ରାଜ୍ୟ |

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା

କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ଧକ୍କା
ନୂଆଦିଲ୍ଲୀ,୨୪ା୧(ସ୍ବ.ପ୍ର.): ଓଡ଼ିଶାର ଜୀବନରେଖା ମହାନଦୀକୁ ନେଇ ସୁପ୍ରିମକୋର୍ଟ ମଙ୍ଗବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାସକ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟକୁ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ବିଜୟ ଭାବେ ବିବେଚନା କରାଯାଉଥିବା ବେଳେ ଓଡ଼ିଶା ପ୍ରତି ପାତରଅନ୍ତର ମନୋଭାବ ପୋଷଣ କରୁଥିବା କେନ୍ଦ୍ର ସରକାରଙ୍କୁ ଏକ ଶକ୍ତ ଧକ୍କା ଲାଗିଥିବା କୁହାଯାଉଛି। ସୁପ୍ରିମ୍‌କୋର୍ଟର ବିଚାରପତି ଏସ୍‌.ଏ. ବୋବଡେ ଏବଂ ଏଲ୍‌. ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ମଙ୍ଗଳବାର ମହାନଦୀ ବିମାଦ ସଂକ୍ରାନ୍ତ ମାମଲାର ଶୁଣାଣି କରିଥିଲେ। ଏକମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଆତ୍ମାରାମ ନାଦକର୍ମୀ ଯୁକ୍ତି ବାଢ଼ିଥିଲେ ଯେ କେନ୍ଦ୍ର ଏହି ବିବାଦକୁ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚାହୁଁଛି। ଓଡ଼ିଶା ସରକାର ଆଲୋଚନାରେ ସହଯୋଗ କରୁନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ଦ୍ୱାରା ବିବାଦ ସମାଧାନ ପାଇଁ ସୁଯୋଗ ଦିଆଯାଉ। ଏହି ଯୁକ୍ତିରେ ଖଣ୍ଡପୀଠ କହିଥିଲେ ଯେ, ଏହାର ଅର୍ଥ ହେଉଛି କେନ୍ଦ୍ର ସରକାର ଆଲୋଚନା ବିଫଳ ହୋଇଥିବା ସ୍ବୀକାର କରୁଛନ୍ତି। ଆତ୍ମାରାମ ଏହାପରେ କହିଥିଲେ ଯେ ସରକାର ଟ୍ରିବ୍ୟୁନାଲ ଗଠନକୁ ବିରୋଧ କରୁନାହାନ୍ତି। କେବଳ ମହାନଦୀ ବିବାଦକୁ ନେଇ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ପରିବର୍ତ୍ତେ ସରକାର ଦେଶର ସମସ୍ତ ଆନ୍ତଃରାଜ୍ୟ ଜଳ ବଣ୍ଟନ ବିବାଦକୁ ନେଇ ଏକ ଟ୍ରିବ୍ୟୁନାଲ ଗଠନ କରିବେ। ଛତିଶଗଡ଼ ସରକାର ଏହି ମାମଲାର ପକ୍ଷଭୁକ୍ତ ଥିବାରୁ ତାଙ୍କ ଓକିଲ କହୁଥିଲେ ଯେ, ପୋଲାଭରମ ମାମଲା ଯେପରି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି ଏବଂ ବିଶେଷକରି ୧୯୮୩ ମସିହାର ଯୁଗ୍ମ ଆଲୋଚନା ବୋର୍ଡ ନିୟମରେ ଆଲୋଚନା ଦ୍ୱାରା ଆମେ ଏହି ମାମଲାର ସମାଧାନ କରିବାକୁ ଚେଷ୍ଟା କରିବୁ। ଛତିଶଗଡ଼ ପ୍ରତିନିଧିଙ୍କ ଏହି କଥାରେ ଖଣ୍ଡପୀଠ ବିରକ୍ତି ପ୍ରକାଶ କରି କହିଥିଲେ ଯେ, ସେ କେନ୍ଦ୍ର ସରକାରଙ୍କ ପକ୍ଷ ହୋଇ କହିବା କୌଣସି ଯୁକ୍ତିସଙ୍ଗତ ନୁହେଁ। ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତୋଗୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ କଥାରେ କୌଣସି ତାଳମେଳ ନାହିଁ। କେନ୍ଦ୍ର ସରକାର ପୂର୍ବରୁ କହିଥିଲେ ଯେ, ୨୦୧୭ ନଭେମ୍ବର ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। କିନ୍ତୁ ଡିସେମ୍ବର ୫ ଶୁଣାଣିରେ କେନ୍ଦ୍ର ନିଜ ପ୍ରତିଶ୍ରୁତିରୁ ଓହରିଯାଇ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ କହିଥିଲେ, ଯେଉଁଥିପାଇଁ କୋର୍ଟ କେନ୍ଦ୍ରକୁ ଭର୍ତ୍ସନା କରିଥିଲେ। ତା’ଛଡ଼ା ପୂର୍ବ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଟ୍ରିବ୍ୟୁନାଲ ଗଠନ ହେବ ବୋଲି ପାର୍ଲାମେଣ୍ଟରେ କହିଥିବା ବେଳେ ପରବର୍ତ୍ତୀ ସମୟରେ ନୂଆ ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ ଏକକ ଟ୍ରିବ୍ୟୁନାଲ ଗଠନ ହେବ ବୋଲି ପାର୍ଲାମେଣ୍ଟରେ କହିଛନ୍ତି। ଏହାଦ୍ୱାରା କାହାରି କଥାରେ କୌଣସି ତାଳମେଳ ନ ଥିବା ରୋହତୋଗୀ କହିଥିଲେ। ତାଛଡ଼ା ରାଜ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା ପରିବର୍ତ୍ତେ ଟ୍ରିବ୍ୟୁନାଲ ଗଠନ ପାଇଁ ବହୁ ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସାରିଛନ୍ତି। କେନ୍ଦ୍ର ଗୋଟିଏ ପଟେ ଆଲୋଚନା ପାଇଁ କହୁଥିବା ବେଳେ ଅନ୍ୟପଟେ ଛତିଶଗଡ଼ ଦ୍ୱାରା ନିର୍ମାଣାଧୀନ ବ୍ୟାରେଜଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉନାହାନ୍ତି। ଏଣୁ ଓଡ଼ିଶା ସରକାର କେବଳ ଟ୍ରିବ୍ୟୁନାଲ ଗଠନ ଚାହାନ୍ତି। ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ମାସକ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ଲାଗି ବିଜ୍ଞପ୍ତି ପ୍ରକାଶ କରିବାକୁ ଖଣ୍ଡପୀଠ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପ୍ରତିନିଧି ଏହା ମଧ୍ୟ କହିଥିଲେ ଯେ, ଛତିଶଗଡ଼କୁ ବ୍ୟାରେଜ ନିର୍ମାଣ ବନ୍ଦ କରିବା ଏବଂ ଭବିଷ୍ୟତରେ ଓଡ଼ିଶାକୁ ଅବଗତ ନ କରାଇ କୌଣସି ବ୍ୟାରେଜ ନିର୍ମାଣ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହା ଉପରେ ଖଣ୍ଡପୀଠ କୌଣସି ରାୟ ଦେଇ ନ ଥିଲେ କିନ୍ତୁ କହିଥିଲେ ଯେ, ଟ୍ରିବ୍ୟୁନାଲ ଗଠନ ପରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ ନିକଟରେ ଏଥିପାଇଁ ଆବେଦନ କରିପାରିବେ।
All Right Reserved By

