ରାଜ୍ୟ |

ରାସ୍ତାରେ ଗୋଡ଼ାଇ ହାଣିଲେ

ରାସ୍ତାରେ ଗୋଡ଼ାଇ ହାଣିଲେ

ବାଲେଶ୍ୱର ଅଫିସ,୨୪।୧: ବାଲେଶ୍ୱର ସହର ଏବେ ଗ୍ୟାଙ୍ଗଷ୍ଟରଙ୍କ କବ୍ଜାରେ। ଗତ ୨୫ ଦିନ ଭିତରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଗୁଳି ଫୁଟୁଛି। ବୁଧବାର ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ୨ଜଣ ଦୁର୍ବୃତ୍ତ ତେଲେଙ୍ଗା କଟୁରିରେ ଗୋଡାଇ ଗୋଡାଇ ହାଣିବା ଘଟଣା ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି। ସେ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତମାନେ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ଟ୍ରାଫିକ ପୋଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବରୁ ଘଟିଥିବା ହତ୍ୟା ଘଟଣାରେ ପ୍ରତିଶୋଧ ନେବା ସକାଶେ ଏଭଳି ଆକ୍ରମଣ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଭୁଶୁଡି ପଡିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି।
ସମୟ ଅପରାହ୍ନ ଦେଢଟା। ବାଲେଶ୍ୱର ସହର ଶୋଭାରାମପୁର ଗ୍ରାମର କୁନୁ ଓରଫ୍‌ ତନ୍ମୟ ପଣ୍ଡା ଏକ ବାଇକ୍‌ ଯୋଗେ କୁରୁଡ଼ାରୁ ବାଲେଶ୍ୱରକୁ ଫେରୁଥିବା ବେଳେ ଅନ୍ୟ ଏକ ବାଇକ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ବାଲେଶ୍ୱର ଆଇନ ମହାବିଦ୍ୟାଳୟ ନିକଟରେ ତାଙ୍କ ପଛପଟୁ ତେଲେଙ୍ଗା କଟୁରିରେ ଆକ୍ରମଣ କରିଥିଲେ। ବଞ୍ଚତ୍ବା ପାଇଁ କୁନୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଫିଲ୍ମ ଷ୍ଟାଇଲ୍‌ରେ ୧୫ ମିନିଟ୍‌ କାଳ ବାଇକ୍‌ରେ ତାଙ୍କ ଚାରିପାଖ ଘୂରି ଆକ୍ରମଣ କରିଥିଲେ। ଏଥିରେ କୁନୁଙ୍କ ମୁଣ୍ଡ, କାନ, ନାକ, ଆଖି, ହାତ, ପିଠି କ୍ଷତବିକ୍ଷତ ହୋଇଥିଲା। ସେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼କୁ ଦେଖି ଦୁର୍ବୃତ୍ତମାନେ ୨ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ବାଇକ୍‌ରେ ଫେରାର୍‌ ହୋଇଯାଇଥିଲେ। ଟ୍ରାଫିକ୍‌ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଶିଳ୍ପାଞ୍ଚଳ ଥାନା, ସଦର ଥାନା, ସହଦେବଖୁଣ୍ଟା ଥାନା, ଟାଉନ୍‌ ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛିା। ହେଲେ କୌଣସି ଅପରାଧୀଙ୍କ ଟେର୍‌ ପାଇ ନ ଥିବାର ଜଣାପଡ଼ିଛି।
୨୦୧୬ ମସିହା ଡିସେମ୍ବରରେ କୁଖ୍ୟାତ ଅପରାଧୀ ଖାସୁଆଙ୍କୁ କେତେକ ଦୁର୍ବୃତ୍ତ ହତ୍ୟା କରିଥିଲେ। ସେଥିରେ ମୁଖ୍ୟ ଆସାମୀ ଭାବେ ପାପା ପଣ୍ଡା ଓ ତାଙ୍କ ଭାଇ କୁନୁ ପଣ୍ଡାଙ୍କୁ ପୋଲିସ ଗିରଫ ହୋଇଥିଲେ। କୁନୁ ପଣ୍ଡା ଏବେ କିଛି ଦିନ ହେଲା ଜାମିନରେ ଆସିଥିଲେ। ପୂର୍ବ ଶତ୍ରୁତାରୁ ଖାସୁଆ ଗ୍ୟାଙ୍ଗ୍‌ର ଲୋକମାନେ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଆଇଟିଆଇ ଛକରୁ ତାମୁଳିଆ ଗେଟ୍‌ ମଧ୍ୟରେ ଅପରାଧୀମାନେ ବାରମ୍ବାର ଗୁଳି ଫୁଟାଇ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ୨୦୧୭ ଡିସେମ୍ବର ୩୧ ତାରିଖ ରାତି ୨ଟା ବେଳେ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଦୁର୍ବୃତ୍ତମାନେ ୨ ରାଉଣ୍ଡ ଗୁଳି ଫୁଟାଇବା ସହ ଗୋଟିଏ ବାଇକ୍‌ ପୋଡ଼ି ଦେଇଥିଲେ। ସେହିପରି ଗତ ଜାନୁୟାରୀ ୧୯ ତାରିଖ ସନ୍ଧ୍ୟାରେ ଓରିପ୍ଲାଷ୍ଟ ଫ୍ୟାକ୍ଟ୍ରି ସମ୍ମୁଖରେ ଦୁର୍ବୃତ୍ତମାନେ କୁକୁଡ଼ା ଲଢ଼େଇ କରି ଫେରୁଥିବା ଗଦା ହେମ୍ବ୍ରମ
ନାମକ ଯୁବକଙ୍କୁ ଗୁଳି ମାରିଥିଲେ। ସେ ଏବେ ସଙ୍କଟାପନ୍ନ ଅବସ୍ଥାରେ କଟକ ମେଡ଼ିକାଲରେ ଚିକିତ୍ସାଧୀନ। ବାରମ୍ବାର ଏଭଳି ଘଟଣା ପାଇଁ ଜନସାଧାରଣ ପୋଲିସ୍‌ର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।
ସମ୍ପର୍କରେ ବାଲେଶ୍ୱର ଏସ୍‌.ପି. ନୀତିଶେଖର କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ବାରମ୍ବାର କ୍ରାଇମ୍‌ ହେଉଛି। ସମସ୍ତ ଘଟଣାର ତଦନ୍ତ ଚାଲିଛି। ଏହାପରେ ଉକ୍ତ ଅଞ୍ଚଳରେ ଏକ ପୋଲିସ ବିଟ୍‌ ହାଉସ୍‌ ଖୋଲାଯିବା ପାଇଁ ଯୋଜନା କରାଯାଉଛି।

All Right Reserved By

ରାଜ୍ୟ |

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)-ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜନ କରି ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଥିବା ଓଡ଼ିଶା ଏବେ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର ଆୟୋଜକ ଭାବେ ଇତିହାସ ରଚିବାକୁ ଯାଉଛି।

ଜାତୀୟ ଜଳବାୟୁ ଚାମ୍ପିୟନ ଆଖ୍ୟା ପାଇଲେ ଓଡ଼ିଶାର ସାତ୍ତ୍ୱିକ

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସୋସିଓଲୋଜି ବିଭାଗ ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ତରଫରୁ ଆୟୋଜିତ ‘ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ’ ଶ୍ରୀର୍ଷକ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ଆମ ଶିକ୍ଷା ପରିବେଶରେ ସମସ୍ତ ଭଲ ଜିନିଷ ଯେପରିକି ଶିକ୍ଷା ପ୍ରଣାଳୀ ହେଉ କିମ୍ବା କିଛି ନୂତନ ତଥା ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିଲ ସ୍ବରୂପ ଇଂଲିଶ୍‌ ମିଡିୟମ ସ୍କୁଲ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

‘ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ନିଜ ଗାଁର ଭାବି ନ୍ୟାୟ ଦେବାକୁ ଗୁରୁତ୍ୱ ଦେଇଥାଏ’ ୧୯୮୭ ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ ଡ. ଉଦ୍ଧବ ଚନ୍ଦ୍ର ମାଝି। କଳାହାଣ୍ଡିରୁ ଟ୍ରେନିଂ ରିଜର୍ଭ ଅଫିସର ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ।

ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁ ଶ୍ରମିକ ଉଦ୍ଧାର: ଘରେ ରଖି ନିର୍ଯାତନା ଦେଉଥିଲେ ଡିସିପିଓ

ଭୁବନେଶ୍ୱର,୧୯।୬ (ବ୍ୟୁରୋ)- ଜଣେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ୮ବର୍ଷର ଜଣେ ନାବାଳିକାଙ୍କୁ ନିଜ ଘରେ ରଖି ନିର୍ଯାତନା ଦେଇ ଆସୁଥିବା ଘଟଣା ପଦାକୁ ଆସିଛି। ପୋଲିସ ଓ ଚାଇଲ୍ଡ ଲାଇନ ଉକ୍ତ ନାବାଳିକାଙ୍କୁ ରବିବାର ରାତିରେ ଭୁବନେଶ୍ୱର ଷ୍ଟେଶନରୁ ଉଦ୍ଧାର କରିଛି।

ଅବକାରୀ କାର୍ଯ୍ୟାଳୟ ଘେରାଉ

ଅବକାରୀ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଅଫିସ,୧୯।୬ ଢେଙ୍କାନାଳ ଜିଲା ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର ୪ଟି ଗ୍ରାମରେ ନିଶା କାରବାର ବୃଦ୍ଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

କଣିହାଁ,୧୯।୬(ଡି.ଏନ.ଏ.) କଣିହାଁ ବ୍ଲକ କମରେଇ ପଞ୍ଚାୟତ ତେଲିସିଂହା ଗ୍ରାମରେ ୧୧ ତାରିଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବବଧୂ ସ୍ବାଗତିକା ସାହୁ(ପିଙ୍କି)ଙ୍କ ସୋମବାର ମୃତ୍ୟୁ ଘଟିଛି।

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ଅନୁଗୋଳ ଅଫିସ୍‌,୧୯।୬ ଅନୁଗୋଳ ବ୍ଲକ ବେଣାଗାଡ଼ିଆ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଥିବା ବେଳେ ଲୋ ଭୋଲଟେଜ୍‌ ସମସ୍ୟା ରହିଛି। ଏହାର ପ୍ରତିବାଦରେ ଗ୍ରାମର ମହିଳା ଓ ପୁରୁଷମାନେ ସୋମବାର ଅନୁଗୋଳ ସେସୁ ଅଫିସ୍‌ ଘେରାଉ କରିଥିଲେ।

ଅଟକିଛି ଧାନବୁଣା, ତଳିପକା

ଅଟକିଛି ଧାନବୁଣା, ତଳିପକା

ଢେଙ୍କାନାଳ ଅଫିସ,୧୯।୬ରାଜ୍ୟରେ ମୌସୁମୀ ଆଗମନ ସତ୍ତ୍ୱେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରାୟ ସବୁ ସ୍ଥାନରେ ଅଗ୍ନିବର୍ଷା ଯୋଗୁ ଜନଜୀବନ ହନ୍ତସନ୍ତ ହେଉଛି।

ସମବାୟ ସମିତିରେ ଉତ୍ତେଜନା

ସମବାୟ ସମିତିରେ ଉତ୍ତେଜନା

ଛେଣ୍ଡିପଦା,୧୯ା୬, (ଡି.ଏନ.ଏ.)/(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ପଞ୍ଚାୟତରେ ଚିନାବଦାମ ମଣ୍ଡି ଖୋଲାଯିବାରେ ବିଳମ୍ବକୁ ନେଇ ସୋମବାର ସମବାୟ ସମିତିରେ ଉତ୍ତେଜନା ଦେଖାଦେଇଛି।

ଅଣନିଃଶ୍ୱାସୀ କରୁଛି ପାଉଁଶ

ଅଣନିଃଶ୍ୱାସୀ କରୁଛି ପାଉଁଶ

କଣିହାଁ,୧୯।୬(ଡି.ଏନ.ଏ.)ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅତିଷ୍ଠ କରୁଥିବାବେଳେ ଅନୁଗୋଳ ଜିଲା କଣିହାଁ ବ୍ଲକବାସୀ ପାଉଁଶରେ ଅଣନିଃଶ୍ୱାସୀ ହେଉଛନ୍ତି। ଗତ ୨ ଦିନ ହେଲା ଏନ୍‌ଟିପିସି ପ୍ରକଳ୍ପର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ଉଡ଼ୁଛି।

କୌଣସି ବୃତ୍ତି ଛୋଟ ନୁହେଁ

କୌଣସି ବୃତ୍ତି ଛୋଟ ନୁହେଁ

ତାଙ୍କ ଜନ୍ମ ପଶ୍ଚିମବଙ୍ଗର ହଳଦିଆ ମେଦିନିପୁର ଅଞ୍ଚଳରେ। କର୍ମଭୂମି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାହାଡ଼ା-ଅଣ୍ଡରାଇ। ୪୫ ବର୍ଷ ତଳେ ଏଠାକୁ ଆସି ଜୀବନ ଜୀବିକାର ବାଟ ଖୋଜି ପାଇଛନ୍ତି ଲାଲମୋହନ ନାୟକ। ଭଲ ପାଇ ପ୍ରବାସକୁ କରିଛନ୍ତି ଆପଣାର।

Model This Week

ପ୍ରଭାତ