ମେଟ୍ରୋ |

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ
ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ସହରର ବିଭିନ୍ନ ସମସ୍ୟାକୁ ନେଇ ୨୦୧୩ରୁ ଏନ୍‌ଜିଟି (କଲିକତା)ରେ ଏକ ମାମଲା ବିଚାରାଧୀନ ରହିଛି। କଲିକତାର ସୁବାସ ଦତ୍ତଙ୍କ ପକ୍ଷରୁ ରୁଜୁ ଏହି ମାମଲାର ସୋମବାର ଶୁଣାଣି ଥିଲା। ଜଷ୍ଟିସ ଏସ୍‌.ପି. ୱାଙ୍ଗଡିଙ୍କ ଟ୍ରିବ୍ୟୁନାଲରେ ଏହାର ଶୁଣାଣି ହୋଇଥିଲା। ପୁରୀ ସହରର ସରକାରୀ ଓ ଘରୋଇ କୋଠାଗୁଡିକରେ ବର୍ଷାଜଳ ଅମଳ ପ୍ରକଳ୍ପ ବାଧ୍ୟତାମୂଳକ କରିବା ଲାଗି ଏନ୍‌ଜିଟିଙ୍କ ନିର୍ଦ୍ଦେଶ ରହିଥିବା ବେଳେ ତାହାକୁ କାର୍ଯ୍ୟକାରୀ କରାଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପର୍ଯ୍ୟାୟକ୍ରମେ ବର୍ଷାଜଳ ଅମଳ ପ୍ରକଳ୍ପ କରାଯିବାକୁ ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। ଏହାକୁ ନେଇ ଟ୍ରିବ୍ୟୁନାଲ ଅସନ୍ତୋଷ ବ୍ୟକ୍ତ କରିବା ସହିତ କେତେ ଦିନ ମଧ୍ୟରେ ବର୍ଷା ଜଳ ଅମଳ ପ୍ରକଳ୍ପ ସରକାରୀ ଏବଂ ଘରୋଇ କୋଠାରେ ସ୍ଥାପନ ହେବ ତାହା ନିର୍ଦ୍ଧାରଣ କରି ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ଲାଗି ପିକେଡିଏକୁ ନିର୍ଦ୍ଦେଶ ରହିଛି। ସମୁଦ୍ର ପାଣିକୁ ପ୍ରକ୍ରିୟାକରଣ କରି ପୁରୀ ସହରବାସୀଙ୍କୁ ମଧୁରଜଳ ଯୋଗାଇବାକୁ ଏନ୍‌ଜିଟି ନଭେମ୍ବର ୨ତାରିଖ ଶୁଣାଣି ବେଳେ କହିଥିଲେ। ପୁରୀ ଡିସାଲିନେଶନ ପ୍ଲାଣ୍ଟ (ସମୁଦ୍ର ଜଳକୁ ପ୍ରକ୍ରିୟାକରଣ କରି ମଧୁର ଜଳ କରିବା) ସ୍ଥାପନ ଲାଗି ମଧ୍ୟ ମତ ରଖିଥିଲେ। ଏ ସଂକ୍ରାନ୍ତରେ ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାରର ଶୁଣାଣି ବେଳେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟାପାଠ ଦାଖଲ କରାଯାଇଛି। ପୁରୀ ସହରକୁ ଜଳଯୋଗାଣ ପାଇଁ ସମଙ୍ଗ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିବାରୁ ଡିସାଲିନେଶନ ପ୍ଲାଣ୍ଟର ଆବଶ୍ୟକତା ନ ଥିବା ସତ୍ୟପାଠ ମାଧ୍ୟମରେ ସରକାର ଟ୍ରିବ୍ୟୁନାଲଙ୍କୁ ଅବଗତ କରିଛନ୍ତି। ଅନ୍ୟପକ୍ଷରେ ସମୁଦ୍ରକୂଳଠାରୁ ୨ମିଟର ଅଞ୍ଚଳରେ ବୋରୱେଲ ତଥା ଗଭୀର ନଳକୂପ ଖନନ କରି ଜଳ ଉତ୍ତୋଳନ କରାଯାଇପାରିବ ନାହିଁ ବୋଲି ନିୟମ ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶର ଅନୁପାଳନ ହେଉ ନ ଥିବାରୁ ଏନଜିଟି ଅସନ୍ତୋଷ ବ୍ୟକ୍ତି କରିଛନ୍ତି। ଅନ୍ୟପକ୍ଷରେ ପୌରସଂସ୍ଥାକୁ ଏନ୍‌ଜିଟି କେତେକ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ବେଳେ ପୌରସଂସ୍ଥା ଏହା କାର୍ଯ୍ୟକାରୀ କରିବା ଲାଗି ଅଧିକୃତ ନୁହେଁ ବୋଲି ଦର୍ଶାଇବା ପରେ ତାହାକୁ ପିକେଡିଏକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ତାରିଖ ପୂର୍ବରୁ ପିକେଡିଏ ଏବଂ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯ ତାରିଖକୁ ଧାର୍ଯ୍ୟ ହୋଇଛି।
All Right Reserved By

ମେଟ୍ରୋ |

ଭୂମି ଅଧିକାର ପାଇଁ ଜନ ଆନ୍ଦୋଳନ

ଭୂମି ଅଧିକାର ପାଇଁ ଜନ ଆନ୍ଦୋଳନ

ଭୁବନେଶ୍ୱର, ୧୯।୮(ବ୍ୟୁରୋ)- ଭାରତବର୍ଷର ୯୦ ଭାଗ ସମ୍ପତ୍ତି କେବଳ ୧୦ପ୍ରତିଶତ ଲୋକଙ୍କ ମାଲିକାନାରେ ରହିଛି। ବାକି ୯୦ ପ୍ରତିଶତ ଲୋକ ବିଭିନ୍ନ ଭାଗରେ ବିଭକ୍ତ ହୋଇ ସାମାଜିକ ସ୍ତରରେ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ନିଜର ଜୀବନ ଜୀବିକା ନିର୍ବାହ କରୁଛନ୍ତି।

ଆଇନଶୃଙ୍ଖଳା ନାଁରେ ବର୍ବରତା , ପୋଲିସ ମାଡ଼ରେ ଦୁଇ ଟ୍ୟାକ୍ସି ଡ୍ରାଇଭରଙ୍କ ହାତ, ଗୋଡ଼ ଭାଙ୍ଗିଲା

ଆଇନଶୃଙ୍ଖଳା ନାଁରେ ବର୍ବରତା , ପୋଲିସ ମାଡ଼ରେ ଦୁଇ ଟ୍ୟାକ୍ସି ଡ୍ରାଇଭରଙ୍କ ହାତ, ଗୋଡ଼ ଭାଙ୍ଗିଲା

ଭୁବନେଶ୍ୱର,୧୯।୮(ବ୍ୟୁରୋ): ଏୟାରପୋର୍ଟ ପାର୍କିଂ ସ୍ଥଳରେ ରବିବାର ଅପରାହ୍ନରେ ଦେଖିବାକୁ ମିଳିଥିଲା କମିଶନରେଟ ପୋଲିସର ବର୍ବରତା। କେତେଜଣ ପିସିଆର୍‌ ପୋଲିସ ପାଇପ୍‌ ଧରି ପାର୍କିଂସ୍ଥଳରେ ଥିବା ଗାଡିର ଡ୍ରାଇଭରମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିଲେ।

‘ଶିକ୍ଷୟିତ୍ରୀମାନେ ଏକଜୁଟ୍‌ ହେବାକୁ ଆହ୍ବାନ’ , ସୁରକ୍ଷା ବ୍ୟବସ୍ଥା, ଡ୍ରେସ୍‌ କୋଡ୍‌ ଉଚ୍ଛେଦ, କ୍ୟାଡର ରୁଲ୍‌ କାର୍ଯ୍ୟକାରୀ କରିବାକୁ ଦାବି

‘ଶିକ୍ଷୟିତ୍ରୀମାନେ ଏକଜୁଟ୍‌ ହେବାକୁ ଆହ୍ବାନ’ , ସୁରକ୍ଷା ବ୍ୟବସ୍ଥା, ଡ୍ରେସ୍‌ କୋଡ୍‌ ଉଚ୍ଛେଦ, କ୍ୟାଡର ରୁଲ୍‌ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ୱର, ୨୦।୮(ବ୍ୟୁରୋ)- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେଶନ ପକ୍ଷରୁ  ଶିକ୍ଷୟିତ୍ରୀମାନଙ୍କର ରାଜ୍ୟସ୍ତରୀୟ କର୍ମଶାଳା ରବିବାର ପ୍ରାଥମିକ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବ୍ଲକରେ ହାରାସ୍‌ମେଣ୍ଟ କମିଟି ଗଠନ କରିବା, ଗମନାଗମନର ସୁବିଧା ଥିବା ବିଦ୍ୟାଳୟରେ ନିଯୁକ୍ତି ଦେବା, 

ମୁକ୍ତିମଣ୍ଡପ ପଣ୍ଡିତ ସଭା ପଞ୍ଜିକା ତିଆରି କରୁ

ମୁକ୍ତିମଣ୍ଡପ ପଣ୍ଡିତ ସଭା ପଞ୍ଜିକା ତିଆରି କରୁ

ପୁରୀ ଅଫିସ,୨୦ା୮: ଆମର ଦୈନନ୍ଦିନ ଚଳଣିରେ ପଞ୍ଜିକାର ବ୍ୟବହାର ବୃଦ୍ଧି ପାଇଛି। ଜନ୍ମ ଜାତକ ପ୍ରସ୍ତୁତିଠାରୁ ଆରମ୍ଭ କରି ଶୁଭାଶୁଭ କାଳ ନିର୍ଣ୍ଣୟ ପାଇଁ ପଞ୍ଜିକାକୁ ଅନୁସରଣ କରାଯାଉଛି। ପୂର୍ବେ ହାତଗଣତି ୩/୪ଟି ପଞ୍ଜିକା ପ୍ରକାଶ ପାଉଥିବା ବେଳେ ଏବେ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। 

ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ

ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ

ପୁରୀ ଅଫିସ,୨୦ା୮: ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥି ରବିବାର ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ନୃସିଂହ ଠାକୁର ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ରହିଥିବା ବିମାନରେ ବିଜେ କରିଥିଲେ। 

ପ୍ଲାଷ୍ଟିକ୍‌ମୁକ୍ତ ଓଡ଼ିଶା ପାଇଁ ସଚେତନ କଲା ଆଦିତ୍ୟ ବାହିନୀ

ପ୍ଲାଷ୍ଟିକ୍‌ମୁକ୍ତ ଓଡ଼ିଶା ପାଇଁ ସଚେତନ କଲା ଆଦିତ୍ୟ ବାହିନୀ

ପୁରୀ ଅଫିସ, ୨୦ା୮: ଦିନକୁ ଦିନ ପରିବେଶ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏହି ପ୍ରଦୂଷଣ ପାଇଁ ପ୍ରମୁଖ ଦାୟୀ ହେଉଛି ପ୍ଲାଷ୍ଟିକ୍‌ ଓ ପଲିଥିନ। ଏହାର କୁପ୍ରଭାବର ଶିକାର ହେଉଛି ମଣିଷ। ତେଣୁ ଆମକୁ ହିଁ ସଚେତନ ହେବାକୁ ପଡିବ। ପ୍ଲାଷ୍ଟିକ, ପଲିଥିନ ବ୍ୟବହାରରୁ ମୁହଁ ଫେରାଇବାକୁ ହେବ। 

ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଅଭିଯାନ , ସାମିଲ ହେଲା ହୋପ ଇଜ୍‌ ଲାଇଫ୍‌

ପ୍ଲାଷ୍ଟିକମୁକ୍ତ ଓଡ଼ିଶା ଅଭିଯାନ , ସାମିଲ ହେଲା ହୋପ ଇଜ୍‌ ଲାଇଫ୍‌

ପୁରୀ ଅଫିସ,୨୦ା୮: ଦେଶରେ ପ୍ଲାଷ୍ଟିକ ଓ ପଲିଥିନଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହା ପ୍ରଦୂଷଣର ମୁଖ୍ୟ କାରଣ ସାଜିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ସମାଜ ଲାଗି କ୍ଷତିକାରକ ପାଲଟିଛି।

ନିର୍ମାଣ ହେବ ଆକ୍ୱାରିୟମ , ଇଡ୍‌କୋକୁ ଜମି ହସ୍ତାନ୍ତର କଲା ପର୍ଯ୍ୟଟନ ବିଭାଗ

ନିର୍ମାଣ ହେବ ଆକ୍ୱାରିୟମ , ଇଡ୍‌କୋକୁ ଜମି ହସ୍ତାନ୍ତର କଲା ପର୍ଯ୍ୟଟନ ବିଭାଗ

ପୁରୀ ଅଫିସ, ୨୦ା୮: ପୁରୀର ଅର୍ବାନ ହାଟ ସମ୍ମୁଖ ପଡ଼ିଆରେ ସାମୁଦ୍ରିକ ଆକ୍ୱାରିୟମ ନିର୍ମାଣ ଲାଗି ୫କୋଟି ଟଙ୍କା ଅନୁମୋଦନ କରିଥିଲା ରାଜ୍ୟ ପର୍ଯ୍ୟଟନ ବିଭାଗ। ଜମି ଚହ୍ନଟ ହେଲା। ଆକ୍ୱାରିୟମ ନିର୍ମାଣ ଲାଗି ହେଲା ଦୁଇ ଦୁଇଥର ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିଳାନ୍ୟାସ କରିଥିଲେ। 

ଭୁବନେଶ୍ୱରରେ ମଞ୍ଚସ୍ଥ ହେଲା ‘ଟୁ ଆଡୋରେବୁଲ୍‌ ଲୁଜର୍ସ’ ହସାଇଲେ ଦର୍ଶିଲ

ଭୁବନେଶ୍ୱରରେ ମଞ୍ଚସ୍ଥ ହେଲା ‘ଟୁ ଆଡୋରେବୁଲ୍‌ ଲୁଜର୍ସ’ ହସାଇଲେ ଦର୍ଶିଲ

ଭୁବନେଶ୍ୱର,୨୦।୮(ବ୍ୟୁରୋ)- ୧୦ବର୍ଷ ପୂର୍ବେ ଫିଲ୍ମ ‘ତାରେ ଜମିନ୍‌ ପର୍‌’ରେ ସମଗ୍ର ଦେଶକୁ କନ୍ଦାଇଥିଲେ ଶିଶୁ କଳାକାର ଦର୍ଶିଲ ସଫାରି। ଆଉ ଏବେ ଠିକ୍‌ ୧୦ବର୍ଷ ପରେ ଦର୍ଶିଲ ଜଣେ ପ୍ରତିଭାବାନ ଯୁବ କଳାକାର ଭାବେ ମଞ୍ଚରେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଛନ୍ତି।

ଦେବୀ ମୁହାଁଣରେ ଓଲଟିଲା ଡଙ୍ଗା: ଜଣେ ମତ୍ସ୍ୟଜୀବୀ ନିଖୋଜ, ୯ ଉଦ୍ଧାର

ଦେବୀ ମୁହାଁଣରେ ଓଲଟିଲା ଡଙ୍ଗା: ଜଣେ ମତ୍ସ୍ୟଜୀବୀ ନିଖୋଜ, ୯ ଉଦ୍ଧାର

କାକଟପୁର, ୧୯।୮(ଡି.ଏନ୍‌.ଏ.)-ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ମୁହାଁଣଠାରେ ରବିବାର ସନ୍ଧ୍ୟାରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଥିବାବେଳେ ୯ଜଣ ଉଦ୍ଧାର ହୋଇଛନ୍ତି। ନିଖୋଜ ମତ୍ସ୍ୟଜୀବୀ ହେଲେ କାଳିଆକଣ ଗ୍ରାମର ନିରଞ୍ଜନ ବେହେରା।

ପ୍ରକାଶ ପାଇଲା କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା

ପ୍ରକାଶ ପାଇଲା କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ରବିବାର କେରଳରେ ଫସି ରହିଥିବା ଓଡ଼ିଆଙ୍କ ତାଲିକା ପ୍ରକାଶ ପାଇଛି। ଏହିସବୁ  ଓଡ଼ିଆମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି କେରଳ ସରକାରଙ୍କୁ ଅନୁରୋଧ କରାଯାଇଛି।

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ପାଖେଇ ଆସୁଛି ନିର୍ବାଚନ: ୧୫ ଦିନରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ପାଖେଇ ଆସିଲାଣି ୨୦୧୯ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ଦଳକୁ ମଜଭୂତ କରିବା ସହ ବିଧିବଦ୍ଧ ଖସଡ଼ା ପ୍ରସ୍ତୁତ କରାଯାଉଛି। ତେବେ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ଏନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ରବିବାର ସୂଚନା ଦେଇଛନ୍ତି।