ମେଟ୍ରୋ |

ମାନସ ଜେନା ହେଲେ ଓଡ଼ିଶା ଲଳିତକଳା ଏକାଡେମୀ ସଚିବ

ମାନସ ଜେନା ହେଲେ ଓଡ଼ିଶା ଲଳିତକଳା ଏକାଡେମୀ ସଚିବ
ଭୁବନେଶ୍ୱର,୨୪।୧(ବ୍ୟୁରୋ)-ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀର ନୂତନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଚିତ୍ରଶିଳ୍ପୀ ମାନସ ଜେନା। ଏ ନେଇ ଗତ ୧୯ତାରିଖରେ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବି.କେ. ଆର୍ଟ କଲେଜର ଅଧ୍ୟାପକ ତଥା ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ଜେନା ବୁଧବାର ଏକାଡେମୀ ଯାଇ କାର୍ଯ୍ୟରେ ଯୋଗଦେବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଗତ ୩ ଦଶନ୍ଧି ଧରି ଚିତ୍ରକଳା କ୍ଷେତ୍ରରେ କାର୍ଯ୍ୟ କରିଥିବା ମାନସ ଜେନା ରାଜ୍ୟରେ ଶିଳ୍ପୀମାନଙ୍କର ଉନ୍ନତି ନିମନ୍ତେ ବିଶେଷଭାବେ କାମ କରିଛନ୍ତି। ଚିତ୍ରକଳାରେ ଦକ୍ଷତା ଲାଗି ତାଙ୍କୁ ରାଜ୍ୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁଖ୍ୟାତି ମିଳିଛି। ଏଥିପାଇଁ ଏକାଧିକ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି। ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଦୁଇଥର ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟ ପାଇଛନ୍ତି। ଏକାଡେମୀର ସଚିବ ଭାବେ ଦାୟିତ୍ୱ ନେବା ପରେ ଏକାଡେମୀ ସଭାପତି ତଥା ପଦ୍ମବିଭୂଷଣ ଶିଳ୍ପୀ ଡ. ରଘୁନାଥ ମହାପାତ୍ରଙ୍କ ସମେତ ରାଜ୍ୟର ବହୁ ଜଣାଶୁଣା ଚିତ୍ରଶିଳ୍ପୀ ଏବଂ ଏକାଡେମୀର କର୍ମକର୍ତ୍ତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସରକାର ତାଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ସର୍ବପୁରାତନ ସଂସ୍ଥାର ସଚିବ ଭାବେ ଦାୟିତ୍ୱ ଦେଇଥିବାରୁ ବିଭାଗୀୟ ନିର୍ଦ୍ଦେଶକ, କମିଶନର ତଥା ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜେନା କୃତଜ୍ଞତା ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଏକାଡେମୀର ସଚିବ ପଦବୀ ସହ ବି.କେ. ଆର୍ଟ କଲେଜର ଅଧ୍ୟାପନା କାର୍ଯ୍ୟ ମଧ୍ୟ ତୁଲାଇବେ। ଗତ ଡିସେମ୍ବର ୭ରେ ଏକାଡେମୀ ସଚିବଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ବର୍ଷେ ହେବ ଏକାଡେମୀର ଉପସଭାପତି ପଦବୀ ଖାଲି ରହିଥିଲେ ମଧ୍ୟ ସେଥିପ୍ରତି ବିଭାଗ ଗୁରୁତ୍ୱ ଦେଉନି। ପୂର୍ବରୁ ଗଠିତ ଚୟନ କମିଟି ଜଣେ ଶିଳ୍ପୀଙ୍କୁ ସ୍ଥିର କରିଥିଲେ ବି ତାଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ।
All Right Reserved By

ମେଟ୍ରୋ |

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାର୍ଯ୍ୟକ୍ଷମ ହୋଇପାରୁନି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ: ମଙ୍ଗଳା ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ହନ୍ତସନ୍ତ, ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୨୪।୧(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ। ଏଣୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ରାଜ୍ୟ ବାହାରୁ ଦୈନିକ ଶହ ଶହ ପର୍ଯ୍ୟଟକ କାକଟପୁରକୁ ଆସିଥାଆନ୍ତି। ପର୍ଯ୍ୟଟନ ଋତୁ ବିଶେଷକରି ଚୈତ୍ର ମାସରେ ମା’ଙ୍କ ପ୍ରସିଦ୍ଧ ପର୍ବ ଝାମୁଯାତ୍ରା ଓ ଦଶହରାର ପାର୍ବଣ ପୂଜା ସମୟରେ ପ୍ରତ୍ୟହ ହଜାର ହଜାର ପର୍ଯ୍ୟଟକଙ୍କ ଏଠାରେ ସମାଗମ ହୋଇଥାଏ।

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି: ଭୁବନେଶ୍ୱର-ଝାରସୁଗୁଡ଼ା-ରାଉରକେଲାକୁ ଶତାବ୍ଦୀ ଏକ୍ସପ୍ରେସ ଚଳାଅ

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ରେଲଓ୍ବେ ଓଡିଶାରୁ ପ୍ରଚୁର ରାଜସ୍ବ ନେଉଛି। ସେହି ତୁଳନାରେ ରେଳ ଭିତ୍ତିଭୂମି କିମ୍ବା ରେଳ ସେବା ନାହିଁ। ଭାରତୀୟ ରେଳକୁ ରାଜସ୍ବ ଯୋଗାଇବାରେ ଓଡିଶା ଏକ ବଡ ଅଂଶୀଦାର। ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ଓଡିଶା ଜାତୀୟ ହାରଠାରୁ ଊର୍ଦ୍ଧ୍ୱରେ ରହିଛି। 

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଆଉ ୨ ଦିନ କୁହୁଡ଼ି: ୨୬ରେ ପଶ୍ଚିମ, ଦକ୍ଷିଣ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଗତ କିଛିଦିନ ହେବ ଉପକୂଳ ଓଡିଶାକୁ କୁହୁଡି ଘେରି ରହୁଛି। ଆସନ୍ତା ୨୫ ତାରିଖ ଯାଏ କୁହୁଡି ରହିବ। 

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ନିର୍ବାଚନ ପାଇଁ ଚଳଚ୍ଚିତ୍ର ସାହାରା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ଫିଲ୍ମ ମାଧ୍ୟମରେ ଚାଲିଛି ନିର୍ବାଚନ ପ୍ରଚାର। ନିଜ ସଫଳତାର ପ୍ରଚାର ପ୍ରସାର ପାଇଁ ଫିଲ୍ମକୁ ମାଧ୍ୟମ କରୁଛନ୍ତି ରାଜନୈତିକ ଦଳ। 

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଏପ୍ରିଲ ୨୮ରେ ଓୟୁଏଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର, ୨୪ା୧(ବ୍ୟୁରୋ):ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ସମସ୍ତ ମହାବିଦ୍ୟାଳୟରେ ପ୍ରାକ୍‌ ସ୍ନାତ୍ତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ଏପ୍ରିଲ ୨୮ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

୨୯ରେ ଓଡ଼ିଶା ଆସୁଛନ୍ତି ଶାହ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୯ରେ ଓଡିଶା ଗସ୍ତରେ ଆସିବେ। କଟକ ଜିଲା ସାଲେପୁର କୁଲିଆଠାରେ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କ ସମାବେଶରେ ସେ ଯୋଗଦେବେ ା 

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

ଧାନକିଣାରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌

କଟକ ଅଫିସ, ୨୪ା୧:ଚାଷୀଙ୍କ ସ୍ବାର୍ଥକୁ ବଳିଦେଇ ସରକାରୀ ଅଧିକାରୀମାନେ କିଭଳି ମିଲର୍‌ ସ୍ବାର୍ଥକୁ ଅଗ୍ରାଧିକାର ଦେଇଛନ୍ତି ତାହାର ଏକ ପ୍ରମାଣ ସାମ୍ନାକୁ ଆସିଛି। କୋରାପୁଟ ଜିଲାରେ ହୋଇଛି ଏଭଳି ଦୁର୍ନୀତି।

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

କଥା- କାମରେ ଫରକ: ଅନୁକମ୍ପା ଘୋଷଣା ତୁରନ୍ତ, ଅର୍ଥ ମିଳୁନାହିଁ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡିଶାରେ ଅସାଧାରଣ ମୃତ୍ୟୁ ଘଟିଲେ କିମ୍ବା ପ୍ରାକୃତିକ ଦୁର୍ବିପାକରେ କ୍ଷୟକ୍ଷତି ହେଲେ ଆର୍ଥିକ ଅନୁକମ୍ପା(କମ୍ପେନସେସନ୍‌) ନିଶ୍ଚିତ। ସେହି କ୍ରମରେ ରାଜ୍ୟରେ ଏଭଳି କିଛି ଘଟଣା ଘଟିବା ମାତ୍ରେ ସରକାରଙ୍କ ପକ୍ଷରୁ କାଳବିଳମ୍ବ କରାଯାଉନାହିଁ। 

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

୧୦ରୁ ଭାଜପାର ଜନ ଅଦାଲତ: ୨୧ ଲୋକ ସଭା ଆସନରେ ହେବ କାର୍ଯ୍ୟକ୍ରମ

କଟକ ଅଫିସ, ୨୪ା୧- ଫେବୃୟାରୀ ୧୦ରୁ ଭାଜପା ଆରମ୍ଭ କରିବ ଜନ ଅଦାଲତ କାର୍ଯ୍ୟକ୍ରମ। ରାଜ୍ୟର ୨୧ଟି ଲୋକ ସଭା ଆସନରେ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ କରାଯିବ। 

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

କଟକ ଅଫିସ, ୨୪ା୧- ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ପ୍ରତିଶତ ଶ୍ରେୟ ନେତାଜୀଙ୍କ ନାମରେ ଯାଉଛି। ବିଶ୍ୱର ବହୁ ଦାର୍ଶନିକ ଓ ଗବେଷକ ଏହି ମତ ଦେଉଛନ୍ତି।

କୋଟିପତି ନିର୍ବାହୀ ଯନ୍ତ୍ରୀ:ମିଳିଲା ୧ କୋଟି ୪୦ ଲକ୍ଷ ୫୯ହଜାର ୩୭୫ ଟଙ୍କାର ସମ୍ପତ୍ତି

କୋଟିପତି ନିର୍ବାହୀ ଯନ୍ତ୍ରୀ:ମିଳିଲା ୧ କୋଟି ୪୦ ଲକ୍ଷ ୫୯ହଜାର ୩୭୫ ଟଙ୍କାର ସମ୍ପତ୍ତି

 କଟକ ଅଫିସ, ୨୪ା୧- ଜୟପୁର ଜାତୀୟ ରାଜପଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। ବୁଧବାର ଭିଜିଲାନ୍ସ ଭୁବନେଶ୍ୱର ଓ କୋରାପୁଟ ଜିଲା ଜୟପୁରରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି। ନିର୍ବାହୀ ଯନ୍ତ୍ରୀ ପଣ୍ଡା ୧ କୋଟି ୪୦ ଲକ୍ଷ ୫୯ ହଜାର ୩୭୫ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।