ରାଜ୍ୟ |

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ରାଜଧାନୀରେ ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି
ଭୁବନେଶ୍ୱର, ୨୪।୧(ବ୍ୟୁରୋ): କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜ୍ୟ ରାଜନୀତି ଜୋର୍‌ ଧରିଛି। ମଙ୍ଗଳବାର ରାଜଧାନୀ ମଧ୍ୟ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୁହଁ ଖୋଲିଛନ୍ତି। ପୀଡିତାଙ୍କ ମୃତ୍ୟୁ ନେଇ ଘଟଣାର ସ୍ଥିତି ଅନୁଧ୍ୟାନ କରାଯାଉଛି। ଏନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ଅବସରରେ ଯାଇଥିବା ନବୀନ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୈତିକ ଫାଇଦା ଗୋଟାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ବିରୋଧୀ। ଏତେଦିନ ବସି ରହିଥିବା ବିରୋଧୀ କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି। ଉକ୍ତ ଘଟଣାରେ ଶାସକ ବିଜେଡିକୁ ଟାର୍ଗେଟ କରି ଉଭୟ କଂଗ୍ରେସ ଏବଂ ଭାଜପା ପକ୍ଷରୁ ବୁଧବାର ଓଡିଶା ବନ୍ଦ ଡାକରା ଦିଆଯାଇଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟୀ କରି ବୁଧବାର ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପ୍ରସାଦ ହରିଚନ୍ଦନ ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ଡାକରା ଦେଇଛନ୍ତି। ପରବର୍ତ୍ତୀ ସମୟରେ ବୁଧବାର ଭାଜପା ପକ୍ଷରୁ ରାଜ୍ୟବ୍ୟାପୀ ୧୨ଘଣ୍ଟିଆ ହରତାଳ ହେବ ବୋଲି ଘୋଷଣା କରାଯାଇଛି। ଏହି ହରତାଳରୁ ଅତ୍ୟାବଶ୍ୟକ ସେବା ବାଦ୍‌ ରହିବା ନେଇ ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅନ୍ୟପଟେ ମଙ୍ଗଳବାର ଅପରାହ୍ନରେ ଭାଜପା କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିଲେ। ଦଳୀୟ କାର୍ଯ୍ୟାଳୟଠାରୁ ଭାଜପା କର୍ମୀମାନେ ଏକ ବିଶାଳ ରାଲିରେ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିବା ସମୟରେ ପୋଲିସ ପକ୍ଷରୁ ସେମାନଙ୍କୁ ଶିଶୁଭବନ ଛକଠାରେ ଅଟକା ଯାଇଥିଲା। ହେଲେ ଭାଜପା କର୍ମୀମାନେ ବ୍ୟାରିକେଡ୍‌ ଠେଲି ଆରପାର୍ଶ୍ୱକୁ ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ। ଶିଶୁଭବନ ଛକ ରଣକ୍ଷେତ୍ର ପାଲଟିଯାଇଥିଲା। ଭାଜପା କର୍ମୀମାନେ ପ୍ରଥମେ ପୋଲିସ୍‌ ଉପରକୁ ଟେକାପଥର ମାଡ କରିଥିଲେ। ଏଥିରେ ୪ଜଣ ପୋଲିସଙ୍କ ମୁଣ୍ଡ ଫାଟିଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିଲା। ଅପରପକ୍ଷରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରାଯାଇଥିଲା। ମହିଳା କଂଗ୍ରେସ ସଭାପତି ସସ୍ମିତା ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ନବୀନ ନିବାସ ଘେରିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ପୋଲିସ୍‌ ମହିଳା କଂଗ୍ରେସ କର୍ମୀଙ୍କୁ ଅଟକ ରଖି ଶେଷରେ ଛାଡି ଦେଇଥିଲା। ଏହିଭଳି ଭାବେ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାରେ ରାଜଧାନୀରେ ରାଜନୈତିକ ଦଳଗୁଡିକ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଶାସକ ଦଳ ଉପରକୁ କାଦୁଅ ଫିଙ୍ଗିବା ଲାଗି ଏହା ବିରୋଧୀଙ୍କ ପାଇଁ ଉପଯୁକ୍ତ ସମୟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଅପରପକ୍ଷରେ କୁନ୍ଦୁଲି ଘଟଣାରେ ପ୍ରଶାସନିକ ଅଧିକାରୀମାନେ ଯାହା ପ୍ରମାଣ କରିବାକୁ ପ୍ରୟାସ କରୁଥିଲେ ପୀଡିତାଙ୍କ ଆତ୍ମହତ୍ୟା ପରେ ସେମାନେ ମିଛ କହୁଥିବା ଏକ ପ୍ରକାର ପ୍ରମାଣ ହୋଇଯାଇଛି। ଏହି ଘଟଣାରେ ଛାତ୍ର ସଂଗଠନ ଗୁଡିକ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି। ଏହାର ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ରାଲି ବାଣୀବିହାର ଛକଦେଇ ଯିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ଏହି ଘଟଣାକୁ ନେଇ ପ୍ରସାଦ ହରିଚନ୍ଦନ କହିଛନ୍ତି, ରାଜ୍ୟ ସରକାର ଗାଁକୁ କାମ ମା’କୁ ସମ୍ମାନର ସ୍ଲୋଗାନ ଦେଉଥିବା ବେଳେ ରାଜ୍ୟରେ କ୍ରମାଗତ ଭାବେ ନାରୀ ନିର୍ଯାତନା, ହତ୍ୟା ଏବଂ ବଳାତ୍କାର ବଢି ଚାଲିଛି। କୁନ୍ଦୁଲି ପୀଡିତା ବାରମ୍ବାର ନ୍ୟାୟ ଦାବି କରିବା ପରେ ସେଥିରୁ ବଞ୍ଚିତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଯେଉଁମାନେ ପୀଡିତାଙ୍କ ମୃତ୍ୟୁ ପାଇଁ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ସେହିପରି ପିପିଲିର ବେବିନା ବେହେରା, ଇତିଶ୍ରୀ ହତ୍ୟାକାଣ୍ଡ ଭଳି ଅନେକ ଘଟଣାରେ ମହିଳାମାନେ ବଳାତ୍କାରର ଶିକାର ହୋଇଥିଲେ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି ବୋଲି ପ୍ରସାଦ କହିଛନ୍ତି। ସିବିଆଇ ତଦନ୍ତ ହେଉ:ଭାଜପା ଭାଜପା ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର କହିଛନ୍ତି ଯେ, ପୋଲିସ, ପ୍ରଶାସନ ଏବଂ ଶେଷରେ ରାଜ୍ୟ ସରକାରଙ୍କଠାରୁ ନ୍ୟାୟ ଏବଂ ସହାୟତା ପାଇବାର ଆସ୍ଥା ହରାଇବା ପରେ କୁନ୍ଦୁଲି ପୀଡିତା ଆତ୍ମହତ୍ୟା କଲେ। ସେ ବାରମ୍ବାର ନ୍ୟାୟ ପାଇଁ ଭିକ୍ଷା କରିବା ସତ୍ତ୍ୱେ ସମ୍ବେଦନହୀନ ରାଜ୍ୟ ସରକାର ତାଙ୍କ କଥା ପ୍ରତି କର୍ଣ୍ଣପାତ କଲେ ନାହିଁ। ପୋଲିସ ଏବଂ ପ୍ରଶାସନ ଘଟଣା ଜାଣିବା ସତ୍ତ୍ୱେ ପୀଡିତାଙ୍କୁ ନ୍ୟାୟ ନ ଦେଇ ପାରିବା ଅତ୍ୟନ୍ତ ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା। ସମଗ୍ର ରାଜ୍ୟକୁ ଲଜ୍ଜିତ କରିଥିବା ଏହି ଘଟଣାର ସତ୍ୟାସତ୍ୟ ଫର୍ଦ୍ଦାଫାଶ ପାଇଁ ଏହାର ସିବିଆଇ ତଦନ୍ତ ହେଉ ବୋଲି ପାତ୍ର ଦାବି କରିଛନ୍ତି। ବନ୍ଦ ଡାକରାକୁ ବିଜେଡିର ନିନ୍ଦା ଅନ୍ୟପଟେ କଂଗ୍ରେସ ଏବଂ ଭାଜପାର ଓଡିଶା ବନ୍ଦ ଡାକରା ଘଟଣାକୁ ଶାସକ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି। ଏନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଏହି ଘଟଣାରୁ ଫାଇଦା ନେବାକୁ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଚାଲିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୈତିକ ଫାଇଦା ନେବାକୁ ବିରୋଧୀ ଲାଗିଛନ୍ତି। ପୀଡିତାଙ୍କ ପାଇଁ ଜମା ବି ସମବେଦନା ନାହିଁ, କେବଳ ରାଜନୀତି କରୁଛନ୍ତି। ଏହାକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଉଥିବା ପ୍ରତାପ କହିଛନ୍ତି।
All Right Reserved By

ରାଜ୍ୟ |

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦଶହରାରେ ଦାରିଙ୍ଗବାଡ଼ି ଉତ୍ସବ ମୁଖର, ମା’ ପାଟଖଣ୍ଡାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୯।୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶୁକ୍ରବାର  ଦଶହରା ପର୍ବ ବା ବିଜୟା ଦଶମୀ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ସମେତ ସିମନବାଡ଼ିଠାରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ସ୍ଥାପନ କରାଯାଇ ପୁଜାର୍ଚ୍ଚନା କରାଯାଉଛି। ଦଶମୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନେ ଭିଡ଼ ଜମାଇଥିଲେ ।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର ଅଫିସ,୧୯।୧୦: ବ୍ରହ୍ମପୁର ଷ୍ଟେଶନ ନିକଟ ହଳଦିଆପଦର ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଯାଇଛି । ଫଳରେ ବ୍ରହ୍ମପୁର ଠାରୁ ବିଶାଖାପାଟଣା ମଧ୍ୟରେ ଟ୍ର୍ରେନ ଚଳାଚଳ ପ୍ରଭାବିତ ହୋଇଛି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ଅଫିସ,୧୯।୧୦: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୫୦ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରିଥିଲେ।

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୯।୧୦: ଶ୍ରୀମନ୍ଦିର ଚୂଡ଼ାରେ ପ୍ରତିଦିନ ପତିତପାବନ ବାନା ବନ୍ଧା ଯାଇଥାଏ। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଥିବାରୁ ଏବଂ ଶୀଘ୍ର ସନ୍ଧ୍ୟା ହେଉଥିବାରୁ ପ୍ରତ୍ୟହ ଅପରାହ୍ନ ୪ଟାରେ ବାନା ବନ୍ଧାଯିବାକୁ ସ୍ଥିର ହୋଇଛି। ଚୂନରା ସେବକମାନେ ୩ଟାରେ ବାନା ବାନ୍ଧିବା ଲାଗି ଶ୍ରୀମନ୍ଦିର ଚୂଡାକୁ ଚଢ଼ିବେ। ୪ଟାରେ ବାନା ବନ୍ଧାଯିବ। 

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୯।୧୦: ଶୁକ୍ରବାର ପବିତ୍ର ବିଜୟା ଦଶମୀ ତଥା ଦଶହରା। ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାର ଫିଟା, ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଥ ବିଗ୍ରହଙ୍କର ସୁନା ବେଶ ହୋଇଛି। ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ ।