Dharitri News
ମେଟ୍ରୋ |

ମାଛ ଧରା ବିବାଦକୁ ନେଇ ଥାନା ଘେରାଉ

ମାଛ ଧରା ବିବାଦକୁ ନେଇ ଥାନା ଘେରାଉ କୃଷ୍ଣପ୍ରସାଦ, ୨୪।୧(ଡି.ଏନ୍‌.ଏ.), ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର କହୁଣିଆ ଚିଲିକାରୁ ମାଛ ଧରାକୁ କେନ୍ଦ୍ରକରି ଉପୁଜିଥିବା ବିବାଦର ସମାଧାନ ପାଇଁ ବୁଧବାର ଲୁଲୁ ସେନା ଓ ଭାଜପା ପକ୍ଷରୁ କୃଷ୍ଣପ୍ରସାଦ ଥାନା ଘେରାଉ କରାଯାଇଛି। ବିକ୍ଷୋଭକାରୀମାନେ ଥାନା ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଚିଲିକାକୁ ପାଟଣା ଗାଁକୁ ଦେବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ଜିଲା ପ୍ରଶାସକଙ୍କୁ ମଧ୍ୟ ଅବଗତ କରାଯାଇଛି। ପ୍ରକାଶ ଯେ, ମାଛ ଧରାକୁ କେନ୍ଦ୍ରକରି ଗତ ୧୪ ତାରିଖ ପାଟଣା ଏବଂ ଜମୁନା ଗାଁ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ଏ ନେଇ ସେହି ସମୟରେ ଉଭୟ ପକ୍ଷରୁ ପୃଥକ ପୃଥକ ଅଭିଯୋଗ ହୋଇଥିଲା। ତେବେ ପୋଲିସ କେବଳ ପାଟଣା ଗାଁର ୧୦ଜଣଙ୍କୁ ଗିରଫ କରିଥିବା ବେଳେ ଜମୁନା ଗାଁର କାହାରିକୁ ଗିରଫ କରିନାହିଁ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ମେଟ୍ରୋ |

ଏମ୍‌ସ ଡାକ୍ତରୀ ଛାତ୍ର ନିଖୋଜ ଘଟଣା: ରୁମ୍‌ରୁ ମିଳିଲା ଚିଠି, କଲିକତା ଯିବ ପୋଲିସ

ଏମ୍‌ସ ଡାକ୍ତରୀ ଛାତ୍ର ନିଖୋଜ ଘଟଣା: ରୁମ୍‌ରୁ ମିଳିଲା ଚିଠି, କଲିକତା ଯିବ ପୋଲିସ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ଏମ୍‌ସ ଭୁବନେଶ୍ୱରର ଡାକ୍ତରୀ ଛାତ୍ର ଜମ୍ମୁ କଶ୍ମୀର କୁପଓ୍ବାଡ଼ା ଜିଲାର ସୋହେଲ୍‌ ଆଇଜାକ୍‌ ନିଖୋଜ ଘଟଣାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତନାଘନା। ଗତ ୯ ତାରିଖରୁ ସେ ନିଖୋଜ ଥିବାବେଳେ ଶନିବାର ତାଙ୍କ ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ରବିବାର ସୋହେଲଙ୍କ ବାପା ଓ ଭାଇ ଡିସିପିଙ୍କୁ ଭେଟି ଘଟଣା ସଂକ୍ରାନ୍ତରେ ଆଲୋଚନା କରିବା ସହ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ଓଡ଼ିଶା ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକ ସଂଘର ବିଧାନସଭା ଘେରାଉ ୯ରେ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ପୁଣି ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକ ସଂଘ। ସରକାର ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ସଂଘ ଆସନ୍ତା ମାର୍ଚ୍ଚ ୯ରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଶିକ୍ଷା ସହାୟକଙ୍କ ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ଇନ୍‌କ୍ରିମେଣ୍ଟ ଦେବା ସହିତ ୩ଟି ଦାବି ନେଇ ସଂଘ ପକ୍ଷରୁ ନଭେମ୍ବର ୮ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲା। ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରି ଫେବୃୟାରୀ ୧ରେ ଉକ୍ତ ଦାବି ସଂକ୍ରାନ୍ତରେ ଆଲୋଚନା କରିବା ସହ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଫଳରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ସଂଘ। କିନ୍ତୁ ଏଯାଏ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ରବିବାର ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି। ସରକାରଙ୍କ ଶିକ୍ଷା ଓ ଶିକ୍ଷକ ମାରଣନୀତିକୁ ସଂଘର ନେତୃବୃନ୍ଦ ତୀବ୍ର ନିନ୍ଦା କରିଛନ୍ତି। ବୈଠକରେ ଶିକ୍ଷା ସହାୟକ ସଂଘର ସଭାପତି ମଳୟ କୁମାର ଜେନା, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ଥିଲେ।

