ମେଟ୍ରୋ |

ଅନୁକୂଳ ଚନ୍ଦ୍ରଙ୍କ ୯୬ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ

ଅନୁକୂଳ ଚନ୍ଦ୍ରଙ୍କ ୯୬ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ
ସାକ୍ଷୀଗୋପାଳ, ୨୫।୧(ଡି.ଏନ୍‌.ଏ.): ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ରରୁ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ସହୋତ୍ସବ ଗୁରୁବାର ପାଳିତ ହୋଇଯାଇଛି। ସାକ୍ଷୀଗୋପାଳ ସତସଙ୍ଗ ବିହାର ପରିସର ଶ୍ରଦ୍ଧାଳୁଙ୍କ ସମାବେଶ ଓ ଆଧ୍ୟାତ୍ମିକ ଭଜନ କୀର୍ତ୍ତନରେ ଉତ୍ସବମୁଖର ହୋଇଉଠିଛି। ଏହି ଅବସରରେ ଠାକୁର ବାଡିରେ ଦେବମାଙ୍ଗଳିକ, ଉଷାକୀର୍ତ୍ତନ, ପ୍ରାତଃ ବୀନତି, ସଙ୍ଗିତାଞ୍ଜଳୀ, ସତସଙ୍ଗ ସଦାଲୋଚନା, ଆନନ୍ଦବଜାର ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ରଥାଋଢ଼ ଠାକୁରଙ୍କୁ ନାମ କୀର୍ତ୍ତନ, ଘଣ୍ଟ ମର୍ଦନ ସହିତ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ସାକ୍ଷୀଗୋପାଳନ ମନ୍ଦିରଠାରୁ ସତସଙ୍ଗବିହାର ପର୍ଯ୍ୟନ୍ତ ନିଆଯାଇଥିଲା। କମିଟି ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ, ସମ୍ପାଦକ ରାଧାଶ୍ୟାମ ମିଶ୍ର, ଗୋପୀନାଥ ତ୍ରିପାଠୀ, ବୈରିଗୀ ସାହୁ, ଡମ୍ଭରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
All Right Reserved By

ମେଟ୍ରୋ |

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଅଭିନନ୍ଦନର ସୁଅ, ଦଳୀୟ କାର୍ଯ୍ୟାଳୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିଜ ୭୩ତମ ଜନ୍ମ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି। ଏହି ଅବସରରେ ବହୁ ବିଶିଷ୍ଟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ; ଚାରିଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଉ: ମହେଶ୍ୱର

ପୁରୀ ଅଫିସ,୧୭ା୧୦: ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଗତ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଧାଡ଼ିଦର୍ଶନ । ଏହାକୁ ବିରୋଧକରି ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଛି। ତେବେ ଏହି ଧାଡ଼ିଦର୍ଶନକୁ ନେଇ ପୁଣି ମୁହଁ ଖୋଲିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। 

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ଲାଗିବ ମହାପ୍ରସାଦ ଦର ତାଲିକା: ଖର୍ଚ୍ଚ, ଲାଭାଂଶକୁ ଦେଖି ସ୍ଥିର ହେବ ମୂଲ୍ୟ

ପୁରୀ ଅଫିସ,୧୭ା୧୦: ଆନନ୍ଦବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ ମହାପ୍ରସାଦ ଦର ତାଲିକା। ଫଳରେ ଅବଢ଼ା କିଣିବାକୁ ନେଇ କାହାକୁ ଆଉ ମୂଲଚାଲ କରିବାକୁ ପଡ଼ିବ ନାହିଁ କି କେହି ଦୁର୍ବ୍ୟବହାରର ଶିକାର ହେବେ ନାହିଁ। ମହାପ୍ରସାଦ ଦର ନିର୍ଦ୍ଧାରଣ ନେଇ ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। 

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ସହରରେ ଭର୍ତ୍ତି ହୋଇଗଲେଣି ଶିଶୁ ଶ୍ରମିକ, ପୂଜା ଭିଡ଼ରେ ହଜିଯାଉଛି ଶୈଶବର ଖୁସି

କଟକ ଅଫିସ,୧୭।୧୦-ପୂଜାରେ ଦୁଲୁକି ଉଠୁଛି କଟକ ସହର। ହସଖୁସିରେ ଉଛୁଳି ପଡୁଛି ପରିବାର ଆଉ ଦୋକାନ ବଜାର। ମଉଜ, ମସ୍ତି ସହ ପୂଜା ଖୁସିରେ କଟୁଛି ପିଲାଙ୍କ ଅବସର। ସ୍କୁଲ୍‌ ଛୁଟି ଥିବାରୁ ପୂଜା ବୁଲାକୁ ନେଇ ସେମାନଙ୍କ ମନରେ ଖୁସି କହିଲେ ନ ସରେ।  ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ପୂଜା ବୁଲୁଛନ୍ତି। ହସଖୁସିରେ ମନଲାଖି ଜିନିଷ କିଣୁଛନ୍ତି। ହେଲେ ପୂଜା ଭିଡ଼ ଭିତରେ ଏମାନଙ୍କ ଭଳି ଅନେକ ଶିଶୁଙ୍କ ମୁହଁରୁ ଉଭେଇ ଯାଇଛି ଚେନାଏ ହସ। 

