ଜାତୀୟ |

ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

 ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

ନୂଆଦିଲ୍ଲୀ, ୨୩।୧: ଖୁବ୍‌ଶୀଘ୍ର ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌ର ଯୁଗ ଶେଷ ହେବ। ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଟ୍ରେନ୍‌-୧୮ ଆସିବ। ଏହା ଶତାବ୍ଦୀ ଓ ରାଜଧାନୀଠାରୁ ଦ୍ରୁତ ଗତିରେ ଯିବା ସହିତ ଏହାର ଯାତ୍ରା ସମୟ ୨୦ ପ୍ରତିଶତ କମ୍‌ ରହିବ। ସେହିପରି ୨୦୨୦ ସୁଦ୍ଧା ଅନ୍ୟ ଏକ ଟ୍ରେନ୍‌ ଆସିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଏହାକୁ ଟ୍ରେନ୍‌-୨୦ ଭାବେ ନାମିତ କରାଯାଇଛି। ଏହି ବିଶ୍ୱସ୍ତରୀୟ ଟ୍ରେନ୍‌ରେ ଓ୍ବାଇଫାଇ ସୁବିଧା, ମଡୁଲାର ବାୟୋ ଟଏଲେଟ୍‌ ପ୍ରଭୃତି ବ୍ୟବସ୍ଥା ରହିବ। ସୂଚନାଯୋଗ୍ୟ, ଶତାବ୍ଦୀ ଓ ରାଜଧାନୀର ସର୍ବାଧିକ ଗତି ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଛି। ତେବେ ଏହି ୨ଟି ଟ୍ରେନ୍‌ ଘଣ୍ଟା ପ୍ରତି ହାରାହାରି ୯୦ କିଲୋମିଟର ଗତିରେ ଯାତ୍ରା କରୁଛନ୍ତି। ଦ୍ରୁତ ଗତିରେ ଯାତ୍ରା କରୁଥିବା ଟ୍ରେନ୍‌ ପାଇଁ ଭାରତୀୟ ରେଳପଥର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

All Right Reserved By

ଜାତୀୟ |

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ପୂର୍ବ ଭାରତରେ ଜଳ ପ୍ରଳୟ: ୨୩ ମୃତ ୪ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ନୂଆଦିଲ୍ଲୀ,୧୮।୬: ଏବେ ମୌସୁମୀ ବାୟୁ ଉତ୍ତର ଓ ପୂର୍ବୋତ୍ତର ଭାରତ ମୁହାଁ ହୋଇଛି। ଏହାର ପ୍ରଭାବରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ଉପୁଜିଛି।

ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଲୁଟିନେଲେ ବିବାହିତା ମହିଳା

ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଲୁଟିନେଲେ ବିବାହିତା ମହିଳା

ଡ଼େରାଡୁନ୍‌,୧୮।୬: ଉତ୍ତରାଖଣ୍ଡରେ ଜଣେ ଦିବ୍ୟାଙ୍ଗଙ୍କୁ ପ୍ରେମଜାଲରେ ଫସାଇ ୨୩ ଲକ୍ଷ ଟଙ୍କା ଲୁଟି ନେବା ଅଭିଯୋଗରେ ଜଣେ ମହିଳା ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ପାକିସ୍ତାନର ଦୋମୁହାଁ ନୀତି: ୩୦ ଦିନରେ ୨୨ ଯବାନ ଶହୀଦ

ପାକିସ୍ତାନର ଦୋମୁହାଁ ନୀତି: ୩୦ ଦିନରେ ୨୨ ଯବାନ ଶହୀଦ

ଶ୍ରୀନଗର,୧୮।୬: ପାକିସ୍ତାନର ଦୋମୁହାଁ ନୀତି ଯୋଗୁ ଗତ ୩୦ ଦିନ ମଧ୍ୟରେ ୨୨ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ମିଳିତ ସୁରକ୍ଷାବଳ ଯବାନ ନିଜ ପ୍ରାଣ ବଦଳରେ ପାକିସ୍ତାନର ଷଡ଼ଯନ୍ତ୍ରକୁ ବିଫଳ କରିଛନ୍ତି।

ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ସ୍ତ୍ରୀ ଦେଇଥିଲେ ସୁପାରି

ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ସ୍ତ୍ରୀ ଦେଇଥିଲେ ସୁପାରି

ଜବଲପୁର,୧୮।୬: ମଧ୍ୟପ୍ରଦେଶରେ ଆପରାଧୀକ କାର୍ଯ୍ୟ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ସ୍ବାମୀଙ୍କ ଗୁପ୍ତାଙ୍ଗ କାଟିବାକୁ ଆୟେଶା ନାମକ ଏହି ମହିଳା ଦେଇଥିଲେ ସୁପାରି। ସ୍ବାମୀ ଡ. ଶଫାତୁଲ୍ଲା ଖାଁଙ୍କ କାଣ୍ଡ କାରଖାନାରେ ଅତିଷ୍ଠ ହୋଇ ସେ ଏପରି କରିଥିବା ପୋଲିସ ଆଗରେ କହିଛନ୍ତି।

ନିଜ ଭିତରେ କଳାକାରକୁ ଦେଖିଛି

ନିଜ ଭିତରେ କଳାକାରକୁ ଦେଖିଛି

ବମ୍ବେ: ବିଶ୍ୱ ସୁନ୍ଦରୀ ହେବାର ଦାୟିତ୍ୱରେ ବ୍ୟସ୍ତ ରହୁଛନ୍ତି ମାନୁଷୀ ଛିଲ୍ଲର। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ବଲିଉଡ୍‌ ଦ୍ୱାର ବନ୍ଦ କରିବାକୁ ଚାହାନ୍ତି ନାହିଁ ମନୁଷୀ। କାରଣ ନିଜ ଭିତରେ ଜଣେ କଳାକାରକୁ ଦେଖିବାକୁ ପାଇଛନ୍ତି ବୋଲି ଚିନ୍ତା କରନ୍ତି ସେ। ଏକ ସାକ୍ଷାତ୍‌କାରେ ମାନୁଷୀ କହିଛନ୍ତି ଯେ, ନିଜ ଭିତରେ ଜଣେ କଳାକାର ଥିବା ସେ ଅନୁଭବ କରନ୍ତି।

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଜିସାଟ୍‌-୧୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)। ମହାକାଶ ସଂସ୍ଥାନ ରବିବାର ଏହି ପ୍ରୋଜେକ୍ଟକୁ ଅନୁମତି ଦେଇଛି। ୫,୭୦୦ କି.ଗ୍ରା. ଓଜନ ବିଶିଷ୍ଟ ଜିସାଟ୍‌-୧୧କୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ୍‌ ଗାଏନା ଅନ୍ତର୍ଗତ କୌରୁଠାରୁ ମେ ୨୬ରେ ଉତ୍‌କ୍ଷେପଣ କରିବା ଲାଗି ନିର୍ଦ୍ଧାରଣ କରାଯାଇଥିଲା।

ବଳାତ୍କାର ଅଭିଯୋଗ: ଡାକ୍ତର ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ବଳାତ୍କାର ଅଭିଯୋଗ: ଡାକ୍ତର ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଜବଲପୁର,୧୭।୬: ପେସାରେ ଡାକ୍ତର ଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଡାକ୍ତର ଶଫାତୁଲ୍ଲା ଖାଁ ନିଜ ଭାଣିଜୀଙ୍କୁ ବଳାତ୍କାର କରିଥିବା ଜାଣିବାକୁ ପାଇଲେ ପତ୍ନୀ ଆୟସା।

ବନ୍ଧାହେଲେ ବଳାତ୍କାରୀ

ବନ୍ଧାହେଲେ ବଳାତ୍କାରୀ

ନାଳନ୍ଦା,୧୭।୬: ବିହାରର ନାଳନ୍ଦା ଜିଲାରେ ଜଣେ ୧୪ ବର୍ଷ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ରବିବାର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସରମେରା ପୋଲିସ ଥାନା ଅଧିନରେ ଆସୁଥିବା ଆହିୟାପୁର ଗ୍ରାମରେ ଶନିବାର ଘଟିଥିଲା ଏହି ଘଟଣା।

ଋତୁସ୍ରାବ ସମୟରେ ‘ମେନ୍‌ସ୍ୟୁରେଶନ୍‌ ହାଉସ୍‌’ରେ ରହିବାକୁ ବାଧ୍ୟ

ଋତୁସ୍ରାବ ସମୟରେ ‘ମେନ୍‌ସ୍ୟୁରେଶନ୍‌ ହାଉସ୍‌’ରେ ରହିବାକୁ ବାଧ୍ୟ

ରାଜନନ୍ଦଗାଁ,୧୭।୬: ମାସିକ ଋତୁସ୍ରାବକୁ ଏବେବି ଭାରତରେ ଲୋକେ ଅଛୁଆଁ ବୋଲି ଭାବୁଛନ୍ତି। ଏତେ ପ୍ରଚାର ପ୍ରସାର ପରେ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ କଥା ହେବାକୁ କେତେକ ଅଞ୍ଚଳରେ ବାରଣ କରାଯାଉଛି।

କେଜରିଓ୍ବାଲ ମାଓବାଦୀ: ସୁବ୍ରମଣ୍ୟମ ସ୍ବାମୀ

କେଜରିଓ୍ବାଲ ମାଓବାଦୀ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୧୭।୬: ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କୁ ମାଓବାଦୀ ବୋଲି କହିଛନ୍ତି ସୁବ୍ରମଣ୍ୟମ।

ଜମ୍ମୁ-କଶ୍ମୀରରେ  ପୁଣି ଅପରେଶନ ଅଲଆଉଟ୍‌ ଆରମ୍ଭ

ଜମ୍ମୁ-କଶ୍ମୀରରେ ପୁଣି ଅପରେଶନ ଅଲଆଉଟ୍‌ ଆରମ୍ଭ

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀରରେ ପୁଣି ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ ଅଲ୍‌ଆଉଟ୍‌ ଆରମ୍ଭ ହେବା ସମ୍ପର୍କରେ ରବିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି।

ପୁଣିଥରେ ମୋଦିଙ୍କୁ ହତ୍ୟା ଧମକ

ପୁଣିଥରେ ମୋଦିଙ୍କୁ ହତ୍ୟା ଧମକ

ଗାଜିଆବାଦ,୧୭।୬: ଦିଲ୍ଲୀ ଗାଜିଆବାଦର ଜଣେ ବ୍ୟକ୍ତି ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଳି କରିବାକୁ ଧମକ ଦେଇଛନ୍ତି। ଲୋନିର ଭାଜପା ବିଧାୟକ ନନ୍ଦକିଶୋର ଗୁର୍ଜରଙ୍କ ଏହି ଅଭିଯୋଗ ପରେ ଅଭିଯୁକ୍ତଙ୍କ ନାଁରେ ଏଫ୍‌ଆଇଆର୍‌ ଦାଖଲ କରାଯାଇଛି।

Model This Week

ପ୍ରଭାତ