ଅନ୍ତର୍ଜାତୀୟ |

ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

 ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଓ୍ବାଶିଂଟନ, ୨୩।୧: ଆମେରିକା ଉପରେ ଆଗାମୀ କିଛି ମାସ ମଧ୍ୟରେ ଉତ୍ତରକୋରିଆ ଆଣବିକ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲଜେନ୍ସ ଏଜେନ୍ସି(ସିଆଇଏ) ପକ୍ଷରୁ ସୂଚିତ କରାଯାଇଛି। ସିଆଇଏର ମୁଖ୍ୟ ମାଇକ୍‌ ପୋମ୍ପିଓ ଏନେଇ ଏକ ଟିଭି ଚ୍ୟାନେଲ୍‌ରେ ସାକ୍ଷାତକାର ଦେଇଛନ୍ତି। ଦୁଇଦେଶ ମଧ୍ୟରେ ଗତ ୬ମାସ ଧରି ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ଯେକୌଣସି ସମୟରେ ଯୁଦ୍ଧ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାନ୍ଦାହାର କାର୍‌ ବୋମା ବିସ୍ଫୋରଣ: ୩ ମୃତ

କାବୁଲ,୨୨।୫: ଆଫଗାନିସ୍ତାନର କାନ୍ଦାହାର ସହରରେ ମଙ୍ଗଳବାର ଏକ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସମୟ ଦିନ ୧୨ଟା ୩୦ ମିନିଟରେ ଏହି ବିସ୍ଫୋରଣ ହୋଇଥିବା ଟୋଲୋ ନ୍ୟୁଜ ସୂଚନା ଦେଇଛି।

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

୧୦୪ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡ

ଆଙ୍କରା,୨୨।୫ : ତୁର୍କୀରେ ୧୦୪ଜଣ ମିଲିଟାରୀ ଅଧିକାରୀଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୧୬ ଜୁଲାଇରେ ହୋଇଥିବା ସେନା ବିଦ୍ରୋହରେ ଅଧିକାରୀମାନେ ସାମିଲ୍‌ ଥିବା ଅଭିଯୋଗ ହୋଇଥିଲା। ଏହାର ବିଚାର କରି ଅଦାଲତ ଏପରି ଦଣ୍ଡ ବିଧାନ କରିଛନ୍ତି।

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ରୋହିଙ୍ଗ୍ୟା ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରିୟଙ୍କା

ଢାକା/ନୂଆଦିଲ୍ଲୀ,୨୨।୫: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବାଂଲାଦେଶର କୋକ୍ସ ବଜାରରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ସୋମବାର ଭେଟିଛନ୍ତି। ଉକ୍ତ ଶିବିରରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ପିଲାଙ୍କର କୁପୋଷଣକୁ ଦେଖି ପ୍ରିୟଙ୍କା ଚିନ୍ତା ପ୍ରକଟ କରିଛନ୍ତି।

ପାକିସ୍ତାନର ସବୁଠାରୁ ସୁନ୍ଦରୀ ପୋଲିସ ଅଫିସର

ପାକିସ୍ତାନର ସବୁଠାରୁ ସୁନ୍ଦରୀ ପୋଲିସ ଅଫିସର

ଇସ୍‌ଲାମାବାଦ,୨୨।୫: ନିଜର ସୁନ୍ଦରତାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପାକିସ୍ତାନର ପୋଲିସ ଅଧିକାରୀ ଅନୁଶ ମସୁଦ ଚୌଧୁରୀ। ସୋସିଆଲ ମିଡିଆରେ ଏବେ ଅନୁଶଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।

୧୨ବର୍ଷ ପରେ ଦ୍ୱୀପରେ ଜନ୍ମନେଲା ପ୍ରଥମ ସନ୍ତାନ

୧୨ବର୍ଷ ପରେ ଦ୍ୱୀପରେ ଜନ୍ମନେଲା ପ୍ରଥମ ସନ୍ତାନ

ବ୍ରାସିଲିଆ,୨୨।୫: ବ୍ରାଜିଲର ଏକ ଛୋଟିଆ ଦ୍ୱୀପ ଫର୍ଣ୍ଣାଡୋ ଡି ନୋରହାରେ ଦୀର୍ଘ ୧୨ ବର୍ଷ ପରେ ଏକ ଶିଶୁ ଜନ୍ମ ନେଇଥିବା ଜଣାପଡିଛି। ୩ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଦ୍ୱୀପରେ ସନ୍ତାନ ପ୍ରସବ ଉପରେ କଟକଣା ଥିବାରୁ ଦୀର୍ଘ ବର୍ଷ ହେବ ଏଠାରେ କେହି ପ୍ରସବ କରୁ ନ ଥିଲେ।

ତାଲିବାନ ଆକ୍ରମଣ: ୧୪ ପୋଲିସ ମୃତ

ତାଲିବାନ ଆକ୍ରମଣ: ୧୪ ପୋଲିସ ମୃତ

କାବୁଲ,୨୨।୫ : ଆଫଗାନୀସ୍ତାନ ପୂର୍ବ ଅଞ୍ଚଳରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଗଜନୀ ପ୍ରଦେଶରେ ପୋଲିସଙ୍କ ଉପରେ ତାଲିବାନ ଆତଙ୍କବାଦୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।

