

ମେଟ୍ରୋ |

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍ୟୁସିଆଇ(ସି)
ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଭାରତର ପ୍ରମୁଖ ସାମ୍ୟବାଦୀ ଦଳ ଏସ୍ୟୁସିଆଇ(ସି) ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ ଅପେକ୍ଷା ଜନଜୀବନ ସମସ୍ୟା ନେଇ ନ୍ୟାୟସଙ୍ଗତ ବାମପନ୍ଥୀ ଆନ୍ଦୋଳନ ଗଢିବା ଦଳର ମୁଖ୍ୟ ଉଦ୍ଦେଶ୍ୟ।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍ ନୀରବ ପ୍ରାର୍ଥନା
କାକଟପୁର, ୧୫।୨(ଡି.ଏନ୍.ଏ.): ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଶୁକପୋଖରୀଠାରେ ସତ୍ୟନାରାୟଣ ହାଇସ୍କୁଲ ପରିସରରେ ପିଠା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି।

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଦୁଇ ଓଡ଼ିଆ ଶହୀଦଙ୍କ ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ୨ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲା ନିଆଳି ରତନପର ଗ୍ରାମର ମନୋଜ କୁମାର ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶହୀଦ ଓଡ଼ିଆ ଯବାନଙ୍କ ପରିବାର ସହ କଥା ହେବା ସହ ସମବେଦନା ଜଣାଇଛନ୍ତି।

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ
କଟକ ଅଫିସ, ୧୫।୨: ଷ୍ଟେଟ୍ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି।

ନିମ୍ନମାନର ଛତୁଆ ଖାଉଛନ୍ତି ଶିଶୁ
ଭୁବନେଶ୍ୱର,୧୫।୨(ବ୍ୟୁରୋ): ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ, ଶିକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ। ମାତ୍ର ସେହି କୋମଳମତି ଶିଶୁମାନେ ମଧ୍ୟ ଦୁର୍ନୀତିର ଚକ୍ରବୂ୍ୟହରୁ ମୁକ୍ତ ନୁହନ୍ତି। ରାଜ୍ୟର ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଢେଇ ବର୍ଷରୁ ୬ ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୁଷ୍ଟିକର ଯୋଜନାରେ ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି।

ଅଷ୍ଟଧାତୁ ମୂର୍ତ୍ତି ଚୋରି ର଼୍ୟାକେଟର ଗୁମର ଖୋଲିବ ଏସ୍ଟିଏଫ୍: ଆଜିଠୁ ୩ ଦିନିଆ ରିମାଣ୍ଡରେ ସୟଦ ଜିଲନୁର୍
ଭୁବନେଶ୍ୱର,୧୫|୨(ବ୍ୟୁରୋ) - ଅନ୍ତର୍ଜାତୀୟ ମୂର୍ତ୍ତି ଚୋରି ର଼୍ୟାକେଟର ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ବୁଧବାର ଖଣ୍ଡଗିରି ଯଦୁପୁରରୁ ଜବତ ଦୁଇ ଅଷ୍ଟଧାତୁ ମୂର୍ତ୍ତି କେଉଁଠୁ ଚୋରି କରାଯାଇଥିଲା ଓ ଏହି ଘଟଣା ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରିବ ଏସ୍ଟିଏଫ୍ ଟିମ୍।

ଜଟଣୀ ନାବାଳିକା ବଳାତ୍କାର, ହତ୍ୟା ମାମଲା: ଘରୁ ମିଳିଲା ଚିଠି, ଦ୍ୱନ୍ଦ୍ୱରେ ପୋଲିସ
ଭୁବନେଶ୍ୱର,୧୫|୨ (ବ୍ୟୁରୋ)- ଚର୍ଚ୍ଚିତ ଜଟଣୀ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ପୋଲିସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଗୁରୁବାର ଅଭିଯୁକ୍ତ ସିର୍ଦ୍ଧାପୁର ଗ୍ରାମର ଗଜାନନ ବେହେରାଙ୍କୁ ଗିରଫ କରିବା ପରେ ପଚରାଉଚରା କରାଯାଉଛି।

ଅପହରଣ ଘଟଣାରେ ନୂଆମୋଡ଼: ଫେରିଲେ ବଡ଼ ଭଉଣୀ, ରହସ୍ୟ ଘେରରେ ସାନ ଭଉଣୀଙ୍କ ଆତ୍ମହତ୍ୟା
କଟକ ଅଫିସ, ୧୫|୨- ମର୍କତନଗର ଥାନା ଅନ୍ତର୍ଗତ କାଠଯୋଡ଼ିବିହାର ଅଞ୍ଚଳର ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା ନୂଆ ମୋଡ଼ ନେଇଛି। ବୁଧବାର ସୁଦ୍ଧା ବଡ଼ ଭଉଣୀର ପତ୍ତା ମିଳୁ ନ ଥିଲାବେଳେ ସାନ ଭଉଣୀଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ହେଲେ ଗୁରୁବାର ବଡ଼ ଭଉଣୀ ଘରକୁ ଫେରିଛନ୍ତି।

ଓସିସି ବସ୍ତିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଖଣ୍ଡାରେ ହାଣିଲେ, ବୋମା ମାଡ଼ କଲେ
ଭୁବନେଶ୍ୱର,୧୫|୨(ବ୍ୟୁରୋ) - ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍-୮ ଓସିସି ବସ୍ତିରେ ଗୁରୁବାର ରାତିରେ ବୋମା ମାଡ଼ ହୋଇଛି। ୪ଜଣ ଦୁର୍ବୃତ୍ତ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ତିରେ ପଶି ଆତଙ୍କ ଖେଳାଇଛନ୍ତି।

କମିଶନ୍ରେଟ ପୋଲିସରେ ବଡ଼ ଧରଣର ବଦଳି
ଭୁବନେଶ୍ୱର,୧୫|୨(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ଏବେ ପୋଲିସ ବିଭାଗରେ ଚାଲିଛି ବଦଳି ପ୍ରକ୍ରିୟା। ରାଜ୍ୟ ପୋଲିସ ପରେ ଏବେ କମିଶନ୍ରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି।

ସ୍ୟାଟ୍ ପଦବୀ ଉଚ୍ଛେଦ ମାମଲା: ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ
କଟକ ଅଫିସ, ୧୫|୨- ଷ୍ଟେଟ୍ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି।