ରାଜ୍ୟ |

୨୮ଘଣ୍ଟା ପରେ ଶେଷକୃତ୍ୟ

୨୮ଘଣ୍ଟା ପରେ ଶେଷକୃତ୍ୟ
ପଟ୍ଟାଙ୍ଗି,୨୪।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତା ମେଡିକାଲରେ ଥିବାବେଳେ ଯେପରି ହୀନସ୍ତା ହୋଇଥିଲେ, ମୃତ୍ୟୁ ପରେ ବି ତାଙ୍କର ମୃତଦେହ ସେଥିରୁ ବାଦ୍‌ ପଡ଼ିନାହିଁ। ସୋମବାର ଅପରାହ୍ନରେ ମୃତ୍ୟୁ ହେବା ପରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପୀଡ଼ିତାଙ୍କ ମୃତଦେହ ରହିଥିଲା। ମୃତ୍ୟୁର ୨୮ ଘଣ୍ଟା ପରେ କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହକୁ ତାଙ୍କ ଗାଁ ମୁଷାଗୁଡ଼ା ନିଆଯାଇ ମଙ୍ଗଳବାର ସନ୍ଧ୍ୟାରେ ସତ୍କାର କରାଯାଇଛି। ସନ୍ଧ୍ୟା ୫ଟା ୧୫ ସମୟରେ ପ୍ରଥମେ ପ୍ରଶାସନର ଉପସ୍ଥିତିରେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତଦେହର ବ୍ୟବଚ୍ଛେଦ ହୋଇଥିଲା। ପରେ ଗାଁ ଶ୍ମଶାନରେ ସନ୍ଧ୍ୟା ୭ଟା ପରେ ଶେଷକୃତ୍ୟ କରାଯାଇଥିଲା। ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ ପୀଡ଼ିତାଙ୍କ ମୃତଦେହ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିଲା। ଏହାପରେ ସେଠାରୁ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ କିଛି ସମୟ ମୃତଦେହ ରଖି ପରିବାର ଲୋକେ, ମୂଷାଗୁଡ଼ା ଗ୍ରାମବାସୀ ଓ ରାଜନୈତିକ ଦଳର ନେତୃବୃନ୍ଦ ବିକ୍ଷୋଭ କରିଥିଲେ। ପରେ ସେଠାରୁ ୨ କିମି ଦୂର କୁନ୍ଦୁଲି ସାପ୍ତାହିକ ହାଟ ନିକଟସ୍ଥ ମୂଷାଗୁଡ଼ା ଗାଁକୁ ଯିବାରାସ୍ତାରେ ରାଜପଥ ଉପରେ ମୃତଦେହ ରଖି ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହର ବ୍ୟବଚ୍ଛେଦ କରିବା ପାଇଁ ଦେବାକୁ ଆଦୌ ରାଜି ହୋଇନଥିଲେ। ସେମାନଙ୍କର ଦାବି ଥିଲା, ପୀଡ଼ିତା ନାବାଳିକା ଗଣ ବଳାତ୍କାରର ଶିକାର ହୋଇଥିବା ଯୋଡ଼ିକନ୍ଦା ଘାଟିରେ ମୃତଦେହ ବ୍ୟବଚ୍ଛେଦ ହେଉ। ତାହା ପୁଣି ପରିବାର ଲୋକଙ୍କ ଉପସ୍ଥିତିରେ କରାଯାଉ ବୋଲି ସେମାନେ ଦାବି କରିଥିଲେ। ତେବେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍‌ପି କନଓ୍ବର ବିଶାଲ ସିଂ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଶବ ବ୍ୟବଚ୍ଛେଦ ପରେ ଦାବି କଥା ବିଚାର କରାଯିବ। ଏହାପରେ ରାଜପଥ ସ୍ଥିତ ଧାରଣାସ୍ଥଳରୁ ମୃତଦେହକୁ ମୂଷାଗୁଡ଼ା ଗାଁ ଅଭିମୁଖେ ନିଆଯାଇଥିଲା। ଏସ୍‌ପି ଓ ଜିଲାପାଳ ମୃତଦେହ ସହ ମାଳିମାର୍ଲା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏସ୍‌ପି ଭି.ଆର୍‌. ରାଓ, ଏଡିଏମ୍‌ ଦେବେନ କୁମାର ପ୍ରଧାନ, ସେମିଳିଗୁଡ଼ା ତହସିଲଦାର ଅନୀଲ କୁମାର ସେଠୀ, ପଟ୍ଟାଙ୍ଗି ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଓ ଅନ୍ୟ ପୋଲିସ ଅଧିକାରୀ ମୂଷାଗୁଡ଼ା ଗାଁ ପର୍ଯ୍ୟନ୍ତ ମୃତଦେହ ସହ ଯାଇଥିଲେ। ସେମାନଙ୍କ ଉପସ୍ଥିତିରେ ସେଠାରେ କୋରାପୁଟର ଡାକ୍ତର ଅଜିତ କୁମାର ପ୍ରଧାନ, ପ୍ରମୋଦ ପଣ୍ଡା ମୃତଦେହର ବ୍ୟବଚ୍ଛେଦ କରିଥିଲେ। ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ପୋଲିସ, ଡାକ୍ତରଙ୍କୁ ଶେଷଯାଏଁ ବିଶ୍ୱାସକୁ ନେଲେନି ପୀଡ଼ିତାଙ୍କ ପରିବାର କୁନ୍ଦୁଲି ପୀଡ଼ିତା ଗଣ ବଳାତ୍କାରର ଶିକାର ହେବା ପରେ ଏଭଳି ଅନେକ ନଜିର ଦେଖିବାକୁ ମିଳିଥିଲା, ଯେଉଁ ସମୟରେ ସେ କିମ୍ବା ତାଙ୍କ ପରିବାର ଲୋକେ ପୋଲିସ କିମ୍ବା ଡାକ୍ତରଙ୍କୁ ବିଶ୍ୱାସ କ0ରିପାରି ନଥିଲେ। ତଦନ୍ତ କରୁଥିବା ଡାକ୍ତର ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରି ରିପୋର୍ଟ ଦେଇଥିବା ଡାକ୍ତରଙ୍କ ଆଚରଣ ଓ ଚାପ କୁନ୍ଦୁଲି ପୀଡ଼ିତାଙ୍କ ପରିବାର ପାଇଁ ଅସହ୍ୟ ହୋଇଥିଲା। ପରିବାର ଲୋକଙ୍କ ସେମାନଙ୍କ ପ୍ରତି ଏତେ ପରିମାଣରେ ଅବିଶ୍ୱାସ ସୃଷ୍ଟି ହୋଇଥିଲା ଯେ ସେମାନେ ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ପୋଲିସ କିମ୍ବା ଡାକ୍ତରଙ୍କୁ ବିଶ୍ୱାସ କରିପାରି ନାହାନ୍ତି। ଗଣ ବଳାତ୍କାର ପରେ ଯେତେବେଳେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ବାରମ୍ବାର ମେଡିକାଲ ନିଆଯାଉଥିଲା, ସେତେବେଳେ ମଧ୍ୟ ପରିବାର ଲୋକେ ସେଠାରେ ତାଙ୍କୁ ରଖିବା ପାଇଁ ରାଜି ହେଉନଥିଲେ। ପୀଡ଼ିତାଙ୍କ ପାଖରେ ପରିବାର ଲୋକଙ୍କୁ ରହିବାକୁ ଦିଆଯାଉ ନଥିଲା। ଏଥିପାଇଁ ସେମାନେ ମେଡିକାଲରେ ଧାରଣା ମଧ୍ୟ ଦେଇଥିଲେ। ଏବେ ସୋମବାର ଅପରାହ୍ନରେ ଝିଅର ମୃତ୍ୟୁ ହୋଇଥିଲେ ମଧ୍ୟ ମଙ୍ଗଳବାର ଅପରାହ୍ନ ସୁଦ୍ଧା ସେମାନେ ବ୍ୟବଚ୍ଛେଦ ଲାଗି କାହାକୁ ମୃତଦେହରେ ହାତ ଲଗାଇ ଦେଇ ନଥିଲେ। ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହର ବ୍ୟବଚ୍ଛେଦ କରିବା ପାଇଁ ଦେବାକୁ ଆଦୌ ରାଜି ହୋଇନଥିଲେ। ଏଡିଏମ୍‌ଙ୍କୁ ଦାବିପତ୍ର ଦେଲେ ପୀଡ଼ିତାଙ୍କ ଭାଇ ପୀଡ଼ିତାଙ୍କ ଭାଇ ଭଗବାନ ତାତି ସୋମବାର ରାତି ୮ଟାରେ ଏଡିଏମ୍‌ ଦେବେନ୍‌ କୁମାର ପ୍ରଧାନଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ଦେଇଛନ୍ତି। ସେଥିରେ ପଟ୍ଟାଙ୍ଗି ଥାନା ଆଇଆଇସି, ସେମିଳିଗୁଡ଼ାର ତତ୍କାଳୀନ ଆଇଆଇସି (ଜୟପୁର ଟାଉନଥାନାରେ ଏବେ କାର୍ଯ୍ୟରତ), ତତ୍କାଳୀନ ଜିଲାପାଳ ଅନୁପମ ଶାହା, ଏସ୍‌ପି, ଡିଆଇଜି, ସିଡିଏମ୍‌ଓ, ଡାକ୍ତରୀ ମାଇନା କରିଥିବା ଓ ରିପୋର୍ଟ ଦେଇଥିବା ଡାକ୍ତର ଓ ଏଚ୍‌ଆରପିସି ଏଡିଜିଙ୍କୁ ପକ୍ଷଭୁକ୍ତ କରି ଭଗବାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
All Right Reserved By

ରାଜ୍ୟ |

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା,୧୭।୧୦(ଡି.ଏନ.ଏ.)- ଆଜି ବି ବଞ୍ଚିଛି ମାନବିକତା । ବରଗଡ ଜିଲାର ସୋହେଲା ସାହୁଟିକିରାଠାରେ କିଛିମାସ ହେବ ମାଟି ଭୁଏ ନାମ୍ନୀ ଜଣେ ବୃଦ୍ଧା ଏକ କୁଡିଆରେ ଆଶ୍ରୟ ନେଇଥିଲେ ।

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ନୂଆପଡା ଅଫିସ,୧୭।୧୦-ନୂଆପଡା ସହରର ମାତ୍ର ୪/୫ କି.ମି ଦୂର ୩୫୩ ନଂ. ଜାତୀୟ ରାଜପଥର ସିଲଦା ନାଲା ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସାଁକରା ଗାଁରୁ ଏମାନେ ନୂଆପଡା ଜିଲା କୋମନାରେ ଥିବା ବୈଷ୍ଣୋଦେବୀ ମନ୍ଦିରକୁ ମା’ଙ୍କୁ ଦର୍ଶନ ଲାଗି ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ସହ ମୁହଁାମୁହିଁ ପିଟି ହୋଇଯିବାରୁ ବୋଲେରୋରେ ଥିବା ୯ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ଚାଳକଙ୍କ ଜୀବନ ଦୀପ ମଧ୍ୟ ଲିଭି ଯାଇଛି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।