ରାଜ୍ୟ |

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ
ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା। ତିନିଠାକୁର ମାଧାବଳି ଲୁଗା ଲାଗି ହେବା ପରେ ପୂଜାପଣ୍ଡା ସମାନ୍ତ, ପତିମହାପାତ୍ର, ମୁଦିରସ୍ତ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଇଥିଲେ। ଏହାପରେ ମହାଜନ ସେବକ ରତ୍ନସିଂହାସନରୁ ଶ୍ରୀଦେବୀ, ଭୂଦେବୀଙ୍କୁ ଦକ୍ଷିଣୀ ଘର ଖଟ ଉପରକୁ ବିଜେ କରାଇଥିଲେ। ଦୋଳଗୋବିନ୍ଦଙ୍କୁ ଦକ୍ଷିଣୀ ଘରୁ ଆଣି ଉକ୍ତ ଖଟ ଉପରେ ବିଜେ କରାଇଥିଲେ। ରତ୍ନବେଦିରେ ତିନି ଠାକୁରଙ୍କ ଚାଚେରି ବେଶ ହୋଇଥିଲା। ପୁଷ୍ପାଳକ ସେବକମାନେ ଏହି ବେଶ କରାଇଥିଲେ। ଦକ୍ଷିଣୀ ଘରେ ବାହାର ଦୋଳିଭୋଗ ହେବା ସହିତ ଚାଚେରି ବେଶ ହୋଇଥିବା ଠାକୁରଙ୍କୁ ମାଣ୍ଡୁଅ ସର୍ପା ମଣୋହି କରାଯାଇଥିଲା। ଭିତରେ ପାଣି ପଡ଼ିବା ପରେ ପାଳିଆ ପଢିଆରୀ ରୋଷକୁ ଚାଚେରି ଭୋଗ ଡାକି ଯାଇଥିଲେ। ଭୋଗ ଶ୍ରୀଛାମୁକୁ ଆସିବା ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ରତ୍ନସିଂହାସନକୁ ବିଜେ କରିଥିଲେ। ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ଭୋଗ କରିଥିଲେ। ପଣ୍ଡା, ପତି, ମୁଦିରସ୍ତ ଚନ୍ଦନ, ଫଗୁ ବିଜେ କରାଇ ସିଂହାସନ ଉପରକୁ ଉଠି ତିନିବାଡ଼ରେ ଲାଗି କରାଇଥିଲେ। ମୁଦିରସ୍ତ ସିଂହାସନ ତଳେ ରହି ତିନିବାଡ଼ରେ ଝିମିରୀ ଅଞ୍ଜଳି କରିବା ପରେ ସିଂହାସନ ଉପରକୁ ଯାଇ ଫଗୁଚନ୍ଦନ ମୁଣି ପ୍ରସାଦ ଲାଗି କରାଇଥିଲେ। ସିଂହାସନ ଉପରେ ଏବଂ ତଳେ ଚାମର ଆଲଟ କରିଥିଲେ। ପୂଜାପଣ୍ଡା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ କରିବା ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ବେଣ୍ଟ ନୀତି ନିମନ୍ତେ ବିଜେ ହୋଇଥିଲେ। ଚାଚେରି ବେଶରେ ତିନିଠାକୁର ଫୁଟା, ପହରଣା, ଶିରକପଡା, ମୁଖବଳା, ଟୋପର, ଚନ୍ଦ୍ରିକା, ନଳୀଭୂଜ, ଆଡକାନୀ, ରାମାନନ୍ଦୀ ତିଳକ, ଓଡ଼ିଆଣି, ସୂର୍ଯ୍ୟଚନ୍ଦ୍ର, ଘାଘଡା ମାଳ ଲାଗି ହୋଇଥାନ୍ତି। ମହାପ୍ରଭୁ ଏବଂ ବଡ଼ଠାକୁର ଦୁଇଟି ଲେଖାଏ ମକର କୁଣ୍ଡଳ, ଦେବୀସୁଭଦ୍ରା, ୨ଗୋଟି ତଡ଼ଗୀ ଲାଗି ହୋଇଥିଲେ। ମାଘ ମାସର ବସନ୍ତ ପଞ୍ଚମୀ ଏବଂ ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଠାକୁର ଚାଚେରି ବେଶ ହୋଇଥାନ୍ତି।
All Right Reserved By

ରାଜ୍ୟ |

 ରାହାନ୍ଦା: କୁକୁର  ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ରାହାନ୍ଦା: କୁକୁର ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ବାରିପଦା ଅଫିସ,୨୧।୧- କୁକର ପଲ ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ। ଏପରି ହୃହୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ (୭)। ସେ ଏକୁଟିଆ ସ୍କୁଲ ଯାଉଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

ସୁବର୍ଣ୍ଣପୁର : ପ୍ରକାଶ ପାଇଲା ଚୂଡାନ୍ତ ଭୋଟର ତାଲିକା, ଅଛନ୍ତି ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି। 

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିଯ୍ୟାତନା ଓ ବଳାତ୍କାର ଆଦି ଘଟଣା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବାରୁ ଭାଜପା ମହିଳା ମୋର୍ଚ୍ଚାର କର୍ମୀମାନେ ଏହାକୁ ବିରୋଧ କରୁୁଛନ୍ତି। 

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ହାତଗୋଡ଼ ବାନ୍ଧି ସ୍ବାମୀଙ୍କ ଯୌନାଙ୍ଗକୁ କାଟିଦେଲେ ସ୍ତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ପରକ୍ରୀୟା ପ୍ରୀତି ସନ୍ଦେହରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଯୌନାଙ୍ଗକୁ କାଟି ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଉଦୟପୁର ଗ୍ରାମରେ।

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ିଲେ ପ୍ରଣୟ ସାହୁ

ମଥୁରାନଗରୀ,୨୧।୧: ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ସୋମବାର ଦଳ ଛାଡ଼ିଛନ୍ତି। ଏ ନେଇ ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ ଓ ଜିଲା କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କେଉଁ ଦଳରେ ସେ ଯୋଗଦେବେ ସେ ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ।

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଜଧାନୀ ଏକ୍ସପ୍ରେସ୍‌ରେ ନିଆଁ

ରାଉରକେଲା, ୨୧।୧:  ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌ରେ ସୋମବାର ନିଆଁ ଲାଗିଯାଇଛି। ରାଉରକେଲା ଷ୍ଟେଶନ ପୂର୍ବରୁ ତିଲ୍‌କା ନଗର ନିକଟରେ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍‌ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। 

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା : ୫ ଲକ୍ଷ ଭୋଟର ବୃଦ୍ଧି

ଭୁବନେଶ୍ୱର,୨୧।୧(ବ୍ୟୁରୋ): ସୋମବାର ରାଜ୍ୟର  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି।  ଏହି ତାଲିକାର ସଂଶୋଧନ କରାଯିବା ପରେ ୫ ଲକ୍ଷ ୩୯ ହଜାର ୪୫୪ ଭୋଟର ସଂଖ୍ୟା ବୃଦ୍ଧି ପାଇଛି । 

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ବ୍ରଜ-ଖାରବେଳଙ୍କ ନୂଆ ସାମ୍ମୁଖ୍ୟ: ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଓଡ଼ିଶା ରାଜନୀତିରେ ଜନ୍ମ ନେଇଛି ନୂଆ ସାମ୍ମୁଖ୍ୟ। ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି।