ମନୋରଞ୍ଜନ |

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’

୨୫ରେ ରିଲିଜ୍‌ ହେବ ‘ପଦ୍ମାବତ୍‌’
ନୂଆଦିଲ୍ଲୀ: ‘ପଦ୍ମାବତ୍‌’କୁ ନେଇ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର କରିଥିବା ପୁନର୍ବିଚାର ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। କୋର୍ଟ ତାଙ୍କ ପୂର୍ବ ରାୟକୁ ଅପରିବର୍ତ୍ତିତ ରଖିଛନ୍ତି। ‘ପଦ୍ମାବତ୍‌’ ରିଲିଜ୍‌କୁ ବନ୍ଦ କରିବାକୁ କାହାର ଅଧିକାର ନାହିଁ ବୋଲି କୋର୍ଟ କହିଛନ୍ତି। ଫଳରେ ଏହା ନିଶ୍ଚିତ ହୋଇଛି ଯେ, ଆସନ୍ତା ୨୫ରେ ‘ପଦ୍ମାବତ୍‌’ ରିଲିଜ୍‌ ହେବ। ସାରା ଦେଶରେ ଫିଲ୍ମଟି ଏକା ସାଙ୍ଗରେ ରିଲିଜ୍‌ ହେବ। ତେବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟ ସରକାରମାନେ ନଜର ରଖିବାକୁ କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ବେଶ୍‌ କିଛିଦିନ ହେବ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ବିରୋଧ ପ୍ରଦର୍ଶନ ହୋଇଆସୁଥିଲା। ପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାର ରିଲିଜ୍‌ ତାରିଖ ଘୋଷଣା କରାଯାଇଥିଲା।
All Right Reserved By

ମନୋରଞ୍ଜନ |

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ମୁମ୍ବାଇ:ବଲିଉଡରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୂମି ପେଦନେକର ଏବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ସୂତା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ଭୂମି

ମୁମ୍ବାଇ: ବଲିଉଡରେ ଖୁବ୍‌ କମ୍‌ ସମୟ ମଧ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୂମି ପେଦନେକର ଏବେ ତାଙ୍କ ପୋଷାକକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଭୂମି ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ପୋଷାକକୁ ନେଇ କରୁଥିବା ବିଜ୍ଞାପନ ପରେ କହିଛନ୍ତି ତାଙ୍କୁ ଆଧୁନିକ ପୋଷାକ ଅପେକ୍ଷା ଆରାମଦାୟକ ପୋଷାକ ବେଶ୍‌ ପସନ୍ଦ।

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ। 

‘ଗୋଲ୍ଡ’ ଭର୍‌ସେସ ‘ସତ୍ୟମେବ ଜୟତେ’

‘ଗୋଲ୍ଡ’ ଭର୍‌ସେସ ‘ସତ୍ୟମେବ ଜୟତେ’

ମୁମ୍ବାଇ: ସ୍ବାଧୀନତା ଦିବସ ଅବସରରେ ବୁଧବାର ସିଲ୍‌ଭର ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ଏବଂ ଜନ୍‌ ଆବ୍ରାହମ୍‌ଙ୍କ ‘ସତ୍ୟମେବ ଜୟତେ’। ‘ଗୋଲ୍ଡ’ରେ ଦେଶପ୍ରେମ ଭରପୂର ରହିଥିବାବେଳେ ସ୍ପୋର୍ଷ୍ଟ, ଡ୍ରାମା ଏବଂ ଇତିହାସ ସବୁକିଛି ନଜର ଆସିଛି। ଫିଲ୍ମର କାହାଣୀ ୧୯୩୬ ମସିହାରୁ ଆରମ୍ଭ ହୋଇଛି। 

‘ତଖତ୍‌’ ମୋ ପାଇଁ ଏକ ବଡ଼ ପ୍ରକଳ୍ପ: ଭୂମି

‘ତଖତ୍‌’ ମୋ ପାଇଁ ଏକ ବଡ଼ ପ୍ରକଳ୍ପ: ଭୂମି

ମୁମ୍ବାଇ: କରନ୍‌ ଜୋହରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ତଖତ୍‌’ ଫିଲ୍ମ ମୋ ଅଭିନୟ ଜୀବନରେ ଏକ ବଡ଼ ପ୍ରକଳ୍ପ ବୋଲି ଅଭିନେତ୍ରୀ ଭୂମି ପେଡନେକର ପ୍ରକାଶ କରିଛନ୍ତି। ମଙ୍ଗଳବାର ଏଠାରେ ଆୟୋଜିତ ଏକ ଇଭେଣ୍ଟ୍‌ରେ ‘ରାଇସିନ୍‌ ଗ୍ଲୋବାଲ୍‌ ବ୍ରାଣ୍ଡ’ର ଆମ୍ବାସାଡର ଭାବେ ନିଯୁକ୍ତି ପାଇବା ଅବସରରେ ତଖତ୍‌ ବିଷୟରେ ତାଙ୍କ ମନକଥା କହିଛନ୍ତି। 

ଦୀପିକାଙ୍କ ବିବାହରେ ଯୋଗଦେବେ ୩୦ ଅତିଥି

ଦୀପିକାଙ୍କ ବିବାହରେ ଯୋଗଦେବେ ୩୦ ଅତିଥି

ମୁମ୍ବାଇ: ବଲିଉଡ୍‌ର ଆଉ ଏକ ଚର୍ଚ୍ଚିତ ବାହାଘରର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୨୦ରେ ପଦ୍ମାବତ୍‌ ଫେମ୍‌ ଦୀପିକା ପାଦୁକୋନ୍‌ ବଲିଉଡ ନାୟକ ରଣବୀର ସିଂଙ୍କ ହାତ ଧରିବେ।

ସଲମାନ ଶେୟାର କଲେ ଆୟୁଷଙ୍କ ଫିଲ୍ମର ପ୍ରଥମ ଗୀତ

ସଲମାନ ଶେୟାର କଲେ ଆୟୁଷଙ୍କ ଫିଲ୍ମର ପ୍ରଥମ ଗୀତ

ମୁମ୍ବାଇ: ବଲିଉଡ୍‌ ନାୟକ ସଲମାନ ଖାଁ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲଭରାତ୍ରି’ର ପ୍ରଥମ ଗୀତ ଶେୟାର କରିଛନ୍ତି। ଟୁଇଟରରେ ଏହା ଶେୟାର କରି ସୁଲତାନ୍‌ ଷ୍ଟାର ସଲମାନ୍‌ ଲେଖିଛନ୍ତି ତାଙ୍କୁ ଗୀତ ବହୁତ ପସନ୍ଦ ଆସିଛି। 

କପିଲଙ୍କଠାରୁ ଟ୍ରେନିଂ ନେବେ ରଣବୀର

କପିଲଙ୍କଠାରୁ ଟ୍ରେନିଂ ନେବେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ବିବାହକୁ ନେଇ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ତାଙ୍କ ଅଗାମୀ ଫିଲ୍ମକୁ ନେଇ। ଆଗାମୀ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଳ ଦେବଙ୍କଠାରୁ କୁଆଡେ ଟ୍ରେନିଂ ନେବେ।

ଫିଲ୍ମରେ ଦେଶପ୍ରେମ

ଫିଲ୍ମରେ ଦେଶପ୍ରେମ

ନୂଆଦିଲ୍ଲୀ, ୧୪।୮: ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ଓ ଘଟଣାବଳୀ ଜନସାଧାରଣଙ୍କ ଭାବପ୍ରବଣତାରେ ମିଶିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଲୋକଙ୍କ ଦେଶପ୍ରେମ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ଅନେକ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇଛି। 

ନେତା ହେବେ ନାହିଁ ଆମିର

ନେତା ହେବେ ନାହିଁ ଆମିର

ମୁମ୍ବାଇ: ଫିଲ୍ମ ଦୁନିଆର କେତେଜଣ କଳାକାର ରାଜନୀତିରେ ପାଦ ଦେଉଥିବା ବେଳେ ଏଥିରୁ କିନ୍ତୁ ଦୂରେଇ ରହିବାକୁ ଚାହୁଁଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ। ସମ୍ବେଦନଶୀଳ ଓ ସାମାଜିକ ଘଟଣାବଳୀକୁ ନେଇ ନିଜର ବକ୍ତବ୍ୟ ରଖୁଥିବା ଆମିର ନିକଟରେ ଏଭଳି କଥା କହିଛନ୍ତି। 

ରିଲିଜ୍‌ ପୂର୍ବରୁ ହିଟ୍‌

ରିଲିଜ୍‌ ପୂର୍ବରୁ ହିଟ୍‌

ମୁମ୍ବାଇ: ବଲିଉଡ ହି-ମ୍ୟାନ୍‌ ଧର୍ମେନ୍ଦ୍ର ପୁଣି ଥରେ ତାଙ୍କ ୨ ପୁଅ ସନ୍ନି ଦଓ୍ବେଲ ଓ ବବି ଦଓ୍ବେଲଙ୍କୁ ନେଇ ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି। ମୁଭି ‘ୟମଲା ପଗଲା ଦିଓ୍ବାନା ଫିର୍‌ ସେ’ରେ ଏମାନେ ନଜର ଆସିବେ।

ଚାନ୍ଦନୀଙ୍କୁ ମନେପକାଇଲେ ହି-ମ୍ୟାନ୍‌

ଚାନ୍ଦନୀଙ୍କୁ ମନେପକାଇଲେ ହି-ମ୍ୟାନ୍‌

ମୁମ୍ବାଇ: ଆଜିବି ଚାନ୍ଦନୀଙ୍କ କଥା ମନେପଡିଲେ ଭିଜିଯାଉଛି ଆଖି। ଅନେକେ ଏବେ ବି ତାଙ୍କୁ ଭୁଲିପାରୁ ନାହାନ୍ତି। ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ଛାଡି ଯାଇଥିବା ନାୟିକା ଶ୍ରୀଦେବୀଙ୍କୁ ମନେପକାଇ ଭାବବିହ୍ବଳ ହୋଇ ଯାଇଛନ୍ତି ବଲିଉଡ୍‌ର ହି-ମ୍ୟାନ୍‌ ଧର୍ମେନ୍ଦ୍ର।