ଫୁରସତ |

ଅନ୍ଧତ୍ୱରୁ ମୁକ୍ତି ଦେବ ନୂତନ ଜ୍ଞାନକୌଶଳ

ଅନ୍ଧତ୍ୱରୁ ମୁକ୍ତି ଦେବ ନୂତନ ଜ୍ଞାନକୌଶଳ

ଓ୍ବାଶିଂଟନ: ଏବେ ଅନ୍ଧତ୍ୱରୁ ସହଜରେ ମୁକ୍ତି ମିଳି ପାରିବ। ଦୀର୍ଘ ଦିନ ଗବେଷଣା କରିବା ପରେ ଏକ ନୂତନ ତଥ୍ୟ ହାସଲ କରିଛନ୍ତି। ପୃଥିବୀରେ ବାର୍ଷିକ ୨୦୦ ନିୟୁତ ଲୋକ ଦୃଷ୍ଟିହୀନତାର ଶିକାର ହୋଇଥାନ୍ତି। ତେବେ ନୂତନ ମ୍ୟାକୁଲାର ଡିଜେନେରେଟ୍‌ ଜ୍ଞାନକୌଶଳ ସିଗାସ୍‌ ଏଞ୍ଜାଇମ୍‌ ଦ୍ୱାରା ଦୃଷ୍ଟି ଶକ୍ତି ଫେରାଇ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଭର୍ଜିନିଆ ବିଶ୍ୱବିଦ୍ୟାଳୟର ମେଡିସିନ୍‌ ସ୍କୁଲର ପ୍ରଫେସର ଜୟକୃଷ୍ଣ ଆମ୍ବତି ଓ ନାଗରାଜ କେରୁର୍‌ ସୂଚିତ କରିଛନ୍ତି। ସିଗାସ୍‌ ଏଞ୍ଜାଇମ୍‌ ଅପ୍ଟିକାଲ ନର୍ଭରେ ଯୋଗାଯୋଗ ପ୍ରକ୍ରିୟାକୁ ବୃଦ୍ଧି କରାଇଥାଏ। ଫଳରେ ଧୀରେ ଧୀରେ ଦୃଷ୍ଟି ଶକ୍ତି ଫେରିଆସିଥାଏ। ମଧୁମେହ, ମେଦବହୁଳତା ଆଦି ରୋଗ କ୍ଷେତ୍ରରେ ଦୃଷ୍ଟି ଶକ୍ତି କମିବାରେ ଲାଗିଥାଏ। ତେବେ ଏହି ନୂତନ ଜ୍ଞାନକୌଶଳର ଉପଯୋଗ ଦ୍ୱାରା ବିଶେଷ ସଫଳତା ମିଳିଥାଏ। ଅପ୍ଟିକ୍‌ ନର୍ଭ ସହାୟତାରେ ଦୃଶ୍ୟମାନ ହେଉଥିବା ବସ୍ତୁ ସମ୍ପର୍କରେ ବାର୍ତ୍ତା ମସ୍ତିଷ୍କକୁ ପ୍ରେରିତ ହୋଇଥାଏ। ମସ୍ତିଷ୍କ ବସ୍ତୁ ସମ୍ପର୍କରେ ସବିଶେଷ ବିବରଣୀର ଯାଞ୍ଚ୍‌ କରି ଏହାକୁ ସଂରକ୍ଷିତ ହୋଇଥିବା ସ୍ମୃତି ସହିତ ଖାପ ଖୁଆଇଥାଏ। ଦୃଶ୍ୟମାନ ହେଉଥିବା ବସ୍ତୁ ସର୍ମ୍ପକିତ ତଥ୍ୟ ପାଇଁ ଅପ୍ଟିକାଲ ନର୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏହା ଶୁଖିଗଲେ ମସ୍ତିଷ୍କକୁ ବାର୍ତ୍ତା ପ୍ରେରଣରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ଅନ୍ଧତ୍ୱ ଦେଖାଦେଇଥାଏ। ମାତ୍ର ସିଗାସ୍‌ ଜ୍ଞାନକୌଶଳ ଶୁଷ୍କ ଅପ୍ଟିକାଲ୍‌ ନର୍ଭକୁ ପୁଣି ସତେଜ କରିବାକୁ ସକ୍ଷମ ହୋଇପାରିବ ବୋଲି ଗବେଷକ ସୂଚିତ କରିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଫୁରସତ |

ବାୟୁ ପ୍ରଦୂଷଣ: ବଢ଼ୁଛି ଅକାଳ ମୃତ୍ୟୁ

ବାୟୁ ପ୍ରଦୂଷଣ: ବଢ଼ୁଛି ଅକାଳ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି। ଏଥିଯୋଗୁ କେବଳ ଯେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି ତାହା ନୁହେଁ ବରଂ ମାନବ ସଭ୍ୟତା ପ୍ରତି ଏହା ବିପଦ ରୂପେ ଉଭା ହୋଇଛି।

୭୦ ବର୍ଷର ମହିଳା ୬ ମାସର ଗର୍ଭବତୀ

୭୦ ବର୍ଷର ମହିଳା ୬ ମାସର ଗର୍ଭବତୀ

ନୂଆଦିଲ୍ଲୀ/ଓ୍ବାଶିଂଟନ : ମା’ ହେବା ନାରୀର ଏକ ବଡ଼ ସ୍ବପ୍ନ। ତେବେ ପରିଣତ ବୟସରେ ମା’ହେବାରେ କେତେକ ସମସ୍ୟା ଉପୁଜିଥାଏ। ମାତ୍ର ମେକ୍ସିକୋର ଜଣେ ୭୦ ବର୍ଷ ବୟସ୍କା ମହିଳା ୬ ମାସର ଗର୍ଭବତୀ ଥିବା ନେଇ ସୂଚିତ କରିଛନ୍ତି।

ମଲ୍‌ଚା ମହଲର ଅତୃପ୍ତ ଆତ୍ମା

ମଲ୍‌ଚା ମହଲର ଅତୃପ୍ତ ଆତ୍ମା

ଦିଲ୍ଲୀ ଆର୍ଥ ଷ୍ଟେସନ୍‌ ନିକଟରେ ବୁଦ୍ଧ ଜୟନ୍ତୀ ପାର୍କ ପଛପଟେ ରହିଛି ମଲ୍‌ଚା ମହଲ। ଏଠାରେ ଅତୃପ୍ତ ଆତ୍ମା ରହିଥିବାନେଇ ଅନେକ କହିଥାନ୍ତି। ଅନେକ ସମୟରେ ଏଠାରେ ଅନେକ ଆତ୍ମହତ୍ୟା କରିଥାନ୍ତି। କାହିଁକି ଏକ ନିଦ୍ଦିଷ୍ଟ ସ୍ଥାନରେ ଲୋକମାନେ ଆତ୍ମହତ୍ୟା କରନ୍ତି ତାହାର ରହସ୍ୟ କାହାକୁ ଜଣାନାହିଁ। ତେଣୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଶାରିରୀକ ସମ୍ପର୍କ ସ୍ଥାପନ ଲାଗି ଦିଆଯାଏ ଶିକ୍ଷା

ଶାରିରୀକ ସମ୍ପର୍କ ସ୍ଥାପନ ଲାଗି ଦିଆଯାଏ ଶିକ୍ଷା

ପୃଥିବୀରେ ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ନାନା ପ୍ରକାର ପରମ୍ପରା ତଥା ପ୍ରଥା ପ୍ରଚଳିତ ହୋଇଥାଏ। ଇଣ୍ଡୋନେସିଆରେ ବାସ କରୁଥିବା ଜାରଓ୍ବା ଜନଜାତିରେ ବାଳିକା ଏବଂ ବାଳକଙ୍କୁ ୧୦ ବର୍ଷ ହେବାପରେ ବୟସରେ ବଡ଼ ଯୁବକ ଯୁବତୀ ସେମାନଙ୍କୁ ଶାରିରୀକ ସମ୍ପର୍କ ସ୍ଥାପନ ସମ୍ପର୍କରେ ଶିକ୍ଷାଦେଇଥାନ୍ତି।

ଏକାଧିକ ବିପରୀତ ଲିଙ୍ଗଙ୍କ ସହ ସମ୍ପର୍କ ଆଣେ ଶୁକ୍ର-ମଙ୍ଗଳ ଯୋଗ

ଏକାଧିକ ବିପରୀତ ଲିଙ୍ଗଙ୍କ ସହ ସମ୍ପର୍କ ଆଣେ ଶୁକ୍ର-ମଙ୍ଗଳ ଯୋଗ

ଜାତକରେ ଶୁକ୍ର-ମଙ୍ଗଳ ଯୋଗର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ଶୁକ୍ର ହେଉଛନ୍ତି ପୁରୁଷତ୍ୱ ତଥା ପ୍ରେମକାରକ ଗ୍ରହ। ସେହିପରି ମଙ୍ଗଳ ହେଉଛନ୍ତି ସ୍ତ୍ରୀ ତଥା ରଜ କାରକ ଗ୍ରହ। ଏହି ଦୁଇଗ୍ରହର ମିଳନରେ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିପରୀତ ଲିଙ୍ଗଙ୍କୁ ଆକୃଷ୍ଟ କରିବାର କଳା ରହିଥାଏ।

ବିବାହ ସମୟରେ କାହିଁକି ଖୋଜାପଡେ ଗଇଁଠାଳ

ବିବାହ ସମୟରେ କାହିଁକି ଖୋଜାପଡେ ଗଇଁଠାଳ

ସାଧାରଣତଃ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ବାହାଘର ଭଳି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। କିନ୍ତୁ ନିୟମ ବା ପରମ୍ପରା ଯାହା ହେଉନା କାହିଁକି ଗଇଁଠାଳ ସବୁଠି ଆବଶ୍ୟକ ପଡିଥାଏ। ଏହା ବିନା ବିବାହ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ।

ଯେଉଁଠି ଘରକୁ ଫେରେ ଅଧାଜଳା ମୃତଦେହ

ଯେଉଁଠି ଘରକୁ ଫେରେ ଅଧାଜଳା ମୃତଦେହ

ପୋର୍ଟ ମୋରେସ୍‌ବି: ସାଧାରଣ ଜୀବନ ଯାପନ ଶୈଳୀଠାରୁ ଆଦିବାସୀମାନଙ୍କ ଜୀବନ ଶୈଳୀ ଟିକେ ଅଲଗା। ଆଧୁନିକ ସମାଜରେ ମନୁଷ୍ୟ ଚନ୍ଦ୍ର ପୃଷ୍ଠକୁ ଯାତ୍ରା କରୁଥିବା ସମୟରେ ଏମାନେ କିନ୍ତୁ ସେମାନଙ୍କ ପୂର୍ବ ପରମ୍ପରାକୁ ନେଇ ବଞ୍ଚିବାକୁ ପସନ୍ଦ କରିଥାଆନ୍ତି।

ବିବାହ ପରେ ପୁଅ ଯାଏ ଶାଶୁଘର...

ବିବାହ ପରେ ପୁଅ ଯାଏ ଶାଶୁଘର...

ସାଧାରଣତଃ ବାହାଘର ପରେ ଝିଅ ଶାଶୁଘର ଯାଇଥାଏ। ତେବେ ଇଣ୍ଡୋନେସିଆର ସୁମାତ୍ରାରେ ବାସ କରୁଥିବା ନଇ ମିନାଙ୍ଗ୍‌କାବାଉ ସମ୍ପ୍ରଦାୟରେ ବାହାଘର ପରେ ପୁଅକୁ ଶାଶୁଘର ଯିବାକୁ ପଡ଼ିଥାଏ। ଏହି ସମ୍ପ୍ରଦାୟରେ ଲୋକେ ପୁଅ ଅପେକ୍ଷା ଝିଅ ଜନ୍ମ ହେଲେ ଅଧିକ ଖୁସି ହୋଇଥାନ୍ତି।

ମନ୍ଦିରରେ ପୂଜା ପାଆନ୍ତି ଛେଳି ମୂର୍ତ୍ତି

ମନ୍ଦିରରେ ପୂଜା ପାଆନ୍ତି ଛେଳି ମୂର୍ତ୍ତି

ମନ୍ଦିରରେ ଦେବତାଙ୍କ ମୂର୍ତ୍ତି ପୂଜା ପାଇବା କଥା ଜଣା ଅଛି। ତେବେ ମଧ୍ୟପ୍ରଦେଶ ଜବଲପୁରଠାରୁ କିଛି ଦୂରରେ ଥିବା ଏକ ମନ୍ଦିରରେ ଛେଳି ମୂର୍ତ୍ତିଙ୍କୁ ପୂଜା କରାଯାଇଥାଏ। କଟନି ଜିଲା ବଡ଼ଓ୍ବାରା ତହସିଲ ଅର୍ନ୍ତଗତ ରୋହନିଆ ଗାଁରେ ରହିଛି ‘ବକରା ଦେବ’ଙ୍କ ମନ୍ଦିର।

ସ୍ମୃତିଶକ୍ତି ହ୍ରାସ କରେନାହିଁ ପରିଣତ ବୟସରେ ଯୌନ ସମ୍ପର୍କ

ସ୍ମୃତିଶକ୍ତି ହ୍ରାସ କରେନାହିଁ ପରିଣତ ବୟସରେ ଯୌନ ସମ୍ପର୍କ

ସିଡ୍‌ନୀ: ପରିଣତ ବୟସରେ ଯୌନସାଥୀ ସହିତ ସମ୍ପର୍କ ରଖିଲେ ସ୍ମୃତିଶକ୍ତି ହ୍ରାସ ହୁଏନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଧୂମପାନ, ସୁରାପାନ ଭଳି ଖରାପ ଅଭ୍ୟାସ ଏବଂ ଅନ୍ୟାନ୍ୟ ଜୀବନ ଶୈଳୀ ବୟସ ବୃଦ୍ଧି ଜନିତ ସ୍ମୃତିଶକ୍ତି ଅବକ୍ଷୟ ପାଇଁ ଦାୟୀ। କିନ୍ତୁ ଯୌନ କାର୍ଯ୍ୟକଳାପ ସହିତ ବୌଦ୍ଧିକ ଅବକ୍ଷୟ ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ଏହି ଅଧ୍ୟୟନରେ କୁହାଯାଇଛି।

ଏମିତି ଏକ ମନ୍ଦିର ଯେଉଁଠି ୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ

ଏମିତି ଏକ ମନ୍ଦିର ଯେଉଁଠି ୫୫୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ

ଭାରତ ହେଉଛି ମନ୍ଦିରର ଦେଶ। ଏଠାରେ ଥିବା ମନ୍ଦିରରେ ଅନେକ ଅଲୌକିକ ଘଟଣା ଘଟିଥାଏ। ଯାହାର ଉତ୍ତର ଆଧୁନିକ ବିଜ୍ଞାନ ଦେବାକୁ ସକ୍ଷମ ହୋଇ ନଥାଏ। ସେହିପରି ମଧ୍ୟପ୍ରଦେଶ ମନାସା ସହରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅହ୍ଲେଡଠାରେ ରହିଛି ‘ଆଈ ଜୀ ମାତା’ଙ୍କ ମନ୍ଦିର। ମନ୍ଦିରରେ ୫୫୦ ବର୍ଷ ଧରି ଏକ ଦୀପ ଜଳୁଛି।

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

୧୩ବର୍ଷରେ ପାଦ ଦେଲେ ମହିଳାଙ୍କ ସହିତ ରଖନ୍ତି ଶାରିରୀକ ସମ୍ପର୍କ

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ଅନେକ ପରମ୍ପରା ସଭ୍ୟ ସମାଜ ଅନୁକୁଳ ହୋଇ ନ ଥାଏ। ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ମଙ୍ଗିୟା ଦ୍ୱୀପରେ ବାସ କରୁଥିବା ଜନଜାତିଙ୍କ ମଧ୍ୟରେ ରହିଛି ଏକ ଅଜବ ପରମ୍ପରା। ଏଠାରେ ୧୩ ବର୍ଷ ହେବା ପରେ ନାବାଳକଙ୍କୁ ମହିଳାମାନଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବାର ପରମ୍ପରା ରହିଛି। ଏହାଦ୍ୱାରା ନାବାଳକ ଜଣକ ଭବିଷ୍ୟତରେ ଜୀବନସାଥିକୁ ଖୁସିରେ ରଖିପାରିଥାଏ ବୋଲି ବିଶ୍ୱାସ କରାଯାଇଥାଏ।