ଖେଳ |

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ
ମେଲବୋର୍ନ, ୨୩।୧(ପି.ଟି.)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ହଙ୍ଗେରିଆନ ପାର୍ଟନର ତିମେଆ ବାବୋସ ଯୋଡ଼ି ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ର ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ୫ମ ସିଡ୍‌ ବୋପାନ୍ନା-ବାବୋସ ଯୋଡ଼ି ୬-୪, ୬-୪ ସିଧାସଳଖ ସେଟ୍‌ରେ ଆମେରିକା-କ୍ରୋଏସିଆ ଯୋଡ଼ି ଭାନିଆ କିଙ୍ଗ୍‌ ଓ ଫ୍ରାଙ୍କୋ ସ୍କୁଗୋରଙ୍କୁ ପରାସ୍ତ କରିଥିଲେ। ସ୍ଥାନୀୟ ମେଲବୋର୍ନ ପାର୍କରେ ଅନୁଷ୍ଠିତ ଏହି ମ୍ୟାଚ୍‌ ଜିତିବାକୁ ଇଣ୍ଡୋ-ହଙ୍ଗେରିଆନ ଯୋଡ଼ିଙ୍କୁ ଏକ ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ଲାଗିଥିଲା। ଏଥିପୂର୍ବରୁ ବୋପାନ୍ନା-ବାବୋସ ଯୋଡ଼ି ୬-୨, ୬-୪ ସେଟ୍‌ରେ ଅଷ୍ଟ୍ରେଲୀୟ ଯୋଡ଼ି ହ୍ବିଟିଙ୍ଗଟନ୍‌ ଓ ପେରେଜଙ୍କୁ ପରାସ୍ତ କରିଥିଲେ। କ୍ୱାର୍ଟର ଫାଇନାଲରେ ଏହି ଯୋଡ଼ି ଜୁଆନ ସେବାଷ୍ଟିଆନ କାବଲ ଓ ଆବିଗଲ ସ୍ପିଅର୍ସ ଯୋଡ଼ିଙ୍କୁ ଭେଟିବେ। ପୂର୍ବରୁ ପୁରୁଷ ଡବଲ୍ସରେ ଲିଆଣ୍ଡର ପେସ୍‌, ପୂରବ ରାଜା, ଡିଭିଜ ଶରନ ଓ ବୋପାନ୍ନା ହାରିଯାଇଥିଲେ। ଏବେ ଏକମାତ୍ର ଭାରତୀୟ ଭାବେ ବୋପାନ୍ନା ବର୍ଷର ଏହି ପ୍ରଥମ ଗ୍ରାଣ୍ଡସ୍ଲାମରେ ତିଷ୍ଠି ରହିଛନ୍ତି।
All Right Reserved By

ଖେଳ |

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌:  ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌: ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଓଡେନ୍ସ,୧୭।୧୦(ପି.ଟି.)- ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟରେ ଭାରତୀୟ ତାରକା ତଥା ବିଶ୍ୱର ୬ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ହାନ୍ସ- କ୍ରିଷ୍ଟିଆନ ସୋଲବର୍ଗ ଭିଟ୍ଟିଙ୍ଗଘସ୍‌ଙ୍କୁ ହରାଇ  ଅଗ୍ରଗତି କରିଛନ୍ତି। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ  ଚାଇନାର ଅଭିଜ୍ଞ ଖେଳାଳି ଲିନ୍‌ ଡାନଙ୍କୁ ଭେଟିବେ। 

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି:  ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ମସ୍କାଟ,୧୭।୧୦(ପି.ଟି.)- ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅପେକ୍ଷାକୃତ ଦୁର୍ବଳ ତଥା ଆୟୋଜକ ଓମାନ ପରସ୍ପରକୁ ଭେଟିବେ। ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଏହି ଟୁର୍ନାମେଣ୍ଟ ଏସୀୟ ଦେଶଗୁଡିକ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଗତଥରର ଚାମ୍ପିୟନ ଭାରତ ଏଥର ମଧ୍ୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଏସିଆନ ଗେମ୍ସର ବିଫଳତାକୁ ପଛରେ ପକାଇ ଭାରତ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ଆବୁଧାବି, ୧୭।୧୦- ପାକିସ୍ତାନ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ମାତ୍ର ୧୪୫ ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। 

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ ସ୍ପିନ ଲିଜେଣ୍ଡ ଅନିଲ କୁମ୍ବଲେ ବୁଧବାର ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍‌-ସ୍ପିନର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା କୁମ୍ବଲେଙ୍କୁ ଏହି ଅବସରରେ କ୍ରିକେଟ ଜଗତ ସମେତ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଚହରଙ୍କ ଘରୁ ଚୋରି ଉଦ୍ୟମ କରି ୬ ଗିରଫ

ଚହରଙ୍କ ଘରୁ ଚୋରି ଉଦ୍ୟମ କରି ୬ ଗିରଫ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ କ୍ରିକେଟ ଦଳର ଯୁବ ଅଲ୍‌ରାଉଣ୍ଡର ଦୀପକ ଚହରଙ୍କ ଘରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଚହରଙ୍କ ଆଗ୍ରା ମାନସରୋବରସ୍ଥିତ ଘରୁ ଗତ ସପ୍ତାହରେ ଏହି ୬ଜଣ ବ୍ୟକ୍ତି ଚୋରି କରିବାକୁ ଉଦ୍ୟମ କରିଥିଲେ। 

କଂଗ୍ରେସରେ ଯୋଗଦେଲେ ସାମିଙ୍କ ପତ୍ନୀ ହସିନା

କଂଗ୍ରେସରେ ଯୋଗଦେଲେ ସାମିଙ୍କ ପତ୍ନୀ ହସିନା

ବମ୍ବେ, ୧୭।୧୦- ପାରିବାରିକ ସମସ୍ୟାକୁ ନେଇ ବିବାଦରେ ରହିଥିବା କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ହସିନା ଜହାନ ରାଜନୀତିରେ ପ୍ରବେଶ କରିଛନ୍ତି। ମୁମ୍ବାଇ କଂଗ୍ରେସ ପାର୍ଟିରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇ ସଦସ୍ୟତା ଗ୍ରହଣ କରିଛନ୍ତି। 

ଇଞ୍ଜୁରୀ ଟାଇମ୍‌ରେ ଜିତିଲା ବ୍ରାଜିଲ

ଇଞ୍ଜୁରୀ ଟାଇମ୍‌ରେ ଜିତିଲା ବ୍ରାଜିଲ

ଜେଦ୍ଦା (ସୌଦୀ ଆରବ)୧୭।୧୦, (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ଚାରି-ଦଳୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ପ୍ରତିଯୋଗିତାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ବ୍ରାଜିଲ ୧-୦ ଗୋଲରେ ସାଉଥ୍‌ ଆମେରିକାର ଅନ୍ୟତମ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପର୍‌ ପ୍ରବୀଣଙ୍କୁ ବ୍ରୋଞ୍ଜ

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପର୍‌ ପ୍ରବୀଣଙ୍କୁ ବ୍ରୋଞ୍ଜ

ବୁଏନ୍ସ ଏରିଜ୍‌, ୧୭।୧୦(ପି.ଟି.)- ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ ଚଳିତ ୟୁଥ୍‌ ଅଲିମ୍ପିକ୍ସର ଆଥ୍‌ଲେଟିକ୍ସରେ ଭାରତକୁ ୨ୟ ପଦକ ଦେଇଛନ୍ତି। ବୁଧବାର ଅନୁଷ୍ଠିତ ପୁରୁଷ ଟ୍ରିପଲ ଜମ୍ପରରେ ପ୍ରବୀଣ ବ୍ରୋଞ୍ଜ ପଦକ ସଫଳତା ହାସଲ କରିଛନ୍ତି।

ଡେନମାର୍କ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ସାଇନା

ଡେନମାର୍କ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ସାଇନା

ଓଡେନସେ (ଡେନମାର୍କ), ୧୭।୧୦(ପି.ଟି.)- ଏଠାରେ ଅନୁଷ୍ଠିତ ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଭାରତୀୟ ସଟ୍‌ଲରଙ୍କୁ ମିଶ୍ରିତ ସଫଳତା ମିଳିଛି। ମହିଳା ସିଙ୍ଗଲ୍ସରେ ସାଇନା ନେହ୍ବାଲ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବାବେଳେ ପି.ଭି. ସିନ୍ଧୁ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ସାଇନା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୦-୨୨, ୨୧-୧୭, ୨୪-୨୨ ଗେମ୍‌ରେ ହଂକଂର ୟିଚେଉଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ଗେମ୍‌କୁ ସାଇନା ହାରିଯାଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ଗେମ୍‌କୁ ଜିତି ୨ୟ ରାଉଣ୍ଡରେ ସ୍ଥାନ ପକ୍କା କରିନେଇଛନ୍ତି। 

ବେଙ୍ଗଲ ଓ୍ବାରିୟର୍ସ, ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ବେଙ୍ଗଲ ଓ୍ବାରିୟର୍ସ, ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ସୋନେପତ୍‌, ୧୭ା୧୦(ପି.ଟି.)- ଭିଭୋ ପ୍ରୋ-କବାଡ଼ି ଲିଗ୍‌ ସିଜନ-୬ରେ ବେଙ୍ଗଲ ଓ୍ବାରିୟର୍ସ  କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ଜୋନ୍‌ ବି’ର ଏକ ମ୍ୟାଚରେ ତେଲୁଗୁ ଟାଇଟାନ୍ସକୁ  ୩୦-୨୫ ପଏଣ୍ଟରେ ପରାସ୍ତ କରିଛି।  ଟୁର୍ନାମେଣ୍ଟରେ ତେଲୁଗୁ ଟାଇଟାନ୍ସର ଏହା ହେଉଛି ପ୍ରଥମ ପରାଜୟ। ମଙ୍ଗଳବାର  ଏହି ପରାଜୟ ସତ୍ତ୍ୱେ ତେଲୁଗୁ ଟାଇଟାନ୍ସ  ଜୋନ୍‌  ବି’ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।  ସେହିପରି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ୩୬-୩୩ରେ ହରିୟାଣା ଷ୍ଟିଲର୍ସକୁ ହରାଇ ଦେଇଛି। ବୁଧବାର ଗୋଟିଏ ମ୍ୟାଚରେ ବେଙ୍ଗାଲୁରୁ ବୁଲ୍ସ ତାମିଲ ଥଲାଇଭାସକୁ ଭେଟିବାକୁ ଥିବା ବେଳେ ଅନ୍ୟଟିରେ ୟୁ ମୁମ୍ବା ହରିୟାଣା ଷ୍ଟିଲର୍ସ ସହିତ ମୁକାବିଲା କରିବ।

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

ବର୍ଲିନ, ୧୭ା୧୦ (ଏ.ଏଫ୍‌.ପି.)- ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବରଙ୍କର ତାଙ୍କ କୋଚ୍‌ ଓ୍ବିମ୍‌ ଫିସେଟ୍‌ଙ୍କ ସହ ବିଚ୍ଛେଦ ଘଟିଛି। ଖେଳାଳିଙ୍କ ନିକଟତମ ମହଲରୁ ଏହା ଜଣାପଡ଼ିଛି। ଫିସେଟଙ୍କ ତତ୍ତ୍ୱାବଧାନରେ କର୍ବର ସିଜନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସିଛନ୍ତି। ମାତ୍ର ଭବିଷ୍ୟତକୁ ନେଇ ମତପାର୍ଥକ୍ୟ ଯୋଗୁ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡ଼ିଛି। କିମ୍‌ କ୍ଲାଇଷ୍ଟର୍ସ (୨୦୦୯-୧୧), ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ୍‌ ସିମୋନା ହାଲେପ (୨୦୧୪) ଏବଂ ଭିକ୍ଟୋରିଆ ଆଜାରେଙ୍କା (୨୦୧୫-୧୬)ଙ୍କ କୋଚ ଭାବେ କାର୍ଯ୍ୟ କରିଥିବା ଫିସେଟ୍‌ ୨୦୧୭ ନଭେମ୍ବରରେ କର୍ବରଙ୍କ ସହିତ ଯୋଗଦାନ କରିଥିଲେ। ଏହି ବେଲିଜିଆନଙ୍କ ସହିତ ୩୦ ବର୍ଷୀୟ କର୍ବର ୨୦୧୬ରେ ନମ୍ବର ଓ୍ବାନ୍‌ ର଼୍ୟାଙ୍କିଙ୍ଗ ହାସଲ କରିପାରିଥିଲେ। ବର୍ତ୍ତମାନ କିନ୍ତୁ ସେ ୩ନମ୍ବର ସ୍ଥାନରେ ଅଛନ୍ତି। ଓ୍ବିମ୍ବେଲଡନ ଜିତିବା ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ପ୍ରବେଶ କରିଥିଲେ।

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭୁବନେଶ୍ୱର, ୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ୧୯ ବର୍ଷରୁ କମ୍‌ ଭିନୁ ମଙ୍କଡ ଟ୍ରଫିରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିହାର, ଉତ୍ତରାଖଣ୍ଡ ଓ ନାଗାଲାଣ୍ଡ ବିଜୟ ହାସଲ କରିଛନ୍ତି। କିଟ୍‌ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ବିହାର ୨୭୭ ରନରେ ସିକ୍କିମ୍‌କୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂକରି ବିହାର ପୀୟୂଷ କୁମାରଙ୍କ ୧୪୫ ରନର ଶତକୀୟ ପାଳି ବଳରେ ୫୦ ଓଭରରେ ୨ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରିଥିଲା। ଜବାବରେ ସିକ୍କିମ ୮ ଉଇକେଟ ହରାଇ ୭୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା।