ଜୀବନଚର୍ଯ୍ୟା |

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ଓ୍ବାଶିଂଟନ: ରକ୍ତ କର୍କଟ ବା ଆକ୍ୟୁଟ୍‌ ମାୟୋଲୋଏଡ୍‌ ଲ୍ୟୁକୋମିଆ (ଏଏମ୍‌ଏଲ୍‌)ର ଚିକିତ୍ସା ଏବେ ସହଜରେ ହୋଇପାରିବ ବୋଲି ଗବେଷକ ସୂଚିତ କରିଛନ୍ତି। ରକ୍ତ କର୍କଟରେ ଶ୍ୱେତ ରକ୍ତ କୋଷିକା ସଂଖ୍ୟାରେ ଅନିମୟିତ ବୃଦ୍ଧି ଦୃଷ୍ଟି ଗୋଚର ହୋଇଥାଏ। ଏହା ବୋନ୍‌ ମ୍ୟାରୋରେ ସୃଷ୍ଟି ହୋଇଥାଏ। ଗବେଷକ ରକ୍ତ କର୍କଟର ନିଦାନ କ୍ଷେତ୍ରରେ କ୍ରିସ୍‌ପର- କାସ୍‌-୯ ଜିନ୍‌ ଏଡିଟିଂ ଜ୍ଞାନକୌଶଳର ଉପଯୋଗ କରିଥାନ୍ତି। ତେବେ ମେଟେଲ୍‌-୩ ଜିନ୍‌ ମାଧ୍ୟମରେ ରକ୍ତ କର୍କଟର ଚିକିତ୍ସା ସହଜରେ ହୋଇପାରିବ ବୋଲି ଗବେଷକ କହିଛନ୍ତି। ଶ୍ୱେତ ରକ୍ତ କୋଷିକା ସଂଖ୍ୟାରେ ଅସ୍ବାଭାବିକ ବୃଦ୍ଧିକୁ ମେଟେଲ୍‌-୩ ଜିନ୍‌ ପ୍ରତିରୋଧ କରିଥାଏ। ଏହାକୁ ଆରଏନ୍‌ଏ ଏଡିଟିଂ ଜ୍ଞାନକୌଶଳ ସହାୟତାରେ ପ୍ରସ୍ତୁତ କରାଯାଇଥାଏ। ଶ୍ୱେତ ରକ୍ତ କୋଷିକା ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ପ୍ରୋଟିନ୍‌ ପ୍ରସ୍ତୁତିରେ ମେଟେଲ୍‌-୩ ଜିନ୍‌ ବାଧା ସୃଷ୍ଟି କରିଥାଏ। ରକ୍ତ କର୍କଟ ବୃଦ୍ଧି ପାଇଁ ୧୨୬ ବିଭିନ୍ନ ପ୍ରକାର ଜିନ୍‌ ସହାୟକ ହୋଇଥାନ୍ତି। ସେଗୁଡିକମଧ୍ୟରୁ କେତେକ ଏହି ରୋଗ ତିଷ୍ଠି ରହିବା ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିଥାନ୍ତି। ତେବେ ମେଟେଲ୍‌-୩ ଜିନ୍‌ ଏହାକୁ ନଷ୍ଟ କରି ଦେଇଥାଏ ବୋଲି କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାକ୍ତର କନଷ୍ଟାଣ୍ଟିନସ୍‌ ତେଜେଲିପ୍ସ୍‌ ସୂଚିତ କରିଛନ୍ତି। ଏହି ଗବେଷଣାରେ ସଫଳତା ମିଳିଲେ ଏହାକୁ ପ୍ରଥମେ ମୂଷାଙ୍କଠାରେ ପ୍ରୟୋଗ କରାଯିବ ପରବର୍ତ୍ତୀ ସମୟରେ ମନୁଷ୍ୟଙ୍କଠାରେ ଏହାର ଉପଯୋଗ ହେବାର ଯୋଜନା ରହିଛି।

All Right Reserved By
I&PR

Model This Week

ସନ୍ତୋଷ

ଜୀବନଚର୍ଯ୍ୟା |

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ଅନେକ ଲୋକ ଅଛନ୍ତି ଯେଉଁମାନେ ସକାଳର ଜଳଖିଆକୁ ଅଣଦେଖା କରିଥାଆନ୍ତି। କିଛି ନ ଖାଇ ଏକାଥରେ ଦିନ ୧୦ଟା ବା ୧୧ଟା ପରେ ଖାଦ୍ୟ ଗ୍ରହଣ କରିଥାଆନ୍ତି। ହେଲେ ଏହା ଆଦୌ ଠିକ୍‌ ନୁହେଁ।

ଆଖୁରସର ରହିଛି ଏପରି ଗୁଣ...

ଆଖୁରସର ରହିଛି ଏପରି ଗୁଣ...

ଖରାଦିନେ ଆଖୁରସ ପିଇବାକୁ ଭଲ ଲାଗେ। ଏହା ପେଟକୁ ଥଣ୍ଡା ରଖିବା ସହିତ ପାଚନ କ୍ରିୟାକୁ ସହଜ କରିଥାଏ। ତେବେ ଆଖୁରସ ନିୟମିତ ପାନ କଲେ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ଏଥିରେ ପ୍ରଚୁରମାତ୍ରାରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ପଟାସିୟମ୍‌, ପ୍ରୋଟିନ୍‌, ସୋଡ଼ିୟମ୍‌ ଆଦି ରହିଥାଏ।

ପୁରୁଷଙ୍କ ଯୌନଜୀବନକୁ ପ୍ରଭାବିତ କରୁଛି ମାନସିକ ଚାପ

ପୁରୁଷଙ୍କ ଯୌନଜୀବନକୁ ପ୍ରଭାବିତ କରୁଛି ମାନସିକ ଚାପ

ଓ୍ବାଶିଂଟନ : ମାନସିକ ଚାପ ଯୋଗୁ ବର୍ତ୍ତମାନ ଅନେକ ପୁରୁଷଙ୍କ ଯୌନଜୀବନ ପ୍ରଭାବିତ ହେଉଛି ବୋଲି ଏକ ସର୍ଭେରୁ ଜଣାପଡିଛି। ବିଭିନ୍ନ କାରଣଯୋଗୁ ସୃଷ୍ଟି ହେଉଥିବା ମାନସିକ ଚାପ ପୁରୁଷ ନିଜ ପରିବାର ତଥା ଜୀବନସାଥୀଙ୍କୁ ଆବଶ୍ୟକ ସମୟ ଦେଇପାରୁ ନାହାଁନ୍ତି। ଏହା ସହିତ ମାନସିକ ଚାପଗ୍ରସ୍ତ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଥାଏ।

ସକାଳେ ଥଣ୍ଡା ପାଣି ପିଇଲେ କ’ଣ ହୁଏ...

ସକାଳେ ଥଣ୍ଡା ପାଣି ପିଇଲେ କ’ଣ ହୁଏ...

ଆଜିର ଯୁବବର୍ଗ ସୁନ୍ଦରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରୁଛନ୍ତି। ତେବେ କ’ଣ କେବେ ଜାଣିଛନ୍ତି ଘରେ ଥିବା ଥଣ୍ଡା ପାଣି ଦ୍ୱାରା ସୁନ୍ଦର ତ୍ୱଚା ସହଜରେ ହାସଲ କରିହୋଇଥାଏ। ଥଣ୍ଡା ପାଣି କିମ୍ବା ପାଣିରେ ଖଣ୍ଡେ ବରଫ ପକାଇ ଏହାକୁ ପିଇଲେ ତ୍ୱଚାର ସୁନ୍ଦରତା ତଥା କୋମଳତା ବୃଦ୍ଧି ପାଇଥାଏ।

ବାରମ୍ବାର ଉପବାସ କଲେ କ’ଣ ହୁଏ

ବାରମ୍ବାର ଉପବାସ କଲେ କ’ଣ ହୁଏ

ଭାରତରେ ଅନେକ ପର୍ବପର୍ବାଣି ତଥା ଓଷା ବ୍ରତ ପାଳିତ ହୋଇଥାଏ। ଅନେକେ ଏଥିପାଇଁ ଉପବାସ ବି କରିଥାନ୍ତି। ସେହିପରି ମେଦବହୁଳ ବ୍ୟକ୍ତି ଉପବାସ ରହି ଓଜନ କମାଇବାର ପ୍ରୟାସ କରନ୍ତି। ତେବେ ବାରମ୍ବାର ଉପବାସ ରହିବା ଦ୍ୱାରା ଏହାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ଉଚ୍ଚ ରକ୍ତଚାପ, କିଡ୍‌ନୀ ଷ୍ଟୋନ ଥିଲେ ଖାଆନ୍ତୁ ନାହିଁ ପେସ୍ତାବାଦାମ

ଉଚ୍ଚ ରକ୍ତଚାପ, କିଡ୍‌ନୀ ଷ୍ଟୋନ ଥିଲେ ଖାଆନ୍ତୁ ନାହିଁ ପେସ୍ତାବାଦାମ

ଦିନକୁ ୩-୪ଟି ପେସ୍ତାବାଦାମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତେ ଜାଣନ୍ତି। ହେଲେ ଶରୀରରେ କିଛି ସମସ୍ୟା ଥିଲେ ପେସ୍ତାବାଦାମ ଖାଇବା ସ୍ବାସ୍ଥ୍ୟପକ୍ଷେ ହାନୀକାରକ ବୋଲି ଚିକିତ୍ସକମାନେ ମତ ଦେଇଛନ୍ତି। ପେସ୍ତାବାଦାମରେ ରହିଛି ଭରପୂର ମାତ୍ରାରେ କ୍ୟାଲସିୟମ୍‌, ଫସଫରସ୍‌, ଭିଟାମିନ୍‌, ଆଇରନ୍‌ ଓ ଆଣ୍ଟିଅକ୍ସିଡାଣ୍ଟ। ହେଲେ ଏହି ପେସ୍ତାବାଦାମ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ। କେଉଁମାନେ ପେସ୍ତାବାଦାମ ଖାଇବା ଅନୁଚିତ ସେ ସମ୍ପର୍କରେ ଜାଣି ରଖିବା।

ଡାଇବେଟିସ୍‌ଠାରୁ ଦୂରେଇ ରଖେ ଭେଣ୍ଡି

ଡାଇବେଟିସ୍‌ଠାରୁ ଦୂରେଇ ରଖେ ଭେଣ୍ଡି

ଡାଇବେଟିସ୍‌ ଠୁ ଦୂରେଇ ରଖେ ଭେଣ୍ଡି। ଏକଥା ବିଭିନ୍ନ ଦେଶର ଚିକିତ୍ସା ବିଜ୍ଞାନୀମାନେ ମତ ଦେଉଛନ୍ତି। କାରଣ ଭେଣ୍ଡିରେ ରହିଛି ପ୍ରୋଟିନ୍‌, ଫାଇବର, କାବ୍ରୋହାଇଡ୍ରେଟ୍ସ, କ୍ୟାଲସିୟମ, ଫସଫରସ, ଆଇରନ୍‌, ମ୍ୟାଗ୍ନେସିୟମ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ।

ତ୍ୱଚା ଲାଗିବ ଆହୁରି ଆକର୍ଷଣୀୟ

ତ୍ୱଚା ଲାଗିବ ଆହୁରି ଆକର୍ଷଣୀୟ

ସୁନ୍ଦର ତ୍ୱଚା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେଣୁ ସମସ୍ତେ ନିଜ ତ୍ୱଚାକୁ ସୁନ୍ଦର କରିବାକୁ ଚାହାନ୍ତି । ଆଉ ଏଥିପାଇଁ ବିୟୁଟିପାର୍ଲର ଯିବାଠୁ ଆରମ୍ଭ କରି ବିଭିନ୍ନ ପ୍ରସାଧନ ସାମଗ୍ରୀ ବି ବ୍ୟବହାର କରିଥାନ୍ତି ।

ନିଜେ କରନ୍ତୁ ନେଲ୍‌ ଆର୍ଟ

ନିଜେ କରନ୍ତୁ ନେଲ୍‌ ଆର୍ଟ

ବିଭିନ୍ନ ରଙ୍ଗର ନେଲ୍‌ପଲିସ୍‌ରେ ନଖକୁ ସଜାଇବା ସବୁ ନାରୀଙ୍କ ପସନ୍ଦ । ତେବେ ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ବର୍ତ୍ତମାନ ଅନେକେ ନେଲ୍‌ ଆର୍ଟ ମଧ୍ୟ କରୁଛନ୍ତି । ଆଉ ଏଥିପାଇଁ କେହିକେହି ବ୍ୟୁଟିସିଆନ୍‌ଙ୍କ ସହାୟତା ନେଉଥିବାର ଦେଖିବାକୁ ମିଳୁଛି।

ଗର୍ଭାବସ୍ଥାରେ ବିମାନଯାତ୍ରା

ଗର୍ଭାବସ୍ଥାରେ ବିମାନଯାତ୍ରା

ଆଜିକାଲି ଅଧିକାଂଶ ମହିଳାଙ୍କ ହାତରେ ସମୟ କମ୍‌ ରହୁଥିବାରୁ ଅନେକେ ବିମାନ ଯାତ୍ରାକୁ ଅଧିକ ପସନ୍ଦ କରୁଛନ୍ତି। ବିଶେଷ କରି ଅନେକ ଗର୍ଭବତୀ ମହିଳା ଦୂରସ୍ଥାନକୁ ଯାତ୍ରା କରିବାକୁ ହେଲେ ଅନ୍ୟ ଯାନବାହନ ଅପେକ୍ଷା ଏହା ଉପରେ ବେଶି ନିର୍ଭର କରୁଛନ୍ତି।

ପିଲାଙ୍କ ବୌଦ୍ଧିକ ବିକାଶ

ପିଲାଙ୍କ ବୌଦ୍ଧିକ ବିକାଶ

ନିଜ ପିଲାକୁ ବୁଦ୍ଧିମାନ କରିବାକୁ କେଉଁ ମା’ ନ ଚାହେଁ । ହେଲେ ବର୍ତ୍ତମାନ ଅସନ୍ତୁଳିତ ଖାଦ୍ୟପେୟର ଅଭ୍ୟାସ ଅଧିକାଂଶ ପିଲାଙ୍କ ଠାରେ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଉଛି ।

ନଡିଆ ବର୍ଫି

ନଡିଆ ବର୍ଫି

ଆବଶ୍ୟକ ସାମଗ୍ରୀ: ଏକ କପ୍‌(୨୫୦ମିଲି.ଗ୍ରାମ) ନଡିଆ କୋରା, ୩/୪ କପ୍‌ କ୍ଷୀର, ୩/୪ କପ୍‌ ରାବିଡି କିମ୍ବା ମିଲ୍କମେଡ୍‌, ୩-୪ଟି ଗୁଜୁରାତି ଗୁଣ୍ଡ, ଅଧା ଚାମଚ ଗୋଲାପଜଳ, ଏକ ଚାମଚ ଚିନି, ୨-୩ ଟେବଲ୍‌ ସ୍ପୁନ୍‌ ଘିଅ, ଅଳ୍ପ କେଶର, ୮-୧୦ଟି କାଜୁ।