ପାକିସ୍ତାନରେ ଗ୍ରୀଷ୍ମପ୍ରବାହ: ୩ ଦିନରେ ୬୫ ମୃତ

ପାକିସ୍ତାନରେ ଗ୍ରୀଷ୍ମପ୍ରବାହ: ୩ ଦିନରେ ୬୫ ମୃତ

ଇସଲାମାବାଦ,୨୨।୫ : ପାକିସ୍ତାନରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହରେ ଗତ ୩ଦିନ ମଧ୍ୟରେ ୬୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଗ୍ରୀଷ୍ମପ୍ରବାହ ଯୋଗୁ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇପଡିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ନିକୋଲସ୍‌ଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ

ନିକୋଲସ୍‌ଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ

କାରାକାସ, ୨୧।୫: ଭେନ୍‌ଜୁଏଲା ରାଷ୍ଟ୍ରପତି ନିର୍ବାଚନରେ ନିକୋଲାସ ମାଦୁରୋ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ସୋମବାର ତାଙ୍କୁ ବିଜେତା ଘୋଷଣା କରାଯାଇଛି। ଫଳରେ ନିକୋଲସ ଦ୍ୱିତୀୟଥର ପାଇଁ ଶାସନ ଡୋର ଧରିବାକୁ ଯାଉଛନ୍ତି। ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ ଭୋଟ ଗଣନା ସରିଥିବାବେଳେ ନିକୋଲସଙ୍କୁ ୬୭.୭ ପ୍ରତିଶତ ଭୋଟ ମିଳିଛି।

ଜାଭାରେ ସଡ଼କ ଦୁର୍ଘଟଣା: ୧୧ ମୃତ

ଜାଭାରେ ସଡ଼କ ଦୁର୍ଘଟଣା: ୧୧ ମୃତ

ଜାକର୍ତ୍ତା, ୨୧।୫: ଇଣ୍ଡୋନେସିଆ କେନ୍ଦ୍ରୀୟ ଜାଭାରେ ଏକ ସଡ଼କ ଦୁର୍ଘଟଣାରେ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ବ୍ରେବସ୍‌ଠାରୁ ଜାକର୍ତ୍ତା ଯାଉଥିବା ଏକଯାତ୍ରୀ ବସ୍‌ର ହଠାତ୍‌ ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଏହା ନିୟନ୍ତ୍ରଣ ହରାଇ ବସିଥିଲା।

ଆମେରିକା ଆଗରେ ମୁଣ୍ଡ ନୁଆଁଇଲା ଚାଇନା

ଆମେରିକା ଆଗରେ ମୁଣ୍ଡ ନୁଆଁଇଲା ଚାଇନା

ବେଜିଂ/ଓ୍ବାଶିଂଟନ,୨୧।୫: ଅର୍ଥବ୍ୟବସ୍ଥାକୁ ନେଇ ଚାଇନା ଓ ଆମେରିକା ମଧ୍ୟରେ ହୋଇଛି ବୁଝାମଣା। ଚାଇନା ଏକ ପ୍ରକାର ଆମେରିକାର ସମସ୍ତ ସର୍ତ୍ତକୁ ମାନିଯାଇଛି କହିଲେ କିଛି ଭୁଲ୍‌ ହେବନାହିଁ।

ପାଣ୍ଠି ଯୋଗାଡ଼ ଲାଗି ଔଷଧ ବିକ୍ରି କରୁଛି ଜୈଶ୍‌-ଇ-ମହମ୍ମଦ୍‌

ପାଣ୍ଠି ଯୋଗାଡ଼ ଲାଗି ଔଷଧ ବିକ୍ରି କରୁଛି ଜୈଶ୍‌-ଇ-ମହମ୍ମଦ୍‌

ଇସଲାମାବାଦ୍‌, ୨୧।୫: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ୍‌ ପାଖରେ ପାଣ୍ଠିର ଅଭାବ ଦେଖାଦେଇଛି। ପାଣ୍ଠି ଯୋଗାଡ଼ ପାଇଁ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାରଙ୍କ ପାଇଁ ସୃଷ୍ଟି ହୋଇଛି ସମସ୍ୟା। ରମଜାନ ମାସରେ ସଂଗଠନ ସଦସ୍ୟ ବିଭିନ୍ନ ଔଷଧ ବିକ୍ରି କରି ପାଣ୍ଠି ଯୋଗାଡ଼ କାର୍ଯ୍ୟ କରୁଥିବା ଜଣାପଡିଛି।

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

କୃଷ୍ଣ ମନ୍ଦିର ପାଇଁ ପାକିସ୍ତାନ ସରକାର ଦେଲେ ୨କୋଟି

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୫: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଥିବା ରାଓ୍ବଲପିଣ୍ଡିର କୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ବିସ୍ତାର ପାଇଁ ପାକିସ୍ତାନ ସରକାର ୨ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି।