ଅନ୍ତର୍ଜାତୀୟ |

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ
ମାନିଲା,୨୩।୧: ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ମେୟନ୍‌ ପାହାଡ଼ରେ ସୋମବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଆକାଶକୁ ବହୁ ପରିମାଣର ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଥିଲା। ସମୁଦ୍ର ପତ୍ତନଠାରୁ ଏହା ୨୪୬୨ ମିଟର ଉଚ୍ଚରେ ଅବସ୍ଥିତ। ଦେଶର ଏହା ସବୁଠାରୁ ଉଚ୍ଚ ପାହାଡ଼ ହୋଇଥିବା ବେଳେ ଜାନୁୟାରୀ ୧୩ରେ ଏଠାରେ ଜ୍ୱାଳାମୁଖୀ ଦେଖିବାକୁ ମିଳିଥିଲା। ସୋମବାର ଏହା ସକ୍ରିୟ ହେବା ଫଳରେ ଫିଲିପାଇନ୍ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭୋଲ୍‌କାନୋଲୋଜି ଓ ସିସ୍‌ମୋଲୋଜି ପକ୍ଷରୁ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ଏହି ଜ୍ୱାଳାମୁଖୀ ଆଗକୁ ଆହୁରି ଅଧିକ ହେବା ଆଶଙ୍କା କରି ପାହାଡ଼ ନିକଟରେ ଥିବା ପାଖାପାଖି ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
All Right Reserved By

ଅନ୍ତର୍ଜାତୀୟ |

ଯେଉଁଠି ମୃତ୍ୟୁ ଅପରାଧ

ଯେଉଁଠି ମୃତ୍ୟୁ ଅପରାଧ

ଇଂଲଣ୍ଡରେ ଏକ ଅଜବ ଆଇନ ପ୍ରଚଳିତ ଥିଲା। ଏଠାରେ କୌଣସି ବ୍ୟକ୍ତି ପାର୍ଲାମେଣ୍ଟ ଭବନରେ ମୃତ୍ୟୁବରଣ କରିପାରିବେ ନାହିଁ ବୋଲି ନିୟମ ଥିଲା।

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

୯ ମାସ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌

ଲଣ୍ଡନ,୨୨।୧: ବ୍ରିଟେନ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୯ ମାସରେ ଶିଶୁକୁ ୨୪ ଘଣ୍ଟାରେ ୨୫ ଥର ହାର୍ଟ ଆଟାକ୍‌ ଆସିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। 

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

୩୦ ବର୍ଷ ଧରି ଭାରତୀୟ ନାଗରିକତା ପାଇଁ ସଂଘର୍ଷ କରୁଛନ୍ତି ୭୦ ପରିବାର

ଲକ୍ଷ୍ନୌ/ଇସଲାମାବାଦ୍‌,୨୨।୧: ଭାରତରେ ବାସ କରି ମଧ୍ୟ ମିଳିନି ଏପର୍ଯ୍ୟନ୍ତ ନାଗରିକତା। ଗତ ୩୦ ବର୍ଷ ଧରି ନାଗରିକତା ପାଇଁ ଲକ୍ଷ୍ନୌର ୭୦ ପରିବାର କରୁଛନ୍ତି ସଂଘର୍ଷ। ଇତିମଧ୍ୟରେ ଭାରତରେ ଜନ୍ମ ହୋଇଥିବା ସେମାନଙ୍କର ସନ୍ତାନଙ୍କୁ ମିଳିଛି ନାଗରିକତା।

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ମସ୍କୋ,୨୨।୧: ଭାରତ, ତୁର୍କୀ ଓ ଲିବିୟାର କ୍ରିଉ ମେମ୍ବରଙ୍କୁ ନେଇ ଯାଉଥିବା ୨ଟି ଜାହାଜ ରୁଷ ଉପକୂଳରେ ନିଆଁ ଲାଗିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଘଟିଛି ଏମିତି ଏକ ଦୁର୍ଘଟଣା। 

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ତେଲ ଟ୍ୟାଙ୍କର: ୩୦ ଯାତ୍ରୀ ଜୀବନ୍ତ ଦଗ୍ଧ

ବାଲୁଚିସ୍ତାନ,୨୨।୧: ପାକିସ୍ତାନ ବାଲୁଚିସ୍ତାନରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌କୁ ତେଲ ଟ୍ୟାଙ୍କର ଧକ୍କା ଦେଇଛି। ଏଥିରେ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଥରିଲା ଇଣ୍ଡୋନେସିଆ

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୨।୧: ଇଣ୍ଡୋନେସିଆ ସୁମ୍ବାଓ୍ବାର ସେଣ୍ଟ୍ରାଲ୍‌ ଆଇଜଲାଣ୍ଡରେ ଥିବା ରାବା ସହରରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍ପେଲରେ ଏହାର ତୀବ୍ରତା ରହିଥିଲା ୬.୦।

ୟୁଏନ୍‌ ମିଶନ କ୍ୟାମ୍ପ୍‌ ଉପରକୁ ଗୁଳିମାଡ଼:

ୟୁଏନ୍‌ ମିଶନ କ୍ୟାମ୍ପ୍‌ ଉପରକୁ ଗୁଳିମାଡ଼:

ବାମାକୋ,୨୨।୧:ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଜାତିସଂଘର ୧୦ ଶାନ୍ତି ସେନା ପ୍ରାଣ ହରାଇଛନ୍ତି।

୨୦୧୪ରେ ଇଭିଏମ୍‌ ଜାଲିଆତି ହୋଇଥିଲା

୨୦୧୪ରେ ଇଭିଏମ୍‌ ଜାଲିଆତି ହୋଇଥିଲା

ଲଣ୍ଡନ/ନୂଆଦିଲ୍ଲୀ,୨୨।୧(ପି.ଟି.): ୨୦୧୪ ସାଧାରଣ ନିର୍ବାଚନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ଜାଲିଆତି ହୋଇଥିଲା ବୋଲି ଜଣେ ସାଇବର ବିଶେଷଜ୍ଞ ସୋମବାର ଗୁରୁତର ଅଭିଯୋଗ ଆଣିଛନ୍ତି। 

ବିଷ ବଳୟରେ କାବୁଲ

ବିଷ ବଳୟରେ କାବୁଲ

କାବୁଲ,୨୧।୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲୋକେ ବେଶ୍‌ କିଛି ଦିନ ହେବ ବିଷ ବଳୟ ମଧ୍ୟରେ ଜୀବନ କାଟୁଛନ୍ତି କହିଲେ କିଛି ଭୁଲ୍‌ ହେବନାହିଁ। କାରଣ ଏଠାରେ ଅଧିକାଂଶ ସମୟରେ ବୋମା ବିସ୍ଫୋରଣ ପରିବେଶକୁ ଏକ ପ୍ରକାର ଦୂଷିତ କରିଦେଇଛି।

ଆଫଗାନୀସ୍ତାନ ଗଭର୍ନରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୧୨ ଦେହରକ୍ଷୀ ନିହତ

ଆଫଗାନୀସ୍ତାନ ଗଭର୍ନରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୧୨ ଦେହରକ୍ଷୀ ନିହତ

କାବୁଲ,୨୧।୧: ଆଫାଗନୀସ୍ତାନ ଗଭର୍ନର ଅନଓ୍ବର ଇଶାକଜାଇଙ୍କ ଉପରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଗଭର୍ନର ଅଳ୍ପକେ ରକ୍ଷା ପାଇଥିବାବେଳେ ଏଥିରେ ୧୨ ଜଣ ଦେହରକ୍ଷୀ ନିହତ ହୋଇଛନ୍ତି।

ନିଶାଗ୍ରସ୍ତ ମହିଳା ସେନା କଲେ ପୁରୁଷ ସାଥୀଙ୍କ ଯୌନ ଶୋଷଣ

ନିଶାଗ୍ରସ୍ତ ମହିଳା ସେନା କଲେ ପୁରୁଷ ସାଥୀଙ୍କ ଯୌନ ଶୋଷଣ

ଲଣ୍ଡନ,୨୧।୧: ଇଂଲଣ୍ଡର ବର୍କଶୟରରେ ଜଣେ ମହିଳା ସେନା ନିଶଗ୍ରସ୍ତ ହୋଇ ଜଣେ ପୁରୁଷ ସେନାଙ୍କ ଯୌନ ଶୋଷଣ କରିଥିବା ଜଣାପଡିଛି। ତେବେ ମହିଳା ସେନା ଜଣକ ବିଳମ୍ବିତ ରାତିରେ ତାଙ୍କର ଜଣେ ଜୁନିଅର ସାଥୀଙ୍କ ସହ ଏଭଳି ବ୍ୟବହାର କରିଥିବା କୁହାଯାଉଛି। 

ମାଲି ଶାନ୍ତିବାହିନୀ ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୧୦ ନିହତ

ମାଲି ଶାନ୍ତିବାହିନୀ ସୈନ୍ୟ ଶିବିରରେ ଆତଙ୍କବାଦୀ ଆକ୍ରମଣ: ୧୦ ନିହତ

ବମାକୋ,୨୧।୧: ମାଲିରେ ଜାତିସଂଘ ଶାନ୍ତିବାହିନୀ ଶିବିର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୦ ସୈନ୍ୟ ନିହତ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି।