ଖେଳ |

ବିଜୟ ସହ ସିରିଜ ବରାବର୍‌ କଲା ପାକିସ୍ତାନ

ବିଜୟ ସହ ସିରିଜ ବରାବର୍‌ କଲା ପାକିସ୍ତାନ
ଅକ୍‌ଲାଣ୍ଡ, ୨୫।୧- ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍‌କୁ ପାକିସ୍ତାନ ୪୮ ରନରେ ଜିତିନେଇଛି। ଏହି ବିଜୟ ସହ ପାକିସ୍ତାନ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୧-୧ର ବରାବର୍‌ସ୍ତରକୁ ଆଣିବାରେ ସଫଳ ହୋଇଛି। ପୂର୍ବରୁ ପ୍ରଥମ ଟି୨୦ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୭ ଉଇକେଟ୍‌ରେ ଜିତିଥିଲା। ସିରିଜର ନିର୍ଣ୍ଣାୟକ ତଥା ୩ୟ ଟି୨୦ ମ୍ୟାଚ୍‌ ରବିବାର ମାଉଣ୍ଟ ମାଉନଗାନୁଇରେ ଅନୁଷ୍ଠିତ ହେବ। ସ୍ଥାନୀୟ ଇଡେନ ପାର୍କରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ବ୍ୟାଟ୍ସମ୍ୟାନଙ୍କ ମିଳିତ ସଫଳତା ଯୋଗୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍‌ ହରାଇ ୨୦୨ ରନର ବିଶାଳ ସ୍କୋର ଠିଆ କରାଯାଇଥିଲା। ଦଳ ପକ୍ଷରୁ ଫାଖର ଜମାନ ୫୦ (୨୮ ବଲ୍‌), ଅହମ୍ମଦ ସେହେଜାଦ୍‌ ୪୪, ବାବର ଆଜମ ୫୦* (୨୯ ବଲ୍‌) ଓ ଅଧିନାୟକ ସର୍ଫରାଜ ଅହମ୍ମଦ ୪୧ (୨୪ ବଲ) ରନ କରିଥିଲେ। ଘରୋଇ ଦଳର ବାମହାତୀ ମଧ୍ୟଗତିର ବୋଲର ବେନ୍‌ ହ୍ବିଲର ୨ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କଲିନ୍‌ ମୁନ୍‌ରୋ (୧), କେନ୍‌ ଓ୍ବିଲିୟମସନ (୦), ଟମ୍‌ ବ୍ରୁସ୍‌ (୧୧), ଗ୍ଲେନ୍‌ ଫିଲିପ୍ସ (୫)ଙ୍କ ବିଫଳତା ଯୋଗୁ ୧୮.୩ ଓଭରରେ ୧୫୩ ରନ କରି ସମସ୍ତ ଉଇକେଟ୍‌ ହରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ ଗୁପ୍‌ଟିଲ ୨୬, ମିଚେଲ ସାଣ୍ଟନର ୩୭ ଓ ହ୍ବିଲର ୩୦ ରନ କରିଥିଲେ। ବିଜୟୀ ପାକିସ୍ତାନ ପକ୍ଷରୁ ଫହିମ୍‌ ଅର୍ସଫ୍‌ ୩ଟି ଏବଂ ମହମ୍ମଦ ଅମିର ଓ ସାଦବ୍‌ ଖାଁଙ୍କୁ ୨ଟି ଲେଖାଏ ଉଇକେଟ୍‌ ମିଳିଥିଲା। ଅର୍ଦ୍ଧଶତକୀୟ ଇନିଂସ ଲାଗି ଓପନର ଫାଖର ଜମାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।
All Right Reserved By

ଖେଳ |

ଉ. କୋରିଆ ମହିଳା ଫୁଟବଲ ଦଳର ବୃହତ୍‌ ବିଜୟ

ଜାକର୍ତ୍ତା,୧୮।୮(ଏଏଫ୍‌ପି)-  ଉତ୍ତର କୋରିଆ ମୁଖ୍ୟ କିମ ଜୋଙ୍ଗ ଦ୍ୱିତୀୟ ଚଳିତ ଏସିଆନ୍‌ ଗେମ୍ସରେ ମହିଳା ଫୁଟ୍‌ବଲ ଦଳର ପ୍ରଦର୍ଶନରେ ନିଶ୍ଚିତ ଖୁସି ହେବେ। ଶନିବାର ଖେଳାଯାଇଥିବା ମ୍ୟାଚ୍‌ ଉତ୍ତର କୋରିଆ ୧୬-୦ ଗୋଲରେ ତାଜିକସ୍ତାନକୁ ହରାଇ ଦେଇଛି। 

