ରାଜ୍ୟ |

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନ୍ୟାୟପାଇଁ ଲଢ଼େଇ କରି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ପରିସରରେ ମଙ୍ଗଳବାର ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଘଟଣାର ସ୍ଥିତି ଅନୁଧ୍ୟାନ କରାଯାଉଛି। ଏନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭାଜପା ପକ୍ଷରୁ ଟାର୍ଗେଟ କରିଛି। ଘଟଣାକୁ ନିନ୍ଦା କରି ବୁଧବାର ୧୨ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯିବ ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭ୍ରୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ସୋମବାର ପୀଡ଼ିତା ଆତ୍ମହତ୍ୟା କରିବା ପରେ ରାଜ୍ୟର ବିଭିନ୍ନ ଜିଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଉଛି। ମଙ୍ଗଳବାର ତାଙ୍କର ମୃତଦେହକୁ ଧରି ଲୋକମାନେ ରାଜପଥ ଅବରୋଧ କରିଛନ୍ତି।

All Right Reserved By

Model This Week

ସନ୍ତୋଷ

ରାଜ୍ୟ |

ପାଣି ପାଇଁ ଲିଙ୍ଗୁଡ଼ିଆବେଡ଼ାବାସୀଙ୍କ ଧାରଣା : ଦୈନିକ ୬ ଟ୍ୟାଙ୍କର ଯୋଗାଇବ ନାଲ୍‌କୋ

ପାଣି ପାଇଁ ଲିଙ୍ଗୁଡ଼ିଆବେଡ଼ାବାସୀଙ୍କ ଧାରଣା : ଦୈନିକ ୬ ଟ୍ୟାଙ୍କର ଯୋଗାଇବ ନାଲ୍‌କୋ

ଅନୁଗୋଳ ଅଫିସ,୨୬।୫- ପାଣି ପାଇଁ ଶନିବାର ଆନ୍ଦୋଳନକୁ ଓହ୍ଲାଇଥିବା ଲଙ୍ଗୁଳିଆବେଡ଼ା ଗ୍ରାମବାସୀଙ୍କୁ ନାଲ୍‌କୋ ପକ୍ଷରୁ ଦୈନିକ ୬ ଟ୍ୟାଙ୍କର ପାନୀୟ ଜଳ ଯୋଗାଇ ଦିଆଯିବ। ପାଇପ୍‌ ପାଣି ଯୋଗାଣ ପର୍ଯ୍ୟନ୍ତ ନାଲ୍‌କୋ ଉକ୍ତ ଗ୍ରାମବାସୀଙ୍କୁ ଏପରି ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇବ ବୋଲି ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ନିର୍ଦ୍ଦେଶ ଦେଇଛନ୍ତି।

କଟକରେ ମୋଦି: ବିକାଶର ରିପୋର୍ଟ ଦେଲେ

କଟକରେ ମୋଦି: ବିକାଶର ରିପୋର୍ଟ ଦେଲେ

କଟକ ଅଫିସ, ୨୬।୫: କଟକ କିଲା ପଡ଼ିଆରେ ଅନୁଷ୍ଠିତ ଭାଜପାର ଜନ କଲ୍ୟାଣ ସମାବେଶ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେନ୍ଦ୍ର ସରକାରଙ୍କ ୪ବର୍ଷ ସଫଳତାର ଅବତାରଣା କରିଛନ୍ତି। ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେଇ ମୋଦି ରାଜ୍ୟ ତଥା ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ମୋଦି ତାଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କ ବିକାଶର ରିପୋର୍ଟ କାର୍ଡ ଦେବା ସହିତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି।

ମୋଦି ରାଲିରେ ଯୋଗଦେବାକୁ ଯାଉଥିବା ଭାଜପା କର୍ମୀଙ୍କ ଉପରକୁ ଢେଲାମାଡ଼

ମୋଦି ରାଲିରେ ଯୋଗଦେବାକୁ ଯାଉଥିବା ଭାଜପା କର୍ମୀଙ୍କ ଉପରକୁ ଢେଲାମାଡ଼

କଟକ ସଦର, ୨୬।୫(ଡି.ଏନ୍‌.ଏ.): କଟକ ବାଲିଯାତ୍ରା ପଡ଼ିଆରେ ଶନିବାର ଆୟୋଜିତ ମୋଦି ରାଲିରେ ଯୋଗଦେବାକୁ ଭାଜପା କର୍ମୀମାନେ ଏକ ମହିନ୍ଦ୍ରା ଗାଡିରେ ଯାଉଥିଲେ। ବିରିବାଟି ନିକଟରେ କିଛି ଦୁର୍ବୃତ୍ତ ଗାଡ଼ି ଉପରକୁ ଢେଲା ମାଡ଼ କରିଛନ୍ତି।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ପୁରୀ ଅଫିସ,୨୬।୫: ପୁରୀରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ଶନିବାର ଜିଲାପାଳ ଅରବିନ୍ଦ ଅଗ୍ରଓ୍ବାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜୁନ୍‌ ୧ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଜିଲା, ବ୍ଲକ, ତହସିଲସ୍ତରରେ କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜିଲାବ୍ୟାପୀ ପିଲାଚୋରି ଗୁଜବ: ସଚେତନତା ପାଇଁ ଗଡ଼ିଲା ରଥ

