Dharitri News
ରାଜ୍ୟ |

ବୈଜୟନ୍ତ ନିଲମ୍ବିତ

ବୈଜୟନ୍ତ ନିଲମ୍ବିତ ଭୁବନେଶ୍ୱର,୨୪।୧(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ବୁଧବାର ସାରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି। ଗତ ସପ୍ତାହେ ଧରି କେନ୍ଦ୍ରାପଡା ଏମ୍‌ପି ଏବଂ ତାଙ୍କ ସଂସଦୀୟ କ୍ଷେତ୍ରର ନେତାମାନଙ୍କ ସହ ଥିବା ମତଭେଦକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସାମାନ୍ୟ ପାଣିଟାଙ୍କି ଉଦ୍‌ଘାଟନ ଆଳରେ ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସମାଲୋଚନା କରିଥିଲେ। ସମସ୍ତ କଥାକୁ ବୁଲେଇ ବଙ୍କେଇ ତୃତୀୟ ମହଲା ଆଡକୁ ଟାଣୁଥିଲେ। ସପ୍ତାହକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଅନୁଧ୍ୟାନ ପାଇଁ ଉଷାଦେବୀ ଏବଂ ପ୍ରମିଳା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ପର୍ଯ୍ୟବେକ୍ଷକ ନିଜ ନିଜ ଦାୟିତ୍ୱରେ ଥିବା ଅଞ୍ଚଳକୁ ଯାଇ ତୃଣମୂଳସ୍ତରର କର୍ମୀଙ୍କୁ ଭେଟିଥିଲେ। ଏହି ସମୟରେ ଅଧିକାଂଶ ନେତା ବୈଜୟନ୍ତଙ୍କ ବିରୋଧରେ ମତ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ବୈଜୟନ୍ତ ୨୦୦୦-୦୬ ଏବଂ ୨୦୦୬-୦୯ ପର୍ଯ୍ୟନ୍ତ ବିଜେଡିରୁ ରାଜ୍ୟସଭା ସଦସ୍ୟ ଥିଲେ। ୨୦୦୯ରୁ ଏଯାବତ୍‌ ସେ ବିଜେଡିରୁ କେନ୍ଦ୍ରାପଡାର ଲୋକ ସଭା ସଦସ୍ୟ ରହିଆସିଛନ୍ତି। ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ ଘୋଷଣା କରିବା ବେଳେ ଏକାଧିକ କାରଣ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ଦଳୀୟ ଉପସଭାପତି ପାତ୍ର । ବୈଜୟନ୍ତ ଇମ୍ଫା କମ୍ପାନୀର ଉପସଭାପତି ରହି ବାର୍ଷିକ ଦରମା ଓ ଭତ୍ତା ବାବଦରେ ୧ କୋଟି ୪୫ ଲକ୍ଷ ୨୭ ହଜାର ୭ ଶହ ୪୭ ଟଙ୍କା ନେଉଛନ୍ତି। ଇମ୍ଫା (ପୂର୍ବରୁ ଆଇସିସିଏଲରେ ନାମିତ ) କମ୍ପାନୀକୁ ନେଇ ହଜାର ହଜାର କୋଟି ଟଙ୍କାର ଋଣ ଛା଼ଡ ଏବେ ବିବାଦ ଘେରରେ ରହିଛି। ସେହିପରି ୨୦୧୪ ନିର୍ବାଚନ ଜିତିବା ପରେ ଏମ୍‌ପି ପଣ୍ଡା ଲୋକ ସଭାର ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବା ନେଇ ଦଳୀୟ ନେତୃତ୍ୱ ଆଗରେ ଇଚ୍ଛା ପ୍ରକାଶ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ବିଜେଡି ପାଲାର୍ମେଣ୍ଟରେ ପ୍ରତିନିଧିତ୍ୱ କରୁଥିବା ଚତୁର୍ଥ ବୃହତ୍‌ ଦଳ ହୋଇଥିଲେ ମଧ୍ୟ ଏହି ପଦରୁ ବଞ୍ଚିତ ହୋଇପାରେ। ମାତ୍ର ଦଳ ପକ୍ଷରୁ ତାଙ୍କ ପାଇଁ ଯଦି ଲବି କରାଯାଏ, ତେବେ ଉପର ମହଲରେ ଆବଶ୍ୟକ ଲବି କରି ସେ ଏହି ପଦବୀ ହାତେଇ ପାରିବେ। ଏହି ଉପର ମହଲ ଲବିକୁ ନେଇ ରାଜନୀତି ଜୋର ଧରିଛି। ଗୋଟିଏ ପଟେ ରାଜ୍ୟ, ଦେଶ ଏବଂ ଅନ୍ୟପଟେ ଏକ ଶିଳ୍ପଗୋଷ୍ଠୀର ସ୍ବାର୍ଥ ମଧ୍ୟରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟକୁ ଆଖି ଆଗରେ ରଖି ତାଙ୍କୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କରିବାକୁ ଦଳ ମନା କରିଥିଲା। କେବଳ ଏତିକି ନୁହେଁ ବୈଜୟନ୍ତ ବିଭିନ୍ନ ସମୟରେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଏବଂ ବିରୋଧୀଙ୍କୁ ଲଗାତର ପ୍ରଶଂସା କରିବା ଦେଖାଯାଇଥିଲା। ସେହିପରି ସେ ଦଳର ପ୍ରତିଷ୍ଠାତା ସଦସ୍ୟ ବୋଲି କହିବା ସମ୍ପୂର୍ଣ୍ଣ ଅମୂଳକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସର୍ବୋପରି ଗତବର୍ଷ ଏହି ସମୟରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନମଣ୍ଡଳୀରେ ପ୍ରଚାର କରି ନ ଥିଲେ। ବରଂ ବିରୋଧୀ ଦଳର ପ୍ରାର୍ଥୀଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ। ଏହା ଦଳ ବିରୋଧୀ କାର୍ଯ୍ୟ କାମ ବୋଲି ଦଳ ଅନୁଭବ କରି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି ବୋଲି ଉପସଭାପତି ପାତ୍ର କହିଛନ୍ତି।

