାର ହ୍ରାସ ପାଇବା ସହିତ ବିର୍ତ୍ତୀୟ ନିଅଣ୍ଟ ୨୦୧୬ ତୁଳନାରେ ବୃଦ୍ଧି ପାଇଥିଲା।