ରାଜ୍ୟ |

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି। ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ସୁଅ ବିମାନବନ୍ଦର ଅଭିମୁଖେ ଛୁଟିଥିଲା। ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମୁଖ୍ୟମନ୍ତ୍ରୀ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ଆପଣମାନଙ୍କୁ ଧନ୍ୟବାଦ ଏବଂ ନୂତନ ବର୍ଷର ଅଭିନନ୍ଦନ। ଆପଣମାନଙ୍କ ଭଲ ପାଇବା ମୋତେ ଋଣୀ କରିଛି। ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନକୁ ମୁଁ ମୋର ପ୍ରିୟ ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରୁଛି ବୋଲି ନବୀନ କହିଛନ୍ତି। ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ସେ କହିଛନ୍ତି। ନିଜର ପ୍ରିୟ ନେତାଙ୍କୁ ସ୍ବାଗତ କରିବା ପାଇଁ ପୂର୍ବାହ୍ନରୁ ରାଜଧାନୀରେ ଗହଳି ପରିଲକ୍ଷିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଅପରାହ୍ନ ୩ଟା ୧୫ରେ ଆସି ପହଞ୍ଚିବାର ଯଥେଷ୍ଟ ପୂର୍ବରୁ ବିମାନବନ୍ଦର ଆଖପାଖରେ ଦଳୀୟ ସମର୍ଥକ ରୁଣ୍ଡ ହୋଇଥିଲେ। ଏମ୍‌ଏଲ୍‌ଏ କଲୋନୀ, ନବୀନ ନିବାସ ଆଖପାଖ ଅଞ୍ଚଳ,ଏଜି ଛକ, ୬ ନମ୍ବର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସମବେତ ହୋଇଥିଲେ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର କମର୍ର୍ର୍କର୍ତ୍ତା। ଚିରାଚରିତ ଭାବେ ମୁଖ୍ୟମନ୍ତ୍ରୀ ନିଜ କାରରେ ନ ଆସି ଏକ ସ୍ବତନ୍ତ୍ର ବସରେ ନବୀନ ନିବାସ ଯାଇଥିଲେ। ବିମାନ ବନ୍ଦରଠାରୁ ନବୀନ ନିବାସ ଯିବା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ସମବେତ ଜନତା ହାତ ହଲାଇ ମୁଖ୍ୟମନ୍ତ୍ରୀଙ୍କର ସ୍ବାଗତ କରିଥିଲେ। ଆୱାର ସିଏମ୍‌ ଆୱାର ହିରୋ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଏବଂ ବିଜୁବାବୁ ଅମର ରହେ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା। ପାଖାପାଖି ୨୦ ହଜାରରୁ ଅଧିକ ଲୋକ ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟରେ ଯୋଗ ଦେଇଥିବା କୁହାଯାଉଛି। ଉପକୂଳ ଓଡ଼ିଶାର ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀରୁ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିବାର ଲକ୍ଷ୍ୟ କରାଯାଇଥିଲା। କାହା ହାତରେ ନବୀନ ସ୍ମିତହାସ୍ୟର ଫଟୋ ତ କାହା ହାତରେ ବିଜେଡିର ଦଳୀୟ ପତାକା ଶୋଭା ପାଉଥିଲା। ବିଜବାବୁଙ୍କ ପ୍ରତିମୂର୍ତ୍ତି ନିକଟସ୍ଥ ମଞ୍ଚରେ ଭୁବନେଶ୍ୱର ମହାନଗର ନିଗମର ମହିଳା କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରାଟକାୟ ଗୋଲାପ ପୁଷ୍ପର ମାଳ ପ୍ରଦାନ କରିଥିଲେ। ବିମାନ ବନ୍ଦର ପ୍ରବେଶ ପୂର୍ବରୁ ଥିବା ବିଜୁ ପଟ୍ଟନାୟକଙ୍କ ବିଶାଳ ପ୍ରତିମୂର୍ତ୍ତି ଚାରିପଟେ ପରିବେଷଣ କରାଯାଇଥିଲା ପାରମ୍ପରିକ ବାଦ୍ୟଯନ୍ତ୍ର। କେଉଁଠି କିଏ ଯୋଡି ଶଙ୍ଖ ବଜାଉଥାଏ ତ ଆଉ କିଏ ଢୋଲ ବଜାଇ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଚାହିଁ ରହିଥିବା ଲକ୍ଷ୍ୟ କରାଯାଇଥିଲା। ଏ ନେଇ ଦଳର ବରିଷ୍ଠ ନେତା ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା। ଦିନକୁ ଦିନ ତାଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ୨୦୧୯ ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର, ବିଧାୟକ ସମୀରରଞ୍ଜନ ଦାସ ଏବଂ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ସ୍ଲୋଗାନ ବାଜି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ଅବଦାନ ନେଇ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ। ଏମ୍‌ପି ତଥାଗତ ସତପଥୀ, ସରକାରୀ ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଆକାଶ ଦାସ ନାୟକ, ଦେବାଶିଷ ସାମନ୍ତରାୟ, ପ୍ରମିଳା ମଲ୍ଲିକ, ପ୍ରିୟଦର୍ଶୀ ମିଶ୍ର, ପ୍ରଣବ ପ୍ରକାଶ ଦାସ ଏବଂ ସଞ୍ଜୟ ଦାସବର୍ମୀ ପ୍ରମୁଖ ଉପସ୍ଥିତ ରହି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିବା ପରିଲକ୍ଷିତ ହୋଇଥିଲା।
All Right Reserved By

ରାଜ୍ୟ |

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ଭିଜିଲାନ୍ସ ଜାଲରେ ରଙ୍ଗମାଟିଆ ଡାକ୍ତରଖାନା ଫାର୍ମାଶିଷ୍ଟ ସଞ୍ଜିବ କୁମାର ପତି

ବାରିପଦା ଅଫିସ, ୧୬।୧୧: ବାରିପଦା ସହର ତୁଳସିଚଉରା ନିବାସି ସନ୍ଦିପ ପତିଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସନ୍ଦିପ ମୟୂରଭଞ୍ଜ ଜିଲା ରଙ୍ଗମାଟିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାଶିଷ୍ଟ ଭାବେ କାର୍ଯ୍ୟ କରନ୍ତି। 

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା,୧୬।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଅଞ୍ଚଳରେ କେତେକ ବ୍ୟକ୍ତି ବେଆଇନ ଭାବେ କୋଇଲା ଖଣି ଖନନ କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ସ୍ଥାନକୁ କୋଇଲା ଚୋରା ଚାଲାଣ କରାଯାଉଛି। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କିଛି ସ୍ଥାନରେ ଚଢ଼ାଉ କରିଥିଲେ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ପରଜଙ୍ଗ,୧୬।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ବାଉରୀ ସାହୁ। 

ଆଜିଠାରୁ ବିଧାନସଭା

ଆଜିଠାରୁ ବିଧାନସଭା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶୀତ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। 

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ମହାନଦୀ, ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ବିଜେଡି

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଚତୁର୍ଦ୍ଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ଗୃହକୁ ଯିବା ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହେବ ବୋଲି କୁହାଯାଉଛି। 

ଓଆର୍‌ଏସ୍‌ପି ରୁଲ୍ସ-୨୦୦୮: କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୧୪୨%ରୁ ୧୪୮% ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଏଣିକି ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ଓଡ଼ିଶା ରିଭାଇଜ୍‌ଡ ପେ’ ସ୍କେଲ୍‌-୨୦୦୮ ଅନୁସାରେ ସେମାନଙ୍କ ମହଙ୍ଗା ଭତ୍ତା ୬ ପ୍ରତିଶତ ବୃଦ୍ଧି କରାଯାଇଛି। 

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ରାଧା ପାଦ ଦର୍ଶନ ପାଇଁ ବ୍ୟବସ୍ଥାବଳୀ ଜାରି

ପୁରୀ ଅଫିସ,୧୬|୧୧: ଆସନ୍ତା ୧୭ ତାରିଖ ପବିତ୍ର ଅଁଳା ନବମୀରେ ସତ୍ୟବାଦୀ ବ୍ଲକ୍‌ ସାକ୍ଷୀଗୋପାଳସ୍ଥିତ ଗୋପୀନାଥ ଦେବ ମନ୍ଦିରରେ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ରାଧାରାଣୀ। 

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

ରୋକାଯିବ ମାତୃ, ଶିଶୁ ମୃତ୍ୟୁ ହାର: ଏସ୍‌ସିବିରେ ‘ଆକ୍ସନ ଟ୍ରାଏଲ୍‌’ ପ୍ରକଳ୍ପ

କଟକ ଅଫିସ, ୧୬।୧୧- ଭାରତରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅଣ୍ଟା ଭିଡ଼ିଛି। ଓଡ଼ିଶାର ଏସ୍‌ସିବି ମେଡିକାଲ କଲେଜ ସମେତ ଦେଶର ୪ଟି ମେଡିକାଲ କଲେଜରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ‘ଆକ୍ସନ ଟ୍ରାଏଲ’ ନାମରେ ଏକ ପ୍ରକଳ୍ପ ଆରମ୍ଭ କରିଛି।

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

ରେଭେନ୍‌ଶାରେ ସ୍ଥାପିତ ହେଲା ବୁଦ୍ଧଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୧୬|୧୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ୱେଷ୍ଟ ହଷ୍ଟେଲ ସମ୍ମୁଖ ଅଶ୍ୱସ୍ତ ଗଛ ମୂଳରେ ଗୁରୁବାର ପୂର୍ବାହ୍ନରେ ସ୍ଥାପିତ ହୋଇଛି ଗୌତମ ବୁଦ୍ଧଙ୍କର  ସାଢ଼େ ୭ ଫୁଟର ପ୍ରତିମୂର୍ତ୍ତି। 

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲା ହାଇକୋର୍ଟ

କଟକ ଅଫିସ,୧୬|୧୧- ହାଇକୋର୍ଟ ଚାଲୁଥିଲା। ବିଚାରପତିମାନେ ଆସୁଥିଲେ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ୭୮ ଦିନ ଧରି କୋର୍ଟ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା କିମ୍ବା ମାମଲା ବିଚାର ହୋଇପାରୁ ନ ଥିଲା। ଓକିଲ-ପୋଲିସ ବିବାଦକୁ ନେଇ ଏପରି ଅଚଳାବସ୍ଥା ଲାଗି ରହିଥିଲା।

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

୩୬ ଘଣ୍ଟିଆ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଉଦ୍‌ଯାପିତ: ବିଜେତାଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ)- ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌’ ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‌’ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। 

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ଜାଗା ମିଶନର ଶୁଭାରମ୍ଭ, ଭୂମିହୀନ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ

ପୁରୀ ଅଫିସ,୧୬ା୧୧: ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଶ୍ରୀକ୍ଷେତ୍ର ମାଟିରୁ ଶୁଭାରମ୍ଭ କରିଛନ୍ତି ଜାଗା ମିଶନ୍‌। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ଏବଂ ଗୃହ ନିର୍ମାଣ ନିମନ୍ତେ ଅନୁମୋଦନ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।