ଖେଳ |

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

ଦୁବାଇ, ୨୪।୧(ପି.ଟି.): ମହିଳା ଟି୨୦ ବିଶ୍ୱକପ୍‌ର ୨୦୧୮ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ଆୟୋଜକ ଓ୍ବେଷ୍ଟଇଣ୍ଡିଜ ଦଳ ଗତ ସଂସ୍କରଣ ଚାମ୍ପିୟନ ହୋଇଥିଲା। ୨୦୧୬ରେ କଲିକତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍‌ର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ୨୦୧୭ ଆଇସିସି ମହିଳା ଟି୨୦ ଦଳର ଅଧିନାୟିକା ତଥା ୨୦୧୬ ବିଶ୍ୱକପ୍‌ର ଶ୍ରେଷ୍ଠ ଖେଳାଳି ଷ୍ଟାଫାନି ଟେଲର ଏଥର ମଧ୍ୟ ଓ୍ବେଷ୍ଟଇଣ୍ଡିଜ ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି। ଆଣ୍ଟିଗୁଆ, ବାର୍ବାଡୋସ୍‌, ଗୁଆନା, ସେଣ୍ଟ ଲୁସିଆରେ ମ୍ୟାଚ୍‌ଗୁଡ଼ିକ ନଭେମ୍ବର ୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରିଲିମିନାରୀ ମ୍ୟାଚ୍‌ଗୁଡ଼ିକ ଗୁଆନାର ନ୍ୟାଶନାଲ ଷ୍ଟାଡିୟମ ଏବଂ ସେଣ୍ଟଲୁସିଆର ଡାରେନ ସାମି ଷ୍ଟାଡିୟମରେ ଖେଳାଯିବ। ସେହିଭଳି ଆଣ୍ଟିଗୁଆସ୍ଥିତ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମ ଓ ବାର୍ବାଡୋସରେ ଯଥାକ୍ରମେ ୨ଟି ଯାକ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡ଼ିଛି। ଆୟୋଜକ ଓ୍ବେଷ୍ଟଇଣ୍ଡିଜ ସମେତ ଅଷ୍ଟ୍ରେଲିଆ, ବିଶ୍ୱଚାମ୍ପିୟନ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସିଧାସଳଖ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିଛନ୍ତି। ବଳକା ଦୁଇଟି ସ୍ଥାନ ପାଇଁ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ନେଦରଲାଣ୍ଡରେ ଜୁଲାଇ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

All Right Reserved By

ଖେଳ |

ଫିଫା ର଼୍ୟାଙ୍କିଙ୍ଗ୍‌:  ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଫିଫା ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଜୁରିଖ,୧୬।୮- ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛି। ଏହା ଦର୍ଶାଇଛି ଗୁରୁବାର ପ୍ରକାଶ ପାଇଥିବା ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ଅନ୍ୟପକ୍ଷରେ ପୂର୍ବରୁ ଶୀର୍ଷରେ ଥିବା ଜର୍ମାନୀ ଦଳ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ଯୋଗୁ ଏବେ ୧୫ତମ ସ୍ଥାନକୁ ଖସିଛି। 

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଟାଲିନ୍ନ,୧୬।୮- ସାଉଲ ନିଗୁଏଜ ଓ କୋକେଙ୍କ ମ୍ୟାଚ୍‌ର ଅତିରିକ୍ତ ସମୟରେ ଗୋଲ ଯୋଗୁ ଆଟଲେଟିକୋ ମାଡ୍ରିଡ୍‌ ୟୁଫା ସୁପର କପ୍‌ ଟାଇଟଲ ଜିତିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଆଟଲେଟିକୋ ମାଡ୍ରିଡ୍‌ ୪-୨ ଗୋଲ୍‌ରେ ରିଅଲ ମାଡ୍ରିଡ୍‌କୁ ହରାଇ ଏହି ସଫଳତା ପାଇଛି। 

ଭିକ୍ଟର ମୋଜେସଙ୍କ ଅବସର

ଭିକ୍ଟର ମୋଜେସଙ୍କ ଅବସର

ଆବୁଜା,୧୬।୮- ଚେଲସି ଖେଳାଳି ଭିକ୍ଟର ମୋଜେସ ବୁଧବାର ଅନ୍ତର୍ଜାତୀୟ ଫୁଟ୍‌ବଲ ଅବସର ନେଇଛନ୍ତି। ସେ ଏ ନେଇ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ ଅବସର ନାଇଜେରିଆ ଫୁଟ୍‌ବଲ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। କାରଣ ମୋଜେସଙ୍କୁ ଏବେ ମାତ୍ର ୨୭ ବର୍ଷ ହୋଇଛି।

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଅକ୍‌ଲାଣ୍ଡ,୧୬।୮- ପୂର୍ବତନ କ୍ରିକେଟର ଗ୍ୟାରୀ ଷ୍ଟିଡ ନ୍ୟୁଜିଲାଣ୍ଡ ଦଳ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ତାଙ୍କୁ ଦୁଇ ବର୍ଷ ଲାଗି ଏହି ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ପଦରେ ମାଇକ ହାସନ ଥିଲେ। ହାସନ ଚଳିତ ବର୍ଷ ଜୁନରେ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

ଜାକର୍ତ୍ତା,୧୬।୮- ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ୟୋ ୟୋ ଟେଷ୍ଟ ତଥା ଫିଟ୍‌ନେସ ପରୀକ୍ଷାରେ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। 

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡରେ ଭାରତୀୟ ଦଳକୁ ଐତିହାସିକ ବିଜୟ ଆଣି ଦେଇଥିବା ଅଧିନାୟକ ଅଜିତ ଓ୍ବାଦେକରଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। 

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି। 

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ବୁଏନ୍ସ ଏରିସ୍‌, ୧୫।୮(ଏଏଫ୍‌ପି)- ଅଧିନାୟକ ଲିଓନେଲ ମେସି ଆର୍ଜେଣ୍ଟିନାର ଆଗାମୀ ୪ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦୁଇଥର ବିଶ୍ୱବିଜେତା ଆର୍ଜେଣ୍ଟିନା ସେପ୍ଟେମ୍ବର ୭ରେ ଗୁଏତ୍‌ମାଳ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଲସ୍‌ ଆଞ୍ଜେଲ୍ସଠାରେ ଖେଳାଯିବ। 

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ବେଙ୍ଗାଲୁରୁ, ୧୫।୮- ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ୍‌ ଭିଜେଡି ପଦ୍ଧତିରେ ୭ ଉଇକେଟ୍‌ରେ ଇଣ୍ଡିଆ ବ୍ଲୁ’କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

ପ୍ୟାରିସ, ୧୫।୮(ଏଏଫପି)- କ୍ରୋଏସିଆ ବିଶ୍ୱକପ୍‌ ହିରୋ ତଥା ଷ୍ଟାର୍‌ ଷ୍ଟ୍ରାଇକର ମାରିଓ ମଣ୍ଡଜୁକିକ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ମଣ୍ଡଜୁକିକ୍‌ଙ୍କ ଅବସର ନେଇ କ୍ରୋଏସିଆ ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୩୨ ବର୍ଷୀୟ ମଣ୍ଡଜୁକିକ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ କ୍ରୋଏସିଆ ଗତମାସରେ ରୁଷିଆରେ ଶେଷ ହୋଇଥିବା ଫିଫା ବିଶ୍ୱକପ୍‌ ଫାଇନାଲକୁ ପ୍ରଥମଥର ଲାଗି ପ୍ରବେଶ କରିଥିଲା। 

Model This Week

ଯସ୍ମିନ୍