ରାଜ୍ୟ |

ବଳ କଷିଲେ କଂଗ୍ରେସ, ଭାଜପା

ବଳ କଷିଲେ କଂଗ୍ରେସ, ଭାଜପା

ଭୁବନେଶ୍ୱର, ୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ପ୍ରତିବାଦରେ ଓଡିଶା ବନ୍ଦ। ଏହି ଘଟଣାକୁ ଆଳ କରି ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ଦଳ ଗର୍ଜିବାକୁ ପ୍ରୟାସ କରିଛି। ଓଡିଶା ବନ୍ଦ ଡାକରା ଦେଇ ଲୋକମାନେ ସେମାନଙ୍କୁ ସ୍ବତଃସ୍ଫୂର୍ତ୍ତ ଭାବରେ ସମର୍ଥନ କରିଥିବାର ଦାବି କରୁଛନ୍ତି। ହେଲେ ବନ୍ଦ ପାଳନ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛିି। ଏହି ବନ୍ଦ ଡାକରା ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବା ଦେଖିବାକୁ ମିଳିଥିଲେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ଏହି ଘଟଣାରେ ରାଜନୈତିକ ଫାଇଦା ଗୋଟାଇବାକୁ ଚେଷ୍ଟା କରୁଥିବା ଦୁଇ ବିରୋଧୀ ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆହୁରି କେତେକ ସ୍ଥାନରେ ରୋଗୀଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି। ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁଯାୟୀ କଂଗ୍ରେସ ଏବଂ ଭାଜପା ପରସ୍ପର ମଧ୍ୟରେ ପ୍ରତିଯୋଗିତା କରୁଥିଲେ।
ଭାଜପାର ହରତାଳ ଏବଂ କଂଗ୍ରେସର ବନ୍ଦ ଡାକରା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନବଜାର ବନ୍ଦ ରହିବା ସାଙ୍ଗକୁ ଯାତାୟାତ ମଧ୍ୟ ଠପ୍‌ ହୋଇଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଦୁଇ ଚକିଆ ଯାନକୁ ଛାଡି ଦେଲେ ଅନ୍ୟ ସମସ୍ତ ବଡ ଗାଡି ଚଳାଚଳ ବନ୍ଦ ରହିଥିଲା। ଭୁବନେଶ୍ୱରର କେତେକ ସ୍ଥାନରେ ଯୁବ, ଛାତ୍ର, ମହିଳା, କୃଷକ, ଓକିଲ କଂଗ୍ରେସ କର୍ମକର୍ତ୍ତାମାନେ ରାସ୍ତା ଅବରୋଧ କରିଥିଲେ। ପ୍ରଥମେ କଂଗ୍ରେସ କର୍ମୀମାନେ ଦଳୀୟ କାର୍ଯ୍ୟାଳୟଠାରୁ ଶୋଭାଯାତ୍ରାରେ ବାହାରି ବାଣୀବିହାର ଛକ ପର୍ଯ୍ୟନ୍ତ ଯାଇଥିଲେ, ପରେ ସେଠାରୁ ଆଚାର୍ଯ୍ୟ ବିହାର ଛକଦେଇ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କ ବାସଭବନଠାରେ ପହଞ୍ଚିଥିଲେ। ଏହାପରେ କଂଗ୍ରେସର କେତେଜଣ ବରିଷ୍ଠ ନେତା ଏବଂ କର୍ମୀ ରାଜମହଲ ସ୍ଥିତ ଏଜି ଛକଠାରେ ଧାରଣା ଦେଇଥିଲେ। ସେଠାରେ କର୍ମକର୍ତ୍ତାମାନେ ଏଜି ଛକଠାରେ ପିକେଟିଂ କରିଥିଲେ। ଅପରପକ୍ଷରେ ଭାଜପା ପକ୍ଷରୁ ମଧ୍ୟ ପୂର୍ବ ସୂଚନା ଅନୁଯାୟୀ ରାଜ୍ୟବ୍ୟାପୀ ହରତାଳ କରାଯାଇଥିଲା। ଭାଜପା କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ହରତାଳ ସମୟରେ ପାଖାପାଖି ୫୦କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ। ଅନ୍ୟପଟେ ଆଉ କେତେକ ଭାଜପା କର୍ମୀ ସଚିବାଳୟ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କୁ ପୋଲିସ ପକ୍ଷରୁ ଅଟକା ଯାଇଥିଲା।
ବନ୍ଦ ଡକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ଛୁଟି ଘୋଷଣା କରିଥିଲେ। କୋର୍ଟ ଏବଂ ବ୍ୟାଙ୍କ ବନ୍ଦ ରଖାଯାଇଥିଲା। ରାଜନୈତିକ ଦଳଗୁଡିକ ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ ମଧ୍ୟ ଅପରାହ୍ନ ୧ଟା ପରେ ଧୀରେ ଧୀରେ ସବୁ ସ୍ବାଭାବିକ ହୋଇଯାଇଥିଲା।
ବନ୍ଦ ପାଳନ ପରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ସ୍ବତଃପ୍ରବୃତ୍ତ ବନ୍ଦ ଥିଲା। ଏଥିପାଇଁ ଓଡିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। କୁନ୍ଦୁଲି ଘଟଣା ରାଜ୍ୟବାସୀଙ୍କ ବିବେକକୁ ଦୋହଲାଇ ଦେଇଛି। ତେଣୁ ଲୋକମାନେ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।
ଅନ୍ୟପଟେ ଭାଜପା ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ଭାଜପା ପକ୍ଷରୁ ରାଜ୍ୟବ୍ୟାପୀ ହରତାଳ ଡାକରାକୁ ରାଜ୍ୟବାସୀ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ରାଜ୍ୟବାସୀଙ୍କ ସମର୍ଥନ ପରେ ଗୋଟାଏ କଥା ସ୍ପଷ୍ଟ କରିଛି ଯେ ରାଜ୍ୟ ସରକାରଙ୍କ ପାଇଁ ଲୋକମାନଙ୍କ ମନରେ କେତେ କ୍ରୋଧ ରହିଛି। ହରତାଳକୁ ଜନସାଧାରଣଙ୍କ ସ୍ବତଃସ୍ଫୂର୍ତ୍ତ ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

