ରାଜ୍ୟ |

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। କଂଗ୍ରେସ କର୍ମୀମାନେ ପୋଲିସ ମୁଖ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ସେହିପରି ଓଏମ୍‌ପି ଓ ମଧୁପାଟଣା ଛକରେ ଆନ୍ଦୋଳନକାରୀମାନେ ବସ୍‌, ଟ୍ରକ୍‌କୁ ବାଡ଼େଇ ଭଙ୍ଗାରୁଜା କରିଛନ୍ତି। ଜଗତ୍‌ପୁର ଗୋଲେଇ ଛକରେ ଭାଜପା କର୍ମୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ଭାଜପା ଓ କଂଗ୍ରେସର ନେତା, କର୍ମୀ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ପିକେଟିଂ ଜାରି ରଖିଛନ୍ତି। ଘଟଣାର ସିବିଆଇ ତଦନ୍ତ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ନିମନ୍ତେ ଉଭୟ ଦଳ ପକ୍ଷରୁ ଦାବି କରାଯାଇଛି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ  ମହାନଦୀ ମହାସୁରକ୍ଷା ସମାବେଶ

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ ମହାନଦୀ ମହାସୁରକ୍ଷା ସମାବେଶ

ସମ୍ବଲପୁର,୨୪ ା୫(ବ୍ୟୁରୋ) ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ବ୍ୟାପୀ ଜନସମର୍ଥନ ଅଭିଯାନ ଜୋର୍‌ଦାର୍‌ ହୋଇଥିଲା ବେଳେ ମହାନଦୀ ସୁରକ୍ଷା ସମିତି ସମ୍ବଲପୁରର ଆହ୍ବାନ କ୍ରମେ ବୁଧବାର ମହାନଦୀ କୂଳରେ ମହାସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶ ପ୍ରାର୍ଥନାରୁ ଆରମ୍ଭ ହୋଇ ଚେତାବନୀରେ ଶେଷ ହୋଇଛି।

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୪ା୫ (ବ୍ୟୁରୋ) ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ସାହାଯ୍ୟ କରିବା ଆଳରେ ଜଣେ ନାବାଳିକାଙ୍କୁ ଟେକି ନେଇ ଗଣବଳାତ୍କାର କରାଯାଇଥିଲା। ସେହି ପୀଡ଼ିତା ନାବାଳିକାଜଣକ ବୁଧବାର ଘରେ କେହି ନ ଥିବା ସମୟରେ ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଆଜି କୋରାପୁଟ ଆସୁଛନ୍ତି ରାଜ୍ୟପାଳ

କୋରାପୁଟ,୨୪ା୫(ସ୍ବ.ପ୍ର.) ଓଡିଶାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗୁରୁବାର ଦିନିକିଆ କୋରାପୁଟ ଗସ୍ତରେ ଆସୁଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ା ଗୁରୁବାର ପୂବାର୍ହ୍ନ ୧୧ଟା ୧୫ରୁ ଅପରାହ୍ନ ୩ଟା ୧୫ ଯାଏ ୪ ଘଣ୍ଟା ରହଣି ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

ଭତ୍ତାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ

ଭତ୍ତାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ

ମୁକୁନ୍ଦପୁର, ୨୪ା୫(ଡି.ଏନ୍‌.ଏ)- ରାୟଗଡା ଜିଲା କୋଲନରା ବ୍ଳକ ବଡଖିଲାପଦର ପଞ୍ଚାୟତରେ ଅନେକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛନ୍ତି।

ଯମୁନାଙ୍କ ଆଶାବାଡ଼ିକୁ ଭରସିଛନ୍ତି କୃଷ୍ଣ:୮୦ ତିପର ବୟସରେ ବି ଭତ୍ତା ପାଇଁ ଘରୁ ପାଦ କାଢୁଛନ୍ତି ବୁଢ଼ାବୁଢ଼ି

ଯମୁନାଙ୍କ ଆଶାବାଡ଼ିକୁ ଭରସିଛନ୍ତି କୃଷ୍ଣ:୮୦ ତିପର ବୟସରେ ବି ଭତ୍ତା ପାଇଁ ଘରୁ ପାଦ କାଢୁଛନ୍ତି ବୁଢ଼ାବୁଢ଼ି

ଦଶମନ୍ତପୁର,୨୪ା୫(ଡି.ଏନ୍‌.ଏ.) କୃଷ୍ଣଙ୍କ ବୟସ ୯୦ ବର୍ଷ। ଅଶୀ ତିପର ବୟସରେ ଯମୁନା। ସମ୍ପର୍କରେ ଏମାନେ ସ୍ବାମୀ-ସ୍ତ୍ରୀ। ଜଣେ ଅନ୍ୟ ଜଣଙ୍କର ଆଶାବାଡ଼ିକୁ ଧରି ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌କୁ ଗଲାବେଳେ ସେମାନଙ୍କ ସହ ଭେଟହୁଏ। ଏଭଳି ପରିଣତ ବୟସରେ ନିଜଲୋକ କେହି ସହଯୋଗ ନକରିବାରୁ ବାଧ୍ୟହୋଇ ବୁଢ଼ାବୁଢ଼ିଙ୍କୁ ଭତ୍ତା ଆଣିବା ପାଇଁ ଆସିବାକୁ ପଡୁଛି।

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ପୁରୀ ଅଫିସ, ୨୪ା୫: ଶ୍ରୀମନ୍ଦିର ଜଗମୋହନରେ ସିସିଟିଭି ଲଗାଇବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଭିତର ସେବାୟତଙ୍କ ସହ ଆଲୋଚନା କରିଛି। ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିସିଟିଭି ଲଗାଯିବା ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଛି।

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ପୁରୀ ଅଫିସ, ୨୪ା୫: ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ପାଇଁ ଆବଶ୍ୟକ ପଡ଼ୁଥିବା ବାସୁଙ୍ଗାପାଟର ମାନ ଯାଞ୍ଚ କରିଛନ୍ତି ଦଇତାପତି ସେବକ। ବୁଧବାର ୧୦ ଜଣ ଦଇତାପତିଙ୍କ ସମେତ ପ୍ରାୟ ୧୫ ଜଣିଆ ଟିମ୍‌ କଟକ ତିଗିରିଆର ନୂଆପାଟଣା ଗସ୍ତରେ ଯାଇଥିଲେ। ସେଠାରେ ବାସୁଙ୍ଗାପାଟର ମାନ ଯାଞ୍ଚ କରି ସନ୍ଧ୍ୟାରେ ପୁରୀ ଫେରିଆସିଛନ୍ତି।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ପୁରୀ ଅଫିସ, ୨୪ା୫: ଦର୍ପଦଳନ ରଥ ପାଇଁ ପୁଣି ଏକ ଚକ ତିଆରି କରାଯିବ। ପୂର୍ବରୁ ଦର୍ପଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ଚକ ତିଆରି ସରିଥିଲା। ତିଆରି ଶେଷ ହୋଇଥିବା ଏହି ଚକ ମଧ୍ୟରୁ ଗୋଟିଏ ଚକ ତୁମ୍ବରେ ଫାଟ ଜଣାପଡିବା ପରେ ଏହାକୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

୮ ବର୍ଷ ଧରି ଝୁଲି ରହିଛି ପୋଲ ନିର୍ମାଣ

ମାର୍ଶାଘାଇ,୨୪ା୫ (ଡି.ଏନ.ଏ.) ମାର୍ଶାଘାଇ ବ୍ଲକର ଅଙ୍ଗୁଳାଇ ଓ ରାମିଆଗଞ୍ଜ ଗ୍ରାମ ସୀମାରେ ପ୍ରବାହିତ ଗୋବରୀ ଯୋର ଉପରେ ଥିବା ବିପଦସଙ୍କୁଳ ପୋଲକୁ ଭାଙ୍ଗି ସ୍ଥାୟୀ କଂକ୍ରିଟ ପୋଲ ନିର୍ମାଣ କାମ ୮ ବର୍ଷ ପରେ ବି ଝୁଲି ରହିଛି ା ଫଳରେ ଏହି ରାସ୍ତା ଦେଇ ବସ୍‌ ଓ ଟ୍ରକ୍‌ ଚଳାଚଳ ଠପ୍‌ ହୋଇଯାଇଛି ା

ନରେନ୍ଦ୍ରପୁରରେ ମହାନଦୀ  ସୁରକ୍ଷା ଅଭିଯାତ୍ରୀଙ୍କୁ ସ୍ବାଗତ

ନରେନ୍ଦ୍ରପୁରରେ ମହାନଦୀ ସୁରକ୍ଷା ଅଭିଯାତ୍ରୀଙ୍କୁ ସ୍ବାଗତ

ଡେରାବିଶ,୨୪।୫ (ସ୍ବ.ପ୍ର.) ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଅଭିଯାତ୍ରୀମାନେ ବୁଧବାର କଟକ ଜିଲା ମାହାଙ୍ଗା ଥାନା ଅଧୀନ ନରେନ୍ଦ୍ରପୁର ଅତିକ୍ରମ କରି ପାଟକୁରା ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡେରାବିଶ ବିଜେଡି ପକ୍ଷରୁ ଦାନପୁର ସେତୁଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।

ସରକାରୀ କର୍ମଚାରୀଙ୍କ ଆନ୍ଦୋଳନ ୨୩ ଦିନରେ

କେନ୍ଦ୍ରାପଡା ଅଫିସ, ୨୪ା୫: କେନ୍ଦ୍ରାପଡା ନାଗରିକ ସମାଜ ପକ୍ଷରୁ ସରକାରୀ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ଦାବିପତ୍ର ଜିଲାପାଳଙ୍କୁ ବୁଧବାର ପ୍ରଦାନ କରାଯାଇଛି। କର୍ମଚାରୀଙ୍କ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ନାଗରିକ ସମାଜ ଏଥିରେ ସାମିଲ ହୋଇ ଆନ୍ଦୋଳନକୁ ଓହ୍ଲାଇବ ବୋଲି

ଦାମୋଦରପାଟଣାରେ ବ୍ୟାରେଜ ନିର୍ମାଣ ଦାବି

ଦାମୋଦରପାଟଣାରେ ବ୍ୟାରେଜ ନିର୍ମାଣ ଦାବି

କେନ୍ଦ୍ରାପଡା ଅଫିସ, ୨୪ା୫ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀରେ ବ୍ୟାରେଜ ନିର୍ମାଣ ଘୋଷଣା ପରେ କେନ୍ଦ୍ରାପଡା ଜିଲା କୃଷକ ସମାଜ ଉତ୍ସାହିତ ହୋଇଛି ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତସ୍ଥ ଦାମୋଦରପାଟଣା ଗ୍ରାମ ନିକଟରେ ବ୍ୟାରେଜ ନିର୍ମାଣକୁ ଏହି ଅନୁଷ୍ଠାନ ଗୁରୁତ୍ୱ ଦେଇଛି