ରାଜ୍ୟ |

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା। କିନ୍ତୁ ଏହି ଭିତରେ ପୀଡିତାଙ୍କ ବୟାନ ଏବଂ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ପୋଲିସର କାର୍ଯ୍ୟଶୈଳୀ ପ୍ରତି ସନ୍ଦେହ ସୃଷ୍ଟି ହେଉଛି। ପୀଡିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଧରିବା ପାଇଁ ୪ଟି କମିଟି ଗଠନ କରାଗଲା। ପୋଲିସ ବିଫଳ ହେବା ପରେ ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ଦିଆଗଲା। ତଦନ୍ତ ପାଇଁ ଏକ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ପୀଡିତାଙ୍କ ସୁରକ୍ଷା ଏବଂ ଚିକିତ୍ସା ଦାୟିତ୍ୱ ସବୁ ସରକାର ଗ୍ରହଣ କଲେ। ହେଲେ ସବୁ ପରେ ବି ପୀଡିତାଙ୍କ ଆମତ୍ହତ୍ୟା ପୋଲିସର କାର୍ଯ୍ୟଶୈଳୀକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି।
୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲାର କୁନ୍ଦୁଲି ଅଞ୍ଚଳର ଜଣେ ନାବାଳିକା ତାଙ୍କୁ ଯବାନ ପୋଷାକ ପିନ୍ଧା ୪ ଜଣ ଗଣବଳାକତ୍ାର କରିଥିବା ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପୋଲିସ ଏହି ମାମଲାକୁ ରେଡ୍‌ ଫ୍ଲାଗ ଅନ୍ତର୍ଭୁକ୍ତ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ୪ ଟି ଟିମ୍‌ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ଘଟଣାରେ ୪ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅକ୍ଟୋବର ୧୭ ତାରିଖରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଛାଡି ଦେଇଥିଲା। ଅକ୍ଟୋବର ୧୮ରେ ଭୁବନେଶ୍ୱର ଫୋରେନସିକ ଲାବୋରେଟୋରୀରେ ସନ୍ଦିଗ୍ଧର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଅକ୍ଟୋବର ୨୧ରେ ପୋଲିସ କୌଣସି ସୁରାକ ନ ପାଇବାରୁ ଅନ୍ୟ ଜଣଙ୍କୁ ମଧ୍ୟ ଛାଡି ଦେଇଥିଲା। ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହେବାରୁ ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏଥିସହିତ ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଶନ ଗଠନ ନେଇ ନିଷ୍ପତ୍ତି ନିଆଯାଇଥିଲା।
ବଞ୍ଚିଥିବା ବେଳେ ପୀଡିତାଙ୍କ ବୟାନ ଅନୁଯାୟୀ, ମେଡିକାଲରେ ଚିକିସତ୍ିତ ହେଉଥିବା ସମୟରେ ପୋଲିସ ତାଙ୍କୁ ବହୁ ନିର୍ଯାତନା ଦେଇଥିଲା। ଅଭିଯୁକ୍ତଙ୍କୁ ଧରିବା ବଦଳରେ ପୋଲିସ ତାଙ୍କୁ ଅନାବଶ୍ୟକ ଭାବେ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିବା ସହ ମୁହଁ ବନ୍ଦ ରଖିବା ପାଇଁ ୯୦ ହଜାର ଟଙ୍କା ଯଚା ହୋଇଥିଲା ବୋଲି ସେ ଅଭିଯୋଗ ଆଣିଥିଲେ। ମାତ୍ର ଏହାକୁ ପୋଲିସ ଡିଜି ଖଣ୍ଡନ କରିଥିଲେ। ଏଥିରୁ ସ୍ପଷ୍ଟ ଯେ ପୋଲିସ ଜାଣିଶୁଣି ଘଟଣାକୁ ଚାପି ଦେବାକୁ ବସିଛି। କାରଣ ପୀଡିତାଙ୍କ ଅଭିଯୋଗରେ ତାଙ୍କୁ ଯବାନମାନେ ବଳାକତ୍ାର କରିଥିବା ସେ ଦର୍ଶାଇଥିଲେ। ସୁରକ୍ଷାକର୍ମୀଙ୍କ ନାଁରେ ଅଭିଯୋଗ ହୋଇଥିବାରୁ ପୋଲିସ ଏହି ମାମଲାକୁ ଚାପି ଦେବାକୁ ବସିଥିଲା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏନେଇ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ କୁହନ୍ତି, ତଦନ୍ତ ପ୍ରକ୍ରିୟାରେ ପୋଲିସର ଶିଥିଳତା ଯୋଗୁଁ ଆଜି ପୀଡିତା ଆମତ୍ହତ୍ୟା କରିଛନ୍ତି। ପୀଡିତାଙ୍କୁ ସବୁଆଡୁ ମାନସିକ ଭାବେ ନିର୍ଯ୍ୟାତନା ଦିଆଯାଇଥିବା ବେଳେ ପୋଲିସର କାର୍ଯ୍ୟକଳାପ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥାଇପରେ। ତେଣୁ ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରି ଅଭିଯୁକ୍ତ ଏବଂ ଅଭିଯୁକ୍ତଙ୍କ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଥିବା ସମସ୍ତଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

All Right Reserved By

ରାଜ୍ୟ |

ଘର ଭିତରୁ ୧୦୦ରୁ ଊର୍ଦ୍ଧ୍ୱ ନାଗ ଛୁଆ ଉଦ୍ଧାର

ଘର ଭିତରୁ ୧୦୦ରୁ ଊର୍ଦ୍ଧ୍ୱ ନାଗ ଛୁଆ ଉଦ୍ଧାର

ଧାମନଗର,୨୩।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମର ବିଜୟ ଭୁୟାଁଙ୍କ ଘର ଭିତରୁ ଶନିବାର ଶହେରୁ ଊର୍ଦ୍ଧ୍ୱ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପଲାଇନ୍‌ ଓ ଧାମନଗର ବନ ବିଭାଗ ପକ୍ଷରୁ ସାପଧରା କାର୍ଯ୍ୟ ଜାରି ରହିଛି। ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ମଶାରି ଭିତରେ ଚନ୍ଦନ ବୋଡ଼ା: ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ୱର,୨୩ା୬(ବ୍ୟୁରୋ): ବାଙ୍କୀର ସାହାପଦା ପାଇକ ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପୂର୍ଣ୍ଣ ରାଉତ ଘର ସାମ୍ନା ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ବେଳେ ଭିତରକୁ ଏକ ଚନ୍ଦନ ବୋଡ଼ା ପଶିଯାଇଥିଲା।

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଖିଲାପକାରୀ କମ୍ପାନୀକୁ ଅନୁକମ୍ପା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ରାଜ୍ୟବାସୀଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହା କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ନୁହେଁ, ବରଂ ଖୋଦ୍‌ ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ଶକ୍ତି ବିଭାଗ ଏସବୁ ସମସ୍ୟାର ସମାଧାନ ନ କରି ପୂର୍ବବତ୍‌ ବିଭିନ୍ନ ନିୟମ ଖିଲାପ କରିଥିବା ବିଦ୍ୟୁତ୍‌ ସଂଯୋଗୀକରଣ, ବଣ୍ଟନ ଏବଂ ଶୁଳ୍କ ଆଦାୟ ସଂସ୍ଥାକୁ ବିନା ଟେଣ୍ଡରରେ ଅନୁକମ୍ପା ପ୍ରଦାନ କରିଚାଲିଛି।

ଓଡ଼ାପଡ଼ାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ୧୯୨ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

ଓଡ଼ାପଡ଼ାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ: ୧୯୨ ପ୍ରକଳ୍ପକୁ ଅର୍ଥ ମଞ୍ଜୁର

ଓଡ଼ାପଡ଼ା,୨୩।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗଡିଆକାଟେଣୀ ଛକ ନିକଟସ୍ଥ ପଡ଼ିଆରେ ଶନିବାର ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ୧୯୨ଟି ପ୍ରକଳ୍ପ ନିମନ୍ତେ ୪ କୋଟି ୯୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି।

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ବିମଳା ମନ୍ଦିର ହୁଣ୍ଡିରୁ ଚୋରି

ପୁରୀ ଅଫିସ,୨୩ା୬ : ପୁରୀ ଗୋବର୍ଦ୍ଧନ ମଠସ୍ଥିତ ବିମଳା ମନ୍ଦିରରୁ ଚୋରି ହୋଇଥିବା ଶନିବାର ଗୋବର୍ଦ୍ଧନ ମଠ ପକ୍ଷରୁ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ବେଢ଼ାରେ ଥିବା ହୁଣ୍ଡି ତାଡି ଲକ୍ଷାଧିକ ଟଙ୍କା, ଦାନ ଦକ୍ଷିଣା ଆଦି ଚୋରିକରି ନେଇଛନ୍ତି।

ରାସ୍ତା ନିର୍ମାଣ ଦାବି: ଗ୍ରାମବାସୀଙ୍କ ପକ୍ଷରୁ ସାରଙ୍ଗଗଡ଼ ଉଦୟଗିରି ରାସ୍ତା ଅବରୋଧ

ରାସ୍ତା ନିର୍ମାଣ ଦାବି: ଗ୍ରାମବାସୀଙ୍କ ପକ୍ଷରୁ ସାରଙ୍ଗଗଡ଼ ଉଦୟଗିରି ରାସ୍ତା ଅବରୋଧ

ରାଇକିଆ, ଜି.ଉଦୟଗିରି, ୨୩।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ର ମଣ୍ଡାକିଆ ଓ ପେଟାପାଙ୍ଗା ପଞ୍ଚାୟତର ୧୨ଟି ଗ୍ରାମର ଲୋକେ ପକ୍କା ରାସ୍ତା ର୍ନିମାଣ ପାଇଁ ଶନିବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଯୌତୁକ ଆଣିଲେ ଚାରା

ରାଜନଗର,୨୩ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗ୍ରାମର ଯୁବ ସମାଜସେବୀ ତଥା ଚଉଦକୁଲାଟ ଶ୍ରୀଜଗନ୍ନାଥ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ ବିଶ୍ୱାଳ ଶୁକ୍ରବାର ନିଆରା ଢଙ୍ଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ପୁତୁରାଙ୍କ ନିର୍ଦ୍ଦୟତା: ଭୋକ ଉପାସରେ ଗାଁ ମୁଣ୍ଡରେ ପଡ଼ି ରହିଛନ୍ତି ବୃଦ୍ଧା

ପୁତୁରାଙ୍କ ନିର୍ଦ୍ଦୟତା: ଭୋକ ଉପାସରେ ଗାଁ ମୁଣ୍ଡରେ ପଡ଼ି ରହିଛନ୍ତି ବୃଦ୍ଧା

ସଜନାଗଡ଼, ୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଅଯୋଧ୍ୟା ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଗାଁ ମୁଣ୍ଡ ହାଟ ନିକଟରେ ଥିବା ମହାଦେବ ମନ୍ଦିର ସମ୍ମୁଖ ପଡ଼ିଆରେ ଜଣେ ବୃଦ୍ଧା ଖରାବର୍ଷା ଖାଇ ପଡ଼ି ରହିଛନ୍ତି। ଏପରି କରୁଣ ଦୃଶ୍ୟ ବୃଦ୍ଧାଙ୍କ ପରିବାରଲୋକେ , ଗ୍ରାମବାସୀ, ବାଟୋଇ ଦେଖୁଥିଲେ ସୁଦ୍ଧା ବୃଦ୍ଧାଙ୍କୁ ଆହା ପଦେ କହିବାକୁ କେହି ନାହାନ୍ତି। ବୃଦ୍ଧାଜଣଙ୍କ ହେଲେ ଗୌରୀ ପଲେଇ(୭୦)।

ପରିଚାଳନା କମିଟି ବୈଠକ ଆରମ୍ଭ

ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୨୩ା୬: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି।

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ଦିଗପହଣ୍ଡିି,୨୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଦ୍ମନାଭପୁର ଗ୍ରାମର ଶିବାନନ୍ଦ ଦାସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଯାଇଛି।

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ପାଣି ଟ୍ୟାଙ୍କର ଚାଳକ ଜ୍ଞାନେନ୍ଦ୍ର ଦେହୁରୀ(୩୯)ଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶନିବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କତଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଲାସିକ ଢାବା ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ସେମାନେ ଗାୟତ୍ରୀ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ମଙ୍ଗରାଜପୁର ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା

ଦିଗପହଣ୍ଡି,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଶନିବାର ସକାଳ ୭ଟାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଏମ୍‌.ସୁରୀ ଏବଂ ଏମ୍‌.ମାଲେସୁଙ୍କର ୪ ବଖରା ପୋଡ଼ି ପାଉଁଶ ହୋଇଯାଇଛି।

Model This Week

ପ୍ରଭାତ