Dharitri News
ଖେଳ |

ଐତିହାସିକ ବିଜୟ ସହ ସେମିରେ ଆଫଗାନିସ୍ତାନ

ଐତିହାସିକ ବିଜୟ ସହ ସେମିରେ ଆଫଗାନିସ୍ତାନ ଖ୍ରୀଷ୍ଟଚର୍ଚ୍ଚ, ୨୫।୧(ପି.ଟି.)- ଆଫଗାନିସ୍ତାନ କ୍ରିକେଟ ପାଇଁ ଗୁରୁବାର ଐତିହାସିକ ଦିନ ହୋଇ ରହିବ। ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ର ଏକ ସୁପର୍‌ଲିଗ୍‌ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଆଫଗାନିସ୍ତାନ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱ କ୍ରିକେଟ୍‌କୁ ଚକିତ କରିଦେଇଛି। ଏହି ମ୍ୟାଚ୍‌କୁ ଆଫଗାନିସ୍ତାନ ଦଳ ରେକର୍ଡ ୨୦୨ ରନର ବ୍ୟବଧାନରେ ଜିତିବା ସହ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛି। ପ୍ରଥମ ସେମିଫାଇନାଲରେ ଦଳ ୩ଥର ଚାମ୍ପିୟନ ଅଷ୍ଟ୍ରେଲିଆକୁ ସୋମବାର ଭେଟିବ। ଆଫଗାନିସ୍ତାନ ପକ୍ଷରୁ ଧାର୍ଯ୍ୟ ୩୧୦ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ୨୦ ରନରେ ଶୀର୍ଷ ୪ ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପରେ ମଧ୍ୟକ୍ରମରେ କାର୍ଟେନ କ୍ଲାର୍କ (୩୮) ଓ ଡେଲ୍‌ ଫିଲିପ୍‌ (୩୧) କିଛିଟା ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁଇ ଆଫଗାନ ସ୍ପିନର ମୁଜିବ ଜର୍ଡାନ ଓ କ୍ୱାଇସ୍‌ ଅହମ୍ମଦଙ୍କ ବୋଲିଂକୁ ସାମ୍ନା କରି ନ ପାରି ଘରୋଇ ଦଳ ୨୮.୧ ଓଭରରେ ୧୦୭ ରନ କରି ସମସ୍ତ ଉଇକେଟ୍‌ ହରାଇଥିଲା। ଅଫ୍‌-ସ୍ପିନର ମୁଜିବ ୧୪ ରନରେ ଏବଂ ଲେଗ୍‌-ସ୍ପିନର କ୍ୱାଇସ୍‌ ୩୩ ରନରେ ୪ଟି ଲେଖାଏଁ ଉଇକେଟ୍‌ ବାଣ୍ଟି ନେଇଥିଲେ। ଚାଇନାମ୍ୟାନ ବୋଲର ଜାହିର ଖାଁ ୩ ଓଭର ବୋଲିଂ କରିଥିଲେ ମଧ୍ୟ କୌଣସି ଉଇକେଟ୍‌ ପାଇ ନ ଥିଲେ। ଏଥିପୂର୍ବରୁ ଟସ୍‌ ଜିତି ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୪ ଜଣ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ସହାୟତାରେ ୫୦ ଓଭରରେ ୬ ଉଇକେଟ୍‌ ହରାଇ ୩୦୯ ରନ କରିଥିଲା। ରହମନ୍‌ଉଲ୍ଲା ୬୯, ଇବ୍ରାହିମ୍‌ ଜର୍ଡାନ୍‌ ୬୮, ବହିର୍‌ ଶାହା ୬୭* ଓ ଅଜମୁଲ୍ଲା ୬୬ ରନ କରିଥିଲେ। ଆଫଗାନିସ୍ତାନ ଏକଦା ୪୪.୧ ଓଭରରେ ୫ ଉଇକେଟ୍‌ ବିନିମୟରେ ୨୨୬ ରନ କରିଥିଲା। ତେବେ ଅଜମୁଲ୍ଲା ମାତ୍ର ୨୩ଟି ବଲରୁ ୩ଟି ଚୌକା ଓ ୭ଟି ଛକା ସହାୟତରେ ୬୬ ରନର ମାରାଥନ ଇନିଂସ ଖେଳି ଦଳୀୟ ସ୍କୋରକୁ ୩୦୦ ଅତିକ୍ରମ କରାଇବାରେ ସହାୟତା କରିଥିଲେ। ଆଫଗାନିସ୍ତାନର ଏହି ବିଜୟ ସହ ଏବେ ୩ଟି ଏସୀୟ ଦେଶ ଅନ୍ତିମ-୪ରେ ସ୍ଥାନ ହାସଲ କରିବା ନିଶ୍ଚିତ ହୋଇଛି। ପୂର୍ବରୁ ପ୍ରଥମ ଦଳ ଭାବେ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲା। ଶୁକ୍ରବାର ଅନ୍ତିମ ସୁପର୍‌ଲିଗ୍‌ କ୍ୱାର୍ଟର ଫାଇନାଲରେ ଦୁଇ ପଡ଼ୋଶୀ ଏସୀୟ ରାଷ୍ଟ୍ର ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ଏହାର ବିଜେତା ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନକୁ ଭେଟିବ। ତେଣୁ ଭାରତ-ପାକିସ୍ତାନ ସେମିଫାଇନାଲ ମ୍ୟାଚ୍‌ ଖେଳାଯିବାର ଆଶା ସଞ୍ଚାର ସୃଷ୍ଟି ହୋଇଛି।

