Dharitri News
ଜାତୀୟ |

ଭିନ୍ନ ଢଙ୍ଗରେ ଭାରତରେ ପହଞ୍ଚିଲେ ହସ୍‌ନଲ୍‌

ଭିନ୍ନ ଢଙ୍ଗରେ ଭାରତରେ ପହଞ୍ଚିଲେ ହସ୍‌ନଲ୍‌ ନୂଆଦିଲ୍ଲୀ,୨୫।୧: କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ୨୦୧୮ ଗଣତନ୍ତ୍ର ଦିବସ ଐତିହାସିକ ହେବ ବୋଲି କହିଥିଲେ। କାରଣ ଏଥର ଗଣତନ୍ତ୍ର ଦିବସ ସହ ଭାରତରେ ଇଣ୍ଡୋ ଆସିଆନ୍‌ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଭାଗ ନେବା ପାଇଁ ୧୦ ଜଣ ରାଷ୍ଟ୍ରମୁଖ୍ୟ ଭାରତ ପହଞ୍ଚିଛନ୍ତି। ତେବେ ସବୁଠାରୁ ଭିନ୍ନ ଢଙ୍ଗରେ ଭାରତରେ ପହଞ୍ଚି ଚର୍ଚ୍ଚାକୁ ଆସିଛନ୍ତି ବ୍ରୁନେଇର ସୁଲ୍‌ତାନ୍‌ ହସ୍‌ନଲ୍‌ ବୋଲ୍‌କିଆ। ସେ ନିଜର ଏକ ସ୍ବତନ୍ତ୍ର ବିମାନରେ ବ୍ରୁନେଇରୁ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ବୁଧବାର ସୁଲ୍‌ତାନ୍‌ ହସ୍‌ନଲ୍‌ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଗୃହରାଷ୍ଟ୍ର ମନ୍ତ୍ରୀ ଆର୍‌. ପି. ସିଂହଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ତାଙ୍କୁ ସ୍ବାଗତ ଜଣାଇଥିଲେ। ତେବେ ବ୍ରୁନେଇରୁ ଦିଲ୍ଲୀ ଦୀର୍ଘ ୫୦୦୦ କିଲୋମିଟର ବିମାନ ପଥ ଅତିକ୍ରମ କରି ସୁଲ୍‌ତାନ୍‌ ହସ୍‌ନଲ୍‌ ଭାରତ ପହଞ୍ଚିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସୂଚନାଯୋଗ୍ୟ, ସୁଲ୍‌ତାନ୍‌ ହସ୍‌ନଲ୍‌ଙ୍କୁ ବିମାନ ଚଳାଇବାର ସଉକ୍‌ ରହିଛି। ନିଜସ୍ବ ୭୪୭-୪୦୦ ଜମ୍ବୋ ଜେଟ୍‌ ପାଇଁ ସେ ଏକ ପାଇଲଟ୍‌ ଟିମ୍‌ ମଧ୍ୟ ରଖିଛନ୍ତି। ଭାରତ ଆସିଥିବା ତାଙ୍କ ବିମାନର ମୂଲ୍ୟ ୫୪୫ କୋଟି ବୋଲି କୁହାଯାଉଛି। ତେବେ ୨୦୦୮ ଓ ୨୦୧୨ରେ ସେ ନିଜେ ବିମାନ ଚଳାଇ ଭାରତ ଆସିଥିଲେ। ଏବେ ପୁଣି ଥରେ ୭୧ ବର୍ଷ ବୟସରେ ବିମାନ ଚଳାଇ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଜାତୀୟ |

କୋଠାରୀଙ୍କ ଘରେ ଚଢ଼ାଉ

କୋଠାରୀଙ୍କ ଘରେ ଚଢ଼ାଉ

ନୂଆଦିଲ୍ଲୀ,୨୦।୨(ପି.ଟି.): ସିବିଆଇ ଏବଂ ଇଡି ପରେ ଏବେ ଆୟକର ବିଭାଗ ରୋଟୋମାକ୍‌ ଗ୍ରୁପ୍‌ ଏବଂ ଏହାର ପ୍ରମୋଟରମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଟିକସ ଖିଲାପୀ ତଦନ୍ତର ଅଂଶବିଶେଷ ବିଭାଗ କମ୍ପାନୀ ତଥା ଏହାର ପ୍ରମୋଟରମାନଙ୍କ ୧୪ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। ଉତ୍ତର ପ୍ରଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ଏହି ଆକାଉଣ୍ଟଗୁଡିକ ଖୋଲା ହୋଇଥିଲା। ପୂର୍ବ ମାସ ୩ଟି ଏବଂ ସୋମବାର ରାତିରେ ୧୧ଟି ବ୍ୟାଙ୍କ ଖାତା ଅଚଳ ହୋଇଛି। କାନ୍‌ପୁରଭିତ୍ତିକ ଏହି କମ୍ପାନୀର ଜାଲିଆତି ମାମଲାକୁ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛନ୍ତି।

 ୪ ରାଜ୍ୟରେ ୬ ରେଳ ପ୍ରକଳ୍ପ: କ୍ୟାବିନେଟ୍‌ର ସବୁଜ ସଙ୍କେତ

୪ ରାଜ୍ୟରେ ୬ ରେଳ ପ୍ରକଳ୍ପ: କ୍ୟାବିନେଟ୍‌ର ସବୁଜ ସଙ୍କେତ

ନୂଆଦିଲ୍ଲୀ, ୨୦।୨: ଦେଶର ୪ ରାଜ୍ୟରେ ୬ ରେଳପ୍ରକଳ୍ପ ପାଇଁ କ୍ୟାବିନେଟ୍‌ ଆର୍ଥିକ ବ୍ୟାପାର କମିଟି(ସିସିଇଏ)ସବୁଜ ସଙ୍କେତ ଦେଇଛନ୍ତି। ଏସବୁ ପ୍ରକଳ୍ପ ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଓ ମଧ୍ୟପ୍ରଦେଶରେ କାର୍ଯ୍ୟକାରୀ ହେବ। ଓଡ଼ିଶାରେ ୧୩୦ କିଲୋମିଟର ଜୟପୁର-ମାଲକାନଗିରି ନୂଆ ରେଳପଥ ପ୍ରକଳ୍ପକୁ କ୍ୟାବିନେଟ୍‌ ସ୍ବୀକୃତି ମିଳିଛି। ଏଥିରେ ୨୬୭୬.୧୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏ

ଫୁଲ ଓ ରଙ୍ଗରେ ହୋଲି ଖେଳିଲେ ମଥୁରାବାସୀ

ଫୁଲ ଓ ରଙ୍ଗରେ ହୋଲି ଖେଳିଲେ ମଥୁରାବାସୀ

ମଥୁରା,୨୦।୨: ହୋଲି ଆଉ ଅଳ୍ପଦିନ ବାକିଥିବା ବେଳେ ଉତ୍ତର ପ୍ରଦେଶର ମଥୁରାରେ ପାଳନ କରାଯାଇଛି ପ୍ରି ହୋଲି ସେଲିବ୍ରେସନ୍‌।

ଶେଷ ହେବ କୋଲ୍‌ ଇଣ୍ଡିଆର ଏକାଧିକାର: ନିଷ୍ପତ୍ତି ନେଲା ସିସିଇଏ

ଶେଷ ହେବ କୋଲ୍‌ ଇଣ୍ଡିଆର ଏକାଧିକାର: ନିଷ୍ପତ୍ତି ନେଲା ସିସିଇଏ

ନୂଆଦିଲ୍ଲୀ, ୨୦।୨: କୋଇଲା ଖଣିକ୍ଷେତ୍ରରେ କୋଲ୍‌ ଇଣ୍ଡିଆର ଏକାଧିକାର ଶେଷ ହେବାକୁ ଯାଉଛି। ଏନେଇ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍‌ କମିଟି(ସିସିଇଏ) ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ତ୍ର ମୋଦିଙ୍କ ନେତୃତ୍ୱରେ ଗଠିତ ଏହି କମିଟି କୋଇଲା ଖଣି ଆବଣ୍ଟନ ପ୍ରକ୍ରିୟାରେ ନୂତନତ୍ୱ ଆଣିବାର ପ୍ରୟାସ କରୁଛନ୍ତି। ଏନେଇ କୋଇଲା ଓ ରେଳମନ୍ତ୍ରୀ ପିୟୂଷ ଗୋଏଲ୍‌ ଖଣି ଆବଣ୍ଟନ ପାଇଁ ୧୯୭୩ଠାରୁ ପ୍ରଚଳିତ ନିୟମ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ପିଏନ୍‌ବି ଦୁର୍ନୀତିକୁ ନେଇ ଜେଟ୍‌ଲୀଙ୍କୁ ଟାର୍ଗେଟ କଲେ ସ୍ବାମୀ

ପିଏନ୍‌ବି ଦୁର୍ନୀତିକୁ ନେଇ ଜେଟ୍‌ଲୀଙ୍କୁ ଟାର୍ଗେଟ କଲେ ସ୍ବାମୀ

ନୂଆଦିଲ୍ଲୀ,୨୦।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଦୁର୍ନୀତିକୁ ନେଇ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ନିଜ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

 ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଶ୍ରୀନଗର, ୨୦।୨: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଭୂକମ୍ପ ଅନୁଭତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ଥିଲା। ମଧ୍ୟାହ୍ନ ୧୨ଟା ୪୧ରେ ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା

ଜନ୍ମର ୨୮ ଦିନ ମଧ୍ୟରେ ୬ଲକ୍ଷ ନବଜାତକଙ୍କ ମୃତ୍ୟୁ ଘଟୁଛି: ୟୁନିସେଫ୍‌

ଜନ୍ମର ୨୮ ଦିନ ମଧ୍ୟରେ ୬ଲକ୍ଷ ନବଜାତକଙ୍କ ମୃତ୍ୟୁ ଘଟୁଛି: ୟୁନିସେଫ୍‌

ନୂଆଦିଲ୍ଲୀ,୨୦।୨: ବିଶ୍ୱରେ ନବଜାତକଙ୍କ ମୃତ୍ୟୁହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।

ଦେଶର ପ୍ରଥମ ମହିଳା ରେଲଓ୍ବେ ଷ୍ଟେଶନ

ଦେଶର ପ୍ରଥମ ମହିଳା ରେଲଓ୍ବେ ଷ୍ଟେଶନ

ଜୟପୁର,୨୦।୨: ଜୟପୁରର ଗାନ୍ଧୀନଗର ରେଲଓ୍ବେ ଷ୍ଟେଶନର ପ୍ରତିଟି ପଦବୀରେ ଏବେ ମହିଳା କର୍ମଚାରୀଙ୍କୁ ଦେଖିବାକୁ ମିଳିଛି। ସୋମବାର ଏହା ଦେଶର ପ୍ରଥମ ମହିଳା ରେଲଓ୍ବେ ଷ୍ଟେଶନର ମାନ୍ୟତା ପାଇଲା।

ଏଆଇଏଡିଏମ୍‌କେକୁ ନିନ୍ଦା କଲେ କମଲ ହାସନ

ଏଆଇଏଡିଏମ୍‌କେକୁ ନିନ୍ଦା କଲେ କମଲ ହାସନ

ମାଡ୍ରାସ,୨୦।୨: ଅଭିନେତାରୁ ନେତା ବନିଥିବା ତାମିଲ ଷ୍ଟାର କମଲ ହାସନ ରାଜନୀତିରେ ଯୋଗଦେବାର କାରଣ ପ୍ରକାଶ କରିଛନ୍ତି।

‘ଭାରତ ଦର୍ଶନ’ ପାଇଁ ୩୬ କଶ୍ମୀର ଫୁଟବଲ ଖେଳଳିଙ୍କୁ ପଠାଇଲା ସିଆର୍‌ପିଏଫ୍‌

‘ଭାରତ ଦର୍ଶନ’ ପାଇଁ ୩୬ କଶ୍ମୀର ଫୁଟବଲ ଖେଳଳିଙ୍କୁ ପଠାଇଲା ସିଆର୍‌ପିଏଫ୍‌

ଶ୍ରୀନଗର,୨୦।୨: ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌) ୩୬ ଜଣ ଫୁଟବଲ ଖେଳାଳିଙ୍କୁ ‘ଭାରତ ଦର୍ଶନ’ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଇଥିବା ଜଣାପଡିଛି।

ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ପାକିସ୍ତାନ ଚୋରାଚାଲାଣକାରୀ ମୃତ

ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ପାକିସ୍ତାନ ଚୋରାଚାଲାଣକାରୀ ମୃତ

ଫିରୋଜପୁର,୨୦।୨: ପଞ୍ଜାବର ଫିରୋଜପୁର ସେକ୍ଟରରେ ମଙ୍ଗଳବାର ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ଙ୍କ ଗୁଳିମାଡରେ ଜଣେ ପାକିସ୍ତାନ ଚୋରାଚାଲାଣକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଉକ୍ତ ଚୋରାଚାଲାଣକାରୀଙ୍କ ନିକଟରୁ ୧୦ କିଲୋଗ୍ରାମ ଓଜନର ହେରୋଇନ୍‌ ମଧ୍ୟ ଜବତ କରାଯାଇଛି।

ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି

ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି

ନୂଆଦିଲ୍ଲୀ, ୨୦।୨: ଆସନ୍ତା ଫେବୃୟାରୀ ୨୩ରେ ନୀରବ ମୋଦି ମାମଲାର ଶୁଣାଣି ହେବ ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସୂଚିତ କରିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହା ପ୍ରକାଶ କରିଛନ୍ତି। ଆଇନଜୀବୀ ଭିନିତ୍‌ ଧଣ୍ଡାଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ସମ୍ପର୍କରେ ଶୀର୍ଷ ଅଦାଲତ ପ୍ରଧାନ ବିଚାରପତି ଏହା କହିଛନ୍ତି।