ଖେଳ |

ଭାରତ ୧୮୭ରେ ସୀମିତ

ଭାରତ ୧୮୭ରେ ସୀମିତ
ଜୋହାନ୍ସବର୍ଗ, ୨୪।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିଫଳତା ଲାଗି ରହିଛି। ଟିମ୍‌ କମ୍ବିନେଶନ, ବ୍ୟାଟ୍ସମ୍ୟାନ ପରିବର୍ତ୍ତନରୁ କୌଣସି ଫାଇଦା ମିଳିନାହିଁ। ନ୍ୟୁ ଓ୍ବଣ୍ଡରର୍ସ ଷ୍ଟାଡିୟମରେ ବୁଧବାର ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ୧୮୭ ରନରେ ଅଲଆଉଟ ହୋଇ ଯାଇଛି। ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିବାରେ ଅସମର୍ଥ ହୋଇଛନ୍ତି। ଫଳସ୍ବରୂପ ସମ୍ମାନର ସହ ଟେଷ୍ଟ ସିରିଜ ଶେଷ କରିବା ପାଇଁ ଭାରତର ଆଶା ଏବେ ଆଶଙ୍କାରେ ପରିଣତ ହୋଇ ଯାଇଛି। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଦକ୍ଷିଣ ଆଫ୍ରିକା ଗୋଟିଏ ଉଇକେଟ ହରାଇ ୬ ରନ ସଂଗ୍ରହ କରିଛି। ଏଡେନ ମାରକ୍ରାମ ୨ ରନ କରି ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ଆଉଟ ହୋଇଥିବାବେଳେ ଡିନ୍‌ ଏଲଗାର ୪ ଓ ନାଇଟ ଓ୍ବାଚ୍‌ମ୍ୟାନ କାଗିସୋ ରାବାଡା କୌଣସି ରନ ନ କରି ଅପରାଜିତ ରହିଛନ୍ତି। ୯ ଉଇକେଟ ସୁରକ୍ଷିତ ଥିବାବେଳେ ଦକ୍ଷିଣ ଆଫ୍ରିକା ଏବେ ଭାରତ ପ୍ରଥମ ଇନିଂସଠାରୁ ୧୮୧ ରନ ପଛରେ ରହିଛି। ଟସଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ୧୩ ରନ ମଧ୍ୟରେ ଦୁଇ ଓପନରଙ୍କ ଉଇକେଟ ହରାଇ ସାରିଥିଲା। ଲୋକେଶ ରାହୁଲ ଖାତା ଖୋଲିପାରି ନ ଥିବାବେଳେ ମୁରଲୀ ବିଜୟ ୩୨ ବଲ୍‌ରୁ ୮ ରନ ସଂଗ୍ରହ କରିଥିଲେ। ଭେର୍ନନ ଫିଲାଣ୍ଡର ଓ ରାବାଡା ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ପୂଜାରା ଓ କୋହଲି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ପୂଜାରା ଅତ୍ୟଧିକ ରକ୍ଷଣାତ୍ମକ ନୀତି ଆପଣେଇଥିବା ବେଳେ କୋହଲି ସ୍ବାଭାବିକ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। ୫୪ଟି ବଲ୍‌ ଖେଳିବାପରେ ପ୍ରଥମ ରନ ସଂଗ୍ରହ କରିଥିଲେ ପୂଜାରା। ତୃତୀୟ ଉଇକେଟରେ ୮୪ ରନ ସଂଗ୍ରହ ପରେ କୋହଲି ବ୍ୟକ୍ତିଗତ ୫୪ ରନ କରି ଲୁନ୍‌ଗି ଏନଗିଡିଙ୍କ ବଲ୍‌ରେ ଏବି ଡି’ଭିଲର୍ସଙ୍କୁ ସ୍ଲିପ୍‌ରେ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ୧୦୬ଟି ବଲ୍‌ର ସମ୍ମୁଖୀନ ହୋଇଥିବା କୋହଲି ନିଜ ଇନିଂସ ମଧ୍ୟରେ ୯ ଚୌକା ମାରିଥିଲେ। ସିରିଜରେ ପ୍ରଥମଥର ପାଇଁ ଖେଳିବା ସୁଯୋଗ ପାଇଥିବା ଅଜିଙ୍କ୍ୟ ରାହାନେ ମଧ୍ୟ ନିରାଶ କରିଥିଲେ। ସେ ମାତ୍ର ୯ ରନ କରିବାକୁ ସକ୍ଷମ ହୋଇଥିଲେ। ସ୍କୋର ୧୪୪ରେ ପହଞ୍ଚତ୍ବାପରେ ପୂଜାରା ଆଉଟ ହୋଇ ଯାଇଥିଲେ। ସେ ୧୭୯ ବଲ୍‌ ଖେଳି ୮ ଚୌକା ସହ ୫୦ ରନ କରିଥିଲେ। ସମାନ ସ୍କୋରରେ ୩ଟି ଉଇକେଟ ପତନ ହେବାରୁ ଭାରତ ସ୍କୋର ୧୪୪/୭ ହୋଇ ଯାଇଥିଲା। ପାର୍ଥିବ ପଟେଲ ୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଶେଷ ଭାଗରେ ଭୁବନେଶ୍ୱର କୁମାରଙ୍କ ଲଢ଼ୁଆ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ସ୍କୋର ୧୮୭ରେ ପହଞ୍ଚତ୍ ପାରିଥିଲା। ସେ ୪୯ ବଲ୍‌ରୁ ୪ ଚୌକା ସହ ୩୦ ରନ କରି ଶେଷ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଅତିରିକ୍ତ ଭାବେ ଦକ୍ଷିଣ ଆଫ୍ରିକା ବୋଲରମାନେ ୨୬ ରନ ବ୍ୟୟ କରିଥିଲେ। ରାବାଡା ସର୍ବାଧିକ ୩ଟି ଉଇକେଟ ନେଇଥିବାବେଳେ ମର୍ନେ ମୋର୍କେଲ, ଫିଲାଣ୍ଡର ଓ ଆଣ୍ଡିଲେ ଫେଲୁକ୍ୱାୟୋ ୨ଟି ଲେଖାଏ ଏବଂ ଲୁନ୍‌ଗି ଏନଗିଡି ଗୋଟିଏ ଉଇକେଟ ପାଇଥିଲେ। ଭାରତ ୨ଟି ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ରାହାନେ ଓ ଭୁବନେଶ୍ୱରଙ୍କୁ ସ୍ଥାନ ମିଳିଥିଲା। ସେହିପରି ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜଙ୍କ ସ୍ଥାନରେ ଫାଷ୍ଟ ବୋଲର ଫେଲୁକ୍ୱାୟୋଙ୍କୁ ଖେଳାଇଥିଲା। ୨୦୧୨ପରେ ଭାରତ କୌଣସି ଏକ ଟେଷ୍ଟ ବିନା ସ୍ପେଶାଲିଷ୍ଟ ସ୍ପିନରରେ ଖେଳୁଛି। ଶେଷଥରପାଇଁ ୨୦୧୨ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳ ପର୍ଥରେ ଅଷ୍ଟ୍ରେଲିଆ ବିପକ୍ଷରେ ବିନା ସ୍ପିନରରେ ଖେଳିଥିଲା।
All Right Reserved By