All Right Reserved By

Model This Week

ସୌମ୍ୟ

ରାଜ୍ୟ |

ଜୟଦେବ ଜେନାଙ୍କ ପତ୍ନୀ ବିୟୋଗ

ଜୟଦେବ ଜେନାଙ୍କ ପତ୍ନୀ ବିୟୋଗ

ହାଟଡିହୀ,୨୭।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନାଙ୍କ ଧର୍ମପତ୍ନୀ ମମତା ମଞ୍ଜରୀ ଜେନାଙ୍କ ରବିବାର ପରଲୋକ ଘଟିଛି।

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କଟକ କିଲ୍ଲା ପଡିଆଠାରେ ଶନିବାର ଅନୁଷ୍ଠିତ ଭାଜପାର ଜନକଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ନ ଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମହାନଦୀ ଓଡ଼ିଶାବାସୀଙ୍କର ସ୍ପର୍ଶକାତର ବିଷୟ। ରାଜ୍ୟବାସୀ ଯାହା ଆଶା କରିଥିଲେ, ମୋଦି ତାଙ୍କ ଭାଷଣରେ ସେଭଳି କିଛି କହିଲେ ନାହିଁ।

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର ଏନ୍‌ଏସି: ସମର୍ଥକଙ୍କ ସହ ଦଳ ଛାଡ଼ିଲେ ୨ କଂଗ୍ରେସ ନେତା

ପୁରୁଷୋତ୍ତମପୁର,୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ୨ ଜଣ କଂଗ୍ରେସ ନେତା ସେମାନଙ୍କ ସମର୍ଥକଙ୍କ ସହ ଦଳ ଛାଡ଼ିଛନ୍ତି। ଏନ୍‌ଏସିର ପୂର୍ବତନ ଉପନଗରପାଳ ବିଘ୍ନରାଜ ପାଢ଼ୀ ଓ ପୂର୍ବତନ ନଗର କଂଗ୍ରେସ ସଭାପତି ଅଶୋକ କୁମାର ସାମନ୍ତରା ସେମାନଙ୍କର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ସମର୍ଥକଙ୍କୁ ନେଇ ରବିବାର କନକା ଠାକୁରାଣୀ ପୀଠ ନିକଟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଦେଢକୋଟି ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି, ୨୭।୫(ସ୍ବ.ପ୍ର)- ଏକ ଲୁଣ ବୋଝେଇ ଟ୍ରକରେ ମାଲକାନଗିରି ଜିଲାରୁ ମହାରାଷ୍ଟ୍ରର ନାସିକକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବାଲିମେଳା ଛକଠାରେ ଓର୍କେଲ ପୋଲିସ ଓ ନାର୍କୋଟିସ କଣ୍ଟ୍ରୋଲ ବୋର୍ଡ ମିଳିତ ଭାବେ ଚଢାଉ କରି ୧୫୯୮ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ଜବତ

ସେମିଳିଗୁଡା,୨୭।୫(ସ୍ବ.ପ୍ର): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାତୁଆ ରେଲ ଷ୍ଟେସନ ନିକଟରେ ବିଶାଖାପାଟଣାରୁ କେରେଣ୍ଡୁଳ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନରୁ ୧୫୦ କେଜି ଚନ୍ଦନ କାଠ ବନବିଭାଗ ଜବତ କରିଛି। କୋରାପୁଟ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବାଲଡା ରେଞ୍ଜର ସିକୁନ ଗୁଣ୍ଠା ସଦଳବଳ ପାତୁଅ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ। ପାସେଞ୍ଜର ଟ୍ରେନ ପହଞ୍ଚିବା ପରେ ତଲାସୀ କରିଥିଲେ। ମୋଟ ୯ଟି ପ୍ୟାକେଟରେ ୧୫୦ କେଜି ଚନ୍ଦନ କାଠ ଜବତ କରିଥିଲେ। ଚନ୍ଦନ କାଠ ମାଫିଆ ଧରା ପଡି ନଥିଲେ। ଏହି ଚନ୍ଦନ କାଠର ମୂଲ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।

 ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ସୋସିଆଲ ମିଡିଆ ଗୁଜବ: ପିଲାଚୋରି ସନ୍ଦେହରେ ୨ ଯୁବକଙ୍କୁ ମାଡ

ନୟାଗଡ ଅଫିସ,୨୭।୫- ବିହାରରୁ ଆସିଥିବା କିଛି ଯୁବକ ରାଜ୍ୟରେ ପିଲାଚୋରି କରୁଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଛି। ଏହି ଗୁଜବକୁ ଭିତ୍ତିକରି ପିଲାଚୋରି ସନ୍ଦେହରେ ନୟାଗଡ ଜିଲାର ୨ଟି ସ୍ଥାନରେ ୨ ଜଣ ଯୁବକଙ୍କୁ ରବିବାର ସ୍ଥାନୀୟ ଲୋକେ ମାଡ ମାରିଛନ୍ତି।

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ରକ୍ତଦାନ ଶିବିର

ଭଣ୍ଡାରିପୋଖରୀ,୨୭।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁଲଣାଠାରେ ପୁରାତନ ଛାତ୍ରସଂଘ ପକ୍ଷରୁ ବିଶୋଳ କୁଲଣା ମୈତ୍ରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ରବିବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ବାରାପାଳରେ ଅଗ୍ନିକାଣ୍ଡ: ୪ ବଖରା ଧ୍ୱଂସ

ରୂପ୍‌ସା,୨୭।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ରାଉତପଡା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ଭାଇ ନୁରୁଦ୍ଦିନ ଖାନ୍‌ ଏବଂ ଜହରୁଦ୍ଦିନ ଖାନ୍‌ଙ୍କର ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିସହ ଘରେ ଥିବା ୩ଟି ବତକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ହାଇଓ୍ବା ଧକ୍କାରେ ଛାତ୍ର ମୃତ

ଭଞ୍ଜନଗର,୨୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କଳିଙ୍ଗପଦରଠାରେ ରବିବାର ପୂର୍ବାହ୍ନରେ ଏକ ହାଇଓ୍ବା ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଟିମ୍ବରଖଣି ଗ୍ରାମର ସନ୍ତୋଷ ବାରିକ(୧୫)।

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ପରିବେଶ ପ୍ରଦୂଷଣ ରୋକିବା ପାଇଁ ଘଣ୍ଟପିଟା ଶେଭାଯାତ୍ରା: ସାମିଲ ହେଲେ ଶିକ୍ଷାବିତ୍‌, ଜନପ୍ରତିନିଧି

ବାଲିପଡ଼ା,୨୭।୫(ଡି.ଏନ୍‌.ଏ.): ପରିବେଶ ପ୍ରଦୂଷଣରୁ ଜୀବଜଗତକୁ ରକ୍ଷା କରିବା ଏବଂ ବୃକ୍ଷରୋପଣ କରିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଛି ଶିକ୍ଷାବିତ୍‌ ଏବଂ ଜନପ୍ରତିନିଧି ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ରବିବାର ଘଣ୍ଟପିଟି ଶେଭାଯାତ୍ରା କରିଛନ୍ତି।

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପିଲାଚୋର ଗ୍ୟାଙ୍ଗ ରାୟଗଡାକୁ ଆସିଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହା ଫେସ୍‌ବୁକ ତଥା ହ୍ବାଟ୍ସଆପ୍‌ରେ ଘୂରିବୁଲିବା ସହ ଲୋକଙ୍କୁ ଆତଙ୍କିତ କରୁଛି। ତେବେ ଏହା ଉପରେ ଡିଜି ଆର ପି ଶର୍ମା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ଖବର ସମ୍ପୂର୍ଣ୍ଣ ମିଥ୍ୟା।

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା  ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ କୋମଳମତି ଶିଶୁକନ୍ୟାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ତଥା ବଳାତ୍କାରକୁ ରୋକିବା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଲୋକଙ୍କୁ ସଚେତନ କରିବା ପାଇଁ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।