ଜାତୀୟ |

୧୫୦ ଫୁଟ୍‌ ସୁଡଙ୍ଗ କରି ପେଟ୍ରୋଲ୍‌ ଚୋରି

୧୫୦ ଫୁଟ୍‌ ସୁଡଙ୍ଗ କରି ପେଟ୍ରୋଲ୍‌ ଚୋରି

ନୂଆଦିଲ୍ଲୀ,୨୫।୧: ଦ୍ୱାରକାରେ ଇଣ୍ଡିଆନ୍‌ ଅଏଲର ମାଟିତଳେ ଯାଇଥିବା ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ ପରେ ଦିଲ୍ଲୀ ପୋଲିସ ଓ ସୁରକ୍ଷାକର୍ମୀ ଅଡୁଆରେ ପଡିଯାଇଛନ୍ତି। ବିସ୍ଫୋରଣ ପରେ ୧୫୦ ଫୁଟ ସୁଡଙ୍ଗ ମାଧ୍ୟମରେ ପେଟ୍ରୋଲ ଚୋରି କରିବାର ଯୋଜନା ସାମ୍ନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପେଟ୍ରୋଲ ପମ୍ପରେ ଯାନ୍ତ୍ରିକ ତ୍ରୁଟି ସଜାଡିବା ସମୟରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହାର ମାତ୍ରା ଏତେ ଅଧିକ ଥିଲା ଯେ ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଭିବା ସହ ନିକଟରେ ଥିବା ଘର ଓ ଦୋକାନ ଦୋହଲି ଯାଇଥିଲା। ପୋଲିସ ପହଞ୍ଚି ଯାଞ୍ଚ କରିବା ପରେ ଉକ୍ତ ସୁଡଙ୍ଗର ସନ୍ଧାନ ମିଳିଥିଲା। ଏହି ସୁଡଙ୍ଗ ମାଧ୍ୟମରେ ସପ୍ତାହକ ମଧ୍ୟରେ ୩୦୦୦ ଲିଟର ପେଟ୍ରୋଲ ଚୋରି ହୋଇଥିବା ଜଣାପଡିଛି। ତେବେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଏଥିରେ ସଂପୃକ୍ତ ଥିବା ଅନ୍ୟମାନେ ଖସିଯାଇଛନ୍ତି।

All Right Reserved By

ଜାତୀୟ |

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

ଥିରୁଭାନନ୍ତପୁରମ୍‌,୧୬।୮: ଲଗାତର ବର୍ଷାରେ ବେହାଲ ହୋଇଛି କେରଳ। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣରେ ବର୍ଷା ଦେଖି ନ ଥିବା କହିଛନ୍ତି କେରଳବାସୀ। ଗୁରୁବାର ସୁଦ୍ଧା ହୋଇଥିବା ବର୍ଷା ଓ ବନ୍ୟାରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ନିଖୋଜ ଥିବା ଜଣାପଡିଛି। 

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ମିରଠରେ କାଉଡିଆଙ୍କ ଉପରେ ଫୁଲ ବର୍ଷା କରିଥିବା ଏଡିଜି ପ୍ରଶାନ୍ତ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦକରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। ପ୍ରଶାନ୍ତ କୁମାରଙ୍କ ସହ ଅନ୍ୟ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ।

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ମୁମ୍ବାଇ,୧୬।୮: ଅନ୍ତର୍ଜାତୀୟସ୍ତରରେ ଶିଶୁ ବିକ୍ରି କରୁଥିବା ଏକ ର଼୍ୟାକେଟର କିଙ୍ଗପିନଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ଜଣାପଡିଛି। ଏମାନେ ଭାରତରୁ ପ୍ରାୟ ୩ଶହ ଶିଶୁଙ୍କୁ ଆମେରିକାରେ ବିକ୍ରି କରିଥିବା ପୋଲିସ କହିଛି। 

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଚଣ୍ଡିଗଡ଼,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି।

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କୋଚି,୧୬।୮: ଗତ ଏକ ସପ୍ତାହ ଧରି କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୩ ଛୁଇଁଲାଣି। ଜେମିନି ବୋଟ୍‌ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିବାକୁ  ଦକ୍ଷିଣ ନୌସେନା କମାଣ୍ଡର ୨୧ ଜଣିଆ ଟିମ୍‌କୁ ମୁତୟନ କରିବା ସହ ବୁଧବାର ପ୍ରାୟ ୮୧ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। 

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ୫୦ତମ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। 

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ବିଭିନ୍ନ ସ୍ଥାନରେ ପୂଜାପାଠ ତଥା ପ୍ରାର୍ଥନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି। 

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପା ଭେଟେରାନ୍‌ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌(ଏମ୍ସ) ପ୍ରକାଶ କରିଛି। ବୁଧବାର ରାତି ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିବା ବୁଧବାର ସନ୍ଧ୍ୟାରେ ଏମ୍ସ ପକ୍ଷରୁ କୁହାଯାଇଛି। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିବା ସୂଚନା ଦିଆଯାଇଛି।

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦା,୧୫।୮: ବିହାରର ନାଳନ୍ଦା ଜିଲା ଅନ୍ତର୍ଗତ ରହୁଇ ଅଞ୍ଚଳରେ ବୁଧବାର ଏକ ଘରେ ବୋମା ବିସ୍ଫୋରଣ ହେବାରୁ ୪ ଶିଶୁଙ୍କ ସମେତ ଅନୂ୍ୟନ ୫ଜଣ ଗୁରୁତର ହୋଇଛନ୍ତି। ଅନେକ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏକ ଘରେ ଏହି ବିସ୍ଫୋରଣ ଘଟିଛି। ସଫା କରାଯିବା ଲାଗି ଘରଟି ଖୋଲା ଯାଇଥିବାବେଳେ ବୋମା ବିସ୍ଫୋରଣ ଘଟିଥିଲା। 

ସ୍ବାଧୀନତା ଦିବସରେ ମାଓବାଦୀ ଆକ୍ରମଣ: ଆଇଡି ବିସ୍ଫୋରଣରେ ୨ ଯବାନ ଆହତ

ସ୍ବାଧୀନତା ଦିବସରେ ମାଓବାଦୀ ଆକ୍ରମଣ: ଆଇଡି ବିସ୍ଫୋରଣରେ ୨ ଯବାନ ଆହତ

ରାୟପୁର,୧୫।୮: ଛତିଶଗଡ଼ର ରାଜନନ୍ଦଗାଁ ଜିଲାର ମିସ୍ତ୍ରୀ ଗ୍ରାମରେ ବୁଧବାର ସ୍ବାଧୀନତା ଦିବସ ଅବସରରେ ମାଓବାଦୀମାନେ ଆଇଡି ବିସ୍ଫୋରଣ ଘଟାଇଛନ୍ତି। ଏକ ପ୍ରେସର ବୋମା ବିସ୍ଫୋରଣ ଘଟାଇବାରୁ ଦୁଇ ଆଇଟିବିପି ଯବାନ ଆହତ ହୋଇଛନ୍ତି। 

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଗାଙ୍ଗଟକ,୧୫।୮: ସ୍ବାଧୀନତା ଦିବସ ଅବସରରେ ବୁଧବାର ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ମଧ୍ୟରେ ସିକ୍କିମ୍‌ର ନାଥୁ ଲା ପାସ୍‌ଠାରେ ଏକ ସ୍ବତନ୍ତ୍ର ସୀମା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେଶର ସେନା ମିଳିତ ଭାବେ ଭାରତର ସ୍ବାଧୀନତା ଦିବସ ପାଳନ କରିଛନ୍ତି।

Model This Week

ଯସ୍ମିନ୍