ଖେଳ |

ରଘୁ ମାରାଣ୍ଡିଙ୍କ ଗୋଲରେ ଓଡ଼ିଶା ବିଜୟୀ

ରଘୁ ମାରାଣ୍ଡିଙ୍କ ଗୋଲରେ ଓଡ଼ିଶା ବିଜୟୀ
ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ୧୫ ବର୍ଷରୁ କମ୍‌ ଆଇ-ଲିଗ୍‌ ଫୁଟବଲ ପ୍ଲେ-ଅଫ୍‌ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ା ଛାତ୍ରାବାସ ଦଳ ପ୍ରଥମ ବିଜୟ ସ୍ବାଦ ଚାଖିଛି। ରଘୁ ମାରାଣ୍ଡିଙ୍କ ଡବଲ ଗୋଲ ବଳରେ ଓଡ଼ିଶା ୨-୦ ଗୋଲରେ ଗୋକୁଳମ ଏଫସିକୁ ପରାସ୍ତ କରିଛି। ଆଇ-ଲିଗ୍‌ରେ ଅନ୍ୟତମ ଅଗ୍ରଣୀ କ୍ଲବ ଗୋକୁଳମ ଏଫସି ବିପକ୍ଷରେ ଓଡ଼ିଶା ଦଳ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ରଘୁ ୧୨ତମ ମିନିଟରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ପ୍ରତିପକ୍ଷ ଦଳ ଗୋଲ ପରିଶୋଧ ଉଦ୍ୟମରେ ଥିବାବେଳେ ରଘୁ ୨୬ତମ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଓଡ଼ିଶାର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଦ୍ୱିତୀୟାର୍ଦ୍ଧ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଗୋକୁଳମ୍‌ ଏଫସି ଗୋଲ ପରିଶୋଧ କରିବାରେ ସକ୍ଷମ ହୋଇ ନ ଥିଲା। ପ୍ଲେ-ଅଫ୍‌ରେ କ୍ରୀଡ଼ା ଛାତ୍ରାବାସ ଏହାର ପ୍ରଥମ ମ୍ୟାଚ ହାରି ଯାଇଥିଲା। ଗ୍ରୁପ ‘ଏ’ରେ ସ୍ଥାନ ପାଇଥିବା ଓଡ଼ିଶା ଦଳ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଗୋଆର ଏମ୍‌ଏସ୍‌ପି ଏକାଡେମୀଠାରୁ ୧-୨ ଗୋଲରେ ହାରିଥିଲା। ଓଡ଼ିଶା ଦଳ ଏହାର ତୃତୀୟ ମ୍ୟାଚ ଶୁକ୍ରବାର ମିନେର୍ଭା ପଞ୍ଜାବ ଏଫସି ସହିତ ଖେଳିବ। ପ୍ରଥମ ମ୍ୟାଚ ହାରିଥିବାରୁ ଓଡ଼ିଶା ପାଇଁ ଅନ୍ତିମ ମ୍ୟାଚ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ଲେ-ଅଫ୍‌ର ଗ୍ରୁପ ‘ବି’ରେ ରିୟଲ କଶ୍ମୀର ଏଫସି, କେରଳ ବ୍ଲାଷ୍ଟର୍ସ ଏଫସି, ଡିଏସକେ ଶିବାଜିଆନ୍ସ ଏଫସି ଓ ଆଇଜଲ ଏଫସି ସ୍ଥାନ ପାଇଛନ୍ତି। ୨ ଗ୍ରୁପର ଚାମ୍ପିୟନ ଓ ରନର୍ସଅପ୍‌ ଦଳ ସ୍ବାଭାବିକଭାବେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହେବ। ଏହା ବ୍ୟତୀତ ଶ୍ରେଷ୍ଠ ତୃତୀୟ ସ୍ଥାନୀୟ ଦଳ ମଧ୍ୟ ଏମାନଙ୍କ ସହ ଯୋଗଦେବ। ଅର୍ଥାତ୍‌ ପ୍ଲେ-ଅଫ୍‌ରୁ ମୋଟ ୫ଟି ଦଳ ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୧୧ ଜୋନର ଶ୍ରେଷ୍ଠ ୧୧ ଦଳ ଏବଂ ଏହି ୫ ଦଳକୁ ମିଶାଇ ମୋଟ ୧୬ଟି ଟିମ୍‌କୁ ନେଇ ଫାଇନାଲ ରାଉଣ୍ଡ ଖେଳାଯିବ। ଫାଇନାଲ ରାଉଣ୍ଡ ଚଳିତମାସ ୨୯ରୁ ଫେବୃୟାରୀ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
All Right Reserved By

ଖେଳ |

ଓମାନଠାରୁ ହାରିଲା ଭାରତ

ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ, ୨୦।୮(ପି.ଟି.)- ଭାରତୀୟ ୧୬ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ସୋମବାର ଓମାନ ବିପକ୍ଷରେ ଖେଳାଯାଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପରାଜୟବରଣ କରିଛି।

ଏସିଆନ ଗେମ୍ସ: ଫୋଗତଙ୍କୁ ଐତିହାସିକ ସ୍ବର୍ଣ୍ଣ

ଏସିଆନ ଗେମ୍ସ: ଫୋଗତଙ୍କୁ ଐତିହାସିକ ସ୍ବର୍ଣ୍ଣ

ଜାକର୍ତ୍ତା, ୨୦।୮- ପ୍ରଥମ ଭାରତୀୟ ମହିଳା ଭାବେ ଏସିଆନ ଗେମ୍ସ ରେସଲିଂରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଭିନେଶ ଫୋଗତ। ଫଳରେ ଚଳିତ ଏସିଆନ ଗେମ୍ସରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୨ରେ ପହଞ୍ଚତ୍ଛି।

 ଲକ୍ଷ୍ୟ  ଦେଲେ ରୌପ୍ୟ

ଲକ୍ଷ୍ୟ ଦେଲେ ରୌପ୍ୟ

ଜାକର୍ତ୍ତା,୨୦।୮- ଭାରତୀୟ ଶୁଟର ପୁରୁଷ ଟ୍ରାପ ଶୁଟିଂ ଇଭଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ମୋଟ ୫୦ ସ୍କୋର ମଧ୍ୟରୁ ସେ ୪୩ ପଏଣ୍ଟ ଅର୍ଜନ କରି ଏହି ସଫଳତା ଅର୍ଜନ କରିଛନ୍ତି। ଅନ୍ୟ ଭାରତୀୟ ଶୁଟର ମନଭଜିତ ସିଂ ସାନ୍ଧୁ ଅଳ୍ପକେ ପଦକରୁ ବଞ୍ଚତ୍ତ ରହିଛନ୍ତି। 

ଦିଲ୍ଲୀ ନିର୍ବାଚନ ଲଢ଼ିବେ ଗମ୍ଭୀର

ଦିଲ୍ଲୀ ନିର୍ବାଚନ ଲଢ଼ିବେ ଗମ୍ଭୀର

ନୂଆଦିଲ୍ଲୀ,୨୦।୮- ବରିଷ୍ଠ ଓପନର ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେବାକୁ ଯାଉଛନ୍ତି। ସେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରେ ଲଢ଼ିବେ ବୋଲି ଏକ ସ୍ଥାନୀୟ ଖବରକାଗଜ ‘ଦୈନିକ ଭାସ୍କର’ରେ ପ୍ରକାଶ ପାଇଛି। 

ସୁଶୀଲ ଦେଲେ ଆଶ୍ୱାସନା

ସୁଶୀଲ ଦେଲେ ଆଶ୍ୱାସନା

ଜାକର୍ତ୍ତା,୨୦।୮- ଭେଟେରାନ କୁସ୍ତିଯୋଦ୍ଧା ସୁଶୀଲ କୁମାର ଏସିଆନ୍‌ ଗେମ୍ସର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ କ୍ୟାରିୟର ଶେଷ ହୋଇ ନ ଥିବା ଅଶ୍ୱାସନା ଦେଇଛନ୍ତି। ୨୦୦୮ ଓ ୨୦୧୨ ଅଲିମ୍ପିକ୍ସରେ  ବ୍ରୋଞ୍ଜ ଓ ରୌପ୍ୟ ପଦକ ଜିତିଥିବା ସୁଶୀଲ ମ୍ୟାଟରେ ପୁଣି ଥରେ ସଫଳ ହେବେ ବୋଲି କହିଛନ୍ତି। 

