ମେଟ୍ରୋ |

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ସିସିଟିଭି ନଜରରେ ରହିବ ଗାନ୍ଧୀମାର୍ଗ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ସିସିଟିଭି ନଜରରେ ରହିବ ଗାନ୍ଧୀମାର୍ଗ
ଭୁବନେଶ୍ୱର, ୨୪।୧(ବ୍ୟୁରୋ)- ଦିନକ ପରେ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଆୟୋଜିତ ହେବାକୁ ଥିବା ପରେଡ୍‌ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପରେଡ୍‌ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପରେଡ୍‌ ସ୍ଥଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ କମିଶନର ଓ୍ବାଇ. ବି. ଖୁରାନିଆ କହିଛନ୍ତି। ଖୁରାନିଆ କହିଛନ୍ତି ଯେ, କୌଣିସ ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ରାଜଧାନୀରେ ୨୫ ପ୍ଲାଟୁନ୍‌ ପୋଲିସ, କୁଇକ୍‌ ଆକ୍ସ ଟିମ୍‌ ସମେତ ୧୫୦ରୁ ଊର୍ଦ୍ଧ୍ୱ ଅଫିସର ନିଯୋଜିତ ହେବେ। ନିକିନିକି ସମସ୍ତ ବ୍ୟବସ୍ଥାକୁ ଠିକ୍‌ ଭାବେ ପରଖିବା ପାଇଁ ସମ୍ପୂର୍ଣ୍ଣ ପରେଡ ସ୍ଥଳକୁ ସିସିଟିଭି ନଜରରେ ରଖାଯାଇଛି। ଏଥିସହିତ ବୋମା ନିଷ୍ଟ୍ରିୟକାରୀ ଦଳ ମଧ୍ୟ ମୁତୟନ ହେବେ। ଆପାତ୍ତକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଜାତୀୟ ସୁରକ୍ଷା ବାହାନୀ(ଏନ୍‌ଏସ୍‌ଜି) ମୁତୟନ ହେବେ। ସୁରକ୍ଷା ଦୃଷ୍ଟି କୋଣରୁ ସେମାନଙ୍କୁ ଷ୍ଟାଣ୍ଟ ବାଏରେ ରଖାଯାଇଛି। କୌଣସି ଆତଙ୍କବାଦୀ ଆକ୍ରମଣ କିମ୍ବା ଅଘଟଣ ଘଟିବା ଆଶଙ୍କା ନ ଥିବା ଗୋଇନ୍ଦା ପକ୍ଷରୁ ସୂଚନା ମିଳିଥିବା ଖୁରାନିଆ କହିଛନ୍ତି। ପରେଡରେ ରାଜଧାନୀର ସ୍କୁଲ, କଲେଜ ସମେତ ମୋଟ ୬୬ଟି ଟ୍ରୁପ ଏବଂ ୭ଟି ପ୍ରଜ୍ଞାପନ ମେଢ ସାମିଲ ହେବ। ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
All Right Reserved By

ମେଟ୍ରୋ |

ମଙ୍ଗଳାଙ୍କ ମନ୍ଦିର ସେବାୟତ ସମିତିର ଆନ୍ଦୋଳନ ପ୍ରତ୍ୟାହୃତ: ସନ୍ଧ୍ୟାରୁ ଭକ୍ତଙ୍କ ଭୋଗଲାଗି ସ୍ବାଭାବିକ

ମଙ୍ଗଳାଙ୍କ ମନ୍ଦିର ସେବାୟତ ସମିତିର ଆନ୍ଦୋଳନ ପ୍ରତ୍ୟାହୃତ: ସନ୍ଧ୍ୟାରୁ ଭକ୍ତଙ୍କ ଭୋଗଲାଗି ସ୍ବାଭାବିକ

କାକଟପୁର, ୧୮।୯(ଡି.ଏନ୍‌.ଏ.): କାକଟପୁର ପୋଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ କାକଟପୁରସ୍ଥିତ ମଙ୍ଗଳା ମନ୍ଦିରର ସେବାୟତ ସମିତି ପକ୍ଷରୁ ସୋମବାର ପ୍ରାତଃରୁ ଚାଲିଥିବା ଆନ୍ଦୋଳନ ମଙ୍ଗଳବାର ଅପରାହ୍ନରେ ପ୍ରତ୍ୟାହୃତ ହୋଇଛି। ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ରୋଜିନା ଦାଶ ଘଟଣା ସମ୍ପର୍କରେ ଅପରାହ୍ନରେ ପୁରୀ ଜିଲାପାଳଙ୍କ ସହିତ ସବିଶେଷ ଆଲୋଚନା କରି ସେବାୟତମାନଙ୍କ ଦାବି ସମ୍ପର୍କରେ ଅବଗତ କରାଇଥିଲେ। 

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଡିଆଇଜି ପାହ୍ୟା ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଡିଆଇଜି ପାହ୍ୟା ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ, ୧୮।୯: ପୋଲିସ-ଆଇନଜୀବୀ ବିବାଦ ଘଟଣାର ଉଚ୍ଚପଦସ୍ଥ ଡିଆଇଜି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ପାଇଁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଧ୍ୟାପକ-ଶିକ୍ଷକ ଗାଁ ମୁହାଁ: ପଦଯାତ୍ରା କରି ଜଣାଇଲେ ଆନ୍ଦୋଳନର କାରଣ, ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଅଧ୍ୟାପକ-ଶିକ୍ଷକ ଗାଁ ମୁହାଁ: ପଦଯାତ୍ରା କରି ଜଣାଇଲେ ଆନ୍ଦୋଳନର କାରଣ, ଆନ୍ଦୋଳନରେ ସାମିଲ ହେଲେ ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୧୮।୯: ମଙ୍ଗଳବାର ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ ମିଳିତ ମଞ୍ଚର ଖୋର୍ଦ୍ଧା ବ୍ଲକ ଶାଖା ପକ୍ଷରୁ ଖୋର୍ଦ୍ଧା ବ୍ଳକ କେରଙ୍ଗ, କୁମ୍ବିଲ, ମଲ୍ଲୀପୁର, ହଳଦିଆ, ଟାଙ୍ଗିଆପଡା ପଞ୍ଚାୟତର ଗାଁ ଗୁଡିକୁ ଅଧ୍ୟାପକ ଓ ଶିକ୍ଷକମାନେ ପଦଯାତ୍ରାରେ ଯାଇ ଗାଁଲୋକଙ୍କୁ ଆନ୍ଦୋଳନର କାରଣ ବୁଝାଇଛନ୍ତି। 

ଆମିକସ୍‌କ୍ୟୁରିଙ୍କ ଗସ୍ତନେଇ ପ୍ରସ୍ତୁତି ବୈଠକ

ଆମିକସ୍‌କ୍ୟୁରିଙ୍କ ଗସ୍ତନେଇ ପ୍ରସ୍ତୁତି ବୈଠକ

ପୁରୀ ଅଫିସ, ୧୮।୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାରନେଇ ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌। 

ବିଧାନସଭାରେ ହଟ୍ଟଗୋଳ: ବୈଜୟନ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ ଦାବି

ବିଧାନସଭାରେ ହଟ୍ଟଗୋଳ: ବୈଜୟନ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ ଦାବି

ଭୁବନେଶ୍ୱର, ୧୮।୯(ବ୍ୟୁରୋ): ବିରୋଧୀ ଓ ଶାସକ ଦଳ ପୃଥକ ପୃଥକ ଘଟଣାକୁ ନେଇ ମଙ୍ଗଳବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଗତ ୨୦ ଦିନ ଧରି ଆଇନଜୀବୀ ଚଳାଇଥିବା ଆନ୍ଦୋଳନ ଓ ହାଇକୋର୍ଟ ସମେତ ତଳକୋର୍ଟଗୁଡିକରେ କାର୍ଯ୍ୟ ପ୍ରଭାବିତ ହୋଇଥିବା ପ୍ରସଙ୍ଗ କଂଗ୍ରେସ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିବା ବେଳେ ଭାଜପା ସମବାୟ ବିଭାଗରେ ହୋଇଥିବା ୮ଶହ କୋଟି ଟଙ୍କା ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛି। 

ଏମାର ମଠର ୭ ଦୋକାନ ପୁଣି ସିଲ୍‌

ଏମାର ମଠର ୭ ଦୋକାନ ପୁଣି ସିଲ୍‌

ପୁରୀ ଅଫିସ,୧୮।୯: ଶ୍ରୀମନ୍ଦିର ସମ୍ମୁଖରେ ରହିଛି ଏମାର ମଠ। ମଠ କୋଠାରେ ୭ଟି ଦୋକାନ ଗୃହ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମଙ୍ଗଳବାର ପିକେଡିଏ ପକ୍ଷରୁ ଉକ୍ତ ଦୋକାନଗୁଡିକୁ ସିଲ୍‌ କରାଯାଇଛି। 

ମଙ୍ଗଳା ମନ୍ଦିରରେ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର, ମାଡ଼ ଘଟଣା: ସେବାୟତରଙ୍କ ଆନ୍ଦୋଳନ ଜାରି, ନିରାଶରେ ଫେରୁଛନ୍ତି ଭକ୍ତ

ମଙ୍ଗଳା ମନ୍ଦିରରେ ମହିଳା ଭକ୍ତଙ୍କୁ ଦୁର୍ବ୍ୟବହାର, ମାଡ଼ ଘଟଣା: ସେବାୟତରଙ୍କ ଆନ୍ଦୋଳନ ଜାରି, ନିରାଶରେ ଫେରୁଛନ୍ତି ଭକ୍ତ

କାକଟପୁର, ୧୮।୯(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ମଙ୍ଗଳା ମନ୍ଦିରରେ ରବିବାର  ଜନୈକ ମହିଳା ଭକ୍ତଙ୍କୁ  ଦୁର୍ବ୍ୟବହାର  ଓ ମାଡ଼ ମାରିବା ଅଭିଯୋଗରେ ପୋଲିସ ୩ ସେବାୟତଙ୍କୁ ଗିରଫ କରିଥିଲା।

ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା

ପ୍ଲାଷ୍ଟିକ ମୁକ୍ତ ସଚେତନତା ଶୋଭାଯାତ୍ରା

ପୁରୀ ଅଫିସ,୧୮।୯: ଆଗାମୀ ଅକ୍ଟୋବର୨ ରୁ ପ୍ଲାଷ୍ଟିକ ବ୍ୟବହାରକୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପୁରୀ ଜିଲା ପ୍ରଶାସନ ଆନୁକୂଲ୍ୟରେ ପ୍ଲାଷ୍ଟିକ, ପଲିଥିନ ଏବଂ ଥର୍ମୋକୁଲ ବ୍ୟବହାର ନିଷେଧ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା

ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସର ସୁରକ୍ଷା ଚିନ୍ତା

ଭୁବନେଶ୍ୱର,୧୮।୯(ବ୍ୟୁରୋ)- ଆଗକୁ ଆସୁଛି ହକି ବିଶ୍ୱକପ୍‌। ଭୁବେନେଶ୍ୱରକୁ ବିଭିନ୍ନ ଦେଶର ଖେଳାଳି ଓ ଖେଳପ୍ରେମୀ ଏଠାକୁ ଆସିବେ। ତେଣୁ ରାଜଧାନୀରେ ଲୋକଙ୍କ ଗହଳି ବଢ଼ିବା ସହ ଟ୍ରାଫିକ୍‌ ସମସ୍ୟା ଉପୁଜିବ। ଏଭଳି ଆଶଙ୍କାକୁ ନେଇ କମିଶନରେଟ ପୋଲିସର ଚିନ୍ତା ବଢ଼ିଛି। 

ଆସିଲା ବ୍ୟବଚ୍ଛେଦ ରିପୋର୍ଟ :ମହିଳାଙ୍କୁ ମାଂସାସୀ ପ୍ରାଣୀ ମାରିଛି

ଆସିଲା ବ୍ୟବଚ୍ଛେଦ ରିପୋର୍ଟ :ମହିଳାଙ୍କୁ ମାଂସାସୀ ପ୍ରାଣୀ ମାରିଛି

ଭୁବନେଶ୍ୱର,(ବ୍ୟୁରୋ)/ ବନ୍ତଳା, ୧୮ା୯(ଡି.ଏନ୍‌.ଏ.) - ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହିଳାଙ୍କ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ସୋମବାର ଆସିଛି। ଜଙ୍ଗଲୀ ମାଂସାସୀ ପ୍ରାଣୀ ଆକ୍ରମଣ କରିଥିବା ଓ ୨୪ ଘଣ୍ଟା ମଧ୍ୟରେ ମହିଳାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। 

୩୩ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ: ଗଁ।  ବୁଲିଲେ, ଲୋକଙ୍କ ସମର୍ଥନ ଲୋଡ଼ିଲେ

୩୩ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଆନ୍ଦୋଳନ: ଗଁ। ବୁଲିଲେ, ଲୋକଙ୍କ ସମର୍ଥନ ଲୋଡ଼ିଲେ

ଭୁବନେଶ୍ୱର, ୧୮।୯(ବ୍ୟୁରୋ)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱରରେ ଚାଲିଥିବା ଆନ୍ଦୋଳନ ଗାଁମୁହାଁ ହୋଇଛି। ସୋମବାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପଦଯାତ୍ରାରେ ରାଜ୍ୟର ବିଭିନ୍ନ ଗାଁକୁ ଯାଇ ଘର ଘର ବୁଲିଛନ୍ତି। 

ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଘଟଣା: ଅରଖକୁଦା ସାମୁଦ୍ରିକ ଥାନାରେ ମାମଲା ରୁଜୁ

ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଘଟଣା: ଅରଖକୁଦା ସାମୁଦ୍ରିକ ଥାନାରେ ମାମଲା ରୁଜୁ

ପୁରୀ ଅଫିସ/ବ୍ରହ୍ମଗିରି, (ଡି.ଏନ.ଏ), ୧୮ା୯: ଚିଲିକାର ଅରଖକୁଦା ମୁହାଣରେ ହେଲିକପ୍ଟର ଉଡ଼ିବା ଘଟଣାରେ ମାମଲା ରୁଜୁ ହୋଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ସୋମବାର ଅରଖକୁଦା ସାମୁଦ୍ରିକ ଥାନାରେ ଏନେଇ ଅଭିଯୋଗ କରାଯାଇଛି। ଚିଲିକା ଉପରେ ବେନିୟମ ଭାବେ କମ୍‌ ଉଚ୍ଚତାରେ ଜୋର ଶବ୍ଦରେ ଏକ ଚପର  (ହେଲିକପ୍ଟର) ଉଡିଥିବା ସେଥିରେ ଦର୍ଶାଯାଇଛି। ସାମୁଦ୍ରିକ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି।