ଖେଳ |

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ସିଡ୍‌ନୀ, ୨୩।୧(ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ନେଇ ଫେବୃୟାରୀ ୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଅନୁଷ୍ଠିତ ହେବ। ବରିଷ୍ଠ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୀମିତ ଓଭର ବିଶିଷ୍ଟ ସିରିଜ ଲାଗି ଇଂଲଣ୍ଡ ଦଳରୁ ଓହରିଯାଇଛନ୍ତି। ସେହିପରି କୋର୍ଟରେ ଶୁଣାଣି ଥିବାରୁ ବିବାଦୀୟ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହୋଇଛି। ଜାତୀୟ ଟେଷ୍ଟ ଦଳର ନେତୃତ୍ୱ ନେଉଥିବା ରୁଟ୍‌ ୫ଟି ଯାକ ଆଶେସ ମ୍ୟାଚ୍‌ ସହିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍‌ରେ ଦଳରୁ ପ୍ରତିନିଧିତ୍ୱ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେଣୁ ବିଶ୍ରାମ ଲାଗି ଏହି ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ନ ଖେଳିବା ଲାଗି ନିଷ୍ପତ୍ତି ନେଇଥିବା ରୁଟ୍‌ କହିଛନ୍ତି। କୋଚ୍‌ ଟ୍ରେଭର ବେଲିସ୍‌ଙ୍କ ସହ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛି ବୋଲି ୨୭ ବର୍ଷୀୟ ଏହି ୟର୍କଶାୟର ବ୍ୟାଟ୍ସମ୍ୟାନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେହିଭଳି ଷ୍ଟୋକ୍ସ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଫେବୃୟାରୀ ୧୩ରେ କୋର୍ଟରେ ତାଙ୍କର ଶୁଣାଣି ଥିବାରୁ ସେ ଦଳ ସହ ଯୋଗଦେବାରେ ବିଳମ୍ବ ହେବ। ଏକ ନାଇଟ୍‌ କ୍ଲବରେ ଗଣ୍ଡଗୋଳ ମାମଲାରେ ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ବିବାଦ ଘେରରେ ଥିବା ଷ୍ଟୋକ୍ସଙ୍କୁ ଗତ ସେପ୍ଟେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରିଥିଲା। ତେବେ ଟି୨୦ ସିରିଜ ଲାଗି ଗତ ସପ୍ତାହରେ ଇସିବି ତାଙ୍କୁ ଜାତୀୟ ଦଳରେ ସାମିଲ କରିଥିଲା। ତେବେ ଶୁଣାଣି ସମୟରେ ଉପସ୍ଥିତ ରହିବାର ଥିବାରୁ ଦଳ ସହ ଯୋଗ ଦେବାରେ ବିଳମ୍ବ ହେବ ବୋଲି ଷ୍ଟୋକ୍ସ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ୍‌ ସେମିଫାଇନାଲରେ ପାରାମାଉଣ୍ଟ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ୍‌ ସେମିଫାଇନାଲରେ ପାରାମାଉଣ୍ଟ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି)- ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରବେଶ କରିଛି।

ବିରାଟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୋଦି

ବିରାଟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୋଦି

ନୂଆଦିଲ୍ଲୀ, ୨୪।୫(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଶ୍ରେଷ୍ଠ ଫିଟ୍‌ ଖେଳାଳିର ମାନ୍ୟତା ପାଇଥିବା ଅଧିନାୟକ ବିରାଟ କୋହଲିଙ୍କ ଏକ ଚ୍ୟାଲେଞ୍ଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି। ବିରାଟ ଫିଟ୍‌ନେସ ପ୍ରମାଣ ଦେବା ପାଇଁ ସୋସିଆଲ ମିଡିଆ ଜରିଆରେ ମୋଦିଙ୍କୁ ଆହ୍ବାନ କରିଥିବାବେଳେ ଖୁବ୍‌ଶୀଘ୍ର ନିଜର ଫିଟ୍‌ନେସ ଚ୍ୟାଲେଞ୍ଜ ଶେୟାର କରିବା ପାଇଁ ମୋଦି ରାଜି ହୋଇଛନ୍ତି।

ଟପ୍‌ ସ୍କିମ୍‌ରୁ ସାନିଆ ବାଦ୍‌

ଟପ୍‌ ସ୍କିମ୍‌ରୁ ସାନିଆ ବାଦ୍‌

ନୂଆଦିଲ୍ଲୀ, ୨୪।୫(ପି.ଟି.)- ଷ୍ଟାର ଟେନିସ୍‌ ଖେଳାଳି ସାନିଆ ମିର୍ଜା କେନ୍ଦ୍ର କ୍ରୀଡ଼ା ବିଭାଗର ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ (ଟପ୍‌) ସ୍କିମ୍‌ରୁ ବାଦ୍‌ ପଡ଼ିଛନ୍ତି। ସାନିଆଙ୍କ ସମେତ ୫ଜଣ ରେସ୍‌ଲର ଓ ୨ଜଣ ବକ୍ସରଙ୍କୁ ମଧ୍ୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଏହି ତାଲିକାରୁ ବାଦ୍‌ ଦିଆଯାଇଛି।

ସନରାଇଜର୍ସ ବ୍ୟାଟେଲ୍‌ ପାଇଁ କେକେଆର୍‌ ପ୍ରସ୍ତୁତ

ସନରାଇଜର୍ସ ବ୍ୟାଟେଲ୍‌ ପାଇଁ କେକେଆର୍‌ ପ୍ରସ୍ତୁତ

କଲିକାତା, ୨୪।୫(ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇପିଏଲ୍‌) ଏକାଦଶ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଛି। ପ୍ରଥମ ଦଳ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌କିଙ୍ଗ୍ସ ଫାଇନାଲ ଟିକେଟ୍‌ ହାସଲ କରିସାରିଥିବାବେଳେ ଏବେ ୨ୟ କ୍ୱାଲିଫାୟର ମ୍ୟାାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ଶୁକ୍ରବାର ସ୍ଥାନୀୟ ଐତିହାସିକ ଇଡେନ ଗାଡେନ୍ସ ଷ୍ଟାଡିୟମରେ ୨ୟ କ୍ୱାଲିଫାୟର ମ୍ୟାଚ୍‌ ଖେଳାଯିବ ଏହାର ବିଜେତା ଫାଇନାଲରେ ରବିବାର ଚେନ୍ନାଇକୁ ଭେଟିବ। ତେଣୁ ଉଭୟ ସନରାଇଜର୍ସ ଓ କେକେଆର୍‌ ଦଳ ଏବେ ଏହି ମ୍ୟାଚ୍‌ ଜିତି ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛନ୍ତି।

ବଲ ଟ୍ୟାମ୍ପରିଂ ପରେ ଓ୍ବାର୍ନରଙ୍କ ପତ୍ନୀ ଗର୍ଭ ହରାଇଥିଲେ

ବଲ ଟ୍ୟାମ୍ପରିଂ ପରେ ଓ୍ବାର୍ନରଙ୍କ ପତ୍ନୀ ଗର୍ଭ ହରାଇଥିଲେ

ସିଡ୍‌ନୀ, ୨୫।୫(ଏଏଫ୍‌ପି)- ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲା ପରେ ଚାରିଆଡ଼ୁ ସମାଲୋଚନା ଶିକାର ହୋଇଥିବା ତାରକା ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ନରଙ୍କ ପତ୍ନୀ ଗୁରୁବାର ଏକ ଦୁଃଖଦ ଘଟଣା ପ୍ରକାଶ କରିଛନ୍ତି। ଏହି କଳଙ୍କିତ ଘଟଣା ପରେ ତାଙ୍କର ଗର୍ଭ ନଷ୍ଟ ହୋଇଥିବା ନେଇ ଓ୍ବାର୍ନରଙ୍କ ପତ୍ନୀ କେଣ୍ଡିସ କହିଛନ୍ତି।

ଯଦି ମୋତେ ଚୟନ କରାଯାଇଥାନ୍ତା ତାହାଲେ ଖେଳିଥାନ୍ତି: ଗମ୍ଭୀର

ଯଦି ମୋତେ ଚୟନ କରାଯାଇଥାନ୍ତା ତାହାଲେ ଖେଳିଥାନ୍ତି: ଗମ୍ଭୀର

ନୂଆଦିଲ୍ଲୀ, ୨୪।୫- ଅଭିଜ୍ଞ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ଲାଗି ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଉତ୍ସାହଜନକ ରହିନାହିଁ। ପ୍ରଥମେ ନିଲାମୀ ପର୍ଯ୍ୟାୟରେ କୋଲକାତା ନାଇଟ୍‌ରାଇଡର୍ସ ଦଳ ତାଙ୍କୁ ନେବାକୁ ଅଣଦେଖା କରିଥିଲା। ଏହାପରେ ଘରୋଇ ଦିଲ୍ଲୀ ଡେୟାରଡେଭିଲ୍ସ ତାଙ୍କୁ ନିଲାମୀରେ କ୍ରୟ କରି ଅଧିନାୟକ ପଦରେ ନିଯୁକ୍ତ କରିଥିଲେ ମଧ୍ୟ ୩୬ ବର୍ଷୀୟ ଏହି ଭେଟେରାନ ବ୍ୟାଟ୍ସମ୍ୟାନଙ୍କ ଫର୍ମ ସେତେଟା ଉତ୍ସାହଜନକ ରହି ନ ଥିଲା

ପ୍ରଜନେଶ ଫ୍ରେଞ୍ଚ୍‌ ଓପନ୍‌ ମୁଖ୍ୟ ଡ୍ର’ ନିକଟତର

ପ୍ରଜନେଶ ଫ୍ରେଞ୍ଚ୍‌ ଓପନ୍‌ ମୁଖ୍ୟ ଡ୍ର’ ନିକଟତର

ପ୍ୟାରିସ୍‌, ୨୪।୫(ପି.ଟି.)- ଭାରତର ପ୍ରଜନେଶ ଗୁଣେଶ୍ୱରମ ଫ୍ରେଞ୍ଚ ଓପନ୍‌ ମୁଖ୍ୟ ପର୍ଯ୍ୟାୟର ନିକଟତର ହୋଇଛନ୍ତି। ବୁଧବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ପ୍ରଜନେଶ ୩୨ତମ ସିଡ୍‌ ମାର୍ସେଲୋ ଆରେଭାଲୋଙ୍କୁ ୬-୪, ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି।

ରୋମେରୋଙ୍କ ସ୍ଥାନରେ ଗୁଜମ୍ୟାନ

ରୋମେରୋଙ୍କ ସ୍ଥାନରେ ଗୁଜମ୍ୟାନ

ବୁଏନ୍ସ ଏରିଜ, ୨୪।୫- ଗୋଲକିପର ନହୁଏଲ ଗୁଜମ୍ୟାନଙ୍କୁ ଆର୍ଜେଣ୍ଟିନା ବିଶ୍ୱକପ୍‌ ଦଳରେ ସାମିଲ କରାଯାଇଛି। ଆହତ ସର୍ଜିଓ ରୋମେରୋଙ୍କ ବଦଳ ଖେଳାଳି ଭାବେ ଗୁଜମ୍ୟାନଙ୍କୁ ଡାକରା ମିଳିଛି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ଷ୍ଟାର ଗୋଲକିପର ସର୍ଜିଓଙ୍କୁ ପ୍ରଥମେ ଆର୍ଜେଣ୍ଟିନାର ୨୩ ଜଣିଆ ଫାଇନାଲ ଦଳରେ ସ୍ଥାନ ମିଳିଥିଲା।

କଳାହାଣ୍ଡି କପ୍‌ ପାଇଁ ଭୁବନେଶ୍ୱର ଦଳ ଚୟନ

କଳାହାଣ୍ଡି କପ୍‌ ପାଇଁ ଭୁବନେଶ୍ୱର ଦଳ ଚୟନ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଚୟନ ଟ୍ରାଏଲ୍ସ ଚଳିତ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ପାରାମାଉଣ୍ଟ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ୧୬ ବର୍ଷରୁ କମ୍‌ କ୍ରିକେଟ ଦଳ ମନୋନୟନ ପାଇଁ ମଧ୍ୟ ଏହି ସମୟରେ ଚୟନ ଟ୍ରାଏଲ୍ସ କରାଯିବ।

୨୮ରେ ଫୁଟବଲ ଟେନିସ ଚୟନ ଟ୍ରାଏଲ

୨୮ରେ ଫୁଟବଲ ଟେନିସ ଚୟନ ଟ୍ରାଏଲ

କଟକ ଅଫିସ,୨୪ା୫- ଜୁନ୍‌ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ନେପାଳର କାଠମାଣ୍ଡୁଠାରେ ଏସିଆନ ଫୁଟବଲ ଟେନିସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଅଲଇଣ୍ଡିଆ ଫୁଟବଲ ଟେନିସ୍‌ ଆସୋସିଏଶନ ପକ୍ଷରୁ ଭାରତୀୟ ଦଳ ଚୟନ ଶିବିର ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ।

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: ଫାଇନାଲରେ କଟକ

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: ଫାଇନାଲରେ କଟକ

କଟକ ଅଫିସ, ୨୪ା୫- ଓଏମ୍‌ପି ସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ କବାଡ଼ି ଓ ୭ମ ହ୍ୟାଣ୍ଡବଲ ପ୍ରତିଯୋଗିତାର ୬ଷ୍ଠ ଦିବସ ଖେଳ ଶେଷ ହୋଇଛି। ବୁଧବାର ଉଭୟ ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ବେଳେ ଆୟୋଜକ କଟକ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି।

ଜାତୀୟ ଗ୍ରାପ୍‌ଲିଂ ୨୫ରୁ

ଜାତୀୟ ଗ୍ରାପ୍‌ଲିଂ ୨୫ରୁ

ଭୁବନେଶ୍ୱର, ୨୪।୫(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ନାଶିକ୍‌ଠାରେ ଚଳିତମାସ ୨୫ରୁ ୨୭ ପର୍ଯ୍ୟନ୍ତ ଜାତୀୟ ଗ୍ରାପ୍‌ଲିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାରୁ ମୋଟ ୮ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନେ ହେଲେ ମୋନାଲି ସାହୁ, ମମତା ସାହୁ, ଅନୁସ୍କା ପ୍ରିୟଦର୍ଶିନୀ, ରାଧାକାନ୍ତ ସେଠୀ, ରାକେଶ କୁମାର ମହାପାତ୍ର, ଶୁଭକାନ୍ତ ବିଶ୍ୱାଳ, ଡି. ଭଗବାନ