ଡ୍ୟୁଟିବେଳେ ଶୋଇଥିଲେ ପୋଲିସ, ଭାଇରାଲ ହେଲା ଭିଡିଓ

ଡ୍ୟୁଟିବେଳେ ଶୋଇଥିଲେ ପୋଲିସ, ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ପୋଲିସ ବିଭାଗରେ ରାଜ୍ୟରେ ସବୁଠୁ ଦକ୍ଷ ଅଧିକାରୀ ଓ କର୍ମଚାରୀ କମିଶନରେଟ ପୋଲିସରେ ରହିଥିବା କୁହାଯାଏ। ଏଠାରେ ନିୟମ ସବୁଠୁ କଡାକଡି ଭାବେ ଲାଗୁ କରାଯାଉଥିବାବେଳେ କର୍ମଚାରୀମାନେ ମଧ୍ୟ ରାତିଦିନ ସବୁବେଳେ ସଜାଗ ଓ ତତ୍ପର ରହୁଥିବା ରାଜ୍ୟବାସୀଙ୍କର ଧାରଣା ରହିଛି। କିନ୍ତୁ ଅନେକ ଘଟଣା ଏବେ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ପଦାକୁ ଆଣିଛି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପୂରା ବିଭାଗ ବଦନାମର ବୋଝ ମୁଣ୍ଡାଇଛି। କେତେବେଳେ ପୋଲିସ ବାବୁମାନେ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଗଡୁଛନ୍ତି ତ ଆଉ କେତେବେଳେ ଖାମଖିଆଲ ମନୋଭାବ ଯୋଗୁ ସହରର ସୁରକ୍ଷା ବିପନ୍ନ ହେଉଛି। ଡ୍ୟୁଟି ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ଶୋଇବାର ଦୃଶ୍ୟ ଏବେ ଭାଇରାଲ୍‌ ହୋଇଛି।

ମୁକ୍ତାକାଶ ରଙ୍ଗମଞ୍ଚରେ ମ୍ୟୁଜିକାଲ ନାଇଟ୍‌: ମାଝିରେ ଗୀତରେ ଝୁମିଲେ ଦର୍ଶକ

ମୁକ୍ତାକାଶ ରଙ୍ଗମଞ୍ଚରେ ମ୍ୟୁଜିକାଲ ନାଇଟ୍‌: ମାଝିରେ ଗୀତରେ ଝୁମିଲେ ଦର୍ଶକ

ପୁରୀ ଅଫିସ, ୨୫।୨: ପୁରୀ ସାଂସ୍କୃତିକ ଗବେଷଣା କେନ୍ଦ୍ର ପକ୍ଷରୁ ରବିବାର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହୋଇଥିଲା ଅନୁଷ୍ଠାନର ତୃତୀୟ ବାର୍ଷିକ ମ୍ୟୁଜିକାଲ ନାଇଟ। ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଦିବଂଗତ ଅକ୍ଷୟ ମହାନ୍ତି ଓ ହିନ୍ଦୀ ସିନେମାର ସୁପରଷ୍ଟାର ଅଭିନେତା ଶଶି କପୁରଙ୍କୁ ସମର୍ପିତ ହୋଇଥିଲା

ଏଲିଫ୍ୟାଣ୍ଟ ପରେଡ୍‌: ଲଣ୍ଡନ ଯିବ ଓଡ଼ିଶାର କ୍ରିଷ୍ଣା ହାତୀ

ଏଲିଫ୍ୟାଣ୍ଟ ପରେଡ୍‌: ଲଣ୍ଡନ ଯିବ ଓଡ଼ିଶାର କ୍ରିଷ୍ଣା ହାତୀ

ପୁରୀ ଅଫିସ, ୨୫।୨: ବମ୍ବେରେ ଅନୁଷ୍ଠିତ ଏଲିଫ୍ୟାଣ୍ଟ ପରେଡରେ ସମସ୍ତଙ୍କ ହୃଦୟ ଜିତିଛି ଓଡ଼ିଶାର କ୍ରିଷ୍ଣା ହାତୀ। ଫାଇବରରେ ନିର୍ମିତ କ୍ରିଷ୍ଣା ଶରୀରରେ ଶୋଭାପାଉଛି ଓଡ଼ିଶାର ପାରମ୍ପରିକ ପଟଚିତ୍ରର ସୂକ୍ଷ୍ମ କାରିଗରି। ଜୁରୀଙ୍କ ମନ ଜିଣିବା ପରେ ଲଣ୍ଡନ ଯିବା ଲାଗି ଯୋଗ୍ୟତା ଅର୍ଜନ କରିଛି କ୍ରିଷ୍ଣା। କ୍ରିଷ୍ଣା ସହ ମୋଟ ୧୫ଟି ହାତୀ ଲଣ୍ଡନ ଯିବେ।

ସରିଲା ବିଚ୍‌ କାର୍ନିଭାଲ: ଆକର୍ଷଣ ସାଜିଲା ସିନେ ଆୱାର୍ଡ

ସରିଲା ବିଚ୍‌ କାର୍ନିଭାଲ: ଆକର୍ଷଣ ସାଜିଲା ସିନେ ଆୱାର୍ଡ

ପୁରୀ ଅଫିସ, ୨୫।୨: ପୁରୀ ବେଳାଭୂମିରେ ପାଞ୍ଚଦିନ ଧରି ଚାଲିଥିବା ଦ୍ୱିତୀୟ ବିଚ୍‌ କାର୍ନିଭାଲ ରବିବାର ଶେଷ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସିନେ ଆୱାର୍ଡ ପ୍ରମୁଖ ଆକର୍ଷଣ ସାଜିଥିଲା। ଜ୍ୟୋତି ନାୟକଙ୍କୁ ଶ୍ରେଷ୍ଠ ନାୟକ ଏବଂ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ନାୟିକା ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।

‘ମ୍ୟାରେଜ-ଓଲୋଜି’ ସ୍ତ୍ରୀ-ସ୍ବାମୀଙ୍କ ବିଭିନ୍ନ ରୂପ

‘ମ୍ୟାରେଜ-ଓଲୋଜି’ ସ୍ତ୍ରୀ-ସ୍ବାମୀଙ୍କ ବିଭିନ୍ନ ରୂପ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ବାହାଘରରେ ଯେ ଖାଲି ସୁଖ ଶାନ୍ତି ଥାଏ ତାହା ନୁହେଁ, ସେଥିରେ ଥାଏ ଭିନ୍ନ ଭିନ୍ନ ରୂପ। ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ କେତେବେଳେ ରାଗରୁଷା, କେତେବେଳେ ଅଭିମାନ ଆଉ କେତେବେଳେ ହସଖୁସି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରବିବାର ଇଡ୍‌କଲ ଅଡିଟୋରିୟମରେ।

ସରିଲା ବାଏ ଅଫ୍‌: ଜେଜେଙ୍କୁ ବଞ୍ଚାଇ ପାରିଲେନି ନାତି

ସରିଲା ବାଏ ଅଫ୍‌: ଜେଜେଙ୍କୁ ବଞ୍ଚାଇ ପାରିଲେନି ନାତି

ପୁରୀ ଅଫିସ, ୨୫।୨: ଜେଜେ ଆଉ ନାତି। ଦୁହିଁଙ୍କ ସମ୍ପର୍କ ବେଶ୍‌ ନିବିଡ଼। ଥଟ୍ଟାମଜା ହେଉ ଅବା ତାଗିଦ ସବୁଥିରେ ଭରି ରହିଥାଏ ସ୍ନେହ। ଜଣେ ଅନ୍ୟଜଣଙ୍କୁ ପାଖରୁ ଛାଡେ ନାହିଁ। କିନ୍ତୁ ଏହି ଭଲ ପାଇବା ଭିତରେ ଅଚାନକ ଘୋଟି ଆସିଛି ବିପଦ। ଜୀବନଠୁ ଅଧିକ ଭଲ ପାଉଥିବା ଜେଜେ ପାଇଁ ପରିସ୍ଥିତିରେ ପଡି ନାତି ହୋଇଯାଇଛି ଜଣେ କିଡ୍‌ନାପର। ହେଲେ ଯେଉଁ ଲକ୍ଷ୍ୟ ନେଇ ସେ ଏହି କାମ କରିଥିଲା ସେଥିରେ ତାକୁ ବିଫଳ ହେବାକୁ ପଡିଛି।

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ରଘୁନାଥପୁର, ୨୫।୨(ଡି.ଏନ.ଏ.): କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳ ଷ୍ଟେଟବ୍ୟାଙ୍କ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ରେ ବସିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ରଘୁନାଥପୁର କପାଳେଶ୍ୱର ଗ୍ରାମର ଗୀତାଞ୍ଜଳି ବେହେରା। ତାଙ୍କ ଗୋଡର ଆଣ୍ଠୁର ତଳଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି।

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

ପୁରୀ ଅଫିସ, ୨୫।୨:ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହେଉଛନ୍ତି ଶ୍ରମିକ ବିରୋଧୀ। ଶ୍ରମିକମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ଲାଗି ସରକାରଙ୍କ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ପୁଞ୍ଜିପତିମାନଙ୍କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଶ୍ରମିକ ଓ ସାଧାରଣ ଗରିବମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଆୟୋଜିତ ଏକ ଗଣ ସମାବେଶରେ କମିଟିର ଆବାହକ ଶ୍ରୀକାନ୍ତ ପରିଜା କହିଛନ୍ତି।

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ପୁରୀ ଅଫିସ, ୨୫।୨: ପୁରୀ ଓ ଭୁବନେଶ୍ୱର ଯାଦବ ମହାସଭା ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲାରୁ ଯାଦବ ଓ ଆଇନଜୀବୀମାନେ ଅଂଶଗ୍ରହଣ କରିଛନ୍ତି। ଯାଦବ ଗୋପାଳଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ।

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ ରୋଡ, ୨୫।୨(ଡି.ଏନ.ଏ.): ରବିବାର ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲା ସୋର ଅଞ୍ଚଳରେ ରହୁଥିବା ଲିଲି ଜେନା(୨୫)।