ଖେଳ |

ହକି ବିଶ୍ୱକପ କ୍ବାର୍ଟର ଫାଇନାଲ:  ଭାରତର ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ହକି ବିଶ୍ୱକପ କ୍ବାର୍ଟର ଫାଇନାଲ: ଭାରତର ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୧୧।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର କ୍ବାର୍ଟର ଫାଇନାଲରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହେବ। ପୁଲ୍‌ ‘ସି’ର ଶୀର୍ଷ ଦଳଭାବେ ଭାରତ ସିଧାସଳଖ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ମଙ୍ଗଳବାର ଅନୁଷ୍ଠିତ ଅନ୍ତିମ କ୍ରସ୍‌ ଓଭର ମ୍ୟାଚରେ ନେଦରଲାଣ୍ଡ୍ସ ୫-୦ ଗୋଲରେ କାନାଡ଼ାକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଫଳରେ କାନାଡ଼ାର ଅଭିଯାନ ଶେଷ ହୋଇଛି। କ୍ରସ୍‌ ଓଭର ମ୍ୟାଚ ଶେଷ ହେବାପରେ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ଲାଇନ୍‌ଅପ୍‌ ହୋଇ ଯାଇଛି। ଡିସେମ୍ବର ୧୨ରେ ଆର୍ଜେଣ୍ଟିନା-ଇଂଲଣ୍ଡ ପ୍ରଥମ, ଅଷ୍ଟ୍ରେଲିଆ-ଫ୍ରାନ୍ସ ଦ୍ୱିତୀୟ ଏବଂ ଡିସେମ୍ବର ୧୩ରେ ଭାରତ-ନେଦରଲାଣ୍ଡ୍ସ ତୃତୀୟ ଓ ଜର୍ମାନୀ-ବେଲଜିୟମ ମଧ୍ୟରେ ୪ର୍ଥ କ୍ବାର୍ଟର ଫାଇନାଲ ଅନୁଷ୍ଠିତ ହେବ।

ହକି ବିଶ୍ୱକପ୍‌ କ୍ରସ୍‌ଓଭର: ପାକିସ୍ତାନର ବିଦାୟ, ବେଲଜିୟମ-ଜର୍ମାନୀ କ୍ବାର୍ଟର ଫାଇନାଲ

ହକି ବିଶ୍ୱକପ୍‌ କ୍ରସ୍‌ଓଭର: ପାକିସ୍ତାନର ବିଦାୟ, ବେଲଜିୟମ-ଜର୍ମାନୀ କ୍ବାର୍ଟର ଫାଇନାଲ

ଭୁବନେଶ୍ୱର, ୧୧।୧୨(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ମଙ୍ଗଳବାର ଅନୁଷ୍ଠିତ କ୍ରସ୍‌ ଓଭର ମ୍ୟାଚରେ ବେଲଜିୟମ ୫-୦ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ପାକିସ୍ତାନର ଅଭିଯାନ ଏହିଠାରୁ ଶେଷ ହୋଇଛି ଏବଂ ବେଲଜିୟମ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ଡିସେମ୍ବର ୧୩ରେ ବେଲଜିୟମ ଓ ଜର୍ମାନୀ ମଧ୍ୟରେ କ୍ବାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ପୁଲ୍‌‘ଡି’ରେ ଶୀର୍ଷସ୍ଥାନରେ ରହିଥିବାରୁ ଜର୍ମାନୀ ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା। ପାକିସ୍ତାନ ଗୋଟିଏ ହେଲେ ମ୍ୟାଚ ଜିତି ନ ପାରି ପ୍ରତିଯୋଗିତାରୁ ବିଦାୟ ନେଇଛି। ପୁଲ୍‌ ପର୍ଯ୍ୟାୟରେ ଦଳ ୩ଟି ମ୍ୟାଚ ଖେଳିଥିବାବେଳେ ୨ଟିରେ ପରାଜିତ ହୋଇଥିଲା ଏବଂ ଗୋଟିଏ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହୋଇଥିଲା।

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ବିଜୁ ଯୁବ ବାହିନୀ କ୍ରିକେଟ : ବାନିପାଲି ଚାମ୍ପିୟନ

ଲୋଇସିଂହା,୧୧।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଲୋଇସିଂହା କଲେଜ ଖେଳ ପଡିଆରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ  ଉଦ୍‌ଯାପିତ ହୋଇଯାଇଛି ।  ବିଜୁ ଯୁବ ବାହିନୀ ପକ୍ଷରୁ  ବ୍ଲକର ୨ ଗୋଟି ପଞ୍ଚାୟତର ୨୦ଟି କ୍ରିକେଟ ଦଳକୁ ନେଇ ସୋମବାରଠାରୁ ପ୍ରତିଯୋଗୀତା ଆରମ୍ଭ  ହୋଇଥିଲା ।

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ତୀରନ୍ଦାଜ ଦୀପିକା-ଅତନୁଙ୍କ ନିର୍ବନ୍ଧ

ରାଞ୍ଚି,୧୧।୧୨(ପି.ଟି.)- ଭାରତୀୟ ଆର୍ଚର ଦୀପିକା କୁମାରୀ ଓ ଅତନୁ ଦାସ ନିର୍ବନ୍ଧ ହୋଇଯାଇଛି। 

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ଧୋନୀଙ୍କୁ ସମ୍ମାନିତ କଲେ ପନ୍ତ

ପର୍ଥ,୧୧।୧୨(ପି.ଟି.)- ରେକର୍ଡଧାରୀ ଭାରତୀୟ ଉଇକେଟକିପର ରିଶଭ ପନ୍ତ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କୁ ସମ୍ମାନିତ କରିଛନ୍ତି।

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ବିରୁଷ୍କାଙ୍କ ବିବାହ ବାର୍ଷିକୀ

ମୁମ୍ବାଇ,୧୧।୧୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ମଙ୍ଗଳବାର ଏକ ବର୍ଷ ପୂରିଛି। 

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ଭାରତ ଏ’ ଦଳର କ୍ଲିନ ସୁଇପ୍‌

ମାଉଣ୍ଟ ମାଉଙ୍ଗାନୁଇ,୧୧।୧୨- ଏଠାରେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ଭାରତ ଏ’ ୭୫ ରନ୍‌ରେ ଜିତି ନେଇଛି। 

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଶ୍ରୀଲଙ୍କା ଅଫ୍‌ ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ,୧୧।୧୨- ଶ୍ରୀଲଙ୍କା ଦଳର ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ତ୍ରୁଟିପୂର୍ଣ୍ଣ ବୋଲିଂ ଶୈଳୀ ଯୋଗୁ ବାସନ୍ଦ କରାଯାଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର କୁହାଯାଇଛି। 

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ରୁଟ୍‌ଙ୍କୁ ଅତିକ୍ରମ କଲେ ପୂଜାରା

ଦୁବାଇ,୧୧।୧୨- ଆଡିଲେଡ୍‌ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଶେଷ ହେବା ପରେ ଆଇସିସି ପକ୍ଷରୁ ଖେଳାଳିଙ୍କ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି। 

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌  ବ୍ୟବସ୍ଥା

ବିବିଏଲ୍‌ରେ ସ୍ବତନ୍ତ୍ର ଟସ୍‌ ବ୍ୟବସ୍ଥା

ମେଲବୋର୍ନ,୧୧।୧୨- ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ଟୁର୍ନାମେଣ୍ଟ ତଥା ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ଆୟୋଜକମାନେ ଏକ କୌତୂହଳପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌  ପ୍ରତିଯୋଗିତା ଉଦ୍‌ଯାପିତ

ରାଜ୍ୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ଜଟଣୀ,୧୧।୧୨(ଡି.ଏନ୍‌.ଏ): ଜଟଣୀ କୁଦିଆରୀରେ ଆୟୋଜିତ ରାଜ୍ୟସ୍ତରୀୟ ମହିଳାପୁରୁଷ ଥ୍ରୋ ବଲ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ଓ ଜଟଣୀ ଥ୍ରୋ ବଲ୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୨୦ଟି ଜିଲାରୁ ପୁରୁଷ ଓ ୧୬ଟି ଜିଲାରୁ ମହିଳା ଥ୍ରୋ ବଲ ଦଳ ଅଂଶଗ୍ରହଣ କରିଥିଲେ। 

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସିକେ ନାଇଡୁ ଟ୍ରଫି: ରେଲୱେର ବିଶାଳ ସ୍କୋର : ସହିମ୍‌,ଦିନେଶଙ୍କ ଅପରାଜିତ ଶତକ

ସମ୍ବଲପୁର, ୧୧।୧୨ (ବ୍ୟୁରୋ)ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସି.କେ. ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚର ତୃତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭ୍ରମଣକାରୀ ରେଲୱେ ଦଳ ୩ ଉଇକେଟରେ ୪୦୨ ରନ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି ।