ଜାତୀୟ |

ଆଜମ୍‌ ଖାନ୍‌ଙ୍କ ବିଶ୍ୱବିଦ୍ୟାଳୟକୁ ସେନାର ଉପହାର

ଆଜମ୍‌ ଖାନ୍‌ଙ୍କ ବିଶ୍ୱବିଦ୍ୟାଳୟକୁ ସେନାର ଉପହାର

ନୂଆଦିଲ୍ଲୀ,୨୫।୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ୍‌ ଖାନ୍‌ଙ୍କ ବିଶ୍ୱବିଦ୍ୟାଳୟକୁ ଭାରତୀୟ ସେନା ମଙ୍ଗଳବାର ଏକ ଟି-୫୫ ଯୁଦ୍ଧ ଟ୍ୟାଙ୍କ ଉପହାର ଭାବେ ପ୍ରଦାନ କରିଛି। ରାମପୁରରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଆଜମ୍‌ ଖାନ୍‌ କୂଳପତି ଓ ପ୍ରତିଷ୍ଠାତା ରହିଛନ୍ତି। ସୋଭିଏତ୍‌ କାଳ ଯୁଦ୍ଧ ସମୟର ଏହି ଟ୍ୟାଙ୍କ ମହମ୍ମଦ ଅଲ୍ଲି ଜୋହର ବିଶ୍ୱବିଦ୍ୟାଳୟ ପରିସରରେ ପ୍ରଦର୍ଶିତ କରାଯିବ। ସୂଚନା ଅନୁଯାୟୀ, ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ବଂସତାର ଯୁଦ୍ଧରେ ଉକ୍ତ ଟ୍ୟାଙ୍କର ବ୍ୟବହାର କରାଯାଇଥିଲା। ୧୯୬୮ରେ ଏହା ଭାରତୀୟ ସେନାରେ ସାମିଲ ହେବା ସହ ୨୦୧୧ ପର୍ଯ୍ୟନ୍ତ ସେବା ଯୋଗାଇ ଥିଲା।

All Right Reserved By

ଜାତୀୟ |

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ଗୋଷ୍ଠୀ ସଂଘର୍ଷ: ୩ମୃତ, ୫ ଆହତ

ନୂଆଦିଲ୍ଲୀ,୧୮।୬: ନୂଆଦିଲ୍ଲୀ ବୁରାଇ ସନ୍ତ୍‌ ନଗର ଅଞ୍ଚଳରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଥିବା ଜଣାପଡିଛି।

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ: କାର୍ଯ୍ୟ ସମୀକ୍ଷା ଆଧାରରେ ମିଳିବ ଟିକେଟ

ସୂରଜକୁଣ୍ଡ,୧୮।୬: ହରିୟାଣା ସୂରଜକୁଣ୍ଡରେ ଜାରି ରହିଛି ଭାଜପା-ଆର୍‌ଏସ୍‌ଏସ୍‌ ବୈଠକ। ମନ୍ତ୍ରୀମାନଙ୍କୁ ଏମ୍‌ପିମାନଙ୍କ କାର୍ଯ୍ୟ ସମୀକ୍ଷା ପାଇଁ ବୈଠକରେ ଦିଆଯାଇଛି ନିର୍ଦ୍ଦେଶ।

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ନିଜ ଦେହରେ ନିଆଁ ଲଗାଇଲେ ମହିଳା

ଭୋପାଳ,୧୮।୬: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଛନ୍ତି। ସ୍ଥାନୀୟ ଫତେପୁର ଓ୍ବାର୍ଡରେ ଏହି ଘଟିଥିବା ପୋଲିସ କହିଛି।

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଅପରେଶନ ଅଲଆଉଟ୍‌-୨: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଜମ୍ମୁ-କଶ୍ମୀରରେ ସୋମବାର ଆରମ୍ଭ ହୋଇଛି ଅପରେଶନ ଅଲଆଉଟ୍‌-୨। ଦକ୍ଷିଣ କଶ୍ମୀରରେ ମିଳିତ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ଗୌରି ଲଙ୍କେଶ ହତ୍ୟାକୁ ନେଇ ଶ୍ରୀରାମ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ

ବାଙ୍ଗାଲୋର,୧୮।୬: କର୍ନାଟକର ଶ୍ରୀରାମ ସେନାମୁଖ୍ୟ ପ୍ରମୋଦ ମୁତାଲିକ ଖବରଦାତା ଗୌରି ଲଙ୍କେଶଙ୍କ ହତ୍ୟା ଘଟଣାକୁ କୁରୁର ମୃତ୍ୟୁ ସହ ତୁଳନା କରି ବିବାଦୀୟ ହୋଇ ପଡିଛିନ୍ତି।

ଜମି ବିବାଦ ନେଇ ମହିଳାଙ୍କ ଛାତିକୁ ଗୋଇଠା ମାରିଲେ ଟିଆର୍‌ଏସ୍‌ ନେତା: ଭିଡ଼ିଓ ଭାଇରାଲ

ଜମି ବିବାଦ ନେଇ ମହିଳାଙ୍କ ଛାତିକୁ ଗୋଇଠା ମାରିଲେ ଟିଆର୍‌ଏସ୍‌ ନେତା: ଭିଡ଼ିଓ ଭାଇରାଲ

ନିଜାମାବାଦ,୧୮।୬: ଜମି ବିବାଦକୁ ନେଇ ତେଲେଙ୍ଗାନାରେ ଜଣେ ଟିଆର୍‌ଏସ୍‌ ନେତା ଜନୈକ ମହିଳାଙ୍କ ଛାତିକୁ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଏବେ ଭାଇରାଲ ହୋଇଛି।

ଆସୁଛି ଝଡ଼: ପାଣିପାଗ ବିଭାଗର ସତର୍କ ସୂନା

ଆସୁଛି ଝଡ଼: ପାଣିପାଗ ବିଭାଗର ସତର୍କ ସୂନା

ନୂଆଦିଲ୍ଲୀ,୧୮।୬: ଦେଶର କିଛି ଅଂଶରେ ଲୁ ପ୍ରବାହିତ ହେଉଥିବା ବେଳେ ଆଉ କିଛି ଅଂଶରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଆସାମରେ ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ୨୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

ଆସାମ ରାଇଫଲ୍‌ର ୨ ଯବାନ ମୃତ, ୪ ଆହତ

ଆସାମ ରାଇଫଲ୍‌ର ୨ ଯବାନ ମୃତ, ୪ ଆହତ

ଇମ୍ଫାଲ,୧୮।୬: ନାଗାଲାଣ୍ଡର ମନ୍‌ ଜିଲା ନିକଟ ମ୍ୟାନ୍‌ମାର ସୀମାରେ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ୍‌ ନାଗାଲାଣ୍ଡ(ଏନ୍‌ଏସ୍‌ସିଏନ୍‌ -କେ) ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍‌ର ୨ ଯବାନ ଶହୀଦ ହେବା ସହ ୪ ଜଣ ଆହତ ହୋଇଛନ୍ତି।

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ନୂଆଦିଲ୍ଲୀ,୧୮।୬: ଏବେ ମୌସୁମୀ ବାୟୁ ଉତ୍ତର ଓ ପୂର୍ବୋତ୍ତର ଭାରତ ମୁହାଁ ହୋଇଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ଉପୁଜିଛି।

ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଲୁଟିନେଲେ ବିବାହିତା ମହିଳା

ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଲୁଟିନେଲେ ବିବାହିତା ମହିଳା

ଡ଼େରାଡୁନ୍‌,୧୮।୬: ଉତ୍ତରାଖଣ୍ଡରେ ଜଣେ ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ପାକିସ୍ତାନର ଦୋମୁହାଁ ନୀତି: ୩୦ ଦିନରେ ୨୨ ଯବାନ ଶହୀଦ

ପାକିସ୍ତାନର ଦୋମୁହାଁ ନୀତି: ୩୦ ଦିନରେ ୨୨ ଯବାନ ଶହୀଦ

ଶ୍ରୀନଗର,୧୮।୬: ପାକିସ୍ତାନର ଦୋମୁହାଁ ନୀତି ଯୋଗୁ ଗତ ୩୦ ଦିନ ମଧ୍ୟରେ ୨୨ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ମିଳିତ ସୁରକ୍ଷାବଳ ଯବାନ ନିଜ ପ୍ରାଣ ବଦଳରେ ପାକିସ୍ତାନର ଷଡ଼ଯନ୍ତ୍ରକୁ ବିଫଳ କରିଛନ୍ତି।

ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ସ୍ତ୍ରୀ ଦେଇଥିଲେ ସୁପାରି

ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ସ୍ତ୍ରୀ ଦେଇଥିଲେ ସୁପାରି

ଜବଲପୁର,୧୮।୬: ମଧ୍ୟପ୍ରଦେଶରେ ଆପରାଧୀକ କାର୍ଯ୍ୟ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ଆୟେଶା ନାମକ ଏହି ମହିଳା ଦେଇଥିଲେ ସୁପାରି। ସ୍ବାମୀ ଡ. ଶଫାତୁଲ୍ଲା ଖାଁଙ୍କ କାଣ୍ଡ କାରଖାନାରେ ଅତିଷ୍ଠ ହୋଇ ସେ ଏପରି କରିଥିବା ପୋଲିସ ଆଗରେ କହିଛନ୍ତି।

Model This Week

ପ୍ରଭାତ