ଖେଳ |

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ,୨୧।୨(ଏଏଫ୍‌ପି)- ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଛି। ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲକୁ ଅଷ୍ଟ୍ରେଲିଆ ଦଳ ଡି.ଏଲ. ନିୟମରେ ୧୯ ରନ୍‌ ବ୍ୟବଧାନରେ ଜିତି ନେଇଛି। ଏଥିସହ ଟି୨୦ ଦଳଗତ ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଛି ଟିମ୍‌ ଅଷ୍ଟ୍ରେଲିଆ।

କ୍ରିସ୍‌ ଲିନ୍ନ ଆହତ

କ୍ରିସ୍‌ ଲିନ୍ନ ଆହତ

ନୂଆଦିଲ୍ଲୀ,୨୧।୨- ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଶାୟୀ କ୍ୟାପଟେନ କ୍ରିସ୍‌ ଲିନ୍ନ ବୁଧବାର ଆହତ ହୋଇଛନ୍ତି। ଅକ୍‌ଲାଣ୍ଡର ଇଡେନ ପାର୍କଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଫାଇନାଲରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ହାତ ଏବଂ କାନ୍ଧରେ ଆଘାତ ଲାଗିଛି।

 ବାର୍ସିଲୋନା-ଚେଲସିଆ ମ୍ୟାଚ୍‌ ଡ୍ର

ବାର୍ସିଲୋନା-ଚେଲସିଆ ମ୍ୟାଚ୍‌ ଡ୍ର

ଲଣ୍ଡନ,୨୧।୨(ଏ.ପି.)- ଫୁଟ୍‌ବଲ ଲିଜେଣ୍ଡ ଲିଓନେଲ ମେସି ମଙ୍ଗଳବାର ଏକ ବିଶେଷ ସଫଳତା ପାଇଛନ୍ତି। ପାଞ୍ଚ ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାରପ୍ରାପ୍ତ ଆର୍ଜେଣ୍ଟିନା ଷ୍ଟାରଙ୍କ କ୍ୟାରିୟରରେ ୯ମ ଉଦ୍ୟମରେ ଚେଲସିଆ ଦଳ ବିପକ୍ଷରେ ଗୋଲ୍‌ କରିବାକୁ ସଫଳ ହୋଇଛନ୍ତି। ଏହି ଗୋଲ୍‌ ଯୋଗୁ ଚେଲସିଆ ବିପକ୍ଷ ମ୍ୟାଚ୍‌ରେ ୭୩୦ ମିନିଟ୍‌ ଧରି ଚାଲିଥିବା ମେସିଙ୍କ ଅପେକ୍ଷାର ଅନ୍ତ ଘଟିଛି।

ଡେଲରେ ବିଚ୍‌ ଓପନ୍‌: ରାମକୁମାର ଆଉଟ୍‌

ଡେଲରେ ବିଚ୍‌ ଓପନ୍‌: ରାମକୁମାର ଆଉଟ୍‌

ନୂଆଦିଲ୍ଲୀ,୨୧।୨- ଚଳିତ ଡେଲରେ ବିଚ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟରୁ ଉନ୍ନୀତ ହୋଇଥିତ୍ବା ଭାରତୀୟ ଖେଳାଳି ରାମକୁମାର ରାମନାଥନ ପ୍ରଥମ ରାଉଣ୍ଡରୁ ପରାଜୟ ସହ ବିଦାୟ ନେଇଛନ୍ତି। ତାଙ୍କୁ ୧-୬, ୨-୬ ସେଟ୍‌ରେ ବିଶ୍ୱର ୭୫ତମ ର଼୍ୟାଙ୍କଧାରୀ ଆମେରିକାର ଡୋନାଲ୍ଡ ୟଙ୍ଗ ପରାଜିତ କରିଛନ୍ତି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଦୁବାଇ,୨୦।୨,(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭାରତ ଯଥାକ୍ରମେ ବ୍ୟାଟିଂ, ବୋଲିଂ ଓ ଦଳୀୟ ତାଲିକାର ଶୀର୍ଷସ୍ଥାନରେ ରହିଛନ୍ତି। ଇତିହାସର ଦ୍ୱିତୀୟ ଖେଳାଳିଭାବେ କୋହଲି ଟେଷ୍ଟ ଓ ଦିନିକିଆ ଫର୍ମାଟରେ ୯୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ହାସଲ କରିଛନ୍ତି।

କ୍ରିକେଟ ଦଳରେ ସ୍ଥାନ ନ  ମିଳିବାରୁ ଆତ୍ମହତ୍ୟା

କ୍ରିକେଟ ଦଳରେ ସ୍ଥାନ ନ ମିଳିବାରୁ ଆତ୍ମହତ୍ୟା

ଇସ୍‌ଲାମାବାଦ୍‌, ୨୦ା୨ (ପି.ଟି.)-ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଆମେର ହନିଫ୍‌ଙ୍କ ପୁତ୍ର ମହମ୍ମଦ ଜାରୟାବ ଆତ୍ମହତ୍ୟା କରିଛନ୍ତି। ୧୯ବର୍ଷରୁ କମ୍‌ କ୍ରିକେଟ ଟିମ୍‌ ପାଇଁ ତାଙ୍କ ମନୋନୟନ କରାଯାଇ ନ ଥିବାରୁ ସେ ଏହି ଚରମ ପଦକ୍ଷେପ ନେଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

 କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

ନୂଆଦିଲ୍ଲୀ, ୨୦ା୨ (ପି.ଟି.)-ଇଂଲଣ୍ଡର ଷ୍ଟିଫେନ କନଷ୍ଟାଣ୍ଟିନ ପୂର୍ବଭଳି ଜାତୀୟ ସିନିୟର ଫୁଟ୍‌ବଲ ଦଳର କୋଚ୍‌ ରହିବେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଇଥିବା ସାନି ଅଫରକୁ ସେ ଗ୍ରହଣ କରିଛନ୍ତି। ଫଳରେ ଅଧିକ ଦିନ ଧରି ସେ ଭାରତୀୟ ଫୁଟ୍‌ବଲ ଦଳର କୋଚ୍‌ ପଦବୀରେ ରହି ଇତିହାସ ସୃଷ୍ଟି କରିବେ।

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ନୂଆଦିଲ୍ଲୀ, ୨୦।୨- ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୨୨ରେ ଅନ୍ତିମ ତଥା ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବରୋଦା ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବରୋଦା ଦଳରୁ ଅଭିଜ୍ଞ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନଙ୍କୁ ବାଦ୍‌ ଦିଆଯାଇଛି।

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ବିଶ୍ୱ ମାନ୍ୟତାର ୧୪୦ତମ ସ୍ଥାନରେ ଥିବା ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଡେଲରେ ବିଚ୍‌ ଓପନ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ମାର୍ଚ୍ଚ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମାଲେସିଆର ଇଫୋଠାରେ ୨୭ତମ ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।