ରାଜ୍ୟ |

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏଥିପାଇଁ କମିଶନଙ୍କଠାରୁ ଜବାବ ମଧ୍ୟ ମାଗିଛନ୍ତି। ବିଜେପୁର ଉପନିର୍ବାଚନ ବିଳମ୍ବ ହେଉଥିବାରୁ ସ୍ବେଚ୍ଛାସେବୀ ସଙ୍ଗଠନ କନକ ଫାଉଣ୍ଡେସନ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହାର ଶୁଣାଣି ସୋମବାର ବିଚାରପତି ରେଖା ପାଲିଙ୍କ ଖଣ୍ଡପୀଠରେ କରାଯାଇଥିଲା। ବିଚାରପତି ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ୨୦୧୭ ଅଗଷ୍ଟ ୨୨ ତାରିଖରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ରହିଛି। ଉପନିର୍ବାଚନକୁ ନେଇ ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍‌. ଗୁପ୍ତା ଇତିମଧ୍ୟରେ ୨ ଥର ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ୧୦ଟି ରାଜ୍ୟରେ ୮ଟି ପର୍ଯ୍ୟାୟରେ ୧୮ଟି ଉପନିର୍ବାଚନ ହୋଇସାରିଲାଣି। ସେଥିମଧ୍ୟରୁ ୧୪ଟି ବିଧାନସଭା ଏବଂ ୪ଟି ଲୋକ ସଭା ପାଇଁ ଉପନିର୍ବାଚନ ହୋଇଛି। କିନ୍ତୁ ଓଡ଼ିଶାର ବିଜେପୁର ଆସନ ପାଇଁ ନିର୍ବାଚନ କମିଶନର ତତ୍ପରତା ପ୍ରକାଶ ନ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରାଜ୍ୟର କ୍ଷମତାସୀନ ବିଜେଡି ବାରମ୍ବାର ଅଭିଯୋଗ କରିଆସିଛି। ଅଗଷ୍ଟ ୨୦୧୭ରୁ ଆଜିଯାଏ ହୋଇଥିବା ୧୮ଟି ଉପନିର୍ବାଚନ ଭାଜପା ଶାସିତ କିମ୍ବା ଭାଜପା ସହଯୋଗୀ ଅଥବା ଭାଜପା ପ୍ରତି ସମର୍ଥନ ଥିବା ରାଜ୍ୟଗୁଡ଼ିକରେ ହୋଇଛି। ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କିତ ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୯ରେ ହେବ।

All Right Reserved By

ରାଜ୍ୟ |

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ସମ୍ଭାବ୍ୟ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ମଙ୍ଗଳବାର ଓ ବୁଧବାର ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା

ଆରଡ଼ି,୧୪।୮(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ଦୋହରାପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ନରେ ଧରିତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆରଡ଼ି ଫାଣ୍ଡି ଅଧିକାରୀ ବ୍ରଜ କିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ।

ଛାତ୍ର ବିଜେଡିର ଧାରଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ଛାତ୍ର ବିଜେଡିର ଧାରଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି

ନିଶ୍ଚିନ୍ତକୋଇଲି,୧୪।୮(ସ୍ବ.ପ୍ର.): ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଲାଗି କଲେଜରେ ଉପୁଜୁଥିବା ସମସ୍ୟା ପ୍ରତିବାଦରେ ନିଶ୍ଚିନ୍ତକୋଇଲି ବ୍ଲକ ସୁଭଦ୍ରା ମହତାବ କଲେଜର ଛାତ୍ର ବିଜେଡି ପକ୍ଷରୁ ମଙ୍ଗଳବାର ଧାରଣା ଦିଆଯାଇଛି।

ପୋଖରୀରେ ବୁଡ଼ି ଆଖିବୁଜିଲେ ଛାତ୍ର

ପୋଖରୀରେ ବୁଡ଼ି ଆଖିବୁଜିଲେ ଛାତ୍ର

ଛେଣ୍ଡିପଦା,୧୪।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଧୀନ ଟେଣ୍ଟୁଲୋଇ କୋଡ଼ାସାହି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଜଣେ ସପ୍ତମ ଶ୍ରେଣୀର ଛାତ୍ର ଗଗନ ଷଣ୍ଢଙ୍କ ପୁଅ ବାଦଲ(୧୨) ନିକଟସ୍ଥ ରୁଗୁଡି ବନ୍ଧକୁ ସକାଳେ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

ବିଡ଼ି ନିଆଁରେ ପୋଡ଼ିହୋଇ ବୃଦ୍ଧଙ୍କ ଜୀବନ ଗଲା

ବିଡ଼ି ନିଆଁରେ ପୋଡ଼ିହୋଇ ବୃଦ୍ଧଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳର ଜଣେ ବୃଦ୍ଧ ବିଡ଼ି ନିଆଁରେ ପୋଡ଼ି ହୋଇ ଚିକିତ୍ସାଧୀନ ଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମୋହନ ସାହୁ(୭୫)।

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

୩ ଶହ ବର୍ଷର ଗ୍ରାମ ହେଲା ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧୀନ ଦୁର୍ଗମ  କାଟିଙ୍ଗିଆ ପଞ୍ଚାୟତର ଗୁଡ୍ରିଗୁଡ଼ା ଗ୍ରାମ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଘୋଷିତ ହୋଇଛି। ଏଥିଲାଗି ଗ୍ରାମବାସୀ ସୋମବାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ଆରମ୍ଭ ହେଲା ରଥ ଭଙ୍ଗା

ଆରମ୍ଭ ହେଲା ରଥ ଭଙ୍ଗା

ପୁରୀ ଅଫିସ,୧୪ା୮: ସିଂହଦ୍ୱାର ସମ୍ମୁଖରେ ରହିଥିବା ତିନିରଥ ମଧ୍ୟରୁ ମଙ୍ଗଳବାର ସକାଳ ସାଢେ ୯ଟାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। 

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ

ମାଥିଲି,୧୪।୮ (ଡି.ଏନ୍‌.ଏ): ସୁରକ୍ଷା ନାଁରେ ସଫା ହେଉଛି ଜଙ୍ଗଲ। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ବେଧଡକ ଭାବେ ଜଙ୍ଗଲ କଟା ଚାଲିଛି। ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନରେ ଏଭଳିି ଦୃଶ୍ୟ ଦେଖିବାକୁ ମିଳିଛି। ଗୋବିନ୍ଦପାଲି ବନବିଭାଗ ଅଧୀନ ସପ୍ତଧାରା ଟାଓ୍ବାର ଲାଇନ ଅଞ୍ଚଳରୁ ବେଆଇନ ଭାବେ କଟାଯାଉଛି ଅମୂଲ୍ୟ କାଠ।

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖଣିରେ ବିସ୍ଫୋରଣବେଳେ ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର

ଖୋର୍ଦ୍ଧା ଅଫିସ,୧୪।୮: ଖୋର୍ଦ୍ଧା ତହସିଲ ଛତ୍ରମା ମୌଜା କଳିଙ୍ଗ ଖଣିରେ ମଙ୍ଗଳବାର ଭୋର ସମୟରେ ବିସ୍ଫୋରଣ କରାଯାଉଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମଳିପଡାର ବାଙ୍ଗୁରୁ କଳସ। ଏଥିରେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁନାହାନ୍ତି କର୍ମୀ

ମହାକାଳପଡା,୧୪।୮(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ଚାଲିଥିବା ନେଇ ସୋମବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। 

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜିଲା ବିଜେଡିରେ ବିଷ୍ଣୁ-ରାଜଶ୍ରୀ ବିବାଦ ବଢିଲା : ତିର୍ତ୍ତୋଲରେ ବିଷ୍ଣୁଙ୍କ ଖେଳ ଜଗତ୍‌ସିଂହପୁରରେ କାଳ

ଜଗତ୍‌ସିଂହପୁର ଅଫିସ,୧୪।୮: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜଗତ୍‌ସିଂହପୁର ଜିଲା ବିଜେଡି ସଭାପତି ବିଷ୍ଣୁ ଚରଣ ଦାସ ଓ ତିର୍ତ୍ତୋଲ ବିଧାୟିକା ତଥା ଜିଲା ମହିଳା ବିଜେଡି ସଭାପତି ରାଜଶ୍ରୀ ମଲ୍ଲିକଙ୍କ ବିବାଦ ପୁଣି ଥରେ ରାଜନୀତିକୁ ଉଷ୍ମ କରିଛି। କିଛିଦିନ ପୂର୍ବେ ରାଜଶ୍ରୀଙ୍କ ସୁପାରିଶକ୍ରମେ ଜିଲା ମହିଳା ସଙ୍ଗଠନରେ ପରିବର୍ତ୍ତନ ହୋଇଥିଲା। 

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ରାଜ୍ୟପାଳଙ୍କୁ ଭେଟିଲେ ସେବାୟତ

ପୁରୀ ଅଫିସ,୧୪ା୮: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଲାଗି ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଚିନ୍ତାରେ ପଡିଛନ୍ତି ସେବାୟତ। ଦାନ, ଦକ୍ଷିଣା ଉପରେ ରୋକ୍‌ ଲଗାଇଥିବା ବେଳେ ବଂଶାନୁକ୍ରମିକ ସେବା ସ୍ବତ୍ୱ ଉଚ୍ଛେଦ ଲାଗି ବି ସୁପ୍ରିମକୋର୍ଟ ପ୍ରସ୍ତାବ ରଖିଛନ୍ତି। 

Model This Week

ଯସ୍ମିନ୍