ରାଜ୍ୟ |

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବିଲୁଛି ଜଗା। ମା’ଙ୍କ ହାତଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲଖିତ ହୋଇଛି। 

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮।୧୦- ସମ୍ଭାବ୍ୟ ତିିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ମଧ୍ୟରୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିକା ଅଞ୍ଚଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିଛନ୍ତି ।

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ଗଜପତି, ୧୮।୧୦ (ଡ଼ି.ଏନ.ଏ)- ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଆତଙ୍କପୁରରେ ଏକ ଅଭାବନୀୟ ଘଟଣା ଘଟଛି। ତିତ୍‌ଲି ପ୍ରଭାବରେ ବାତ୍ୟା, ବନ୍ୟାରେ ଗତ ୧୧ ତାରିଖରୁ ନିଖୋଜ ଥିଲେ ମୁକୁନ୍ଦ ଦୋରାଙ୍କ ନାବାଳିକା ଝିଅ।

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଅଫିସ,୧୮।୧୦: ନିର୍ବାଚନ ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଲା । ଏହି ଗୋଷ୍ଠୀ କନ୍ଦଳ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀଙ୍କ ମଧ୍ୟରେ ତ୍ୱରାନ୍ବିତ ହୋଇଛି । 

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଖୋର୍ଦ୍ଧା ଅଫିସ,୧୮।୧୦: ବାଣପୁରର ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା’ ଭଗବତୀଙ୍କ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଶୌଚାଳୟରେ ୫ବର୍ଷ ହେଲା ତାଲା ଝୁୁଲୁଛି । 

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଖୋର୍ଦ୍ଧା ଅଫିସ,୧୮ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରାରେ ୫୦ଫୁଟର  ରାବଣ ପୋଡ଼ି ଉତ୍ସବ ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ ଆକର୍ଷଣୀୟ ଦର୍ଶନ ରହିଥିବା ଜଣାପଡିଛି। ଏହି ଉତ୍ସବକୁ ଖୋର୍ଦ୍ଧାର ବଡିଜୋନ ଅନୁଷ୍ଠାନ ପକ୍ଷରୁ ୨୦୦୬ରେ ଆରମ୍ଭ ହୋଇଥିଲା। ରାବଣ ପୋଡି ପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି ।

କୋଣାର୍କରେ  ଯୁବତୀଙ୍କୁ ଗଣବଳାତ୍କାର ଘଟଣା:  ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

କୋଣାର୍କରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

ପୁରୀ ଅଫିସ,୧୮ା୧୦: କୋଣାର୍କରେ ଘଟିଥିବା ଗତ ବୁଧବାର ଲଜ୍ଜା ଘଟଣାରେ ବନ୍ଦ କୋଠରିରୁ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଗୁରୁବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ମହିଳା କଂଗ୍ରେସ ଓ ଭାଜପା ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ସହ ମିଶି ଆଲୋଚନା କରିଥିଲେ। ଭାଜପା ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆସିଥିବା ୫ଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ମିଶି ଘଟଣା ସମ୍ପର୍କରେ ବୁଝିଥିଲେ।

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମାଥିଲି, ୧୮।୧୦ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଉଁଲି ମା’ ମନ୍ଦିର ପରିସରରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୭ ଜୁଆଡିଙ୍କୁ ଗିରଫ କରିଛି । 

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଓ ତା’ର ପରବର୍ତ୍ତୀ ବର୍ଷା ଫଳରେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲା ବିଶେଷଭାବେ ପ୍ରଭାବିତ ହୋଇଛି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରାଯାଉଥିବା ବେଳେ ଏହାର ପରିମାଣ ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କ୍ଷୟକ୍ଷତି ପରିମାଣ ୨,୭୬୫ କୋଟିରେ ପହଞ୍ଚିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

କଟକ ଅଫିସ,୧୮।୧୦: କଟକ ବଜ୍ରକବାଟି ରୋଡ୍‌ରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। 

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଦଶଭୂଜାଙ୍କ ମହାନବମୀ, ଚାରିଆଡେ ଆଧ୍ୟାତ୍ମିକ ପରିବେଶ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ଆଜି ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦଶଭୂଜାଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଆଗମନକୁ ନେଇ ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।