ରାଜ୍ୟ |

ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

ଭୁବନେଶ୍ୱର,୨୪।୧(ବ୍ୟୁରୋ): କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଓ ଭାଜପାର ୧୨ ଘଣ୍ଟିଆ ହରତାଳର ପ୍ରଭାବ ସାରା ଓଡ଼ିଶାରେ ପରିଲକ୍ଷିତ ହୋଇଛି। ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ବନ୍ଦ ରହିଛି। ଷ୍ଟେଶନରେ ଯାତ୍ରୀମାନେ ବସି ରହିଛନ୍ତି। ଅପରପକ୍ଷରେ ଅନେକ ସ୍ଥାନରେ ଶହଶହ ଭାଜପା ଓ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଦେଖିବାକୁ ମିଳିଛି। ସେହିପରି ମାଓବାଦୀମାନେ ଏହାକୁ ସମର୍ଥନ କରି ୧୨ଘଣ୍ଟା ବଦଳରେ ୪୮ ଘଣ୍ଟା ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଦୁଇ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲେ। କଂଗ୍ରେସ ସାରା ଓଡ଼ିଶାରେ ବନ୍ଦ ଡାକରା ଦେଇଥିବାବେଳେ ବିଜେପି ମଧ୍ୟ ହରତାଳର ଆହ୍ବାନ ଦେଇଥିଲା। କଂଗ୍ରେସ ଓ ଭାଜପାର ବରିଷ୍ଠ ନେତାମାନେ ରାଜରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ଯାଜପୁର ପୂର୍ତ୍ତ ବିଭାଗରେ ମହାଦୁର୍ନୀତି:ଏଜି ତଦନ୍ତ ରିପୋର୍ଟରେ ଧରାପଡ଼ିଲା ଅନିୟମିତତା

ଯାଜପୁର ଅଫିସ,୨୩।୫:ଦୁର୍ନୀତିର ଗନ୍ତାଘର ସାଜିଛି ଯାଜପୁର ଜିଲା ପୂର୍ତ୍ତ ବିଭାଗ। ୨୦୧୭ ଅକ୍ଟୋବର ମାସରେ ବିଭିନ୍ନ ଉନ୍ନୟନ ନିର୍ମାଣ କାର୍ଯ୍ୟ ପାଇଁ ଆବଣ୍ଟିତ ଅନୁଦାନ ଉପରେ ଅନିୟମିତତା କରି ୨୭ଲକ୍ଷ ୩୦ ହଜାର ୧୫୫ ଟଙ୍କାର ଅଧିକ ବିଲ୍‌ କରାଯାଇଛି। ଆକାଉଣ୍ଟ ଜେନେରାଲ(ଏଜି-ଏ ଆଣ୍ଡ ଇ), ପୁରୀ ବ୍ରାଞ୍ଚର ତଦନ୍ତ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଉକ୍ତ ରିପୋର୍ଟକୁ ଆଧାର କରି ରାଜ୍ୟ ପୂର୍ତ୍ତ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ କାର୍ଯ୍ୟାଳୟର ଆକାଉଣ୍ଟ ଅଫିସର ତାଙ୍କ ପତ୍ରସଂଖ୍ୟା ୨୦୭୪/୧୫।୧।୨୦୧୮ରେ ଏହି ଅନିୟମିତତା ଅଭିଯୋଗ ଉପରେ ପାଣିକୋଇଲି ଆର ଆଣ୍ଡ ବି ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁପାଳନ(କମ୍ପ୍ଲାଏନ୍ସ) ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଯାବତ୍‌ ନିର୍ଦ୍ଦେଶର କୌଣସି ଅନୁପାଳନ କରାଯାଇ ନ ଥିବାରୁ ଏସମ୍ପର୍କରେ ଗତ ୧୮ତାରିଖରେ ଆଉ ଥରେ ମନେ ପକାଇ ଦିଆଯାଇଛି। ତେବେ ବିଡମ୍ବନା ଯେ, ପାଣିକୋଇଲି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପାଖରେ ଏତେ ବଡ଼ ଅନିୟମିତତା ଉପରେ କୌଣସି ଧାରଣା ନାହିଁ।

ମିଳିଲାନି ଅଦିନିଆ ବର୍ଷା କ୍ଷତିପୂରଣ ରାଶି:ପ୍ରଧାନମନ୍ତ୍ରୀ ଫସଲ ବୀମାଧାରୀଙ୍କ ମଧ୍ୟରେ ଅସନ୍ତୋଷ

ମିଳିଲାନି ଅଦିନିଆ ବର୍ଷା କ୍ଷତିପୂରଣ ରାଶି:ପ୍ରଧାନମନ୍ତ୍ରୀ ଫସଲ ବୀମାଧାରୀଙ୍କ ମଧ୍ୟରେ ଅସନ୍ତୋଷ

ବିଞ୍ଝାରପୁର,୨୩।୫(ଡି.ଏନ୍‌.ଏ):ବିଞ୍ଝାରପୁର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଚାଷୀମାନେ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି। ୨୦୧୭ ନଭେମ୍ବର ମାସରେ ହୋଇଥିବା ଅଦିନିଆ ବର୍ଷାରେ ବିଞ୍ଝାରପୁର ଅଞ୍ଚଳର ଖରିଫ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଥିଲା। ରାଜ୍ୟ ସରକାରଙ୍କ ରାଜସ୍ବ ଓ କୃଷି ବିଭାଗ ବିଞ୍ଝାରପୁରକୁ ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳ ଭାବେ ଘୋଷିତ କରି କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ଇତି ମଧ୍ୟରେ ବିଞ୍ଝାରପୁର ବ୍ଲକର କ୍ଷୟକ୍ଷତି ବାବଦରେ ୧୧୪ଟି ରାଜସ୍ବ ଗ୍ରାମର ୧୫ହଜାର ୯୪୯ଜଣ ଚାଷୀଙ୍କୁ ୭କୋଟି ୯୦ଲକ୍ଷ ଟଙ୍କା କ୍ଷତି ପୂରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀଙ୍କୁ ଅର୍ଥ ଦିଆଯାଇ ନ ପାରିବାରୁ ୧କୋଟି ୫୯ଲକ୍ଷ ଟଙ୍କା ଫେରି ଯାଇଥିବା ଜଣାପଡିଛି। ରାଜ୍ୟ ସରକାର ଘୋଷଣା କରିଥିବା କ୍ଷତିପୂରଣ ପ୍ରଦାନ କରିସାରିଥିବାବେଳେ ବୀମା କମ୍ପାନୀଗୁଡ଼ତକ ଏପର୍ଯ୍ୟନ୍ତ କ୍ଷତିପୂରଣ ଦେଇ ନ ଥିବା ଅଭିଯୋଗ ହୋଇଛି।

ସଙ୍କଟରେ ପୁଣ୍ୟତୋୟା ବୈତରଣୀ

ଯାଜପୁରରୋଡ,୨୩।୫(ନି.ପ୍ର.):ବୈତରଣୀ ନଦୀ ଯାଜପୁର ଜିଲାର ଏକ ପ୍ରମୁଖ ନଦୀ । ମହାଭାରତରୁ ଆରମ୍ଭ କରି ବ୍ରହ୍ମାଣ୍ଡ ପୁରାଣ, ବ୍ରହ୍ମ ପୁରାଣ, ବାୟୁ ପୁରାଣ, କପିଳ ସଂହିତା ଆଦି ଧର୍ମଗ୍ରନ୍ଥରେ ବୈତରଣୀକୁ ପୁଣ୍ୟତୋୟା ଭାବେ ସ୍ଥାନିତ ଦିଆଯାଇଛି। ଏହି କାରଣରୁ ଗଙ୍ଗାରେ ସ୍ନାନ କଲେ ଯେତିକି ପୁଣ୍ୟ ମିଳେ, ଯାଜପୁରର ଦଶାଶ୍ୱମେଧ ଘାଟରେ ସ୍ନାନ କରିବା ସହ ସମାନ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହାର ବିଶେଷତ୍ୱ ବିରଜାକ୍ଷେତ୍ର ପରି ଶକ୍ତିପୀଠ ଏବଂ ସପ୍ତମାତୃକା ପୀଠ ମଧ୍ୟ ଏହି କୂଳରେ ଅବସ୍ଥିତ । ଏବେ ଏହି ବୈତରଣୀ ନଦୀ ସଙ୍କଟରେ। ଏହି ନଦୀର ଲମ୍ବ ୩୬୦ କି.ମି। ନଦୀ ଉପରେ କେନ୍ଦୁଝର, ଯାଜପୁର, ଭଦ୍ରକ ଜିଲାର ପ୍ରାୟ ୩୦ ଲକ୍ଷ ଲୋକ ନିର୍ଭର କରିଥାନ୍ତି। ୧୦ଲକ୍ଷ ଲୋକ ଏହାର ଜଳକୁ ବ୍ୟବହାର କରି ଚାଷକାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି। ବିଶେଷକରି କୋରେଇ ବ୍ଲକର ଅସନଝର, ମକୁନ୍ଦପୁର, ରଣପୁର, ମୂଳାପାଳ, ଗୌରପୁର ପ୍ରଭୃତି ପଞ୍ଚାୟତର ଲୋକମାନେ ବୈତରଣୀ ନଦୀରୁ ପାଣି ତେଣ୍ଡା ଓ ପମ୍ପ ସାହାଯ୍ୟରେ ପାଣି ଉଠାଇ ଚାଷ କାର୍ଯ୍ୟ କରନ୍ତି।

ଗ୍ରାମ୍ୟ ଜଙ୍ଗଲ ଉଜାଡ଼ିବାକୁ ଉଦ୍ୟମ : ବାଡ଼ ଭାଙ୍ଗିଲା ବନ୍ଦର ସମ୍ପଦ ବିଭାଗ

ଗ୍ରାମ୍ୟ ଜଙ୍ଗଲ ଉଜାଡ଼ିବାକୁ ଉଦ୍ୟମ : ବାଡ଼ ଭାଙ୍ଗିଲା ବନ୍ଦର ସମ୍ପଦ ବିଭାଗ

ପାରାଦୀପ,୨୩।୫(ସ୍ବ.ପ୍ର.): ପାରାଦୀପ ନୂଆ ବଜାରସ୍ଥିତ ଡପ୍‌ଲର ରାଡାର ସମ୍ମୁଖ ଖୋଲା ସ୍ଥାନରେ ଆଦର୍ଶ ପ୍ରୟାସ ପକ୍ଷରୁ ଗତ ୪ବର୍ଷ ହେଲା ଏକ ଛୋଟ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ଏପରିକି ଚଳିତବର୍ଷ ସେହି ଗଛରେ ପକ୍ଷୀଙ୍କ ରହଣୀ ଓ ଜଳଛତ୍ର ବ୍ୟବସ୍ଥା କରାଯାଇଥିଲା। ସେହି ଜଙ୍ଗଲକୁ ସଂଗଠନ ପକ୍ଷରୁ ତାରବାଡ଼ ଘେରାଯାଇ ବୁଲା ଗୋରୁ ଗାଈଙ୍କଠାରୁ ସୁରକ୍ଷା ଦିଆଯାଉଥିଲା। ମଙ୍ଗଳବାର ସେହି ଜଙ୍ଗଲ ବାଡକୁ ବନ୍ଦର ସମ୍ପଦ ବିଭାଗ ପକ୍ଷରୁ ଭାଙ୍ଗିଦିଆଯାଇଛି। ଏହାକୁ ନେଇ ସଂଗଠନର କର୍ମକର୍ତ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଂଗଠନ ପକ୍ଷରୁ ଅମରେଶ ମଣ୍ଡଳ ଓ ସାଗର ବିଶ୍ୱାଳ ପ୍ରମୁଖ କହିଛନ୍ତି ଯେ ଏହି ଜଙ୍ଗଲ ସୃଷ୍ଟି କରିବା ନିମନ୍ତେ ଆମେ ପାଳିକରି ପାଣି ଦେଉଛୁ। ସବୁଦିନ ସକାଳେ ଓ ସନ୍ଧ୍ୟାରେ ଯାଇ ଗଛର ଯତ୍ନ ନେଉଛୁ। ଏଠାରେ ଥିବା ଶତାଧିକ ଔଷଧୀୟ ଗଛ ଏବେ ସାମାନ୍ୟ ବଡ଼ ହୋଇଛି। ଏବେ ବାଡ଼ ଭାଙ୍ଗିଦେବା ଯୋଗୁ ସେହି ଗଛକୁ ବୁଲା ଗୋରୁ, ମଇଁଷି ଓ ଛେଳି ଆଦି ନଷ୍ଟ କରିଦେବେ। ଏ ସମ୍ପର୍କରେ ବନ୍ଦର ସମ୍ପଦ ଅଧିକାରୀ ବିଶ୍ୱଜିତ ମିଶ୍ରଙ୍କୁ ପଚାରିବାରେ ସେ କହିଲେ ଯେ ଉକ୍ତ ଖାଲି ଜାଗା କୋଷ୍ଟଗାର୍ଡକୁ ଦିଆଯାଇଛି। ସେହି ସ୍ଥାନରେ ବାଡ଼ ଥିବାରୁ ତାହାକୁ ହଟାଇବା ପାଇଁ ସେମାନେ କହିଥିଲେ। ସେଥିପାଇଁ କେବଳ ବାଡ଼ ଭଙ୍ଗାଯାଇଛି। ଏଥିରେ କୌଣସି ଗଛ ନଷ୍ଟ କରାଯାଇନାହିଁ ବୋଲି ସେ କହିଛନ୍ତି। ଏବେ ସେହି ସ୍ଥାନରୁ ବାଡ଼ ହଟିଯାଇଥିବାରୁ ଗଛକୁ ଗାଈ ଖାଇ ନଷ୍ଟ କରିଦେବେ। ସେହି ସ୍ଥାନରେ କୋଷ୍ଟଗାର୍ଡ କଲୋନୀ ସମ୍ପ୍ରସାରଣ କରିବ ବୋଲି ଜଣାଯାଇଛି। ପାରାଦୀପ ଭଳି ପ୍ରଦୂଷିତ ଅଞ୍ଚଳରେ କେହି ଗଛ ଲଗାଇ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କଲାବେଳେ ତାହାକୁ ଏଭଳି ଭାବେ ନଷ୍ଟ କରିଦିଆଯାଉଛି ବୋଲି ପରିବେଶବିତ୍‌ ଅୟଶକାନ୍ତ ରାୟ ଅଭିଯୋଗ କରିଛନ୍ତି।

ଘରେ ସାପ ପଶିଲେ ଖୋଜାପଡନ୍ତି ଦିଲୀପ

ଘରେ ସାପ ପଶିଲେ ଖୋଜାପଡନ୍ତି ଦିଲୀପ

ନାଉଗଁ।,୨୩।୫(ସ୍ବ.ପ୍ର.): ଯଦି ଗଁ।ରେ କେବେ କାହା ଘରେ ବିଷଧର ସାପ ପଶିଯାଏ ତେବେ ସ୍ନେକ୍‌ ହେଲ୍‌ପଲାଇନ ପୂର୍ବରୁ ଲୋକେ ଦିଲୀପଙ୍କୁ ଖୋଜନ୍ତି। ସାପ ଧରିବାର କୌଣସି ତାଲିମ ନେଇ ନ ଥିଲେ ମଧ୍ୟ ଅତି ସତର୍କତାର ସହ ଯେକୌଣସି ସାପକୁ ଧରି ସେ ଗଁ। ବାହାରେ ଥିବା ଜଙ୍ଗଲରେ ନେଇ ଛାଡିଦିଅନ୍ତି। ଏପରି ଭାବେ ଦୀର୍ଘ ୫ ବର୍ଷରେ ସେ ୨ଶହରୁ ଊର୍ଦ୍ଧ୍ୱ ସାପ ଧରିସାରିଲେଣି। ନାଉଗଁ। ବ୍ଲକ ଡେରିକି ପଞ୍ଚାୟତ ଗଙ୍ଗଦା ପାଇକସାହି ଗ୍ରାମର ଦିଲୀପ କୁମାର ଜେନାଙ୍କ ଏଭଳି ସାପ ଧରିବାର ନିଶା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ଜଣେ ଚାଷୀ ପରିବାରର ପିଲା ହିସାବରେ ଚାଷ ହେଉଛି ତାଙ୍କର ଜୀବିକା। ଚାଷ କରିବା ସହିତ ଗଁ।ଗଣ୍ଡାରେ ଥିବା ବିଭିନ୍ନ ବିଷଧର ସାପ ଧରିବାରେ ସେ ବେଶ୍‌ ଧୁରନ୍ଧର। ସାଧାରଣତଃ ଲୋକମାନେ ବିଷଧର ସାପ ଦେଖିଲେ ଭୟଭୀତ ହୋଇପଡନ୍ତି। ଅନେକ ଲୋକ ସାପକୁ ବାଡେଇ ମାରି ଦିଅନ୍ତି। କିନ୍ତୁ ଦିଲୀପ ସାପକୁ ନ ମାରି ଅତି କୌଶଳ ସହ ଧରି କୋରୁଅ ପଞ୍ଚାୟତ ଗାରୋଇଠାରେ ଦେବୀ ନଦୀ ଅପର ପାର୍ଶ୍ୱରେ ଥିବା ଜଙ୍ଗଲରେ ନେଇ ଛାଡି ଦିଅନ୍ତି। ସୋମବାର ଡେରିକି ପଞ୍ଚାୟତ ବାଲିଚନ୍ଦ୍ରପୁରର କାହ୍ନୁ ଜେନାଙ୍କ ଘରେ ଏକ ବିଷଧର ସାପ ପଶିଥିଲା। ଦିଲୀପ ସେଠାରେ ପହଞ୍ଚତ୍ ସାପଟିକୁ ଧରି ଦେବୀ ନଦୀ ଅପରପାର୍ଶ୍ୱ ଜଙ୍ଗଲରେ ନେଇ ଛାଡ଼ି ଆସିଥିଲେ। ସାପ ଧରିବା ତାଙ୍କର କେବଳ ନିଶା ନୁହେଁ, ସାପକୁ ସୁରକ୍ଷା ଦେବା ହେଉଛି ତାଙ୍କର ବଡ କର୍ତ୍ତବ୍ୟ ବୋଲି ଦିଲୀପ କହିଛନ୍ତି। ତାଙ୍କ ମତରେ ଜୀବଜନ୍ତୁଙ୍କୁ ନ ମାରି ସୁରକ୍ଷା ଦେବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ।

ଏଚ୍‌ଆଇଭି ଆକ୍ରାନ୍ତ ପରିବାରକୁ ଗାଁ ଛାଡ଼ିବାକୁ ଧମକ : ଜିଲାପାଳଙ୍କୁ ଫେରାଦ ହେଲେ ଦମ୍ପତି

ଏଚ୍‌ଆଇଭି ଆକ୍ରାନ୍ତ ପରିବାରକୁ ଗାଁ ଛାଡ଼ିବାକୁ ଧମକ : ଜିଲାପାଳଙ୍କୁ ଫେରାଦ ହେଲେ ଦମ୍ପତି

ଜଗତ୍‌ସିଂହପୁର ଅଫିସ,୨୩।୫: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠୀ ପଞ୍ଚାୟତର ଏକ ପରିବାର ଉପରେ ଦୁର୍ଦ୍ଦିନର କଳା ବାଦଲ ଘୋଟିଯାଇଛି। ସ୍ତ୍ରୀ ଓ ସ୍ବାମୀ ଦୁହେଁ ଏଚ୍‌ଆଇଭି ଏଡ୍‌ସ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଗଁ। ଲୋକେ ସେମାନଙ୍କୁ ଘୃଣା କରୁଛନ୍ତି। ନିଜ ଭାଇ ମଧ୍ୟ ସେମାନଙ୍କ ଭଗାରି ସାଜିଛନ୍ତି। ଏପରି କି ଗାଁ ଛାଡି ଚାଲିଯିବାକୁ ସେମାନଙ୍କୁ ବାଧ୍ୟ କରାଯାଉଥିବା ଗୁରୁତର ଅଭିଯୋଗ ହୋଇଛି। ମଙ୍ଗଳବାର ଏହି ଦମ୍ପତ୍ତି ନିଜର ଏକମାତ୍ର ଛୋଟ ପୁଅକୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଜିଲାପାଳ ଅନୁପସ୍ଥିତ ଥିବାରୁ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଲିଖିତ ଅଭିଯୋଗପତ୍ର ଦେଇଥିବା ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ପୂର୍ବାହ୍ନରେ ଏହି ଦମ୍ପତ୍ତି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେମାନଙ୍କ ସହ ଜଗତ୍‌ସିଂହପୁର ନେଟୱର୍କ ପିପୁଲ ପଜିଟିଭ୍‌ ପ୍ଲକ(ଜେଏନ୍‌ପି)ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ନିଜର ଦୁଃଖ ବଖାଣିବାକୁ ଯାଇ ସ୍ବାମୀ ଜଣଙ୍କ କହିଲେ ଯେ ୨୦୧୦ରେ ତାଙ୍କ ରକ୍ତ ପରୀକ୍ଷା ପରେ ଏଚ୍‌ଆଇଭି ପଜିଟିଭ୍‌ ଥିବା ଜଣାଯାଇଥିଲା। ଏହା ପରେ ତାଙ୍କ ଜୀବନର ମୋଡ଼ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଅତୀତ କଥା ମନେପକାଇ ସେ କହିଥିଲେ, ୨୦୦୨ରେ ହାଇଦ୍ରାବାଦର ଏକ ସୂତା ମିଲ୍‌ରେ କାମ କରୁଥିଲେ। ସେଠାରେ ପାଖାପାଖି ୪ ବର୍ଷ ରହିଥିଲେ।

ବର୍ଷା ପାଣିରେ ଉବୁଟୁବୁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବର୍ଷା ପାଣିରେ ଉବୁଟୁବୁ ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବନ୍ତ,୨୩।୫(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ପରିସର ବର୍ଷା ପାଣିରେ ଉବୁଟୁବୁ ହୋଇଛି। ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଡାକ୍ତରଖାନା ପରିସରରେ ପାଣି ଜମା ହୋଇ ରହିଛି।

ପୂର୍ବ ଭାରତ କୈବର୍ତ୍ତ ମହାସଂଘର ଘୋଷଣା : ମହାନଦୀ ମହାସଂଗ୍ରାମକୁ  ସମର୍ଥନ କରିବେ ମତ୍ସ୍ୟଜୀବୀ

ପୂର୍ବ ଭାରତ କୈବର୍ତ୍ତ ମହାସଂଘର ଘୋଷଣା : ମହାନଦୀ ମହାସଂଗ୍ରାମକୁ ସମର୍ଥନ କରିବେ ମତ୍ସ୍ୟଜୀବୀ

କୁଜଙ୍ଗ, ୨୩।୪ (ସ୍ବ.ପ୍ର.): ମହାନଦୀ ଜଳ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସଂଗ୍ରାମ ଚଳାଇଛନ୍ତି, ତାହାକୁ କୁଜଙ୍ଗ-ପାରାଦୀପ ଅଞ୍ଚଳର ଏକ ବଡ଼ ସଙ୍ଗଠନ ପୂର୍ବ ଭାରତ କୈବର୍ତ୍ତ ମହାସଭା ସମର୍ଥନ କରିଛି। ମଙ୍ଗଳବାର ଅପରାହ୍ନରେ ମହାସଭାର ପ୍ରାୟ ୨୦୦ ଛାମୁଆ ନେତୃବର୍ଗ କୁଜଙ୍ଗ ବ୍ଲକ ପଡ଼ିଆସ୍ଥିତ ସୂଚନା ଭବନଠାରେ ଏକ ସଭାକରି ମହାନଦୀ ମହାସଂଗ୍ରାମକୁ ବିପୁଳ ସମର୍ଥନ ଦିଆଯିବ ବୋଲି ଘୋଷଣା କରିଥିଲେ। ମହାନଦୀରୁ କ୍ରମାଗତ ଜଳ କମିଯାଉଥିବାରୁ ମତ୍ସ୍ୟଜୀବୀ ପରିବାର ପ୍ରଭାବିତ ହେଉଛନ୍ତି। ତେଣୁ ମହାନଦୀ ମହାସଂଗ୍ରାମକୁ ମୁଖ୍ୟମନ୍ତ୍ରୀ ଆହୁରି ତୀବ୍ର କରନ୍ତୁ ଓ ଉପକୂଳ ଅଞ୍ଚଳର ୪୦ ହଜାର ମତ୍ସ୍ୟଜୀବୀ ପରିବାର ଏହି ସଂଗ୍ରାମ ସହିତ ଅଛନ୍ତି ବୋଲି ସେମାନେ କହିଥିଲେ। ଖବରଦାତା ସମ୍ମିଳନୀରେ ମହାସଭା ସଭାପତି ଅଲେଖ ଚନ୍ଦ୍ର ତରାଇ କ୍ଷୋଭପ୍ରକାଶ କରି କହିଲେ ଯେ, ଏକଦା ମହାନଦୀ କୁଜଙ୍ଗ, ପାରାଦୀପ ଓ ତତ୍‌ସଂଲଗ୍ନ ଅଞ୍ଚଳ ପାଇଁ ଜୀବନରେଖା ପାଲଟିଥିଲା। ମହାନଦୀ ଜଳ ଦ୍ୱାରା ଅଞ୍ଚଳର ଚାଷବାସ ସ୍ବାଭାବିକ ଥିଲା ଓ ଏହି ଅଞ୍ଚଳର ମତ୍ସ୍ୟଜୀବୀ ପରିବାର ନଦୀରୁ ମାଛମାରି ପେଟ ପୋଷୁଥିଲେ। ହେଲେ ବର୍ତ୍ତମାନ ସେପରି ସ୍ଥିତି ନାହିଁ। ମହାନଦୀ ଶୁଷ୍କ ପ୍ରାୟ ରହିଛି ଓ ପର୍ଯ୍ୟାପ୍ତ ଜଳ ପ୍ରବାହିତ ହେଉ ନ ଥିବାରୁ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି।

ମହାନଦୀ ସୁରକ୍ଷା ଅଭିଯାନ: ପାରାଦୀପରେ ନେତୃତ୍ୱ ନେବାକୁ ଛକାପଞ୍ଝା

ମହାନଦୀ ସୁରକ୍ଷା ଅଭିଯାନ: ପାରାଦୀପରେ ନେତୃତ୍ୱ ନେବାକୁ ଛକାପଞ୍ଝା

ପାରାଦୀପ,୨୩।୫(ସ୍ବ.ପ୍ର.): ମହାନଦୀରେ ଛତିଶଗଡ଼ ସରକାର ମନଇଚ୍ଛା ବ୍ୟାରେଜ୍‌ ନିର୍ମାଣ କରିବା ପ୍ରତିବାଦରେ ଓଡ଼ିଶାରେ ବିଜେଡି ପକ୍ଷରୁ ମହାନଦୀ ସୁରକ୍ଷା ଅଭିଯାନ ଚାଲିଛି। ଓଡ଼ିଶାର ସମୂହ ସ୍ବାର୍ଥ ପାଇଁ ଝାରସୁଗୁଡ଼ାରୁ ବାହାରିଥିବା ଏହି ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ମିଳୁଛି ବିପୁଳ ସମର୍ଥନ। ଆସନ୍ତା ୨୫ ତାରିଖରେ ଏହି ଅଭିଯାନ ପାରାଦୀପରେ ଶେଷ ହେବାକୁ ଥିବାବେଳେ କେଉଁଠି ସ୍ଥାନରେ ସମାପନ ସମାବେଶ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ। ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତ ଏବଂ ଜିଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସଙ୍କ ମଧ୍ୟରେ ପାରାଦୀପରେ ଏହି ଆନ୍ଦୋଳନର ନେତୃତ୍ୱ ନେବାକୁ ଛକାପଞ୍ଝା ଚାଲିଛି। ଦାମଙ୍କ ଇଚ୍ଛା କଳିଙ୍ଗ ବାଲିଯାତ୍ରା ପଡ଼ିଆରେ ସମାପନ କାର୍ଯ୍ୟକ୍ରମ ହେବ। କିନ୍ତୁ ବିଷ୍ଣୁ ଚାହୁଁଛନ୍ତି ଭୁତମୁଣ୍ଡାଇରେ ସମାବେଶ କରିବା ପାଇଁ। ଏମିତି ଦ୍ୱନ୍ଦ୍ୱ ମଧ୍ୟରେ ଦଳରେ ଥିବା ବିବାଦ ପଦାରେ ପଡୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଏମ୍‌ପି ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ମାମଲା: ରେକର୍ଡ ସଂଗ୍ରହ କଲା ପୋଲିସ

ଏମ୍‌ପି ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ମାମଲା: ରେକର୍ଡ ସଂଗ୍ରହ କଲା ପୋଲିସ

କେନ୍ଦ୍ରାପଡା ଅଫିସ, ୨୩।୫:କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ ଦ୍ୱାରା ଗତ ସାଧାରଣ ନିର୍ବାଚନରେ ବ୍ୟବହୃତ ସତ୍ୟପାଠର ନକଲକୁ ଜିଲା କାର୍ଯ୍ୟାଳୟରୁ ଟାଉନ ଥାନା ପୋଲିସ ମଙ୍ଗଳବାର ସଂଗ୍ରହ କରିଛି । ଏଥିସହିତ ଆସନ୍ତା ବୁଧବାର ଇମ୍ଫା ସହ ଏମପି ପଣ୍ଡାଙ୍କ ସମ୍ପର୍କ ନେଇ ତଦନ୍ତ ଆରମ୍ଭ ହେବ ବୋଲି ଏସଡିପିଓ ରାଜୀବଲୋଚନ ପଣ୍ଡା ମଧ୍ୟାହ୍ନରେ ସୂଚନା ଦେଇଛନ୍ତି । ଏସଡିପିଓ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଏମପି ପଣ୍ଡାଙ୍କ ସତ୍ୟପାଠ କାଗଜର ନକଲ ସହକାରୀ ଜିଲାପାଳ ବିଜୟିନୀ ବିଶ୍ୱାଳଙ୍କ ଠାରୁ ସଂଗ୍ରହ କରାଯାଇଛି । ଏନେଇ ସୋମବାର ଜିଲା ନିର୍ବାଚନ ବିଭାଗକୁ ଚିଠି ଦ୍ୱାରା ସୂଚନା ଦିଆଯାଇଥିଲା ।

୨ ବଖରା ଜଳିଗଲା

୨ ବଖରା ଜଳିଗଲା

ଡେରାବିଶ, ୨୩।୫ (ସ୍ବ.ପ୍ର.):ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତ ଅଧୀନ ରଜାଙ୍ଗ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ନିରଞ୍ଜନ ପଣ୍ଡାଙ୍କ ଗୋଟିଏ ଗୁହାଳ ସମେତ ୨ବଖରା ପୋଡ଼ି ଯାଇଛି। ପ୍ରଥମେ କୌଣସି କାରଣରୁ ଗୁହାଳ ଘରେ ନିଆଁ ଯାଇଥିଲା। ଗ୍ରାମବାସୀ ଗୁହାଳ ଘରୁ ଗାଈକୁ ବାହାର କରିବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପବନର ବେଗ ଜୋରରେ ଥିବାରୁ ଗୁହାଳ ଘରକୁ ଲାଗିଥିବା ୨ବଖରା ଜଳି ଯାଇଥିଲା। ଖବରପାଇ ନିଶ୍ଚିନ୍ତକୋଇଲି ଓ ଡେରାବିଶର ୩ଟି ଅଗ୍ନିଶମ ସେବା ସଂସ୍ଥର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ରାଜସ୍ବ ନିରୀକ୍ଷକ ପଲ୍ଲବ ପ୍ରତିମ ପ୍ରଧାନ ଅଗ୍ନିକାଣ୍ଡସ୍ଥଳେ ପହଞ୍ଚତ୍ କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାନପୁର ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା ଦାବି କରିଛନ୍ତି।

ତ୍ରିପୁରାରିପୁରରେ ଝାଡ଼ାବାନ୍ତି ବ୍ୟାପୁଛି

ତ୍ରିପୁରାରିପୁରରେ ଝାଡ଼ାବାନ୍ତି ବ୍ୟାପୁଛି

ଡେରାବିଶ, ୨୩।୫ (ସ୍ବ.ପ୍ର.):ଡେରାବିଶ ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ ତ୍ରିପୁରାରିପୁର ଗ୍ରାମରେ ଝାଡ଼ାବାନ୍ତି ରୋଗ ବ୍ୟାପୁଛି। ସୋମବାର ରାତିରୁ ଗ୍ରାମର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି। ଏହାର ପ୍ରକୃତ କାରଣ ଜଣା ପଡି ନଥିବା ବେଳେ କୌଣସି ଅପମିଶ୍ରିତ ଖାଦ୍ୟ ଖାଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ଜଣାପଡିବା ପରେ ଡେରାବିଶ ସ୍ବାସ୍ଥ୍ୟନ୍ଦ୍ରେର ଏକ ଟିମ୍‌ ଗ୍ରାମରେ ପହଞ୍ଚତ୍ ଆକ୍ରାନ୍ତଙ୍କ ପରିବାର ସହ ଆଲୋଚନା କରିଛନ୍ତି।