ରାଜ୍ୟ |

ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ଥିଏଟର ଅଲିମ୍ପିକ୍ସ

ଓଡ଼ିଶାରେ ପ୍ରଥମଥର ପାଇଁ ପ୍ରଦର୍ଶିତ ହେବ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ଅନ୍ତର୍ଜାତୟ ଥିଏଟର ଉତ୍ସବ ଅଷ୍ଟମ ଥିଏଟର ଅଲିମ୍ପିକ୍ସ। ପ୍ରଥମଥର ପାଇଁ ଏହା ଭାରତରେ ତାହା ପୁଣି ଓଡ଼ିଶାରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଚାଲିବ।

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ବ୍ରହ୍ମପୁର ଅଫିସ, ୨୦।୨: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ନିକଟସ୍ଥ କାକୁଡିଆ ଜଙ୍ଗଲରେ ମଙ୍ଗଳବାର ସକାଳ ୬.୧୦ ମିନିଟରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର ହୋଇଛନ୍ତି।

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ମ୍ୟୁଜିକ୍‌ ତାଙ୍କର ପ୍ୟାସନ। ମ୍ୟୁଜିକ୍‌ ପାଇଁ ସେ କୌଣସି ଇଲେକ୍ଟ୍ରୋନିକ ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି ନାହିଁ। ତକିଆଠାରୁ ଆରମ୍ଭ କରି, ସୁଟ୍‌କେସ୍‌, ରୋଷେଇ ବାସନକୁସନରୁ ସେ ସୃଷ୍ଟି କରନ୍ତି ମ୍ୟୁଜିକ୍‌।

ଅଗ୍ନିଶମ କେନ୍ଦ୍ରରେ ନିଯୁକ୍ତ ହେବେ ହୋମଗାର୍ଡ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ହୋମଗାର୍ଡମାନେ ପ୍ରତ୍ୟେକ କ୍ଷେତ୍ରରେ ପୋଲିସକୁ ସହଯୋଗ କରୁଛନ୍ତି। ଏବେ ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ସମୟ ଆସିଛି। ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ପାଇଁ ନୂତନ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା କରାଯାଇଛି, ଯାହା ଖୁବ୍‌ଶୀଘ୍ର ଲାଗୁ କରାଯିବ।

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର, ୧୯।୨(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହ଼ଞ୍ଚିଛି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ମଙ୍ଗଳବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଭଞ୍ଜନଗର,୧୯।୨(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ଦେଖାଦେଉଛି। ଏଠାରେ ଥିବା ଜଣେ ଡାକ୍ତର ସ୍ତ୍ରୀଙ୍କ ଦୁର୍ବ୍ୟବହାରରେ ଲୋକେ ଅତିଷ୍ଠ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସୋମବାର ଡାକ୍ତର ଦମ୍ପତିଙ୍କୁ ତାଲା ପକାଇ ଧାରଣା ଦେଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ତାତି ବଢ଼ିବା ସହିତ ରାଜ୍ୟର କେତେକ ଭାଗକୁ ଘନ କୁହୁଡ଼ି ଆଚ୍ଛାଦିତ କରିବ। ଆସନ୍ତା ୨୪ ତାରିଖ ଯାଏ ଉପକୂଳ ସମେତ ରାଜ୍ୟର କେତେକ ସ୍ଥାନରେ ଘନକୁହୁଡି ଘେରି ରହିବ। ପାହାନ୍ତାରୁ ସକାଳ ୯ ଯାଏ କୁହୁଡ଼ିର ପ୍ରକୋପ ରହିବ। ୨୦୦ ମିଟରରୁ ଅଧିକ ଦୂର ଦେଖିବା ସମ୍ଭବ ହେବ ନାହିଁ।

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଟୋଲ୍‌ ଟିକସ କିଏ ଦେବେ । ବସ୍‌ ମାଲିକ ନା ରାଜ୍ୟ ସରକାର ଏ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବସ୍‌ ମାଲିକମାନେ ଟିକସ ବୋଝ ବୋହିବାକୁ ରାଜି ନ ଥିବା ବେଳେ ରାଜ୍ୟ ସରକାର ଏହି ବୋଝ ଯାତ୍ରୀଙ୍କ ଉପରେ ଲଦିବାକୁ ଯୋଜନା କରିଛନ୍ତି।