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଗୁଣିଗାରେଡ଼ି ସନ୍ଦେହରେ ଖଟ ବୁଲାଇ ଦଣ୍ଡଦେଲେ, ୫ ଜଣଙ୍କୁ ବିଷ୍ଠା ଖୁଆଇଲେ

ଖୋର୍ଦ୍ଧା ଅଫିସ,୧୭।୧୦- ଖୋର୍ଦ୍ଧା ଜିଲା ବାଣପୁର ଥାନା ଭବାନୀପୁର ପଞ୍ଚାୟତ ନାଗାମଠ ଗଁାରେ ବର୍ଷକ ଭିତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଗୋଟିଏ ପରିବାରର ୧୦ଜଣ ସଦସ୍ୟ ରହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଏକ ପ୍ରକାର ଆତଙ୍କ ଦେଖାଦେଇଥିବାବେଳେ ନିର୍ଦ୍ଦିଷ୍ଟ କେତେଜଣ ଲୋକ ଗୁଣିଗାରେଡି ସନ୍ଦେହ କରି ଖଟ ବୁଲାଇବାକୁ ନିଷ୍ପତ୍ତି ନେଇଥିଲେ।

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

ଆଇନଜୀବୀଙ୍କ ଆନ୍ଦୋଳନକୁ ଧକ୍କା, ୧୭ ଜଣ ଆଡ୍‌ଭୋକେଟଙ୍କୁ କାରଣଦର୍ଶାଅ ନୋଟିସ

କଟକ ଅଫିସ, ୧୭।୧୦- ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଦେଢ଼ମାସ ହେବ ରାଜ୍ୟର ନ୍ୟାୟିକ ବ୍ୟବସ୍ଥାରେ ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି।  ଏପରିକି ଆଇନଜୀବୀମାନେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନି ଜିଦ୍‌ରେ ଅଟଳ ରହିଛନ୍ତି। ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ବାରମ୍ବାର ବୈଠକ ବସୁଥିବାବେଳେ ଏହାଭିତରେ ଆଇନଜୀବୀଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି।

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

କଟକଣା ସତ୍ତ୍ୱେ ସହରରେ ପଶୁଛି ଭାରିଯାନ: ଟ୍ରକ୍‌ ଧକ୍କାରେ ସ୍କୁଟି ଚାଳକଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଦୁର୍ଗାପୂଜା ସମୟରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ୧୫ ତାରିଖରୁ ସହରରେ ଭାରିଯାନ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ଅପରାହ୍ନ ୪ଟାରୁ ରାତି ୨ଟା ମଧ୍ୟରେ ସହର ଭିତରକୁ ଭାରିଯାନ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଥିଲେ।

ପୂର୍ବତନ ଡିଜିପିଙ୍କ ଝିଆରୀଙ୍କୁ ଅସଦାଚରଣ

ପୂର୍ବତନ ଡିଜିପିଙ୍କ ଝିଆରୀଙ୍କୁ ଅସଦାଚରଣ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଆଇନକ୍ସ ଫିଲ୍ମ ହଲରେ ମଙ୍ଗଳବାର ରାତିରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ଓ ଦୁଇ ସହଯୋଗୀ ଅସଦାଚରଣ କରିଥିବା ଶହୀଦନଗର ଥାନାରେ ଅଭିଯୋଗ ହୋଇଛି।

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

କମିଶନରଙ୍କ ଅଫିସରେ ୨ ପୋଲିସ ଅଫିସରଙ୍କ ମଧ୍ୟରେ ମାରପିଟ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ)- ଧାର ଟଙ୍କାକୁ କେନ୍ଦ୍ରକରି ୨ ଜଣ ଓଏସ୍‌ଏପି ଅଫିସର ମାରପିଟ୍‌ ହୋଇଛନ୍ତି। ମଙ୍ଗଳବାର ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ଅଧିକାରୀଙ୍କ ମାଡ଼ରେ ସୂର୍ଯ୍ୟମଣି ପଣ୍ଡା ନାମକ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଛନ୍ତି। ଏହି ଘଟଣା ପୋଲିସ ମୁଖ୍ୟାଳୟରେ ଚର୍ଚ୍ଚାର ବିଷୟ ପାଲଟିଛି। 

ମହାସପ୍ତମୀରେ ମା’ଙ୍କ ଦର୍ଶନ କଲେ ଭକ୍ତ

ମହାସପ୍ତମୀରେ ମା’ଙ୍କ ଦର୍ଶନ କଲେ ଭକ୍ତ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ମହାଷଷ୍ଠୀ ପରେ ମଙ୍ଗଳବାର ରାଜଧାନୀର ସମସ୍ତ ପୂଜାମଣ୍ଡପରେ ମା’ଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସୋମବାର ଷଷ୍ଠୀପୂଜା ଅବସରରେ ବିଲ୍ବବରଣ କରାଯିବା ପରେ ସପ୍ତମୀରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମା’ଙ୍କ ମୁଖ ଖୋଲାଯାଇଥିଲା। ସପ୍ତମୀ ପୂଜାର ନୀତି ଅନୁଯାୟୀ, ପ୍ରଥମେ ପୂଜାମଣ୍ଡପଗୁଡ଼ିକ ତରଫରୁ କଳସ ଯାତ୍ରା କରାଯାଇଥିଲା।