Dharitri News
ରାଜ୍ୟ |

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’

‘ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ’ ଭୁବନେଶ୍ୱର,୨୨।୧(ବ୍ୟୁରୋ)/ପୁରୀ ଅଫିସ: ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟର୍ସଠାରେ ଆୟୋଜିତ ଏହି ମହୋତ୍ସବରେ ସଞ୍ଚାଳନ ସମିତି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ସଞ୍ଚାଳନ ସମିତି ଉପାଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ପୁରୀ ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠ ଓତପ୍ରୋତ ଭାବେ ଜଡ଼ିତ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ, ଜଗଦ୍‌ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଭାରତର ଚାରି ଦିଗରେ ୪ଟି ମଠ ସ୍ଥାପନ କରିଥିଲେ। ଏହି ୪ ମଠ ମଧ୍ୟରୁ ପୁରୀର ଗୋବର୍ଦ୍ଧନ ମଠ ଅନ୍ୟତମ। ଅନ୍ୟ ୩ ମଠ ଅପେକ୍ଷା ଏହି ମଠର ଅଧିକ ମହତ୍ତ୍ୱ ରହିଛି। ମାନବୀୟ ମୂଲ୍ୟବୋଧଭିତ୍ତିକ ସନାତନ ବୈଦିକ ଧର୍ମର ପ୍ରତିଷ୍ଠା ଏବଂ ପ୍ରଚାର ଉଦ୍ଦେଶ୍ୟରେ ଏହି ମଠ ପ୍ରତିଷ୍ଠା କରାଯାଇଥିଲା। ଶଙ୍କରାଚାର୍ଯ୍ୟ ମାତ୍ର ୮ବର୍ଷ ବୟସରେ ୪ ବେଦକୁ କଣ୍ଠସ୍ଥ କରିଥିଲେ। ସେହିପରି ୧୨ବର୍ଷରେ ୩୦୦ ପୁସ୍ତକ ଏବଂ ୧୬ବର୍ଷରେ ଅନେକ ଗ୍ରନ୍ଥ ରଚନା କରିସାରିଥିଲେ। କେବଳ ସେତିକି ନୁହେଁ, ଜଗନ୍ନାଥ ସଂସ୍କୃତି ପାଇଁ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ପାତାଳି ଜଗନ୍ନାଥଙ୍କୁ ସୋନପୁରରୁ ଆଣି ସେ ପୁନଃ ପ୍ରତିଷ୍ଠା କରିବା ସହ ମୁକ୍ତି ମଣ୍ଡପ ନିର୍ମାଣ କରିଥିଲେ। ସେ ହିଁ ପ୍ରଥମେ ଜଗନ୍ନାଥଙ୍କ ନବକଳେବର କରିଥିଲେ ବୋଲି ପ୍ରଫେସର ଶତପଥୀ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ବାମୀ ସଚ୍ଚିଦାନନ୍ଦ ସରସ୍ବତୀ ମହାରାଜ ଯୋଗଦେଇ ଗୋବର୍ଦ୍ଧନ ପୀଠର ମହତ୍ତ୍ୱ ଏବଂ ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସନାତନ ଧର୍ମ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବନାହିଁ। ସନାତନ ଧର୍ମ ଭାଇଚାରା, ଶାନ୍ତି, ସଦ୍‌ଭାବନାର ବାର୍ତ୍ତା ବହନ କରିଥାଏ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଏହି ସର୍ବପୁରାତନ ଧର୍ମର ଗୁରୁ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରତାପ ଷଡଙ୍ଗୀ ଯୋଗଦେଇ କହିଲେ, ଅତି ଅଳ୍ପ ବୟସରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଶାସ୍ତ୍ରରେ ପ୍ରବୀଣ ଥିଲେ। ଭାରତୀୟ ପରମ୍ପରାରେ ଶତ୍ରୁକୁ ଶସ୍ତ୍ର ଏବଂ ଶାସ୍ତ୍ରରେ ପରାଜିତ କରାଯାଇଛି। କେତେକ ସମୟରେ ଶସ୍ତ୍ର ପରାଜିତ ହୋଇଛି, ମାତ୍ର ଶାସ୍ତ୍ର ସର୍ବଦା ବିଜୟ ଲାଭ କରିଛି। ଜଗଦ୍‌ଗୁରୁ ଅନେକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାରେ ମଧ୍ୟ ସଫଳ ହୋଇଛନ୍ତି। ଆଦିଗୁରୁ ଶଙ୍କରାଚାର୍ଯ୍ୟ ଯେପରି ସିଦ୍ଧାନ୍ତଧର୍ମୀ ଥିଲେ, ବର୍ତ୍ତମାନର ଶଙ୍କରାଚାର୍ଯ୍ୟ ମଧ୍ୟ ସେହିଭଳି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ବାମୀ ପୁରୁଷୋତ୍ତମ ମହାରାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ବାଚସ୍ପତି ଶରତ କର, ଗୋବର୍ଦ୍ଧନ ପୀଠ ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ ରଥ, ରାଷ୍ଟ୍ରୀୟ ଅଧ୍ୟକ୍ଷ ହେମନ୍ତ ଦାସ, ପ୍ରଫେସର ସୁରେନ୍ଦ୍ର ନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପୁରୀରୁ ବାହାରିଲା ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ପଞ୍ଚବିଂଶତି ବର୍ଷ ପୂର୍ତ୍ତି ମହୋତ୍ସବ ଅବସରରେ ସୋମବାର ସକାଳେ ପୁରୀ ଗୋବର୍ଦ୍ଧନ ମଠରେ ମହାରୁଦ୍ରାଭିଷେକ, ପୀଠ ଦେବଦେବୀଙ୍କୁ ପୂଜନ, ବିଶ୍ୱଶାନ୍ତି ହୋମ ଓ ଚାରିବେଦ ପାଠ କରାଯାଇଥିଲା। ଏହାପରେ ମଠରୁ ଆଧ୍ୟାତ୍ମିକ ଜାଗରଣ ଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ସିଂହଦ୍ୱାରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଓଲାଗି ମାଳ ପାଇ ଭୁବନେଶ୍ୱର ଯାଇଥିଲା। ଆଧ୍ୟାତ୍ମିକ ଜାଗରଣ ଯାତ୍ରାରେ ନାମ ସଂକୀର୍ତ୍ତନ, ମେଢ଼ ନୃତ୍ୟ ଓ ଘଣ୍ଟ ବାଦ୍ୟରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ମଙ୍ଗଳବାରଠାରୁ ଏହି ଆଧ୍ୟାତ୍ମିକ ଜାଗରଣ ଯାତ୍ରା ଷୋଳ ଶାସନ ଅର୍ଥାତ୍‌ ପୁରୀ ନିକଟସ୍ଥ ୩୧ଟି ବ୍ରାହ୍ମଣ ଶାସନ ଗଁା ପରିକ୍ରମା କରି ଆସନ୍ତା ୩୦ତାରିଖରେ ଶେଷ ହେବ।

ରାଜ୍ୟ |

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ପାରଦ ଉପରମୁହାଁ ହୋଇଛି। ସମଗ୍ର ରାଜ୍ୟରେ ତାତି ଧୀରେ ଧୀରେ ଅସହ୍ୟ କରିବା ଆରମ୍ଭ କଲାଣି। ଗତ ୪ ଦିନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଉପରକୁ ଡେଇଁଲାଣିି। ଚଳିତ ମାସ ଶେଷ ଆଡକୁ ତାତି ୩୮ ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ସମେତ ଢେଙ୍କାନାଳ ଓ ଅନୁଗୋଳ ଜିଲାର କେତେକ ସ୍ଥାନରେ ଘନ କୁହୁଡି ପଡ଼ିବ। ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିବା ସମ୍ଭବ ହେବନାହିଁ।

ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୧୫ ହଜାର ଲାପ୍‌ଟପ୍‌ ବଣ୍ଟାଯିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ୧୫୦୦୦ ଲାପ୍‌ଟପ୍‌ ବଣ୍ଟନ କରାଯିବ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଏହି ଲାପ୍‌ଟପ୍‌ ଆସନ୍ତା ଜୁଲାଇରେ ପ୍ରଦାନ କରାଯିବ। ଜିଲା ନୋଡାଲ୍‌ କେନ୍ଦ୍ରରେ ଏହା ବଣ୍ଟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ଲକ୍ଷ୍ୟ: ଛାତ୍ରୀଛାତ୍ରଙ୍କୁ ଫକୀର ମୋହନ ମେଧାବୃତ୍ତି

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଓଡ଼ିଆ ଭାଷାର ସୁରକ୍ଷା ଏବଂ ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଯୁକ୍ତ୨ ଓ ଯୁକ୍ତ୩ ଓଡ଼ିଆ ବିଷୟରେ ୮୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ବ୍ୟାସକବି ଫକୀରମୋହନ ସେନାପତି ଛାତ୍ରବୃତ୍ତି ମିଳିବ। ରାଜ୍ୟ ସରକାର ଏହି ଛାତ୍ରବୃତ୍ତିକୁ ଶିକ୍ଷାବର୍ଷ ୨୦୧୭-୧୮ରୁ କାର୍ଯ୍ୟକାରୀ କରିଛନ୍ତି। ବୃତ୍ତି ପାଇଁ ମନୋନୀତ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୦,୦୦୦ ଟଙ୍କା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୪୦୨ କଇଁଛ ଜବତ: ୨ ମହିଳା ଗିରଫ

୪୦୨ କଇଁଛ ଜବତ: ୨ ମହିଳା ଗିରଫ

ଭୁବନେଶ୍ୱର, ୨୦।୨ବ୍ୟୁରୋ)- ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଦେଇ ବାଂଲାଦେଶକୁ କଇଁଛ ଚାଲାଣ କରାଯାଉଛି। ଏଭଳି ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଡିରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ। ବାଂଲାଦେଶ ଚାଲାଣ କରାଯାଉଥିବା ୪୦୨ଟି ବିରଳ ପ୍ରଜାତି(ଇଣ୍ଡିଆନ ଷ୍ଟାର)ର କଇଁଛଙ୍କୁ ଅଧିକାରୀମାନେ ଆନ୍ଧ୍ରର ବିଜୟଓ୍ବାଡା ରେଳ ଷ୍ଟେଶନରୁ ମଙ୍ଗଳବାର ଜବତ କରିଛନ୍ତି।

ସ୍କୁଲରେ ପଶି ଛାତ୍ରୀଛାତ୍ରଙ୍କୁ ସିଆଇଏସ୍‌ଏଫ ଯବାନଙ୍କ ଆକ୍ରମଣ: ଜିଲାପାଳ, ଏସ୍‌ପିଙ୍କୁ ଓଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଗତ ୧୮ ତାରିଖ ମଧ୍ୟରାତ୍ରିରେ କେତେଜଣ ସିଆଇଏସଫ ଯବାନ ଯାଜପୁର କଳିଙ୍ଗନଗରସ୍ଥିତ ଗୋବରଘାଟି ଅଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟରେ ପଶି ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ଯାଜପୁର ଜିଲାପାଳ ଏବଂ ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୩ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ କରି ରିପୋର୍ଟ ଦାଲଖ କରିବାକୁ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିଲେ ଯୁବକ

ବରଗଡ଼ ଅଫିସ୍‌/ବରପାଲି,୨୦।୨(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ନିର୍ବାଚନୀ ପ୍ରଚାରରେ ଆସିଥିବା ବେଳେ ବୁଧବାର ସନ୍ଧ୍ୟାରେ ଅଭାବନୀୟ ଘଟଣା ଘଟିଛି । ନିର୍ବାଚନୀ ସଭାମଞ୍ଚ ଉପରେ ଥାଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଜଣେ ଯୁବକ ସଭାମଞ୍ଚକୁ ଜୋତା ଫିଙ୍ଗିଥିଲେ। ସମ୍ପୃକ୍ତ ଯୁବକ ଜଣକ ପଦ୍ମପୁର ଥାନା ବୁଧାପାଲି ଗ୍ରାମର କାର୍ତ୍ତିକ ମେହେର ବୋଲି ପୋଲିସ କହିଛି।