ଏସିଆନ୍‌ ଗେମ୍ସ ଟେନିସ୍‌:  ଡବଲ୍ସ ଖେଳିବେ ରାମକୁମାର-ନାଗଲ

ଏସିଆନ୍‌ ଗେମ୍ସ ଟେନିସ୍‌: ଡବଲ୍ସ ଖେଳିବେ ରାମକୁମାର-ନାଗଲ

ପାଲେମ୍ବାଙ୍ଗ,୧୮।୮(ପି.ଟି.)- ଏସିଆନ୍‌ ଗେମ୍ସ ଇଭେଣ୍ଟ ଆରମ୍ଭ ହେବାକୁ ଗୋଟିଏ ଦିନ ପୂର୍ବରୁ ଭାରତୀୟ ଟେନିସ୍‌ ଦଳ ସ୍ପଷ୍ଟ ହୋଇଯାଇଛି। ପୂର୍ବରୁ ଘୋଷିତ ଦଳରେ ଖୁସି ନ ଥିବା ଭେଟେରାନ ଲିଆଣ୍ଡର ପେସ ପ୍ରତିଯୋଗିତାରୁ ଓହରି ଯିବାରୁ ଦଳରେ ପରିବର୍ତ୍ତନ କରାଯାଇଛି। ସିଙ୍ଗଲ୍ସ ବର୍ଗର ଖେଳାଳି ପୂର୍ବରୁ ଧାର୍ଯ୍ୟ ହୋଇସାରିଥିଲା। 

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

ଖୋର୍ଦ୍ଧା ଅଫିସ,୧୮।୮: କୋର୍ଟ, ପୋଲିସ ଓ ଜିଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତକରି ଖୋର୍ଦ୍ଧା ବାର ଆସୋସିଏଶନ ପକ୍ଷରୁ ଶନିବାର କଳାଦିବସ ପାଳନ କରାଯାଇଛି।

୩ ବର୍ଷୀୟ ବାଳିକାଙ୍କ ଲକ୍ଷ୍ୟ ତୀରନ୍ଦାଜୀରେ ଗିନିଜ ଓ୍ବାଲର୍‌ଡ ରେକର୍ଡ

୩ ବର୍ଷୀୟ ବାଳିକାଙ୍କ ଲକ୍ଷ୍ୟ ତୀରନ୍ଦାଜୀରେ ଗିନିଜ ଓ୍ବାଲର୍‌ଡ ରେକର୍ଡ

ଚେନ୍ନାଇ, ୧୮।୮- ସ୍ଥାନୀୟ ୩ ବର୍ଷୀୟ ବାଳିକା ତୀରନ୍ଦାଜୀରେ ଏକ ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିବାକୁ ପ୍ରୟାସ କରିଥିଲେ। ସେ ୮ ମିଟର ଦୂରରେ ଥିବା ଲକ୍ଷ୍ୟକୁ ୧,୧୧୧ ଥର ତୀର ମାରିଥିଲେ। ସ୍ଥାନୀୟ କିଣ୍ଡରଗାର୍ଟେନ ସ୍କୁଲ ଛାତ୍ରୀ ପି. ସାଞ୍ଜନା ସାଢ଼େ ତିନି ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ତୀର ମାରିଥିଲେ।

ଭାରତର ପ୍ରଥମେ ବ୍ୟାଟିଂ

ନଟ୍ଟିଂହାମ,୧୮।୮(ପି.ଟି.)-  ଇଂଲଣ୍ଡ ଓ ଭାରତ ମଧ୍ୟରେ ଶନିବାରଠାରୁ ୩ୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଘରୋଇ ଦଳ ଅଧିନାୟକ ଜୋ ରୁଟ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି କି, ଦିଲ୍ଲୀର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତଙ୍କୁ ଏହି ମ୍ୟାଚ୍‌ରେ ପଦାର୍ପଣର ସୁଯୋଗ ମିଳିଛି। 

ପୋଲାର୍ଡଙ୍କ ବିସ୍ଫୋରକ ଶତକ

ପୋଲାର୍ଡଙ୍କ ବିସ୍ଫୋରକ ଶତକ

ସେଣ୍ଟ କିଟ୍ସ,୧୮।୮- ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରୋନ ପୋଲାର୍ଡ ବିସ୍ଫୋରକ ଶତକ ବଳରେ ସେଣ୍ଟ ଲୁସିଆ ଷ୍ଟାର୍ସ ଦଳ କ୍ରମାଗତ ପରାଜୟ ଧାରା ଭଙ୍ଗ କରିଛି। ଲଗାତର ୧୫ଟି ପରାଜୟ ପରେ ଏହା ଦଳର ପ୍ରଥମ ବିଜୟ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ପୋଲାର୍ଡ ୫୪ ବଲରୁ ୧୦୪ ରନ୍‌ କରିଥିଲେ।

‘୨୦୦୪ରେ ପାକିସ୍ତାନ ଗସ୍ତ  ବାଜପେୟୀଙ୍କ ଯୋଗୁ ସମ୍ଭବ ହୋଇଥିଲା’

‘୨୦୦୪ରେ ପାକିସ୍ତାନ ଗସ୍ତ ବାଜପେୟୀଙ୍କ ଯୋଗୁ ସମ୍ଭବ ହୋଇଥିଲା’

ନୂଆଦିଲ୍ଲୀ,୧୮।୮- ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ  ଭାରତୀୟ ଦଳ ୨୦୦୪ରେ ପାକିସ୍ତାନ ଗସ୍ତ କରିଥିଲା। କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଯୋଗୁ ଏହି ଗସ୍ତ ସମ୍ଭବ ହୋଇଥିଲା। ଭାରତୀୟ ଦଳର ପୂର୍ବତନ ମ୍ୟାନେଜର ରତ୍ନାକର ସେଠୀ ଭାରତରତ୍ନ ବାଜପେୟୀଙ୍କୁ ମନେ ପକାଇ ଏହା କହିଛନ୍ତି।

ଇଂଲଣ୍ଡ ଦଳରେ ପରିବର୍ତ୍ତନ

ଇଂଲଣ୍ଡ ଦଳରେ ପରିବର୍ତ୍ତନ

ଟ୍ରେଣ୍ଟ ବ୍ରିଜ,୧୮।୮- ଭାରତ ବିପକ୍ଷ ଲଡର୍‌ସ ଟେଷ୍ଟରେ ବୃହତ ବିଜୟ ହାସଲ କରିଥିବା ଇଂଲଣ୍ଡ ଦଳରେ ପରିବର୍ତ୍ତନ କରାଯାଇଛି। ବେନ ଷ୍ଟୋକ୍ସଙ୍କ ନାମରେ ଆସିଥିବା ଅଭିଯୋଗରୁ ମୁକ୍ତ ହେବା ପରେ ତାଙ୍କୁ ଜାତୀୟ ଦଳକୁ ଡାକରା ଦିଆଯାଇଛି। 

ସିନସିନାଟି ମାଷ୍ଟର୍ସ: ସେମିରେ ଜୋକୋଭିଚ୍‌

ସିନସିନାଟି ମାଷ୍ଟର୍ସ: ସେମିରେ ଜୋକୋଭିଚ୍‌

ସିନସିନାଟି,୧୮।୮(ଏଏଫ୍‌ପି)- ପୁରୁଷ ସିଙ୍ଗଲ୍ସ ଟେନିସ ବର୍ଗର ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ନୋଭାକ ଜୋକୋଭିଚ୍‌ ଚଳିତ ଏଟିପି ସିନସିନାଟି ମାଷ୍ଟର୍ସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ବରିଷ୍ଠ ନାଗରିକ ଚେସ୍‌: ନୁରୁଦ୍ଦିନ ଚାମ୍ପିୟନ

ବରିଷ୍ଠ ନାଗରିକ ଚେସ୍‌: ନୁରୁଦ୍ଦିନ ଚାମ୍ପିୟନ

କଟକ ଅଫିସ,୧୭୮- ପୋଷ୍ଟାଲ ରିକ୍ରିଏଶନ କ୍ଲବ (ଆର୍‌ଏମ୍‌ଏସ୍‌ଏନ୍‌ ଡିଭିଜନ) ପରିସରରେ ପ୍ରଥମ ଥର ନିମନ୍ତେ ବରିଷ୍ଠ ନାଗରିକ(୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି) ମାନଙ୍କୁ ନେଇ ଆମନ୍ତ୍ରଣୀୟ ଚେସ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । 

‘ଅଧିକ ପଦକ ଜିତିଲେ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି’

‘ଅଧିକ ପଦକ ଜିତିଲେ ବାଜପେୟୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି’

ଜାକର୍ତ୍ତା, ୧୮ା୮ (ପି.ଟି.)-ପୂର୍ବତନ ପ୍ରଧାନମନ୍ତ୍ରୀ  ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବାବେଳେ ଏସିଆନ ଗେମ୍ସ ପାଇଁ ଭାରତର ଚିଫ୍‌ ଡି’ ମିଶନ (ସିଡିଏମ୍‌) ବ୍ରିଜ ଭୂଷଣ ଶରନ ସିଂ ଏଥିରେ ସାମିଲ ହୋଇଛନ୍ତି। 

ବ୍ୟାଡ୍‌ମିଣ୍ଟନ: କଠିନ ଡ୍ର’ରେ ମହିଳା ଦଳ

ବ୍ୟାଡ୍‌ମିଣ୍ଟନ: କଠିନ ଡ୍ର’ରେ ମହିଳା ଦଳ

ଜାକର୍ତ୍ତା, ୧୮ା୮ (ପି.ଟି.)-ଶନିବାରଠାରୁ ଆରମ୍ଭ ହେବାକୁଥିବା ଏସିଆନ ଗେମ୍ସର ମହିଳା ବ୍ୟାଡ୍‌ମିଣ୍ଟନ ଟିମ୍‌ ଇଭେଣ୍ଟ ଲାଗି ଡ୍ର ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଅଲିମ୍ପିକ ରୌପ୍ୟ ବିଜୟିନୀ ପି. ଭି. ସିନ୍ଧୁଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆରମ୍ଭରେ ଶକ୍ତିଶାଳୀ ଦଳଗୁଡ଼ିକୁ ସାମ୍ନା କରିବ।