ଜିଲାବ୍ୟାପୀ ପିଲାଚୋରି ଗୁଜବ: ସଚେତନତା ପାଇଁ ଗଡ଼ିଲା ରଥ

କୋରାପୁଟ,୨୬।୫(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲାରେ କିଛିଦିନ ଧରି ପିଲାଚୋରି ନେଇ ବହୁ ଅଭିଯୋଗ ଓ ଗୁଜବ ଖେଳୁଛି। ଏହି ଅଭିଯୋଗ କ୍ରମେ ଜିଲାର ବିଭିନ୍ନ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଲୋକେ ଅଟକ ରଖିଥିବାବେଳେ କେତେକଙ୍କୁ ମାଡ଼ମାରି ଥାନାକୁ ହସ୍ତାନ୍ତର କରିଛନ୍ତି। ଗ୍ରାମାଞ୍ଚଳରେ ସ୍ଥିତି ଏପରି ହୋଇଛି, ଫେରି କରୁଥିବା ବେପାରୀ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ଦାମନଯୋଡ଼ି, କାକିରିଗୁମ୍ମା, କୋରାପୁଟ, ସେମିଳିଗୁଡ଼ା ଅଞ୍ଚଳରେ ଏହି ପିଲାଚୋରି ଅଭିଯୋଗ ଆସିଛି।

ଲୋକଙ୍କୁ ସଚେତନ କରିବ ପରୀ

ପୁରୀ ଅଫିସ,୨୬।୫: ଶିଶୁ ନିର୍ଯାତନା, ଯୌନ ଶୋଷଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଲାଗି ଓଡ଼ିଶା ରାଜ୍ୟ ପୋଲିସ ହାତକୁ ନେଇଛି ଏକ କାର୍ଯ୍ୟକ୍ରମ। ଯାହାର ନାମ ରହିଛି ପରୀ। ମଇ ୨୮ରୁ ୨ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲାରେ ପରୀ ସଚେତନ ରଥ ପରିକ୍ରମା କରିବ ବୋଲି ଶନିବାର ଏସ୍‌ପି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି।

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ଜମିବାଡ଼ି ବିବାଦରୁ ଘରେ ନିଆଁ ଲଗାଇବା ଘଟଣା: ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଗିରଫ

ମାର୍ଶାଘାଇ,୨୬।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ରାମିଆଗଞ୍ଜ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଘରେ ନିଆଁ ଲଗାଇବା ଘଟଣାରେ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀଙ୍କୁ ଶନିବାର ମାର୍ଶାଘାଇ ପୋଲିସ ଗିରଫ କରିଛି। ସେମାନେ ହେଲେ ବଳରାମ ରାଉତ ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ।

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷାଫଳ: ୫୦୦ରୁ ୪୯୯ ରଖି ମେଘନା ଟପ୍ପର

ଭୁବନେଶ୍ୱର,୨୬।୫(ବ୍ୟୁରୋ): ଶନିବାର ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାଦଶ ପରୀକ୍ଷାଫଳ। ଚଳିତ ବର୍ଷ ପାସ ହାର ୮୩.୦୧% ରହିଥିବା ବେଳେ ଉତ୍ତରପ୍ରଦେଶ ଗାଜିଆବାଦର ମେଘନା ଶ୍ରୀବାସ୍ତବ ୫୦୦ରୁ ୪୯୯ ରଖି ଟପ୍ପର ହୋଇଛନ୍ତି।

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ମୋଦି ସରକାର କେବଳ ହ୍ବାଟ୍ସଅପ୍‌, ଫେସବୁକ୍‌ର ସରକାର: କପିଲ ସିବଲ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ୪ ବର୍ଷର ସଫଳତା ବିଷୟରେ ମତ ରଖିବେ। ମୋଦିଙ୍କ ଏହି ଗସ୍ତ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ମୋଦିଙ୍କୁ କଡା ସମାଲୋଚନା କରିଛନ୍ତି।

ତୈଳ ଦର ବୃଦ୍ଧିକୁ ନେଇ ଶିବସେନା ପକ୍ଷରୁ ବିକ୍ଷୋଭ

ତୈଳ ଦର ବୃଦ୍ଧିକୁ ନେଇ ଶିବସେନା ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୫: ତୈଳ ଦର ବୃଦ୍ଧିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଶିବସେନା। ଏ ନେଇ ଶନିବାର ପୂର୍ବାହ୍ନରେ ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଉଛି।

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପିପିଲିରେ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ଆହତ

ପୁରୀ ଅଫିସ,୨୬।୫: ପୁରୀ ଜିଲା ପିପିଲିର ନିଛଗଡ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରା ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ୨ଟି ଖୋକା ଜବତ କରାଯାଇଛି।

ମା’ ତାରିଣୀ ଜୁଏଲେରି ଦୋକାନରୁ ଲୁଟ୍‌

ମା’ ତାରିଣୀ ଜୁଏଲେରି ଦୋକାନରୁ ଲୁଟ୍‌

ବଡ଼ବିଲ,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବଜାରସ୍ଥିତ ମା’ ତାରିଣୀ ଜୁଏଲେରି ଦୋକାନରୁ ଶନିବାର ସକାଳ ସାଢେ ୯ଟାରେ ଲୁଟ୍‌ ହୋଇଛି। ୨ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ୪୦ କିଲୋ ରୁପା ଓ ୬୦୦ ଗ୍ରାମ ସୁନା ଅଳଙ୍କାର ଭର୍ତ୍ତିଥିବା ଏକ ବ୍ୟାଗ ଲୁଟି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।