ରାଜ୍ୟ |

ଥଣ୍ଡା କମିଲା, କୁହୁଡ଼ି ବଢ଼ିବ

ଥଣ୍ଡା କମିଲା, କୁହୁଡ଼ି ବଢ଼ିବ
ଭୁବନେଶ୍ୱର, ୨୩।୧(ବ୍ୟୁରୋ)- ଗତ କିଛିଦିନ ଧରି ଲାଗି ରହିଥିବା ଶୀତ ପ୍ରକୋପ ହଠାତ କମିଯାଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆଗକୁ ଆଉ ଶୀତ ବଢିବ ନାହିଁ। ଆସନ୍ତା ୨୬ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାର ଅଳ୍ପ କେତୋଟି ସ୍ଥାନରେ କିଛିମାତ୍ରାରେ ପାରଦ ତଳକୁ ଖସିବ। ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିବ। ଜାନୁୟାରୀ ୩୦ରୁ ଦିନର ତାପମାତ୍ରା ବଢି ଚାଲିବ। ଏପରିକି ୩୨ ଡିଗ୍ରୀ ସେଲସିୟସ ଉପରକୁ ଉଠିଯିବ। ଦିନରେ ତାତି ବଢିଲେ ମଧ୍ୟ ରାତିରେ ଥଣ୍ଡା ପଡ଼ିବ। ଉପକୂଳ ଜିଲାଗୁଡିକରେ କୁହୁଡି ପରିମାଣ ବଢିଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨ଦିନ ହେବ ଅଳ୍ପ କେତୋଟି ସ୍ଥାନକୁ ଛାଡି ଦେଲେ ଅନ୍ୟ ଅଞ୍ଚଳରେ ପାରଦ ଊର୍ଦ୍ଧ୍ୱ ମୁହଁା ହୋଇଛି। କେବଳ ୫ଟି ସହରକୁ ବାଦ୍‌ ଦେଲେ ଅନ୍ୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବହୁ ଉପରକୁ ଚାଲିଯାଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ହୀରାକୁଦ ୯, ଭବାନୀପାଟଣା ୯.୫, ବଲାଙ୍ଗୀର ୧୦.୨ ଏବଂ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
All Right Reserved By

ରାଜ୍ୟ |

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ବାତ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି: ୫ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ବାତ୍ୟା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମେଡିକାଲ ରିିଲିଫ ସେଣ୍ଟର ଖୋଲିବ। ଲୋକଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ପାଇଁ  ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି।

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

‘ଡିଜିଟାଲ ଜେଣ୍ଡର ଆଟଲାସ୍‌’ ଲୋକାର୍ପିତ: ଓ୍ବେବ୍‌ସାଇଟରୁ ମିଳିବ ଛାତ୍ରୀଛାତ୍ରଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୯(ବ୍ୟୁରୋ)- ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ଡିଜିଟାଲ ଜେଣ୍ଡର୍‌ ଆଟ୍‌ଲାସ୍‌’ ଓ୍ବେବସାଇଟ୍‌ ଗୁରୁବାର ଅପରାହ୍ନରେ ଲୋକାର୍ପିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ ସଚିବାଳୟସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି।

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପଦନାଠାରେ ପୋଲିସକୁ ମାଡ଼ ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ କେନ୍ଦୁଝର ପୋଲିସ ଗିରଫ କରି ଗୁରୁବାର ଜିଲା କୋର୍ଟକୁ ଚାଲାଣ କରିଛି। ଚାଲାଣ ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଥାନା ନିକଟରେ ଭିଡ଼ ଜମାଇଥିଲେ।

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

୩ ଥାନାରେ ବିଗିଡି ଚାଲିଛି ଆଇନ୍‌ ଶୃଙ୍ଖଳା: ପ୍ରତିକାର ନ ହେଲେ ଆନ୍ଦୋଳନକୁ ଓହ୍ଲାଇବ ଭାଜପା

ଖୋର୍ଦ୍ଧା ଅଫିସ,୨୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ବେଗୁନିଆ, ବୋଲଗଡ ଓ ଜଙ୍କିଆ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ ବେଗୁନିଆ ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଖୋର୍ଦ୍ଧାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପୋଲିସ ବିରୋଧରେ ନେତାମାନେ ବର୍ଷିଛନ୍ତି । 

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ତୀବ୍ର ଅବପାତର ରୂପ ନେଲା ଲଘୁଚାପ: ଝଡ଼ବାତ୍ୟା ଆଶଙ୍କା, ୫ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ତୀବ୍ର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଗୁରୁବାର ମଧ୍ୟରାତ୍ରରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଛତ୍ରପୁରକୁ ରାସ୍ତା ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୦।୯:  କୋର୍ଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର ବାଟ ପଚାରି ୨ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଅଯୋଧ୍ୟାନଗର ଦ୍ୱିତୀୟ ଲାଇନ୍‌ର ଅନୀଲ କୁମାର ପ୍ରଧାନ ୨ ଲକ୍ଷ ଟଙ୍କା ଜମା କରିବା ନିମନ୍ତେ ବ୍ୟାଙ୍କକୁ ଯାଇଥିଲେ। ମାତ୍ର ଦୁଇଜଣ ଲୁଟେରା ଏକ ବାଇକ୍‌ରେ ଆସି ଅନିଲଙ୍କୁ ଛତ୍ରପୁର ଯିବାକୁ ରାସ୍ତା ପଚାରିଥିଲେ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ଶିକ୍ଷକଙ୍କୁ ଆକ୍ରମଣ ଓ ଧମକ ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

କାକଟପୁର,୨୦।୯(ଡି.ଏନ୍‌ଏ.): ପୁରୀ ଜିଲା ଅସ୍ଥରଙ୍ଗ ବ୍ଲକ ଆଳସାହି ପଞ୍ଚାୟତ  ପାଞ୍ଚଗ୍ରାମ ଉଚ୍ଚ  ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ   ବୁଧବାର ଉକ୍ତ ଗ୍ରମର ଜଣେ ଯୁବକ ଆକ୍ରମଣ କରିବା ସହ ବିଦ୍ୟାଳୟକୁ ଆସିଲେ ମାରିଦେବାକୁ ଧମକ ଦେଇଥିଲେ। 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର ଆଦି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସତର୍କ କରାଯାଇଛି।

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ବିଧାନସଭା ମୌସୁମୀ ଅଧିବେଶନ ଶେଷ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି। ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା। ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୧୨ଟି ବିଲ୍‌ ଗୃହରେ ଅନୁମୋଦନ ଲାଭ କରିଛି।