ମେଟ୍ରୋ |

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୨୩।୧: ନେତାଜୀ ସୁଭାଷ ବୋଷ ମ୍ୟୁଜିୟମ ଖୋଲିବା ଦାବି ନେଇ ସ୍ଥାନୀୟ ଗୋପାଳବଲ୍ଲଭ ରେଡ୍‌ସ୍ଥିତ ନେତାଜୀ ସ୍ମୃତି ମ୍ୟୁଜିୟମ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ମ୍ୟୁଜିୟମ ଫାଟକ ସମ୍ମୁଖରେ ଏହି ବିକ୍ଷୋଭ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ମ୍ୟୁଜିୟମ ଖୋଲିବାକୁ କମିଟି ଦାବି କରିଛି। ସୂଚନାଯୋଗ୍ୟ, ପୁରୀର ଗୋପାଳବଲ୍ଲଭ ରୋଡ୍‌ଠାରେ ନେତାଜୀଙ୍କ ବାପା ଜାନକୀନାଥ ବୋଷଙ୍କ ବାସଭବନ ରହିଛି। ବାଲୁଖଣ୍ଡ ଖାସମାହାଲ ମଉଜା ଖାତା ନମ୍ବର ୨୩, ପ୍ଲଟ ନମ୍ବର ୨୯ରେ ୪୩୩ ଡେସିମିଲ ଜମି ଉପରେ ଏହି ଘର ରହିଛି। ୧୯୧୬ରେ ଜିଲା ପ୍ରଶାସନ ୩୦ ବର୍ଷିୟା ଲିଜ୍‌ ସୂତ୍ରରେ ଉକ୍ତ ଜମି ଦେଇଥିଲା। ଜମିର ଲିଜ୍‌ ଅବଧି ପୂରିଯାଇଥିବାରୁ ୨୦୧୩ ମାର୍ଚ୍ଚ ୩ ତାରିଖରେ ପ୍ରଶାସନ ଉକ୍ତ ଜମିକୁ ନିଜ ଅକ୍ତିଆରକୁ ଆଣିଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୩କୋଟି ୯୬ଲକ୍ଷ ଟଙ୍କା ବ୍ୟୟରେ ସେଠାରେ ନେତାଜୀ ସ୍ମୃତି ମ୍ୟୁଜିୟମ ନିର୍ମାଣ କରାଯାଇଥିଲା। ନେତାଜୀଙ୍କ ସମ୍ପର୍କୀୟ ଏହି ଜମିକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ସ୍ଥିତାବସ୍ଥା ରହିଥିବାରୁ ମ୍ୟୁଜିୟମ ଉଦ୍‌ଘାଟନ ହୋଇପାରୁନାହିଁ। ୨୦୧୫ରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ସେଠାରେ ତାଲା ଝୁଲୁଛି। ଏହାକୁ ନେଇ ସ୍ମୃତି କମିଟି ଏବଂ ବୁଦ୍ଧିଜୀବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

All Right Reserved By

ମେଟ୍ରୋ |

ନିରଞ୍ଜନଙ୍କ ନୂଆ ଟିମ୍‌

ନିରଞ୍ଜନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୧୫।୮(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର କଂଗ୍ରେସର ନୂତନ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ୧୪ ଉପସଭାପତି ରହିଥିବାବେଳେ ୨୪ ସାଧାରଣ ସମ୍ପାଦକ ଏବଂ ୯୯ ସମ୍ପାଦକ ରହିଛନ୍ତି।

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-୭୨ତମ ସ୍ବତନ୍ତ୍ରତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇ ପଡ଼ିଛି। ମାତ୍ର ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଭୁଲ୍‌ ଟୁଇଟ୍‌ କରି ହଟ ହଟା ହୋଇଛନ୍ତି। 

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

ବ୍ଲକସ୍ତରୀୟ ସ୍ବାଧୀନତା ଦିବସ

କାକଟପୁର, ୧୫।୮(ଡି.ଏନ୍‌.ଏ.)-କାକଟପୁର ମିିନିଷ୍ଟାଡିୟମ୍‌ରେ କାକଟପୁର ପ୍ରେସକ୍ଲବ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ସିଡିପିଓଙ୍କ  କାର୍ଯ୍ୟାଳୟରେ ହେଲାନି ପତାକା ଉତ୍ତୋଳନ: ଘଟଣାକୁ ନେଇ ତୀବ୍ର ଅସନ୍ତୋଷ

ସିଡିପିଓଙ୍କ କାର୍ଯ୍ୟାଳୟରେ ହେଲାନି ପତାକା ଉତ୍ତୋଳନ: ଘଟଣାକୁ ନେଇ ତୀବ୍ର ଅସନ୍ତୋଷ

କାକଟପୁର, ୧୫।୮(ଡି.ଏନ୍‌.ଏ.): ବୁଧବାର  ସାରାଦେଶ ସ୍ବାଧୀନତା ଦିବସ  ପାଳନ କରୁଥିବା ବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଛି। ତେବେ କାକଟପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ହୋଇନାହିଁ। 

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ମର୍କତ ନଗର କଂଗ୍ରେସ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

ମର୍କତ ନଗର କଂଗ୍ରେସ କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

କଟକ ଅଫିସ, ୧୫।୮: ସେକ୍ଟର-୯ସ୍ଥିତ ମର୍କତ ନଗର କଂଗ୍ରେସ କାର୍ଯ୍ୟାଳୟରେ ୭୨ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ମର୍କତ ନଗର କଂଗ୍ରେସ କମିଟି ସଭାପତି ନିତ୍ୟାନନ୍ଦ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦିକା ତଥା ସ୍ଥାନୀୟ କର୍ପୋରେଟର ଗିରିବାଳା ବେହେରା ପତାକା ଉତ୍ତୋଳନ କରିଥିଲେ। 

ଜିଲା ଓକିଲ ସଂଘ ଆନ୍ଦୋଳନ ତୃତୀୟ ଦିନରେ

ଜିଲା ଓକିଲ ସଂଘ ଆନ୍ଦୋଳନ ତୃତୀୟ ଦିନରେ

ଖୋର୍ଦ୍ଧା ଅଫିସ, ୧୫।୮:ଖୋର୍ଦ୍ଧା ଜିଲା ଗଠନର ୨୫ ବର୍ଷ ପୂର୍ତ୍ତିରେ ରୌପ୍ୟ ଜୟନ୍ତୀ ପାଳନ ଆରମ୍ଭ ହୋଇଛି। ହେଲେ ଜିଲା ସଦର ମହକୁମାକୁ ତାର ହକ ମିଳି ନାହିଁ। 

ଭୌଗଳିିକରେ ସ୍ତରରେ ସୀମିତ ନ ରହୁ ସ୍ବାଧିନତା

ଭୌଗଳିିକରେ ସ୍ତରରେ ସୀମିତ ନ ରହୁ ସ୍ବାଧିନତା

ଖୋର୍ଦ୍ଧା ଅଫିସ, ୧୫ା୮:ସ୍ବାଧିନତା ଦିବସ ପାଳନ ରାଜନୈତିକ ଓ ଭୌଗଳିିକରେ ସ୍ତରରେ ସିମିତି ନ ରହୁ। ବରଂ ବ୍ୟକ୍ତି ସ୍ବାଧିନତା ସହିତ କ୍ଷୁଧା, ଅଜ୍ଞାନ, ଗୁରୁଦିକ୍ଷା ତଥା ଅସମାନତା ଦୂର କରିବାରେ ସହାୟକ ହେଉ ବୋଲି ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ୭୨ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ୮ଟାରେ କଂଗ୍ରେସ ଭବନ ପରିସରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ  ପିସିସି ସଭାପତି କାହ୍ନୁଚରଣ ଲେଙ୍କା  ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ଅଶୋକ ପଣ୍ଡା

ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ: ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ଅଶୋକ ପଣ୍ଡା

ପୁରୀ ଅଫିସ, ୧୫।୮:  ସ୍ବାଧୀତା ସଂଗ୍ରାମରେ ପୁରୀ ଜିଲାର ଅବଦାନ ଗୁରୁତ୍ୱପୂର୍ଣ୍ଣ। ମହାପୁରୁଷ ଜୟୀ ରାଜଗୁରୁ, ଚାଖି ଖୁଣ୍ଟିଆ, ବକ୍ସି ଜଗବନ୍ଧୁଙ୍କ ଭଳି ବ୍ୟକ୍ତିତ୍ୱମାନେ ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇ ଦେଶ ମାତୃକାର ସେବା କରିଛନ୍ତି। 

ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାଢେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା

ଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: ଆରମ୍ଭ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାଢେ ୩ କୋଟି ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। 

ଏକକ ନିର୍ବାଚନକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର,୧୫।୮(ବ୍ୟୁରୋ): ସାଧାରଣ ନିର୍ବାଚନ ସହ ପ୍ରାୟ ୧୧ ରାଜ୍ୟରେ ଏକାସଙ୍ଗେ ବିଧାନସଭା ନିର୍ବାଚନ କରିବାକୁ ଭାଜପା ପକ୍ଷରୁ ଯୋଜନା ହେଉଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।  ମୁଖ୍ୟ ନିର୍ବାଚନ କମିଶନ(ସିଇସି)ଙ୍କ ପକ୍ଷରୁ କୁହାଯାଇଛି ଯେ, ସାରା ଦେଶରେ ଏକାଠି ନିର୍ବାଚନ ହେଲେ ସମ୍ବିଧାନରେ ସଂଶୋଧନ ଆଣିବାକୁ ପଡ଼ିବ।  

Model This Week

ଯସ୍ମିନ୍