ଜାତୀୟ |

ପୁଣି ଲେଖାହେବ ସ୍ବାଧୀନତା ସଂଗ୍ରାମର କାହାଣୀ

 ପୁଣି ଲେଖାହେବ ସ୍ବାଧୀନତା ସଂଗ୍ରାମର କାହାଣୀ

ନୂଆଦିଲ୍ଲୀ, ୨୩।୧: ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ପୁଣି ଲେଖାହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦାବିକୁ ଗ୍ରହଣ କରିଛନ୍ତି। ଏସମ୍ପର୍କରେ ମଙ୍ଗଳବାର ନେତାଜୀ ସୁଭାଷ ବୋଷଙ୍କ ଅଣନାତି ଚନ୍ଦ୍ର କୁମାର ବୋଷ ସୂଚିତ କରିଛନ୍ତି। ଏନ୍‌ଡିଏ ସରକାର ଭାରତ ସ୍ବାଧୀନତାର ସତ୍ୟ କାହାଣୀକୁ ଗୁରୁତ୍ୱାରୋପ କରୁଛନ୍ତି। ତେଣୁ ଏହା ପୁଣିଥରେ ଲେଖାଯିବା ବୋଲି ଚନ୍ଦ୍ର କୁମାର କହିଛନ୍ତି। ସୂଚନାଯୋଗ୍ୟ, ଜାନୁୟାରୀ ୨୩କୁ ଦେଶପ୍ରେମ ଦିବସ ଭାବେ ପାଳନ କରିବା ପାଇଁ ଚନ୍ଦ୍ରକୁମାର ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଡିସେମ୍ବରମାସରେ ଲେଖିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

ଟୁଟିକୁରିନରେ ୧୪୪ ଧାରା ଜାରି: ୩୨ ହଜାର ୫ଶହ ନିଯୁକ୍ତି ପ୍ରଭାବିତ

ଟୁଟିକୁରିନରେ ୧୪୪ ଧାରା ଜାରି: ୩୨ ହଜାର ୫ଶହ ନିଯୁକ୍ତି ପ୍ରଭାବିତ

ଟୁଟିକୁରିନ/ନୂଆଦିଲ୍ଲୀ,୨୪।୫: ତାମିଲନାଡୁର ତୁତିକୋରିନରେ ବିରୋଧ ପ୍ରଦର୍ଶନ କାରଣରୁ ଷ୍ଟେରିଲାଇଟ୍‌ କପର ପ୍ଲାଣ୍ଟ ବନ୍ଦ ହେବା ଫଳରେ ସିଧାସଳଖ ୩୨ ହଜାର ୫ ଶହ ନିଯୁକ୍ତି ଉପରେ ପ୍ରଭାବ ପଡିଛି।

ଡରାଉଛି ନିପା: ୧୮ ବାଦୁଡି ମୃତ

ଡରାଉଛି ନିପା: ୧୮ ବାଦୁଡି ମୃତ

ନହାନ,୨୪।୫: ହିମାଚଳ ପ୍ରଦେଶ ନହାନର ଏକ ସରକାରୀ ସ୍କୁଲ ପରିସରରେ ବୁଧବାର ୧୮ରୁ ଅଧିକ ମୃତ ବାହୁଡି ମିଳିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ହିମାଚଳ ପ୍ରଦେଶରେ ହଠାତ୍‌ ବାଦୁଡିମାନଙ୍କର ମୃତ୍ୟୁକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସ୍ଥାନୀୟ ବାସିନ୍ଦା।

ଥୁଥୁକୁଡିରେ ଇଣ୍ଟରନେଟ୍‌ ସେବା ବନ୍ଦ

ଥୁଥୁକୁଡିରେ ଇଣ୍ଟରନେଟ୍‌ ସେବା ବନ୍ଦ

ଥୁଥୁକୁଡି,୨୪।୫: ତାମିଲନାଡୁର ଥୁଥୁକୁଡିରେ ଲାଗି ରହିଥିବା ଆଣ୍ଟି-ଷ୍ଟେରିଲାଇଟ୍‌ ପ୍ରୋଟେକ୍ସନ୍‌ ପ୍ରଭାବରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ବୁଧବାର ରାତି ପ୍ରାୟ ୯ଟାରୁ ଏହା ବନ୍ଦ ଥିବା ବେଳେ ପ୍ରଶାସନ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଜଣାପଡିଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଉରି,୨୪।୫: ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଗୁରୁବାର ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଉରି ବାରମୁଳା ଜିଲାର କମଲ କୁଟ ଅଞ୍ଚଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଅଟୋମେଟିକ୍‌ ଫାଇରିଂ କରିବା ସହ ମୋର୍ଟାର ମାଡ କରାଯାଇଥିବା ସୂଚନା ମିଳିଛି।

ଖରାପ ପାଗ: କଲିକତାରେ ଜରୁରୀ ଅବତରଣ କଲା ଭିସ୍ତାରା

ଖରାପ ପାଗ: କଲିକତାରେ ଜରୁରୀ ଅବତରଣ କଲା ଭିସ୍ତାରା

ଭୁବନେଶ୍ୱର, ୨୩।୫(ବ୍ୟୁରୋ)- ବୁଧବାର ପାଗ ଖରାପ ଯୋଗୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ୭୮୫ ବିମାନ କଲିକତାରେ ଜୁରୁରୀ ଅବତରଣ କରିଥିଲା। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏହି ବିମାନ ସକାଳ ୯ଟା ୧୬ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା।

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ କୁମାରସ୍ବାମୀ

ବାଙ୍ଗାଲୋର,୨୩।୫: ବିଧାନସଭାରେ ୟେଦୁରପ୍ପା ଆସ୍ଥା ଭୋଟ୍‌ ଆଗରୁ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଗଢ଼ିବା ନେଇ ପଥ ପରିଷ୍କାର ହୋଇଥିଲା। ଏହି ପରିପ୍ରେକ୍ଷୀରେ ବୁଧବାର ଜେଡିଏସ୍‌ର କୁମାରସ୍ବାମୀ କର୍ନାଟକର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଥୁଥୁକୁଡ଼ିରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଥୁଥୁକୁଡ଼ିରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି

ଥୁଥୁକୁଡି,୨୩।୫: ଷ୍ଟେର୍‌ଲାଇଟ୍‌କୁ ବିରୋଧ କରାଯାଉଥିବା ସମୟରେ ବୁଧବାର ତାମିଲନାଡୁ ଥୁଥୁକୁଡ଼ିର ଆନ୍ନା ନଗରରେ ପୁଣି ଏକ ହିଂସାକାଣ୍ଡ ଘଟିଛି। ଏଥିରେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନିପା ଭାଇରସ୍‌ ଆତଙ୍କ: ସହଯୋଗର ହାତ ବଢ଼ାଇଲେ ଗୋରଖପୁରର ନିଲମ୍ବିତ ଡାକ୍ତର

ନିପା ଭାଇରସ୍‌ ଆତଙ୍କ: ସହଯୋଗର ହାତ ବଢ଼ାଇଲେ ଗୋରଖପୁରର ନିଲମ୍ବିତ ଡାକ୍ତର

ଗୋରଖପୁର,୨୩।୫: ଗତବର୍ଷ ଗୋରଖପୁର ହସ୍ପିଟାଲରେ ୭୦ ଶିଶୁଙ୍କ ମୃତ୍ୟୁ ପରେ ନିଲମ୍ବିତ ହୋଇଥିବା ଡାକ୍ତର କାଫିଲ୍‌ ଖାଁ କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସହଯୋଗର ହାତ ବଢ଼ାଇଛନ୍ତି।

ପାକିସ୍ତାନର ଅଘୋଷିତ ଯୁଦ୍ଧ: ୫ ମୃତ, ୩୦ ଆହତ

ପାକିସ୍ତାନର ଅଘୋଷିତ ଯୁଦ୍ଧ: ୫ ମୃତ, ୩୦ ଆହତ

ଶ୍ରୀନଗର,୨୩।୫ : ପାକିସ୍ତାନ ଭାରତ ସହିତ ଆରମ୍ଭ କରିଛି ଅଘୋଷିତ ଯୁଦ୍ଧ। ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ବୁଧବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆର୍‌ଏସ୍‌ପୁରା, ଅରନିଆ, ରାମଗଡ଼, ସାମ୍ବା, ହୀରାନଗର ପ୍ରଭୃତି ଅଞ୍ଚଳରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼ରେ ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଛୋଟପିଲା ଅଛନ୍ତି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୫ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପୃଥିବୀର ୧୯୫ ଦେଶ ମଧ୍ୟରେ ୧୪୫ ସ୍ଥାନ ହାସଲ କରିଛି। ଲାନସେଟ୍‌ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ସୂଚିତ କରାଯାଇଛି। ଭାରତ ଏହାର ପଡ଼ୋଶୀ ଚାଇନା, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ପଛରେ ରହିଛି।

ଫେସବୁକ୍‌  ପ୍ରେମ: ବିବାହ ଲାଗି ମନା କରିବାରୁ ପୁଅ ସାଜିଲା ହତ୍ୟାକାରୀ

ଫେସବୁକ୍‌ ପ୍ରେମ: ବିବାହ ଲାଗି ମନା କରିବାରୁ ପୁଅ ସାଜିଲା ହତ୍ୟାକାରୀ

ନୂଆଦିଲ୍ଲୀ,୨୩।୫ : ଫେସବୁକ୍‌ ପ୍ରେମିକାଙ୍କୁ ବିବାହ ଲାଗି ମାତାପିତା ମନା କରିବାରୁ ଜଣେ ପୁଅ ହତ୍ୟାକାରୀ ସାଜିଛି। ଦିଲ୍ଲୀର ଜାମିଆ ନଗରରେ ବାସ କରୁଥିବା ୨୬ ବର୍ଷ ବୟସ୍କ ଯୁବକ ଅବଦୁଲ୍‌ ରହେମାନ୍‌ ଫେସବୁକ୍‌ରେ ଦୁଇ ବର୍ଷ ଧରି କାନପୁରର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

ନର୍ସ ଲିନିଙ୍କ ସ୍ବାମୀଙ୍କୁ ଚାକିରି ଦେବେ କେରଳ ସରକାର

ନର୍ସ ଲିନିଙ୍କ ସ୍ବାମୀଙ୍କୁ ଚାକିରି ଦେବେ କେରଳ ସରକାର

ଥିରୁଅନନ୍ତପୁରମ୍‌,୨୩।୫: ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସେବା କରୁଥିବା ନର୍ସ ଲିନିଙ୍କ ମୃତ୍ୟୁ ଘଟିବା ପରେ ବୁଧବାର କେରଳ ସରକାର ତାଙ୍କ ସ୍ବାମୀଙ୍କୁ ସରକାରୀ ଚାକିରି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।