ଜାପାନଠୁ ହାରିଲା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ

ଜାପାନଠୁ ହାରିଲା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦଳ

ଜାକର୍ତ୍ତା,୨୦।୮(ପି.ଟି.)-  ଚଳିତ ଏସିଆନ୍‌ ଗେମ୍ସର ମହିଳା ଦଳଗତ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟରେ ଭାରତୀୟ ଦଳ ପରାସ୍ତ ହୋଇଛି। ସୋମବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତୀୟ ଦଳ ୧-୩ ବ୍ୟବଧାନରେ ଜାପାନଠାରୁ ପରାସ୍ତ ହୋଇଛି।

ଜୋକୋଭିଚ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ଜୋକୋଭିଚ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୨୦।୮- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ନୋଭାକ ଜୋକୋଭିଚ୍‌ କ୍ୟାରିୟରରେ ପ୍ରଥମ ଥର ଲାଗି ସିନସିନାଟି ମାଷ୍ଟର୍ସ ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସର୍ବିଆ ଖେଳାଳି ଜୋକୋଭିଚ୍‌ ୬-୪, ୬-୪ ସେଟ୍‌ରେ ୭ ଥର ଚାମ୍ପିୟନ ରୋଜର ଫେଡେରରଙ୍କୁ ହରାଇ ଦେଇଛନ୍ତି। 

ଏସିଆନ୍‌ ଗେମ୍ସ: ଦୀପକଙ୍କୁ ରୌପ୍ୟ

ଏସିଆନ୍‌ ଗେମ୍ସ: ଦୀପକଙ୍କୁ ରୌପ୍ୟ

ଜାକର୍ତ୍ତା,୨୦।୮- ଚଳିତ ଏସିଆନ୍‌ ଗେମ୍ସରେ ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଭାରତୀୟ ଶୁଟର ପଦକ ଜିତିଛନ୍ତି। ଶୁଟର ଦୀପକ କୁମାର ଚଳିତ ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ହାତେଇଛନ୍ତି। 

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ସେଣ୍ଟ ଲୁଇସ୍‌ (ଆମେରିକା), ୨୦ା୮ (ପି.ଟି.)- ସିଙ୍କ୍‌ଫିଲ୍ଡ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭଲ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ବିପକ୍ଷ ଗେମ୍‌ ସହଜ ଡ୍ର ରଖିଛନ୍ତି।  ଗ୍ରାଣ୍ଡ୍‌ ଚେସ୍‌ ଟୁର୍‌ର ଅଂଶବିଶେଷ ଏହି  ପ୍ରତିଯୋଗିତା ଖେଳାଯାଉଛି। 

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ  ସ୍ଥିତି ସୁଦୃଢ

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ ସ୍ଥିତି ସୁଦୃଢ

ନଟିଂହାମ୍‌,୨୦ା୮-ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି।  ଟସ୍‌ ହାରି ପ୍ରଥମେ ଭଲ ବ୍ୟାଟିଂ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ ଉଇକେଟ ସଫଳତା ଯୋଗୁ ଦଳ ଇଂଲଣ୍ଡକୁ  ୩୮.୨ ଓଭରରେ ୧୬୧ ରନ କରି ଅଲଆଉଟ  କରିଦେଇଛି।

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ଜାକର୍ତ୍ତା, ୨୦।୮(ପି.ଟି.)- ଏସିଆନ ଗେମ୍ସରେ ଗତଥର ଚାମ୍ପିୟନ ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ମହିଳା ଦଳ ଜାପାନକୁ ହରାଇଥିବା ବେଳେ ପୁରୁଷ ଦଳ ବାଂଲାଦେଶକୁ ପରାସ୍ତ କରିଛି। 

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ନଟିଂହାମ, ୨୦।୮(ପି.ଟି.)- ଭାରତୀୟ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ବିରଳ ସଫଳତା ହାସଲ କରିଛନ୍ତି। ପଦାର୍ପଣ ଟେଷ୍ଟରେ ସେ ଚତୁର୍ଥ ଭାରତୀୟ ଉଇକେଟ କିପର ଭାବେ ୫ଟି କ୍ୟାଚ୍‌ ନେଇ ଏକ ଏଲିଟ କ୍ଲବ୍‌ରେ ଯୋଗ ଦେଇଛନ୍ତି।