Dharitri News
ମେଟ୍ରୋ |

ଜାତୀୟ ମତଦାତା ଦିବସ ପାଳିତ

ଜାତୀୟ ମତଦାତା ଦିବସ ପାଳିତ ପୁରୀ ଅଫିସ, ୨୫।୧: ପୁରୀ ଜିଲା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଭୁତି ଭୂଷଣ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ମତଦାତା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଶିକ୍ଷିତ ଏବଂ ଯୁବ ଭୋଟରମାନଙ୍କୁ ଭୋଟ ଦେବା ପାଇଁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ଉପଜିଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ମଧୁସୁଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲା ମଙ୍ଗଳ ଅଧିକାରୀ ମାନସ କୁମାର ମିଶ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ବିଶ୍ୱାଳ, ସହକାରୀ ଜିଲାପାଳ ରାମଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ଭୋଟର ଦିବସ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ପ୍ରାତଃରେ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଆୟୁର୍ବେଦ ମହାବିଦ୍ୟାଳୟଠାରେ ପହଞ୍ଚିଥିଲା।

ମେଟ୍ରୋ |

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା ବିହନ। ଏହାର ନାମ ଓଏମ୍‌ଏକ୍ସ ୧୪-୨୭ ରହିଛି। ଓୟୁଏଟି ଏବଂ ମେକ୍ସିକୋର ଗହମ ଓ ମକା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଏହାର ଉତ୍ପାଦନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ ଖୁବ୍‌ଶୀଘ୍ର ଏହା ବଜାରକୁ ଛଡ଼ାଯିବ। ଏହି ମକା ଅନ୍ୟ ମକା ବିହନଠାରୁ ଅଧିକ ଅମଳକ୍ଷମ। ସେହିଭଳି କପାର ବିଏସ୍‌ ୩୦ ଓ ବିଏସ୍‌ ୨୭୯, ରାଶିର ଓଏସ୍‌ସି ୭୯ ଏବଂ ଜଡ଼ା ବିସିଏଚ୍‌ ୧୭୧୫(ହାଇବ୍ରିଡ୍‌) ବିହନ ଉତ୍ପାଦନ କରାଯାଇଛି। ଏହାଛଡ଼ା ଆଉ ୧୫ରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମ ବାହାର କରିବା ଲାଗି ଯୋଜନା ରହିଛି ବୋଲି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି।

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ପୁରୀ ଅଫିସ, ୨୨ା୨: ଜୀବନର ଅର୍ଥ କ’ଣ? ଏହାକୁ ଖୋଜି ବୁଲୁଛନ୍ତି ଜଣେ ମହିଳା। କିନ୍ତୁ ତାଙ୍କ ଖୋଜିବାର ଅନ୍ତ ହେଉନାହିଁ। ଶେଷରେ ସେ କେବଳ ଶୂନ୍ୟତାକୁ ହିଁ ଠାବ କରୁଛନ୍ତି। ଆଉ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଏ ଜୀବନ ଅର୍ଥ ହେଉଛି ଶୂନ୍ୟତା। ଗୁରୁବାର ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟାରେ ଏମିତି ଏକ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଇଂଲିଶ ଚଳଚ୍ଚିତ୍ର ବ୍ଲାଙ୍କ। ସୋହମ ସନ୍‌ମତଙ୍କ ଏହି ଚଳଚ୍ଚିତ୍ର ମା’ ଓ ପୁଅଙ୍କ ଉପରେ ଆଧାରିତ ଥିଲା।

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ପୁରୀ ଅଫିସ, ୨୨।୨: ଶ୍ରୀମନ୍ଦିର ନୀଳଚକ୍ରର ଦୁଇଟି ଅର ଦୁର୍ବଳ। ଏହାସହିତ ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ର ମଧ୍ୟ ଦୋହଲୁଛି। ଏଥିରେ ପ୍ୟାକିଂ ଦିଆଯାଇ ଶକ୍ତ କରାଯିବାର ଆବଶ୍ୟକ ରହିଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ଯାଞ୍ଚ ପରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଛାତ୍ରଙ୍କ ଚୁଟି କାଟି ଅଡ଼ୁଆରେ ଶିକ୍ଷୟିତ୍ରୀ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଙ୍କୁ ସଂସ୍କାର ଶିକ୍ଷା ଦେବାକୁ ଯାଇ କ୍ରୀଡା ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ ଏବେ ହରଡ଼ ଘଣାରେ ପଡିଛନ୍ତି। ବିଦ୍ୟାଳୟକୁ ଅଧିକ ଚୁଟି ରଖି ଆସୁଥିବା ଛାତ୍ରଙ୍କୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦାଶ ଚୁଟି କାଟିବାକୁ ତାଗିଦ୍‌ କରିଥିଲେ। ତେବେ ପିଲାମାନେ ଶିକ୍ଷୟିତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ତେଣୁ ଶିକ୍ଷୟିତ୍ରୀ ଦାଶ ପିଲାଙ୍କୁ ଏକ ଶିକ୍ଷା ଦେବାକୁ ଯାଇ କେତେକ ଛାତ୍ରଙ୍କ ଚୁଟି କାଟି ଦେଇଥିଲେ।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

କଟକ ଅଫିସ, ୨୨।୨: ବରଗଡ଼ ଜିଲାରେ ପଦ୍ମପୁର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିବା ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ଗୁରୁବାର ବଦଳି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଣ୍ଡାଙ୍କର ଏହି ବଦଳି ହୋଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ପଣ୍ଡାଙ୍କ ସ୍ଥାନରେ ଝାରସୁଗୁଡ଼ା ରେଲୱେ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଏସ୍‌ପି କ୍ଷୀରସାଗର ନାୟକଙ୍କୁ ପଦ୍ମପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ପଣ୍ଡାଙ୍କୁ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ବଦଳି କରି ଦିଆଯାଇଛି। ସୂଚନାଥାଉ କି, ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ପଣ୍ଡାଙ୍କ ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା।

ସ୍ପେଶାଲ ସ୍କ୍ବାଡ୍‌ କର୍ମଚାରୀଙ୍କୁ ମାଡ ଘଟଣା: ହାତଗୁଞ୍ଜା ନେଇ ରଫାଦଫା କଲା ପୋଲିସ

ସ୍ପେଶାଲ ସ୍କ୍ବାଡ୍‌ କର୍ମଚାରୀଙ୍କୁ ମାଡ ଘଟଣା: ହାତଗୁଞ୍ଜା ନେଇ ରଫାଦଫା କଲା ପୋଲିସ

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- କମିଶନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ର ଜଣେ କର୍ମଚାରୀଙ୍କୁ ଗତ ସୋମବାର ସିଆରପି ଛକରେ ଦୁଇ ଯୁବକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ମାଡ଼ ଖାଇଥିବା ସମ୍ପୃକ୍ତ କର୍ମଚାରୀ ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର ରାତିରେ ଥାନାକୁ ଉଠାଇ ଆଣିଥିଲା। ହେଲେ ଗୁରୁବାର ପୋଲିସ ଅଭିଯୋଗକୁ ରଫାଦଫା କରିଦେଇଛି। ଏଥିପାଇଁ ପୋଲିସକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ମୋଟା ଅଙ୍କର ହାତଗୁଞ୍ଜା ମିଳିଥିବା ଜଣାପଡ଼ିଛି।

ମହିଳାଙ୍କ ପାଇଁ ଖୋଲିବ ୨୯ ତଦନ୍ତ ୟୁନିଟ୍‌

ମହିଳାଙ୍କ ପାଇଁ ଖୋଲିବ ୨୯ ତଦନ୍ତ ୟୁନିଟ୍‌

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଗୁରୁତ୍ୱର ସହ ନେବା ଦରକାର। ଏଥିପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜଭୁତ୍‌ କରିବା ସହିତ ମହିଳାଙ୍କ ସମ୍ପର୍କିତ ମାମଲାଗୁଡିକର ବିଚାର ପ୍ରକ୍ରିୟାକୁ ଅଧିକ ଗତିଶୀଳ କରିବା ଆବଶ୍ୟକ। ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ରାଜ୍ୟର ବିଭିନ୍ନ ଜିଲାରେ ୨୯ଟି ତଦନ୍ତ ୟୁନିଟ୍‌ ଖୋଲିବାକୁ ଯୋଜନା କରିଛନ୍ତି।

ରାଜଧାନୀରୁ ୨୫ରୁ ଊର୍ଦ୍ଧ୍ୱ ବୋମା ଜବତ, ୫ ଗିରଫ

ରାଜଧାନୀରୁ ୨୫ରୁ ଊର୍ଦ୍ଧ୍ୱ ବୋମା ଜବତ, ୫ ଗିରଫ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ନିକଟସ୍ଥ ଏକ ଫେବ୍ରିଗେସନ୍‌ ଗୋଦାମରୁ ସ୍ବେଶାଲ ସ୍କ୍ବାଡ୍‌ ଓ ସ୍ଥାନୀୟ ଥାନା ପୋଲିସ ମିଳିତ ଚଢ଼ାଉ କରି ଗୁରୁବାର ଅପରାହ୍ନରେ ୨୫ରୁ ଊର୍ଦ୍ଧ୍ୱ ଅଫୁଟା ବୋମା ଜବତ କରିଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବାଲିଅନ୍ତା, ୨୨।୨(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକର ଭିଙ୍ଗାରପୁର ପଞ୍ଚାୟତ ଅଧୀନ ବାଲିକାନ୍ଥିଆ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚ ଜୟଶ୍ରୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଏଥସହ ମୁଖ୍ୟବକ୍ତା ରୂପେ ବିଆରସିସି ସୁରେନ୍ଦ୍ର ସାହୁ, ସମ୍ମାନୀତ ଅତିଥିଭାବେ ସିଆରସିସି ସଞ୍ଜୟ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଇଆଇଏମ୍‌ସିଏଏ ପକ୍ଷରୁ କନେକ୍ସନ ୨୦୧୮: ୨୩ ଜଣଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ

ଆଇଆଇଏମ୍‌ସିଏଏ ପକ୍ଷରୁ କନେକ୍ସନ ୨୦୧୮: ୨୩ ଜଣଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ

ଭୁବନେଶ୍ୱର,୨୨।୨(ବ୍ୟୁରୋ)-ଭାରତୀୟ ଜନସଂଚାର ସଂସ୍ଥାନ ପୁରାତନ ଛାତ୍ର ସଂସଦ(ଆଇଆଇଏମ୍‌ସିଏଏ)ର ୬ଷ୍ଠ ବାର୍ଷିକ ଆଲୁମିନି ମିଟ୍‌ ‘କନେକ୍ସନ ୨୦୧୮’ ବୁଧବାର ନୂଆଦିଲ୍ଲୀସ୍ଥିତ ଆଇଆଇଏମ୍‌ସି ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇଆଇଏମ୍‌ସି ଡିଜି କେ.ଜି. ସୁରେଶ, ଭାରତରେ ଅବସ୍ଥାପିତ ଉଜ୍‌ବେକିସ୍ତାନ ରାଷ୍ଟ୍ରଦୂତ ଫରହୋଦ୍‌ ଅର୍ଜିଭ୍‌, ଆଇଆଇଏମ୍‌ସିଏଏର ସଭାପତି ସୁରେଶ କୁମାର ବଶିଷ୍ଠ, କାର୍ଯ୍ୟକ୍ରମ ଆବାହକ ନୀତିନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା ପୁରାତନ ଛାତ୍ର ସୁଧୀର ଚୌଧୁରୀ, ଆଶିଷ ଚକ୍ରବର୍ତ୍ତୀ, ବ୍ରଜେଶ କୁମାର ସିଂ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଗି ୨୩ଜଣ ପୁରାତନ ଛାତ୍ରୀଛାତ୍ରଙ୍କୁ ଇଫ୍‌କୋ ଆଇଆଇଏମ୍‌ସିଏଏ ଆଓ୍ବାର୍ଡ ୨୦୧୮ ପ୍ରଦାନ କରାଯାଇଥିଲା।

ରାଜସ୍ବ ସମୀକ୍ଷା ବୈଠକ

ରାଜସ୍ବ ସମୀକ୍ଷା ବୈଠକ

ପୁରୀ ଅଫିସ,୨୨।୨: ପୁରୀ ଜିଲାର ରାଜସ୍ବ ସମୀକ୍ଷା ବୈଠକ ଗୁରୁବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଆଦାୟ ହ୍ରାସକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଲଗାଣ ବର୍ଷାଜନିତ କ୍ଷୟକ୍ଷତିର କ୍ଷତିପୂରଣ ରାଶି ବଣ୍ଟନରେ ବିଳମ୍ବକୁ ନେଇ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆଇନଜୀବୀଙ୍କ ଆନ୍ଦୋଳନ: ସମର୍ଥନ କଲା ଭୁବନେଶ୍ୱର ବାର୍‌ ଆସୋସିଏଶନ

ଆଇନଜୀବୀଙ୍କ ଆନ୍ଦୋଳନ: ସମର୍ଥନ କଲା ଭୁବନେଶ୍ୱର ବାର୍‌ ଆସୋସିଏଶନ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ପାଇଁ ଗତ ୧୨ ତାରିଖରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ସମର୍ଥନ ଜଣାଇ ଭୁବନେଶ୍ୱର ବାର୍‌ ଆସୋସିଏଶନ ପକ୍ଷରୁ ଗୁରୁବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି।