ଖେଳ |

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର
ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି): ଜାତୀୟ ସିନିୟର ମହିଳା ହକି ( ଏ ଓ ବି ଡିଭିଜନ) ଚାମ୍ପିୟନଶିପ୍‌ ରାଞ୍ଚତ୍ଠାରେ ଜାନୁୟାରୀ ୨୬ରୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ ପକ୍ଷରୁ ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତିଙ୍କୁ ଅମ୍ପାୟର ଦାୟିତ୍ୱ ଅର୍ପଣ କରାଯାଇଛି। ନିକଟରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲରେ ନିଶାନ ବୈଷୟିକ ସହଯୋଗୀ ଏବଂ ଅଭ୍ୟାସ ମ୍ୟାଚ ପରିଚାଳନା କରିଥିଲେ। ଗତ ଡିସେମ୍ବରରେ ଅନୁଷ୍ଠିତ ସର୍ବଭାରତୀୟ ରେଲଓ୍ବେ ମହିଳା ଓ ପୁରୁଷ ହକିରେ ମଧ୍ୟ ସେ ଅମ୍ପାୟରିଂ କରିଥିଲେ। ଜାତୀୟ ସିନିୟର ମହିଳା ହକିର ‘ବି’ ଡିଭିଜନରେ ମଧ୍ୟଭାରତ, ଷ୍ଟିଲ୍‌ ପ୍ଲାଣ୍ଟ ସ୍ପୋଟର୍‌ସ ବୋର୍ଡ, ବିହାର, ତେଲେଙ୍ଗାନା, ପଣ୍ଡିଚେରୀ, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, କେରଳ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ, ଦିଲ୍ଲୀ, ବେଙ୍ଗଲ, ଗୋଆ, ତ୍ରିପୁରା, ସ୍ପୋଟର୍‌ସ ଅଥରିଟି ଗୁଜରାଟ ହକି ଏକାଡେମୀ, ମଣିପୁର, ଜମ୍ମୁ-କଶ୍ମୀର, ବିଦର୍ଭ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଓ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଦଳ ଅଂଶଗ୍ରହଣ କରିବେ। ଡିଭିଜନ-ଏରେ ରେଲଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ, ପଞ୍ଜାବ, ଛତିଶଗଡ଼, ତାମିଲନାଡ଼ୁ, ବମ୍ବେ, ହରିୟାଣା, ଓଡ଼ିଶା, ଭୋପାଳ, କର୍ନାଟକ, ମଧ୍ୟପ୍ରଦେଶ, ମଧ୍ୟପ୍ରଦେଶ ହକି ଏକାଡେମୀ, ହକି ଗାଙ୍ଗପୁର-ଓଡ଼ିଶା, ଆସାମ, ରାଜସ୍ଥାନ, ଆସୋସିଏଶନ ଅଫ ଇଣ୍ଡିଆନ ୟୁନିଭର୍ସିଟିଜ୍‌, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ପରି ଦଳ ଅଂଶଗ୍ରହଣ କରିବେ। ପୂର୍ବରୁ ନିଶାନ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟକୁ ସଫଳତାର ସହ ପରିଚାଳନା କରିଥିବାରୁ ହକି ଇଣ୍ଡିଆ ତାଙ୍କ ଉପରେ ଆସ୍ଥାସ୍ଥାପନ କରି ଏହି ଗୁରୁ ଦାୟିତ୍ୱ ଦେଇଛି।
All Right Reserved By

ଖେଳ |

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ;  ରୋହିତଙ୍କ ନେତୃତ୍ୱ

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ; ରୋହିତଙ୍କ ନେତୃତ୍ୱ

ନାପିଏର, ୨୪।୧(ପି.ଟି.)- ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ଅତ୍ୟଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ଦୁଇଟି ମୁକାବିଲା ଓ ଟି୨୦ ସରିଜରୁ ବିଶ୍ରାମ ଦିଆଯାଇଛି।

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ମହିଳା ଫୁଟ୍‌ବଲ: ହଂକଂ ବିପକ୍ଷରେ ଭାରତ ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ, ୨୪।୧ (ପି.ଟି.)- ମିଡ୍‌ ଫିଲ୍ଡର ଇନ୍ଦୁମଥି କାଥିରେସାନଙ୍କ ଗୋଲ ବଳରେ ଭାରତୀୟ ମହିଳା ଘରୋଇ ହଂକଂକୁ ବୁଧବାର ଖେଳାଯାଇଥିବା ଆନ୍ତର୍ଜାତିକ ବନ୍ଧ୍ବତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ରେ ୧-୦ ଗୋଲରେ ପରାସ୍ତ କରିଛି। 

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ବିହାରିଲାଲ ସ୍ମାରକୀ କ୍ରିକେଟ: ବିହାରିଲାଲ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୪।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳପଡ଼ିଆରେ ଚାଲୁଥିବା ବିହାରୀ ଜେନା ମେମୋରିଆଲ କ୍ରିକେଟ୍‌ ଟୁର୍ନମେଣ୍ଟରେ ଆୟୋଜକ ବିହାରିଲାଲ ଫାଇଟର୍ସ ଚାମ୍ପିୟନ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲରେ ଘରୋଇ ଦଳ ଶହୀଦ ସ୍ପୋର୍ଟିଂକୁ ହରାଇ ଟାଇଟଲ ହାସଲ କରିଛି । 

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ:  ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ: ବିଜେଇଏମ୍‌, କିସ୍‌ର ବୃହତ୍‌ ବିଜୟ

ଭୁବନେଶ୍ୱର,୨୪।୧(ସ୍ପୋଟର୍‌ସ ବ୍ୟୁରୋ)- ଭେଟେରାନ କ୍ରିକେଟ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ସ୍ଥାନୀୟ ବି.ଜେ.ବି. କଲେଜ ଗ୍ରାଉଣ୍ଡରେ ଚାଲିଥିବା ୧୭ତମ ଭୁବନେଶ୍ୱର ଆନ୍ତଃ ସ୍କୁଲ କ୍ରିକେଟ ଟୁର୍ନାମେଣ୍ଟରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିଜେଇଏମ୍‌ ଓ କିସ୍‌ ବୃହତ୍‌ ବିଜୟ ହାସଲ କରିଛନ୍ତି। 

 ବିମାନ ଦୁର୍ଘଟଣା:କାର୍ଡିଫ୍‌ ଷ୍ଟ୍ରାଇକର ସାଲାଙ୍କ ମୃତ୍ୟୁ ଆଶଙ୍କା

ବିମାନ ଦୁର୍ଘଟଣା:କାର୍ଡିଫ୍‌ ଷ୍ଟ୍ରାଇକର ସାଲାଙ୍କ ମୃତ୍ୟୁ ଆଶଙ୍କା

ନାନ୍‌ଟେସ (ଫ୍ରାନ୍ସ), ୨୪ା୧ (ଏଏଫ୍‌ପି)-ପ୍ରିମିୟର ଲିଗ୍‌ ଫୁଟ୍‌ବଲ କ୍ଲବ କାର୍ଡିଫ୍‌ ସିଟି ସହିତ ନିକଟରେ ଏକ ରେକର୍ଡ ଫି’ ବିନିମୟରେ ଚୁକ୍ତି କରିଥିବା ଏମିଲିଆନୋ ସାଲାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।  

ସଞ୍ଜିତାଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର

ସଞ୍ଜିତାଙ୍କ ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର

ନୂଆଦିଲ୍ଲୀ, ୨୪ା୧ (ପି.ଟି.)- ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା କେ. ସଞ୍ଜୀତା ଚାନୁଙ୍କ ଉପରୁ ସାମୟିକ ସସ୍‌ପେଣ୍ଡ ଆଦେଶକୁ ଇଣ୍ଟରନ୍ୟାଶନାଲ  ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌)  ମଙ୍ଗଳବାର ପ୍ରତ୍ୟାହାର କରିନେଇଛି।

ବାଙ୍କୀ ଆଥଲେଟିକ୍‌ ଆସୋସିଏଶନ ଚାମ୍ପିୟନ

ବାଙ୍କୀ ଆଥଲେଟିକ୍‌ ଆସୋସିଏଶନ ଚାମ୍ପିୟନ

ବାଙ୍କୀ, ୨୪ା୧ (ସ୍ବ.ପ୍ର)-ବାଙ୍କୀ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଖେଳ ବୁଧବାର ବାଙ୍କୀ ଆଥ୍‌ଲେଟିକ ଆସୋସିଏଶନ ଓ ଖୋର୍ଦ୍ଧା କଳିଙ୍ଗ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। 

ଇଣ୍ଡୋନେସିଆ ମାଷ୍ଟର୍ସ:   ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁ, ସାଇନାଙ୍କ ବିଜୟ ଅଭିଯାନ

ଜାକର୍ତ୍ତା,୨୪।୧(ପି.ଟି.)- ଭାରତର ଦୁଇ ଷ୍ଟାର ମହିଳା ଶଟଲର ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଏଠାରେ ଚାଲିଥିବା ସାଢ଼େ ୩ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ କିଡାମ୍ବୀ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡ ଅତିକ୍ରମ କରିଥିବାବେଳେ ବି. ସାଇ ପ୍ରଣୀଥ କିନ୍ତୁ ନିରାଶ କରିଛନ୍ତି। 

ଉତ୍କଳ ବିଶ୍ୱବିଦ୍ୟାଳୟ ୩ ରନରେ ଜିତିଲା

ଉତ୍କଳ ବିଶ୍ୱବିଦ୍ୟାଳୟ ୩ ରନରେ ଜିତିଲା

କଟକ ଅଫିସ,୨୪।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଚୂଡ଼ାନ୍ତ ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ବିଜୟୀ ହୋଇଛି। ଲିଗ୍‌ ପର୍ଯ୍ୟାୟରେ ୨ଟି ମ୍ୟାଚ୍‌ ଖେଳିଥିବା ବେଳେ ଉତ୍କଳର ଏହା ପ୍ରଥମ ବିଜୟ। 

ଲାରାଙ୍କୁ ପଛରେ ପକାଇଲେ ବିରାଟ

ଲାରାଙ୍କୁ ପଛରେ ପକାଇଲେ ବିରାଟ

ନାପିଅର, ୨୪।୧- ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ କୋହଲି ୪୫ ରନ କରିଥିଲେ। ଏଥିସହ ଦିନିକିଆ କ୍ରିକେଟରେ ତାଙ୍କ ମୋଟ୍‌ ରନ୍‌ ସଂଖ୍ୟା ୧୦,୪୩୦ରେ ପହଞ୍ଚିଛି । 

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ମେଲବୋର୍ନ,୨୩।୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟ ବୁଧବାର ଦଶମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ମଙ୍ଗଳବାର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦ୍ୱିତୀୟ ସିଡ୍‌ ରାଫାଲ ନାଡ଼ାଲ ଓ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସ ମଧ୍ୟରେ ସେମି ମୁକାବିଲା ସ୍ପଷ୍ଟ ହୋଇଥିଲା। ସେହିପରି ବୁଧବାର ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌ ଓ ଫ୍ରାନ୍ସର ଲୁକାସ ପାଉଲିଙ୍କ ମଧ୍ୟରେ ସେମିଫାଇନାଲ ମୁକାବଲା ଖେଳାଯିବା ନିଶ୍ଚିତ ହୋଇଛି। ଅନ୍ୟପଟେ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ମଙ୍ଗଳବାର ଅଷ୍ଟମ ସିଡ୍‌ ଚେକ୍‌ ଗଣରାଜ୍ୟର ପେଟ୍ରା ଭିଟୋଭ ଓ ଆମେରିକାର ଡାନିଏଲ କିଲିନ୍ସଙ୍କ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ସ୍ଥିର ହୋଇଥିଲା। ବୁଧବାର ଚତୁର୍ଥ ସିଡ୍‌ ଜାପାନର ନାଓମି ଓସାକା ଓ ଚେକ୍‌ ଗଣରାଜ୍ୟର ସପ୍ତମ ସିଡ୍‌ ଖେଳାଳି କାରୋଲିନା ପ୍ଲିସ୍କୋଭାଙ୍କ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବା ନିଶ୍ଚିତ ହୋଇଛି।

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ନାପିଏର, ୨୩।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ବିଜୟ ପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତକୁ ପୂରା ଷ୍ଟାଇଲରେ ଆରମ୍ଭ କରିଛି।  ସିମର ମହମ୍ମଦ ସାମି ଓ ଅଭିଜ୍ଞ ଓପ୍‌ନର ଶିଖର ଧାଓ୍ବନଙ୍କ ଦମ୍‌ଦାର ପ୍ରଦର୍ଶନ