Dharitri News
ଖେଳ |

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ ନୂଆଦିଲ୍ଲୀ, ୨୨।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ଏପ୍ରିଲ ୭ରୁ ଆରମ୍ଭ ହେବ। ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅର୍ଥକରୀ ଟି୨୦ ଲିଗ୍‌ର ଉଦ୍‌ଘାଟନୀ ସମାରୋହ ଏପ୍ରିଲ ୬ରେ ଓ ଉଦ୍‌ଯାପନୀ ବମ୍ବେରେ ଅନୁଷ୍ଠିତ ହେବ। ଏଥର ମ୍ୟାଚ ଆରମ୍ଭ ସମୟରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆ ଯାଇଛି। ପୂର୍ବ ୧୦ ସଂସ୍କରଣରେ ମ୍ୟାଚଗୁଡ଼ିକ ଅପରାହ୍ନ ୪ଟା ଏବଂ ରାତି ୮ଟାରେ ଆରମ୍ଭ ହେଉଥିଲା। ମାତ୍ର ପ୍ରସାରଣକାରୀ ଷ୍ଟାର ସ୍ପୋଟର୍‌ସର ଅନୁରୋଧକୁ ଗ୍ରହଣ କରାଯାଇଛି ବୋଲି ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରକାଶ କରିଛନ୍ତି। ଅପରାହ୍ନ ୪ଟାରେ ଆରମ୍ଭ ହେଉଥିବା ମ୍ୟାଚଗୁଡ଼ିକ ଏଥର ୫ଟା ୩୦ ଏବଂ ରାତି ୮ଟା ମ୍ୟାଚ ଗୁଡ଼ିକ ୭ଟାରେ ଆରମ୍ଭ ହେବ। କିଙ୍ଗ୍ସ ଇଲେଭେନ ପଞ୍ଜାବ ଏହାର ୪ଟି ଘରୋଇ ମ୍ୟାଚ ମୋହାଲିରେ ଏବଂ ୩ଟି ଇନ୍ଦୋରରେ ଖେଳିବ। ୨ ବର୍ଷ ବାସନ୍ଦପରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଥିବା ରାଜସ୍ଥାନ ରୟାଲ୍ସର ଘରୋଇ ମ୍ୟାଚଗୁଡ଼ିକ କେଉଁଠି ଖେଳାଯିବ ତାହା ଆଗାମୀ ୨୪ ତାରିଖରେ ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣି ପରେ ଧାର୍ଯ୍ୟ କରାଯିବ। ଚଳିତମାସ ୨୭ ଓ ୨୮ରେ ଆଇପିଏଲ ଖେଳାଳି ନିଲାମ ବାଙ୍ଗାଲୋରରେ ଅନୁଷ୍ଠିତ ହେବ। ଏଥିରେ ୩୬୦ ଭାରତୀୟଙ୍କୁ ମିଶାଇ ମୋଟ ୫୭୮ ଖେଳାଳି ସାମିଲ ହେବେ। ନଜରରେ ରହିବେ- ନିଲାମ ସମୟରେ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର କଲିନ୍‌ ମୁନ୍‌ରୋ ଓ କଲିନ ଡି ଗ୍ରାଣ୍ଡହୋମ୍‌ ନଜରରେ ରହିବେ। ଜାନୁୟାରୀ ୩ରେ ବେ’ ଓଭାଲଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚରେ ୩୦ ବର୍ଷୀୟ ମୁନ୍‌ରୋ ୧୦ ଛକା ଓ ୩ ଚୌକା ସହାୟତାରେ ଶତକ ହାସଲ କରିଥିଲେ। ବିଶ୍ୱର ପ୍ରଥମ ଖେଳାଳିଭାବେ ସେ ଟି୨୦ରେ ୩ଟି ଶତକ ଅର୍ଜନ କରିଛନ୍ତି। କେବଳ ସେତିକି ନୁହେଁ ସେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ୍‌ଙ୍କୁ ପଛରେ ପକାଇ ଆଇସିସି ର଼୍ୟାଙ୍କିଙ୍ଗର ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ସେ ୭୪.୩୩ ଆଭରେଜରେ ୨୨୩ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୧ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଥିଲା। ୨୦୧୮ ଆଇପିଏଲ ଖେଳାଳି ନିଲାମରେ ସେ କାର୍ଲୋସ ବ୍ରାଥଓ୍ବେଟ୍‌, ଜେମ୍ସ ଫକନର, ମାର୍କୁସ ଷ୍ଟୋଇନ୍ସ, ଶେନ ଓ୍ବାଟସନ ଓ କଲିନ ଡି ଗ୍ରାଣ୍ଡହୋମଙ୍କ ସହ ଅଲରାଉଣ୍ଡର ପୁଲ୍‌ରେ ସ୍ଥାନ ପାଇଛନ୍ତି। ତେଣୁ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସେ ଫ୍ରାଞ୍ଚାଇଜ୍‌ଙ୍କ ପ୍ରଥମ ପସନ୍ଦ ହେବା ଆଶା। ଏହି କାଟେଗୋରୀରେ ରହିଥିବା ଗ୍ରାଣ୍ଡହୋମ୍‌ଙ୍କ ଉପରେ ମଧ୍ୟ ନଜର ରହିବ। ସେ ଗତ ଡିସେମ୍ବରରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କେବଳ ଦ୍ରୁତତମ ଟେଷ୍ଟ ଶତକ ହାସଲ କରି ନ ଥିଲେ ପାକିସ୍ତାନ ବିପକ୍ଷ ଦିନିକିଆରେ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦକ୍ଷତାର ପରିଚୟ ଦେଇଥିଲେ। େଓଷ୍ଟଇଣ୍ଡିଜର ଡ୍ବେନ ବ୍ରାଭୋଙ୍କର ମଧ୍ୟ ଚାହିଦା ରହିବ। ମାତ୍ର ସେ ଚେନ୍ନାଇ ସୁପରକିଙ୍ଗ୍ସକୁ ରାଇଟ୍‌-ଟୁ-ମ୍ୟାଚ କାର୍ଡ ମାଧ୍ୟମରେ ଯିବା ସମ୍ଭାବନା ରହିଛି। ଗତ ସଂସ୍କରଣରେ ସର୍ବାଧିକ ୧୪.୫୦ କୋଟି ଟଙ୍କାରେ ବିକ୍ରି ହୋଇଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସଓ୍ବେଲ ମଧ୍ୟ ନଜରରେ ରହିବେ। ମାର୍କି ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ଜୋ ରୁଟ୍‌ ଓ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ଫେଭରାଇଟ୍‌ ରହିପାରନ୍ତି। ସୀମିତ ଓଭର କ୍ରିକେଟରେ ଏ ଦୁହେଁ ବିସ୍ଫୋରକ ବ୍ୟାଟ୍ସମ୍ୟାନଭାବେ ପରିଚିତ। ଏହା ବ୍ୟତୀତ ସେମାନେ ନିଜ ଜାତୀୟ ଦଳର ନେତୃତ୍ୱ ନେବାର ମଧ୍ୟ ଦକ୍ଷତା ରଖିଛନ୍ତି। ରୁଟ୍‌ଙ୍କ ପାଇଁ ଏହା ପ୍ରଥମ ଆଇପିଏଲ ହେବାକୁ ଯାଉଥିବାବେଳେ ଓ୍ବିଲିୟମସନ ୨୦୧୬ ଟାଇଟଲ ବିଜୟର ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ଥିଲେ। ସେ ଆଇପିଏଲରେ ୧୫ଟି ମ୍ୟାଚ ଖେଳି ୪୧୧ ରନ ସଂଗ୍ରହ କରି ସାରିଛନ୍ତି। ତାଙ୍କ ଆଭରେଜ ୩୧.୬୨ ଓ ଷ୍ଟ୍ରାଇକ୍‌ରେଟ୍‌ ୧୨୯.୨୫। ବର୍ତ୍ତମାନ ଆଇସିସି ର଼୍ୟାଙ୍କିଙ୍ଗର ଶୀର୍ଷରେଥିବା ନ୍ୟୁଜିଲାଣ୍ଡ ଟି୨୦ ଦଳର ସେ ନେତୃତ୍ୱ ନେଉଛନ୍ତି। ଅନ୍ୟତମ ନ୍ୟୁଜିଲାଣ୍ଡ ଖେଳାଳି ବ୍ରେଣ୍ଡନ ମ୍ୟାକକୁଲମ ମଧ୍ୟ ଚାହିଦାରେ ରହିବେ। ସର୍ବପ୍ରଥମ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ତାଙ୍କର ୧୫୮ ରନର ଇନିଂସ ଏବେ ମଧ୍ୟ ସ୍ମରଣୀୟ। ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ତାଙ୍କ ବ୍ୟାଟ୍‌ ଚାଲିଲେ ସେ ଯେ କୌଣସି ବୋଲରଙ୍କୁ ଧୂଳି ଚଟାଇବାର ଦକ୍ଷତା ରଖିଛନ୍ତି। ଫାଫ୍‌ ଡୁପ୍ଲେସି, ଆରୋନ ଫିଞ୍ଚ୍‌, ମାର୍ଟିନ ଗୁପ୍‌ଟିଲ, କ୍ରିସ୍‌ ଲିନ୍‌ ଓ ଜାସନ ରୟଙ୍କ ପରି ଖେଳାଳିଙ୍କୁ ପୁଲ୍‌ରେ ମ୍ୟାକକୁଲମ ରହିଛନ୍ତି। ଡୁପ୍ଲେସିଙ୍କ ଉପରେ ଚେନ୍ନାଇ ସୁପରକିଙ୍ଗ୍ସ ରାଇଟ୍‌-ଟୁ-ମ୍ୟାଚ ପ୍ରୟୋଗ କରି ନିଜ ଦଳକୁ ଆଣିପାରେ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୦ ରନ କରିଥିବା ଏବଂ ଏହି ସିରିଜରେ ୨ଟି ଶତକ ଅର୍ଜନ କରିଥିବା ଆରୋନ ଫିଞ୍ଚ୍‌ ମଧ୍ୟ ଫ୍ରାଞ୍ଚାଇଜ୍‌ଙ୍କ ପସନ୍ଦର ଖେଳାଳି ରହିବେ।

ଖେଳ |

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଆଇଟିଏଫ ଫ୍ୟୁଚର ଟେନିସ ଆଜିଠାରୁ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପୁଣି ଚଳଚଞ୍ଚଳ। ଏଥର ହକି କିମ୍ବା ଆଥଲେଟିକ୍ସ ପାଇଁ ନୁହେଁ ଅନ୍ତର୍ଜାତୀୟ ମାନର ଟେନିସ ଓ ଫୁଟବଲର ରୋମାଞ୍ଚ ଏଥର ଦେଖିବାକୁ ମିଳିବ ଏହି ଷ୍ଟାଡିୟମରେ। ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଏକ ମ୍ୟାଚ ପାଇଁ ଜାମସେଦପୁର ଏଫସି ଦଳ ଗତ ୧୯ ତାରିଖରୁ ଭୁବନେଶ୍ୱରରେ ପହଞ୍ଚତ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଚଳାଇଛି। ବେଙ୍ଗାଲୁରୁ ଏଫସି ଶୁକ୍ରବାର ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଦୁଇ ଦଳ ମଧ୍ୟରେ ଆଇଏସଏଲ ମ୍ୟାଚ ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଓଡ଼ିଶାରେ ପ୍ରଥମଥରପାଇଁ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟ।

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

୨୦ ବର୍ଷ ପରେ ମହିଳା ଆଇସ୍‌ ହକିରେ ଆମେରିକାକୁ ସ୍ବର୍ଣ୍ଣ

ପ୍ୟୋଙ୍ଗ୍‌ଚାଙ୍ଗ,୨୨।୨(ଏ.ଏଫ.ପି.)-ଦୀର୍ଘ ୨୦ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶୀତକାଳୀନ ଅଲିମ୍ପିକ୍ସର ମହିଳା ହକି ଇଭେଣ୍ଟରେ ଶେଷରେ ଆମେରିକା ସ୍ବର୍ଣ୍ଣ ପଦକ ହାସଲ କରିବାକୁ ସକ୍ଷମ ହୋଇଛି। ଗୁରୁବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଆମେରିକା ପେନାଲ୍ଟି ସୁଟ୍‌ ଆଉଟ୍‌ ମାଧ୍ୟମରେ ପଡୋଶୀ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଏହି ଐତିହାସିକ ସଫଳତା ଅର୍ଜନ କରିଛି।

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ପଞ୍ଜାବ ପୋଲିସରେ ଯୋଗଦେବେ ହରମନ୍‌ପ୍ରୀତ୍‌

ଚଣ୍ଡିଗଡ଼, ୨୨।୨(ପି.ଟି.)- ଭାରତୀୟ ମହିଳା ଟି୨୦ କ୍ରିକେଟ ଦଳର ଅଧିନାୟିକା ହର୍‌ମନପ୍ରୀତ୍‌ କୌର ମାର୍ଚ୍ଚ ୧ରୁ ପଞ୍ଜାବ ପୋଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (ଡିଏସ୍‌ପି) ଭାବେ ଯୋଗ ଦେବେ।

ଓ୍ବିଣ୍ଟର ଅଲିମ୍ପିକ୍‌:  ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ଓ୍ବିଣ୍ଟର ଅଲିମ୍ପିକ୍‌: ସ୍ଲାଲୋମ ଇଭେଣ୍ଟରେ ମାଇହରେରଙ୍କୁ ସ୍ବର୍ଣ୍ଣ

ପ୍ୟୋଙ୍ଗଚାଙ୍ଗ,୨୨।୨(ଏଏଫ୍‌ପି)- ସୁଇରଲାଣ୍ଡର ଭେଟେରାନ ଆଣ୍ଡ୍ରେ ମାଇହରେର ପୁରୁଷ ବିଭାଗର ସ୍ଲାଲୋମ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୩୫ ବର୍ଷୀୟ ଖେଳାଳି ରେସର ଫିନିଶିଂ ଲାଇନ୍‌କୁ ୧:୩୮.୯୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି।

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ବିଜୟ ହଜାରେ ଟ୍ରଫି: ଦିଲ୍ଲୀକୁ ହରାଇ ସେମିରେ ଆନ୍ଧ୍ର

ନୂଆଦିଲ୍ଲୀ,୨୨।୨- ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅଫ୍‌ ଥିବା ଦିଲ୍ଲୀକୁ ପରାସ୍ତ କରି ଆନ୍ଧ୍ରପ୍ରଦେଶ ଚଳିତ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀକୁ ୬ ଉଇକେଟ୍‌ରେ ପରାସ୍ତ କରିଛି ଆନ୍ଧ୍ରପ୍ରଦେଶ। ପେସର ଶିବ କୁମାର ଓ ଭାର୍ଗବ ଭଟ୍ଟଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୨୯ତମ ଓଭର୍‌ରେ ୪ ଉଇକେଟ୍‌ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ଲା ଲିଗା ଲିଗ୍‌: ମାଡ୍ରିଡ୍‌ ବିଜୟୀ

ମାଡ୍ରିଡ୍‌,୨୨।୨- ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ କେତେ ଜଣ ନିୟମିତ ଖେଳାଳିଙ୍କ ଅନୁପସ୍ଥିତିରେ ରିୟଲ ମାଡ୍ରିଡ୍‌ ଦଳ ଚଳିତ ଲା ଲିଗା ଲିଗ୍‌ର ଏକ ମାଚ୍‌ରେ ୩-୧ ଗୋଲ୍‌ରେ ଲେଗାନେ୍‌ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ୍‌ ପଏଣ୍ଟ ଟେବୁଲରେ ଭାଲେନସିଆକୁ ହଟାଇ ୩ୟ ସ୍ଥାନ ଅଧିକାର କରିଛି। କିନ୍ତୁ କୋଚ୍‌ ଜିନେଡାନ ଜିଡାନଙ୍କ ଦଳ ଟାଇଟଲ ଦୌଡ଼ରେ ସର୍ବାଗ୍ରେ ଥିବା ବାର୍ସିଲୋନାଠାରୁ ବହୁ ପଛରେ ରହିଛି।

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଆଂଶିକାଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ନୂଆଦିଲ୍ଲୀର ଡିଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଗୁରୁବାର ଅନୁଷ୍ଠିତ ‘ଟାଟା ଟି(ଜାଗୋ ରେ) ଚାମ୍ପିୟନ୍ସ ଟୁମରୋ’ କାର୍ଯ୍ୟକ୍ରମର ସର୍ବଭାରତୀୟ ଫାଇନାଲ୍ସରେ ଓଡ଼ିଶାର ଆଂଶିକା ରାଉତରାୟ ବ୍ରୋଞ୍ଜ ପଦକ ପାଇଛନ୍ତି।

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ମାରିଟ ସଫଳତମ ଓ୍ବିଣ୍ଟର ଅଲିମ୍ପିଆନ୍‌

ପ୍ୟୋଙ୍ଗଚାଙ୍ଗ, ୨୧।୨(ଏ.ଏଫ୍‌.ପି)- ନରଓ୍ବେର ମାରିଟ ବିୟରଗେନ୍‌ ଶୀତକାଳୀନ ଅଲିମ୍ପିକ୍ସ ଇତିହାସର ସଫଳତମ ଆଥଲେଟ ବିବେଚିତ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ମହିଳା କ୍ରସ୍‌ କଣ୍ଟ୍ରି ସ୍କିଂ ଟିମ୍‌ ସ୍ପ୍ରିଣ୍ଟ ଫ୍ରି ଇଭେଣ୍ଟରେ ସେ ନିଜ ଦେଶର ମାଇକେନ କାସ୍ପେରସେନଙ୍କ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

କ୍ରିକେଟ ଅଜବ: ବୋଲରଙ୍କ ମୁଣ୍ଡରେ ବଲ୍‌ ବାଜି ଛକା

ଅକ୍‌ଲାଣ୍ଡ (ନ୍ୟୁଜିଲାଣ୍ଡ), ୨୧।୨- ନ୍ୟୁଜିଲାଣ୍ଡ ଘରୋଇ ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟ ଫୋର୍ଡ ଟ୍ରଫିରେ ବୁଧବାର ଏକ ଅଜବ ଘଟଣା ଦେଖବାକୁ ମିଳିଛି। ସ୍ଥାନୀୟ କୋଲିନେ ମେଡେନ ପାର୍କରେ ଅକ୍‌ଲାଣ୍ଡ ଓ କାଣ୍ଟବେରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନଙ୍କ ଏକ ଶର୍ଟ ସିଧା ବୋଲରଙ୍କ ମୁଣ୍ଡରେ ବଲ ବାଜି ବାଉଣ୍ଡରୀ ବାହାରକୁ ଯିବାସହ ୬ ରନରେ ପରିଣତ ହୋଇଥିଲା।

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ଦକ୍ଷିଣ ଆଫ୍ରିକାକୁ ଜିତାଇଲେ କ୍ଲାସେନ, ଡୁମିନି

ସେଞ୍ଚୁରିଅନ, ୨୧।୨- ହେନରିକ୍‌ କ୍ଲାସେନ ଓ ଅଧିନାୟକ ଜେପି ଡୁମିନି ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଖେଳି ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ବିଜୟୀ କରାଇଛନ୍ତି। ଭାରତ ପକ୍ଷରୁ ଧାର୍ଯ୍ୟ ୧୮୯ ରନ ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮.୪ ଓଭରରେ ୪ ଉଇକେଟ ହରାଇ ହାସଲ କରି ନେଇଥିଲା।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ,୨୧।୨(ଏଏଫ୍‌ପି)- ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଛି। ସ୍ଥାନୀୟ ଇଡେନ ପାର୍କଠାରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲକୁ ଅଷ୍ଟ୍ରେଲିଆ ଦଳ ଡି.ଏଲ. ନିୟମରେ ୧୯ ରନ୍‌ ବ୍ୟବଧାନରେ ଜିତି ନେଇଛି। ଏଥିସହ ଟି୨୦ ଦଳଗତ ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଛି ଟିମ୍‌ ଅଷ୍ଟ୍ରେଲିଆ।

କ୍ରିସ୍‌ ଲିନ୍ନ ଆହତ

କ୍ରିସ୍‌ ଲିନ୍ନ ଆହତ

ନୂଆଦିଲ୍ଲୀ,୨୧।୨- ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଶାୟୀ କ୍ୟାପଟେନ କ୍ରିସ୍‌ ଲିନ୍ନ ବୁଧବାର ଆହତ ହୋଇଛନ୍ତି। ଅକ୍‌ଲାଣ୍ଡର ଇଡେନ ପାର୍କଠାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଫାଇନାଲରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ହାତ ଏବଂ କାନ୍ଧରେ ଆଘାତ ଲାଗିଛି।