Dharitri News
ଅନ୍ତର୍ଜାତୀୟ |

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ ଡାଭୋସ୍‌, ୨୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସ୍‌ରେ ଅନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ଉଦ୍‌ଘାଟନୀ ଉତ୍ସବରେ ମଙ୍ଗଳବାର ନିଜ ବକ୍ତବ୍ୟ ରଖିଛନ୍ତି। ବିଶ୍ୱ ପାଇଁ ସମ୍ପ୍ରତି ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ଆହ୍ବାନ ସୃଷ୍ଟି କରିଛି। ଆତଙ୍କବାଦ ସମଗ୍ର ମାନବ ସମାଜ ପ୍ରତି ବିପଦ ଆଣିଦେଇଛି। ସେହିପରି ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତାର ସ୍ଥିତି ପ୍ରତି ପ୍ରଶ୍ନ ସୃଷ୍ଟି କରିଛି। ଏହା ସହିତ ବିଶ୍ୱର ଆର୍ଥିକ ବିକାଶ କ୍ଷେତ୍ରରେ ଜଗତୀକରଣ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ଏହାକୁ ଅନେକ ରାଷ୍ଟ୍ର ଅଣଦେଖା କରିବା ଦ୍ୱାରା ପ୍ରଗତି ବାଧାପ୍ରାପ୍ତ ହେଉଛି। ସମଗ୍ର ବିଶ୍ୱ ଏକ ପରିବାର ସଦୃଶ। ତେଣୁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସହଯୋଗ ବୃଦ୍ଧି ପାଇଲେ ବିଶ୍ୱର ଆର୍ଥିକ କ୍ଷେତ୍ର ପ୍ରଶସ୍ତ ହେବା ସହିତ ବିଶ୍ୱ ଅର୍ଥନୈତିକ ଫୋରମ୍‌ର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି।

ଅନ୍ତର୍ଜାତୀୟ |

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋରେ ଭୂକମ୍ପ

ମେକ୍ସିକୋ, ୧୯।୨: ମେକ୍ସିକୋରେ ସୋମବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୧ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପର କେନ୍ଦ୍ର ଓକ୍ସାକାର ପୂର୍ବଠାରୁ ୪୩ କିଲୋମିଟର ଦୂରରେ ତଥା ଭୂଗର୍ଭର ୧୦ କିଲୋମିଟର ତଳେ ଥିଲା ବୋଲି ଅନୁମାନ କରାଯାଉଛି।

ଇମ୍ରାନଙ୍କ ହାଟ୍ରିକ୍‌ ବିବାହ

ଇମ୍ରାନଙ୍କ ହାଟ୍ରିକ୍‌ ବିବାହ

ଲାହୋର, ୧୯।୨: ପାକିସ୍ତାନ କ୍ରିକେଟ ତାରକା ଇମ୍ରାନ୍‌ ଖାଁ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ହେଉଛନ୍ତି ଇମ୍ରାନ୍‌ଙ୍କ ଆଧ୍ୟାତ୍ମିକ ମାଗଦର୍ଶକ ବୁଶ୍ରା ମାନେକା। ବୁଶ୍ରାଙ୍କର ୫ ସନ୍ତାନ ଅଛନ୍ତି।

 ଫେବୃୟାରୀ ୨୧ରେ ସ୍ପେସ୍‌ ଏକ୍ସ ଛାଡିବ ଫାଲକନ୍‌ ୯ ରକେଟ

ଫେବୃୟାରୀ ୨୧ରେ ସ୍ପେସ୍‌ ଏକ୍ସ ଛାଡିବ ଫାଲକନ୍‌ ୯ ରକେଟ

ସାନ୍‌ ଫ୍ରାନ୍ସିସ୍‌କୋ, ୧୯।୨: ଆମେରିକା ଘରୋଇ କମ୍ପାନି ସ୍ପେସ୍‌ ଏକ୍ସ ମହାକାଶକୁ ଫେବୃୟାରୀ ୨୧ରେ ଫାଲକନ୍‌ ୯ ରକେଟ ଛାଡିବ। ଫେବୃୟାରୀ ୧୭ରେ ଏହାକୁ ମହାକାଶକୁ ପ୍ରେରଣ କରାଯିବାର ଯୋଜନା କରାଯାଇଥିଲା। ତେବେ ଏହାର ଉତ୍‌କ୍ଷେପଣ ତାରିଖକୁ ୪ ଦିନ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଫେବୃୟାରୀ ୭ରେ ଏହି କମ୍ପାନୀ ୬୩.୮ ଟନ୍‌ ଓଜନ ୨୩୦ ଫୁଟ୍‌ ଲମ୍ବ ଓ ୪୦ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଶକ୍ତିଶାଳୀ ରକେଟ୍‌ ଫାଲକନ୍‌ ହେଭିକୁ ମହାକାଶକୁ ପଠାଇଥିଲା।

ସାମାଜିକ କର୍ମୀଙ୍କୁ ମୁକ୍ତ ପାଇଁ କରାଚିରେ ବିକ୍ଷୋଭ

ସାମାଜିକ କର୍ମୀଙ୍କୁ ମୁକ୍ତ ପାଇଁ କରାଚିରେ ବିକ୍ଷୋଭ

ଇସଲାମାବାଦ୍‌, ୧୯।୨: ସାମାଜିକ କର୍ମୀଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ କରାଚିରେ ଗିଲଗିଟ୍‌ ବଲ୍ଟିସ୍ତାନ ଯୁବ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନେ ସୋମବାର କରାଚି ପ୍ରେସ୍‌ କ୍ଲବ୍‌ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ୍‌ମାନ ଦେଇଛନ୍ତି।

ଇସ୍ରାଏଲ୍‌ ବିମାନର ବୋମା ମାଡ: ୨ ମୃତ

ଇସ୍ରାଏଲ୍‌ ବିମାନର ବୋମା ମାଡ: ୨ ମୃତ

ଜେରୁଜେଲମ୍‌, ୧୯।୨: ଇସ୍ରାଏଲ୍‌ ବିମାନର ବୋମା ମାଡରେ ଗାଜା ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ପାଲେଷ୍ଟାଇନ୍‌ ନାଗରିକ ବୋଲି ଜଣାପଡିଛି। ସେମାନଙ୍କ ବୟସ ୧୭ ବର୍ଷ। ହାମାସ୍‌ ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ବୋମା ମାଡ କରାଯାଉଥିବାବେଳେ ଏଥିରେ ଏହି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ବିରୋଧୀ ଅପରେଶନ ଅନ୍ତର୍ଗତ ଇସ୍ରାଏଲ୍‌ ୧୮ଟି ହାମାସ୍‌ ଶିବିର ଉପରେ ଆକ୍ରମଣ କରିଛି।

ମୁକୁଳିଲେ ୮୦ ରାଜନୈତିକ ବନ୍ଦୀ

ମୁକୁଳିଲେ ୮୦ ରାଜନୈତିକ ବନ୍ଦୀ

ଖାରଟୋମ୍‌, ୧୯।୨: ସୁଦାନରେ ୮୦ ଜଣ ରାଜନୈତିକ ବନ୍ଦୀଙ୍କୁ ସରକାର ମୁକ୍ତ କରିଛନ୍ତି। ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ସାଧାରଣ ଜନତାଙ୍କ ସହିତ ଅନେକ ରାଜନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ସେମାନଙ୍କୁ ଗିରଫ କରିଥିଲେ।

ଇରାନ ବିମାନ ଦୁର୍ଘଟଣା: ୬୬ ମୃତ

ଇରାନ ବିମାନ ଦୁର୍ଘଟଣା: ୬୬ ମୃତ

ତେହରାନ,୧୮।୨(ପି.ଟି.): ଇରାନର ଏକ ଘରୋଇ ବିମାନ ରବିବାର ସକାଳେ ଦେଶର ଜାଗ୍ରୋସ୍‌ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ୬୦ ଯାତ୍ରୀ ଓ ୬ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି। ଆସ୍‌ମାନ୍‌ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଇପି୩୭୦୪ ରାଜଧାନୀ ତେହେରାନସ୍ଥିତ ମେହରାବାଦ ବିମାନବନ୍ଦରରୁ ସ୍ଥାନୀୟ ସମୟ ସକାଳ ୮ଟାରେ ଉଡାଣ ଆରମ୍ଭ କରିଥିଲା। ତେହେରାନର ୫୦୦ କି.ମି. ଦକ୍ଷିଣରେ ଅବସ୍ଥିତ ୟସୁଜ୍‌ ସହର ଅଭିମୁଖେ ଯାତ୍ରା କରୁଥିବାବେଳେ ଉଡାଣର ୪୫ ମିନିଟ ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା।

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀ ମୃତ

ଆମେରିକା ଡ୍ରୋନ୍‌ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀ ମୃତ

କାବୁଲ,୧୮।୨: ଆଫଗାନିସ୍ତାନର ଉତ୍ତରପୂର୍ବ କୁନାର ଅଞ୍ଚଳରେ ରବିବାର ଆମେରିକାର ଡ୍ରୋନ ଆକ୍ରମଣରେ ୭ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଇରାନ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ ମୃତ

ଇରାନ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ ମୃତ

ତେହେରାନ,୧୮।୨: ଆସେମନ୍‌ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬୬ ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ମଧ୍ୟ ଇରାନର ଏକ ପାହାଡିଆ ଅଞ୍ଚଳରେ ଖସି ପଡିବା ଯୋଗୁ ଦୁର୍ଘଟଣା ଘଟିଛି।

ବୌଦ୍ଧ ମନ୍ଦିରରେ ନିଆଁ

ବୌଦ୍ଧ ମନ୍ଦିରରେ ନିଆଁ

ବେଜିଂ,୧୮।୨: ତିବ୍ବତସ୍ଥିତ ପବିତ୍ର ବୌଦ୍ଧ ମନ୍ଦିରରେ ଭୀଷଣ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ୟୁନେସ୍କୋ ତାଲିକାଭୁକ୍ତ ଏହି ମନ୍ଦିର ରାଜଧାନୀ ଲହାସାରେ ଅବସ୍ଥିତ।

ହାଫିଜଙ୍କ ବିରୋଧରେ ଠୋସ୍‌ ପ୍ରମାଣ ନାହିଁ: ପାକିସ୍ତାନ

ହାଫିଜଙ୍କ ବିରୋଧରେ ଠୋସ୍‌ ପ୍ରମାଣ ନାହିଁ: ପାକିସ୍ତାନ

ଇସ୍‌ଲାମାବାଦ,୧୮।୨: ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀ ହାଫିଜ୍‌ ସୟିଦଙ୍କ ଆଗରେ ପୁଣି ଥରେ ପାକିସ୍ତାନ ଏକ ପ୍ରକାର ମୁଣ୍ଡ ନୁଆଁଇଛି କହିଲେ କିଛି ଭୁଲ୍‌ ହେବନି। ହାଫିଜ୍‌ କିମ୍ବା ତାଙ୍କ ସଙ୍ଗଠନ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ ବୋଲି ପାକିସ୍ତାନ କହିଛି।

ନାବାଳିକା ବଳାତ୍କାରୀଙ୍କୁ ୪ ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ

ନାବାଳିକା ବଳାତ୍କାରୀଙ୍କୁ ୪ ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ

ଲାହୋର,୧୭।୨: ପାକିସ୍ତାନର ପଞ୍ଜାବରେ ଜଣେ ୭ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଲାହୋର ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି।