Dharitri News
ଜାତୀୟ |

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌ ଚଣ୍ଡିଗଡ,୨୩।୧: ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ୍‌ ରହିମ୍‌ ଜେଲ ମଧ୍ୟରେ ପ୍ରବଚନ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଡେରା ସଚ୍ଚା ସୌଦା ଆସୋସିଏଶନର ଅଧ୍ୟକ୍ଷ ଦେବରାଜ ଗୋୟଲଙ୍କ ଦ୍ୱାରା ଏହି ଆବେଦନ ଦାଖଲ କରାଯାଇଛି। ଏହାର ଶୁଣାଣି ଆସନ୍ତା ୨୪ରେ ହେବ ବୋଲି ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ସ୍ବାଧ୍ୱୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଗୁରମିତ୍‌ ରାମ୍‌ ରହିମ୍‌ ୨୦ ବର୍ଷ ପାଇଁ ଜେଲଦଣ୍ଡ ଭୋଗ କରୁଛନ୍ତି।

ଜାତୀୟ |

ଏନ୍‌କାଉଣ୍ଟର ଭୟରେ ଜେଲ ଛାଡିବାକୁ ଅପରାଧୀ ନାରାଜ

ଏନ୍‌କାଉଣ୍ଟର ଭୟରେ ଜେଲ ଛାଡିବାକୁ ଅପରାଧୀ ନାରାଜ

ମିରଟ,୧୮।୨: ଉତ୍ତର ପ୍ରଦେଶରେ କିଛିଦିନ ହେବ ଚାଲିଥିବା ଏନ୍‌କାଉଣ୍ଟର ଏବେ ଅପରାଧୀମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଇତିମଧ୍ୟରେ ଅପରାଧୀଙ୍କ ଆତ୍ମସମର୍ପଣ ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।

ତ୍ରିପୁରା ନିର୍ବାଚନ ପାଇଁ ଭୋଟରଙ୍କ ଲମ୍ବା ଲାଇନ

ତ୍ରିପୁରା ନିର୍ବାଚନ ପାଇଁ ଭୋଟରଙ୍କ ଲମ୍ବା ଲାଇନ

ଅଗରତାଲା,୧୮।୨: ତ୍ରିପୁରା ନିର୍ବାଚନ ପାଇଁ ସୋମବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମାନିକ ସରକାର ମଧ୍ୟ ତ୍ରିପୁରାର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିଥିବା ସୂଚନା ମିଳିଛି।

ପିଏନ୍‌ବି ଘୋଟାଲାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲା ବିରୋଧୀ

ପିଏନ୍‌ବି ଘୋଟାଲାକୁ ନେଇ ମୋଦିଙ୍କୁ ଟାର୍ଗେଟ କଲା ବିରୋଧୀ

ନୂଆଦିଲ୍ଲୀ,୧୭।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଘୋଟାଲାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଶନିବାର ଏହାକୁ ନେଇ ବିରୋଧି ଓ ଶାସକଙ୍କ ମଧ୍ୟରେ ଲାଗିରହିଥିଲା ଆରୋପ ପ୍ରତ୍ୟାରୋପ।

ହଜାରରୁ ଊର୍ଦ୍ଧ୍ୱ ଭାଜପା ଛାଡ଼ି କଂଗ୍ରେସରେ ମିଶିଲେ

ହଜାରରୁ ଊର୍ଦ୍ଧ୍ୱ ଭାଜପା ଛାଡ଼ି କଂଗ୍ରେସରେ ମିଶିଲେ

ମହାଦେବପୁର,୧୭।୨: ଅରୁଣାଚଳ ପ୍ରଦେଶ ନମସାଇ ଜିଲାର ଲେକାଙ୍ଗ ବିଧାନସଭା ଆସନରେ ହଜାରରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ, ଯୁବତୀ, ଯୁବକ, ବୃଦ୍ଧା, ବୃଦ୍ଧ ଭାଜପା ଛାଡି କଂଗ୍ରେସରେ ମିଶିଥିବା ସୂଚନା ମିଳିଛି। ନିକଟରେ ହୋଇଥିବା ଏକ ର଼୍ୟାଲିରେ ଏହା ଦେଖିବାକୁ ମିଳିଥିଲା।

ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା: କର୍ନାଟକ ସରକାର

ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରୀଙ୍କୁ ମାଗଣା ଶିକ୍ଷା: କର୍ନାଟକ ସରକାର

ନୂଆଦିଲ୍ଲୀ,୧୭।୨: ବାଳିକାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେବାକୁ ଚିନ୍ତା କରିଛନ୍ତି କର୍ନାଟକ ସରକାର। ଏଥର ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦିଆଯିବ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଘୋଷଣା କରିଛନ୍ତି।

ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ପୂର୍ବରୁ ପୋଲିସର କଟକଣା ଜାରି

ବିଚ୍ଛିନ୍ନତାବାଦୀଙ୍କ ବନ୍ଦ ପୂର୍ବରୁ ପୋଲିସର କଟକଣା ଜାରି

ନୂଆଦିଲ୍ଲୀ,୧୭।୨: ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଦିଆଯାଇଥିବା ବନ୍ଦ ଡାକରା ପୂର୍ବରୁ ଶନିବାର ଜମ୍ମୁ-କଶ୍ମୀର ପୋଲିସ ଶ୍ରୀନଗରର ଅଧିକାଂଶ ଅଞ୍ଚଳରେ କଟକଣା ଜାରି କରିଛି।

ଅଶାଳୀନ ଇଙ୍ଗିତ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ଅଶାଳୀନ ଇଙ୍ଗିତ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ପୁରସ୍କାର

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ବସ୍‌ରେ ଯାଉଥିବା ସମୟରେ ତାଙ୍କ ପାଖରେ ବସି ଜଣେ ବ୍ୟକ୍ତି ଅଶାଳୀନ ଇଙ୍ଗିତ କରିବା ଘଟଣାକୁ ନେଇ ଏବେ ପୋଲିସ କଠୋର ପଦକ୍ଷେପ ନେବାକୁ ଯାଉଛି।

୬ ଘଣ୍ଟା ପାଇଁ ବନ୍ଦ ରହିବ ବମ୍ବେ ବିମାନ ବନ୍ଦର

୬ ଘଣ୍ଟା ପାଇଁ ବନ୍ଦ ରହିବ ବମ୍ବେ ବିମାନ ବନ୍ଦର

ବମ୍ବେ,୧୭।୨: ମୌସୁମୀ ଆସିବା ପୂର୍ବରୁ ବିମାନ ବନ୍ଦରର ରକ୍ଷଣାବେକ୍ଷଣ କାମ ପାଇଁ ଏପ୍ରିଲ୍‌ ୯ ଓ ୧୦ରେ ବମ୍ବେ ବିମାନ ବନ୍ଦରକୁ ୬ ଘଣ୍ଟା ଲେଖାଏଁ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି।

ଅଭାବରୁ ପୁଅର ମୃତଦେହ ଦାନକଲେ ମା’

ଅଭାବରୁ ପୁଅର ମୃତଦେହ ଦାନକଲେ ମା’

ବସ୍ତର,୧୭।୨: ଛତିଶଗଡ ବସ୍ତରର ଜଣେ ଗରିବ ମହିଳା ପୁଅର ମୃତଦେହ ଘରକୁ ନେବାକୁ ଅକ୍ଷମ ହେବାରୁ ମେଡିକାଲ କଲେଜକୁ ଦାନ କରିଛନ୍ତି।

ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ପୋଲିସର ସ୍ପେଶାଲ ଅପରେଶନ

ସିଆର୍‌ପିଏଫ୍‌, ଝାଡ଼ଖଣ୍ଡ ପୋଲିସର ସ୍ପେଶାଲ ଅପରେଶନ

ସିଂହଭୂମ,୧୭।୨: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ(ସିଆର୍‌ପିଏଫ୍‌) ଓ ଝାଡ଼ଖଣ୍ଡ ପୋଲିସର ମିଳିତ ସହାୟତାରେ ଶନିବାର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏକ ସ୍ପେଶାଲ ଅପରେଶନ ଆରମ୍ଭ ହୋଇଛି।

ଗର୍ଭବତୀଙ୍କୁ ଉଦ୍ଧାର କଲେ ସିଆଚେନ୍‌ ପାୟୋନିଅର୍‌

ଗର୍ଭବତୀଙ୍କୁ ଉଦ୍ଧାର କଲେ ସିଆଚେନ୍‌ ପାୟୋନିଅର୍‌

ଲେହ,୧୭।୨: ଲଦାଖର ଏକ ଦୁର୍ଗମ ଗାଁ କୁର୍ଜିଆକରୁ ଜଣେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ଉଦାହରଣ ସୃଷ୍ଟି କରିଛନ୍ତି ସିଆଚେନ୍‌ ପାୟୋନିଅର୍‌।

କାବେରୀ ଜଳ ବିବାଦ ମାମଲାର ଐତିହାସିକ ରାୟ: ନଦୀ ରାଜ୍ୟର ସମ୍ପତ୍ତି ନୁହେଁ

କାବେରୀ ଜଳ ବିବାଦ ମାମଲାର ଐତିହାସିକ ରାୟ: ନଦୀ ରାଜ୍ୟର ସମ୍ପତ୍ତି ନୁହେଁ

ନୂଆଦିଲ୍ଲୀ,୧୬।୨(ପି.ଟି.): ନଦୀ କୌଣସି ରାଜ୍ୟର ନୁହେଁ, ବରଂ ଜାତୀୟ ସମ୍ପତ୍ତି। ଏହା ଉପରେ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ରାଜ୍ୟ ନିଜ କର୍ତ୍ତୃତ୍ୱ ଜାହିର କରିପାରିବ ନାହିଁ। ପ୍ରବାହମାନ ଧାରାର ଜଳ ଉପରେ କୌଣସି ଭୂଖଣ୍ଡର ଅଧିବାସୀ ବା ସରକାରଙ୍କ ଏକଚାଟିଆ ଅଧିକାର ନାହିଁ। କାବେରୀ ଜଳକୁ ନେଇ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ସୁପ୍ରିମକୋର୍ଟ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଆନ୍ତଃ ରାଜ୍ୟ ଜଳ ବିବାଦ ମାମଲାର ବହୁପ୍ରତୀକ୍ଷିତ ରାୟ ଶୁଣାଇ ସର୍ବୋଚ୍ଚ ଅଦାଲତ ୨୦୦୭ରେ କାବେରୀ ଓ୍ବାଟର ଡୁସ୍‌ପ୍ୟୁଟ୍‌ ଟ୍ରିବ୍ୟୁନାଲ (ସିଡବ୍ଲ୍ୟୁଡିଟି)ଙ୍କ ଦ୍ୱାରା ନିର୍ଦ୍ଧାରିତ ଅବଣ୍ଟନ ସୂତ୍ରରେ ପରିବର୍ତ୍ତନ ଆଣିଛନ୍ତି। କାବେରୀ ନଦୀରୁ କର୍ନାଟକ ୨୭୦ ଥାଉଜେଣ୍ଡ ମିଲିୟନ୍‌ କ୍ୟୁବିକ୍‌ ଫୁଟ (ଟିଏମ୍‌ସିଏଫ୍‌ଟି) ପାଣି ନେଉଥିବାଳେ ଅଦାଲତ ଏଥିରେ ବୃଦ୍ଧି ଘଟାଇଛନ୍ତି।