Dharitri News
ରାଜ୍ୟ |

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବନ୍ଦପାଳନ

ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ବନ୍ଦପାଳନ ନୟାଗଡ଼ ଅଫିସ, ୨୪।୧: ନୟାଗଡ଼ ଜିଲା ଭାଜପା ଓ କଂଗ୍ରେସ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଓ ହରତାଳ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ସକାଳ ୬ରୁ ଭାଜପା ତରଫରୁ ୫୭ ନଂ. ଜାତୀୟ ରାଜପଥର ଟ୍ରାଫିକ୍‌ ଛକରେ ଧାରଣା ଦିଆଯାଇଛି। ସେହିପରି କୋର୍ଟ ଆଗ ଛକରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇ ବନ୍ଦ ପାଳନ କରାଯାଇଛି। ଦିନ ୧୦ଟାରେ ଭାଜପା କର୍ମୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ବନ୍ଦ ପାଳନ ଜାରି ରଖିଛନ୍ତି।

ରାଜ୍ୟ |

ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଜୋତାମାଡ଼

ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଜୋତାମାଡ଼

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ବରପାଲି ବ୍ଲକର କୁମ୍ଭାରୀ ଗାଁରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକ ଚପଲ ମାଡ଼ କରିଛନ୍ତି। ପ୍ରଚାର ସଭା ଚାଲୁଥିବା ବେଳେ ଯୁବକ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ୨ଟି ଚପଲ ଫିଙ୍ଗି ଥିଲେ।

ପେଟରେ ବ୍ୟଥା ହେବାରୁ ଶିଶୁକୁ ଚେଙ୍କ ଚିକିତ୍ସା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପେଟରେ ବ୍ୟଥା ହେବାରୁ ଶିଶୁକୁ ଚେଙ୍କ ଚିକିତ୍ସା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର, ୨୦।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ତଳ ଜାଗର ଗ୍ରାମ ବାଲି ଦେହୁରିଙ୍କ ୯ ମାସର ଶିଶୁପୁତ୍ର ଚେଙ୍କ ଯୋଗୁ ଗୁରୁତର ହୋଇଛି।

ଗଠନ ହେବ ମହାନଦୀ ଟ୍ରିବ୍ୟୁନାଲ: କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରୀ

ଗଠନ ହେବ ମହାନଦୀ ଟ୍ରିବ୍ୟୁନାଲ: କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରୀ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଗଠନ ହେବ ବହୁ ପ୍ରତିକ୍ଷିତ ମହାନଦୀ ଟ୍ରିବ୍ୟୁନାଲ। କେନ୍ଦ୍ର ସରକାର, ଓଡ଼ିଶା ଓ ଛତିଶଗଡ଼ ସରକାର ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ମଧ୍ୟରେ ବହୁ ବାଦ ବିବାଦ ପରେ ମଙ୍ଗଳବାର ମହାନଦୀ ଟ୍ରିବ୍ୟୁନାଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି।

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଓଡ଼ିଶାରେ ପ୍ରଥମଥର ପାଇଁ ଥିଏଟର ଅଲିମ୍ପିକ୍ସ

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ବୃହତ ଅନ୍ତର୍ଜାତୟ ଥିଏଟର ଉତ୍ସବ ଅଷ୍ଟମ ଥିଏଟର ଅଲିମ୍ପିକ୍ସ। ପ୍ରଥମଥର ପାଇଁ ଏହା ଭାରତରେ ତାହା ପୁଣି ଓଡ଼ିଶାରେ ପ୍ରଦର୍ଶିତ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଏହା ଚାଲିବ।

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ବ୍ରହ୍ମପୁର ଅଫିସ, ୨୦।୨: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ନିକଟସ୍ଥ କାକୁଡିଆ ଜଙ୍ଗଲରେ ମଙ୍ଗଳବାର ସକାଳ ୬.୧୦ ମିନିଟରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର ହୋଇଛନ୍ତି।

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ମ୍ୟୁଜିକ୍‌ ତାଙ୍କର ପ୍ୟାସନ। ମ୍ୟୁଜିକ୍‌ ପାଇଁ ସେ କୌଣସି ଇଲେକ୍ଟ୍ରୋନିକ ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି ନାହିଁ। ତକିଆଠାରୁ ଆରମ୍ଭ କରି, ସୁଟ୍‌କେସ୍‌, ରୋଷେଇ ବାସନକୁସନରୁ ସେ ସୃଷ୍ଟି କରନ୍ତି ମ୍ୟୁଜିକ୍‌।

ଅଗ୍ନିଶମ କେନ୍ଦ୍ରରେ ନିଯୁକ୍ତ ହେବେ ହୋମଗାର୍ଡ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ହୋମଗାର୍ଡମାନେ ପ୍ରତ୍ୟେକ କ୍ଷେତ୍ରରେ ପୋଲିସକୁ ସହଯୋଗ କରୁଛନ୍ତି। ଏବେ ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ସମୟ ଆସିଛି। ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ପାଇଁ ନୂତନ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା କରାଯାଇଛି, ଯାହା ଖୁବ୍‌ଶୀଘ୍ର ଲାଗୁ କରାଯିବ।

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର, ୧୯।୨(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହ଼ଞ୍ଚିଛି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ମଙ୍ଗଳବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।