ମେଟ୍ରୋ |

ଦାମଙ୍କ ବିବାଦୀୟ ମନ୍ତବ୍ୟ: ବ୍ରିଟିଶଙ୍କୁ ଆଣିଥିଲେ ଜୟୀ ରାଜଗୁରୁ

 ଦାମଙ୍କ ବିବାଦୀୟ ମନ୍ତବ୍ୟ: ବ୍ରିଟିଶଙ୍କୁ ଆଣିଥିଲେ ଜୟୀ ରାଜଗୁରୁ

ପୁରୀ ଅଫିସ, ୨୪।୧- ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ନୁହଁନ୍ତି। ୪ଟି ପ୍ରଗଣାର କରମୁକ୍ତ ପାଇଁ ସେ ବ୍ରିଟିଶମାନଙ୍କୁ କଲିକତାରୁ କଳିଙ୍ଗକୁ ଆଣିଥିଲେ। ବ୍ରିଟିଶମାନେ ଜଳପଥରେ ଆସି ଚିଲିକା ଦେଇ ଖୋର୍ଦ୍ଧାରେ ପହଞ୍ଚତ୍ଥିଲେ। ଆସିବା ପୂର୍ବରୁ ବ୍ରିଟିଶମାନେ ମରହଟାଙ୍କୁ ତଡ଼ି ତାଙ୍କୁ ୪ଟି ପ୍ରଗଣା ଦେଇ କରମୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପହଞ୍ଚତ୍ବା ପରେ ସେମାନେ ବିଶ୍ୱାସଘାତକତା କଲେ। ଏଥିପାଇଁ ବ୍ରିଟିଶଙ୍କ ବିରୋଧରେ ଜୟୀ ରାଜଗୁରୁ ଆନ୍ଦୋଳନ କରିଥିଲେ। ସେହି ଆନ୍ଦୋଳନ କେବଳ ଖୋର୍ଦ୍ଧା, କୁଜଙ୍ଗ ଓ କନିକା ଏହି ୩ଟି ଅଞ୍ଚଳରେ ସାମିଲ ହୋଇଥିଲେ। ଏହି ଆନ୍ଦୋଳନ ଦୀର୍ଘସ୍ଥାୟୀ ବି ନ ଥିଲା ବୋଲି ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ କହିଛନ୍ତି। ପୂର୍ବରୁ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିବା ଦାମ ପ୍ରତିଭା ପୂଜା ପରିଷଦ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମେଳନ କକ୍ଷରେ ଆୟୋଜିତ ବକ୍ସି ଜଗବନ୍ଧୁଙ୍କ ତିରୋଧାନ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବ କଥାକୁ ଦୋହରାଇଛନ୍ତି। ସେ କହିଥିଲେ, ୧୮୦୪ରେ ବ୍ରିଟିଶମାନେ ଖୋର୍ଦ୍ଧା ଦଖଲ କଲେ। ଜୟୀ ରାଜଗୁରୁ ବ୍ରିଟିଶଙ୍କ ବିରୋଧରେ ଯେଉଁ ବିଦ୍ରୋହ କରିଥିଲେ ତାହା ପ୍ରଥମ ସ୍ବାଧୀନତା ସଂଗ୍ରାମ ନ ଥିଲା, ବରଂ ରାଜ ବିଦ୍ରୋହ ଥିଲା। ଏହାପରେ ବକ୍ସି ପାଇକମାନଙ୍କୁ ନେଇ ଏକ ସଙ୍ଗଠନ ତିଆରି କରିଥିଲେ। ୧୮୧୭ରୁ ୧୮୨୭ ପର୍ଯ୍ୟନ୍ତ ସେ ବ୍ରିଟିଶଙ୍କ ବିରୋଧରେ ସଂଗ୍ରାମ କରିଥିଲେ। ବକ୍ସି ଜଗବନ୍ଧୁ ଭାରତ ବର୍ଷରୁ ବ୍ରିଟିଶଙ୍କୁ ତଡ଼ିବା ପାଇଁ ଯେଉଁ ଉଦ୍ୟମ କରିଥିଲେ ତାହାକୁ ଇତିହାସରେ ଉପଯୁକ୍ତ ସ୍ଥାନ ମିଳିନାହିଁ। ଏଥିପାଇଁ ଆମେ ସମସ୍ତେ ଲଜ୍ଜିତ ବୋଲି ଡା. ରାଉତ କହିଥିଲେ।
ପରିଷଦ ସଭାପତି ଗୁଣ୍ଡିଚା ବରାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ନାଥ ମାନସିଂହ, ଉତ୍କଳ ବିକାଶ ପରିଷଦ ମହାସଚିବ ଋଷି ଗୁମାନସିଂହ, ଡ. ଦେବେନ୍ଦ୍ର ତରାଇ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା, ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ା, ପାଇକ ବିଦ୍ରୋହ ଗବେଷକ ନୀଳମଣି ଗୁରୁ ପ୍ରମୁଖ ଯୋଗଦେଇ ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମୀ ଜୀବନ ଉପରେ ବକ୍ତବ୍ୟ ଦେଇଥିଲେ। ପରିଷଦ ସମ୍ପାଦକ ପ୍ରଧାନ ଧୀରେନ ରାୟ ମଞ୍ଚାସୀନ ଥିଲେ। ଏହି ଅବସରରେ ଡ. ବିଜୟ ଭୂଷଣ ଜେନା, ଇଂ. ବିଭୂପ୍ରସାଦ ସ୍ବାଇଁ, ଯଜ୍ଞେଶ୍ୱର ସୁନ୍ଦରାୟ, ଅମୀୟଭାନୁ ବଳ, ରମାଶଙ୍କର ପାତ୍ର, ବିପିନ ଦଳାଇଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା।

All Right Reserved By

Model This Week

ସୌମ୍ୟ

ମେଟ୍ରୋ |

କଟକର ଚା ଦୋକାନୀଙ୍କୁ ମୋଦିଙ୍କ ପ୍ରଶଂସା

କଟକର ଚା ଦୋକାନୀଙ୍କୁ ମୋଦିଙ୍କ ପ୍ରଶଂସା

କଟକ ଅଫିସ, ୨୭।୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କୀ ବାତ୍‌ରେ ଶୁଣିବାକୁ ମିଳିଛି କଟକର ଚା ଦୋକାନୀ ଡି. ପ୍ରକାଶ ରାଓଙ୍କ ଗୁଣଗାନ। ଗତ ୨୬ ତାରିଖରେ ମୋଦି କଟକ ଆସିଥିବା ବେଳେ ପ୍ରକାଶ ତାଙ୍କୁ ସଭାମଞ୍ଚ ନିକଟରେ ନିର୍ମିତ କ୍ୟାମ୍ପ ଅଫିସରେ ଭେଟିଥିଲେ।

ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚର ମାର୍ଗଦର୍ଶିକା ଜାରି , ତଥ୍ୟ ପ୍ରମାଣ ସହ ଚାର୍ଜଶିଟ୍‌ ଦାଖଲ ଉପରେ ଗୁରୁତ୍ୱ

ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚର ମାର୍ଗଦର୍ଶିକା ଜାରି , ତଥ୍ୟ ପ୍ରମାଣ ସହ ଚାର୍ଜଶିଟ୍‌ ଦାଖଲ ଉପରେ ଗୁରୁତ୍ୱ

କଟକ ଅଫିସ,୨୭।୫-ଇତିମଧ୍ୟରେ ଦଣ୍ଡବିଧାନ ହେଉଥିବା ମାମଲାଗୁଡିକର ତଦନ୍ତକାରୀ ଅଧିକାରୀମାନଙ୍କୁ ଓଡିଶା ପୋଲିସ ପକ୍ଷରୁ ସମ୍ମାନିତ କରାଯାଉଛି। ଅନେକ ସମୟରେ ଚାର୍ଜଶିଟ୍‌ ଅଦାଲତରେ ଦାଖଲ କରିବାରେ ବିଳମ୍ବ ହେଉଛି। ଏଣୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏବଂ ଉପଯୁକ୍ତ ତଥ୍ୟ ପ୍ରମାଣ ସହିତ ଚାର୍ଜଶିଟ ଦାଖଲ ଉପରେ ଗୁରୁତ୍ୱ ଦିଆଯାଇଛି।

ଆତଙ୍କ ଖେଳାଉଛି ସୋସିଆଲ ମିଡିଆ ଗୁଜବ , ପିଲା ଚୋର ସନ୍ଦେହ

ଆତଙ୍କ ଖେଳାଉଛି ସୋସିଆଲ ମିଡିଆ ଗୁଜବ , ପିଲା ଚୋର ସନ୍ଦେହ

ଭୁବନେଶ୍ୱର, ୨୭।୫(ବ୍ୟୁରୋ)- ବିହାରରୁ ପାଖାପାଖି ୫୦୦ଲୋକ ଓଡିଶାକୁ ପଳାଇ ଆସିଛନ୍ତି। ସେମାନେ ଓଡିଶାରୁ ପିଲା ଚୋରି କରି ନେଇଯାଉଛନ୍ତି। ଘରେ ପଶି ଲୋକଙ୍କୁ ହତ୍ୟା କରି ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ନେଉଛନ୍ତି। ଏଥିପାଇଁ ସବୁ ଜିଲାକୁ ଆଲର୍ଟ କରାଯାଇଛି।

ଦୁଇ ହାଇଓ୍ବା ମଧ୍ୟରେ ମୁହଁାମୁହିଁ ଧକ୍କା ,ଜଣେ ଚାଳକ ମୃତ, ଅନ୍ୟ ଜଣେ ଫେରାର୍‌

ଦୁଇ ହାଇଓ୍ବା ମଧ୍ୟରେ ମୁହଁାମୁହିଁ ଧକ୍କା ,ଜଣେ ଚାଳକ ମୃତ, ଅନ୍ୟ ଜଣେ ଫେରାର୍‌

ବାରଙ୍ଗ,୨୭।୫(ଡି.ଏନ୍‌.ଏ.)- ବାରଙ୍ଗ ଥାନା ଅଧୀନ ବ୍ଲକ ଗଡ଼ା ନିକଟରେ ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ଦୁଇଟି ହାଇଓ୍ବା ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇ ଜଣେ ଚାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର, ୨୭ା୫(ବ୍ୟୁରୋ)- ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଭଗବତୀ ବସ୍ତିର ଶଙ୍କର ଦାସ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ମଧ୍ୟାହ୍ନରେ ଶଙ୍କର ଉକ୍ତ ବସ୍ତିର ଭାରତୀ ନାମ୍ନୀ ମହିଳାଙ୍କ ଘରେ ପଶି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ।

ମୋବାଇଲ ଫୋନ ଚୋରି: ଯୁବକ ଗିରଫ

ମୋବାଇଲ ଫୋନ ଚୋରି: ଯୁବକ ଗିରଫ

ଭୁବନେଶ୍ୱର, ୨୭ା୫(ବ୍ୟୁରୋ)- ମୋବାଇଲ ଚୋରି ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ଖୋର୍ଦ୍ଧା ଜିଲା ରାଜସୁନାଖଳା ଅଞ୍ଚଳର ସର୍ବେଶ୍ୱର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶନିବାର ରାତିରେ ସନ୍ତୋଷ ତ୍ରିବେଦୀ ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱର ରେଳ ଷ୍ଟେଶନରୁ ବାହାରକୁ ଆସୁଥିବାବେଳେ ସର୍ବେଶ୍ୱର ତାଙ୍କୁ ପିଛା କରିଥିଲେ।

ଭାଜପା କାର୍ଯ୍ୟାଳୟ ଆଗରେ ବୋମାମାଡ଼ ଘଟଣା , ଜେଲ ଗଲେ ୨ ଅଭିଯୁକ୍ତ

ଭାଜପା କାର୍ଯ୍ୟାଳୟ ଆଗରେ ବୋମାମାଡ଼ ଘଟଣା , ଜେଲ ଗଲେ ୨ ଅଭିଯୁକ୍ତ

ଭୁବନେଶ୍ୱର, ୨୭ା୫(ବ୍ୟୁରୋ)- ରାମ ମନ୍ଦିର ନିକଟରେ ଥିବା ଭାଜପାର ରାଜ୍ୟ କାର୍ଯ୍ୟାଳୟ ଆଗରେ ବୋମାମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ରବିବାର ଖାରବେଳନଗର ପୋଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଫୁଲନଖରା ରାଇପୁର ଅଞ୍ଚଳର ପିନାକୀ ମହାନ୍ତି(୩୫) ଓ ବିଶ୍ୱଜିତ୍‌ ମଲ୍ଲିକ। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡା

ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଆଜି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀମନ୍ଦିରରେ ଖସାପଡ଼ା ନୀତି ଆଜି : ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ ଅଫିସ,୨୭।୫: ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଏହା ଏକ ଗୁପ୍ତ ନୀତି। ତେଣୁ ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ।

ସରିଲା ଅଖ କାମ

ସରିଲା ଅଖ କାମ

ପୁରୀ ଅଫିସ,୨୭।୫: ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଥକାମ ଇତିମଧ୍ୟରେ ୩୯ ଦିନରେ ପହଞ୍ଚତ୍ଛି। ରଥଖଳାରେ ଗୋଟିଏ ପରେ ଗୋଟିଏ କାମ ଆଗେଇ ନେଉଛନ୍ତି ମହାରଣା ସେବକ। ଭୋଇ ସେବକ, କରତି ସେବକ ଓ କମାର ସେବକ ସହଯୋଗ କରୁଛନ୍ତି।

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ମୋଦିଙ୍କ ଭାଷଣକୁ ବିଭ୍ରାନ୍ତିକର କହିଲେ ବିଜୟ

ଭୁବନେଶ୍ୱର,୨୭।୫(ବ୍ୟୁରୋ): କଟକ କିଲ୍ଲା ପଡିଆଠାରେ ଶନିବାର ଅନୁଷ୍ଠିତ ଭାଜପାର ଜନକଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନଦୀ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖି ନ ଥିବା ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ମହାନଦୀ ଓଡ଼ିଶାବାସୀଙ୍କର ସ୍ପର୍ଶକାତର ବିଷୟ। ରାଜ୍ୟବାସୀ ଯାହା ଆଶା କରିଥିଲେ, ମୋଦି ତାଙ୍କ ଭାଷଣରେ ସେଭଳି କିଛି କହିଲେ ନାହିଁ।

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ସୋସିଆଲ ମିଡିଆରେ ପିଲାଚୋର ଗ୍ୟାଙ୍ଗ ଘୂରି ବୁଲୁଥିବା ଘଟଣା ଗୁଜବ: ଡିଜି

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଗତ କିଛି ଦିନ ଧରି ସୋସିଆଲ ମିଡିଆରେ କିଛି ପିଲାଚୋର ଗ୍ୟାଙ୍ଗ ରାୟଗଡାକୁ ଆସିଥିବା ଖବର ଭାଇରାଲ ହେବାରେ ଲାଗିଛି। ଏହା ଫେସ୍‌ବୁକ ତଥା ହ୍ବାଟ୍ସଆପ୍‌ରେ ଘୂରିବୁଲିବା ସହ ଲୋକଙ୍କୁ ଆତଙ୍କିତ କରୁଛି। ତେବେ ଏହା ଉପରେ ଡିଜି ଆର ପି ଶର୍ମା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉକ୍ତ ଖବର ସମ୍ପୂର୍ଣ୍ଣ ମିଥ୍ୟା।

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା  ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଶିଶୁଙ୍କ ଉପରେ ଯୌନ ନିର୍ଯାତନା ରୋକିବାକୁ ପୋଲିସର ପ୍ରୟାସ: ଉନ୍ମୋଚନ ହେଲା ‘ପରୀ ପାଇଁ କଥାଟିଏ’ର ଲୋଗୋ, ଅଡିଓ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ରାଜ୍ୟରେ କୋମଳମତି ଶିଶୁକନ୍ୟାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ତଥା ବଳାତ୍କାରକୁ ରୋକିବା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ। ଲୋକଙ୍କୁ ସଚେତନ କରିବା ପାଇଁ ‘ପରୀ ପାଇଁ କଥାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।