Dharitri News
ମେଟ୍ରୋ |

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ: ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ

ମହିଳା ସାମାଜିକ କର୍ମୀଙ୍କ ଜୀବନ ପ୍ରତି ବିପଦ:  ଏସିଡ୍‌ ପକାଇବାକୁ ଧମକ ଦେଲେ ଅଭିଯୁକ୍ତ ଭୁବନେଶ୍ୱର,୨୨।୧ (ବ୍ୟୁରୋ)- ନ୍ୟାୟ ପାଇବା ଆଶା ହରାଇ ଶେଷରେ ଆତ୍ମହତ୍ୟା କଲେ କୁନ୍ଦୁଲି ବଳାତ୍କାର ପୀଡିତା। ଏହି ଘଟଣା ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ମହିଳା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ସାମାଜିକ କର୍ମୀ ସୁନିତା ସରକାର ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ପାର୍କରେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣକୁ ବିରୋଧ କରୁଥିବାରୁ ସେ ଏବେ ଅସାମାଜିକଙ୍କ ଟାର୍ଗେଟରେ ରହିଛନ୍ତି। ପୂର୍ବରୁ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିିସ ଚୁପ୍‌ ବସିଥିବାରୁ ଅଭିଯୁକ୍ତମାନେ ଏସିଡ୍‌ ପକାଇ ମାରିଦେବାକୁ ଏବେ ଧମକ ଦେଉଛନ୍ତି। ସୋମବାର ମାନବାଧିକାର ପ୍ରୋଟେକ୍ସନ ସଂଗଠନ ସହାୟତାରେ ସୁନିତା ଦ୍ୱିତୀୟଥର ପାଇଁ ଶହୀଦନଗର ଥାନାର ଦ୍ୱାରସ୍ଥ ହୋଇ ନ୍ୟାୟ ଓ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ଏଥିସହ ଗଣମାଧ୍ୟମର ସହାୟତା ଲୋଡ଼ିଛନ୍ତି। ସେ ଅଭିଯୋଗ ଅନୁସାରେ, ବିଭିନ୍ନ ପାର୍କରେ ଏବେ ଅସାମାଜିକଙ୍କ ଆଡ୍ଡା ଜମୁଛି। ପାର୍କକୁ ଯାଉଥିବା ମହିଳା, ଯୁବତୀ ଓ ନାବାଳିକାଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ ଓ ଅସଦାଚରଣ କରୁଛନ୍ତି। ଭିଏସ୍‌ଏସ୍‌ନଗରସ୍ଥିତ ଏକ ପାର୍କ ସୁନିତାଙ୍କ ତତ୍ତ୍ୱାବଧାନରେ ରହିଛି। ବିଏମ୍‌ସି ତାଙ୍କୁ ଏହି ଦାୟିତ୍ୱ ଦେଇଛି। ଗତ ୧୧ ତାରିଖରେ ଜଣେ ଅସାମାଜିକ ବ୍ୟକ୍ତି ଉକ୍ତ ପାର୍କରେ ପଶି ମହିଳାମାନଙ୍କୁ ଅସଦାଚରଣ କରିବା ସହ ଭଙ୍ଗାରୁଜା କରୁଥିଲେ। ଖବର ପାଇ ସୁନିତା ସେଠାରେ ପହଞ୍ଚତ୍ ମହିଳାମାନଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଥିଲେ। ମାତ୍ର ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଗୋଇଠା ଓ ଚପଲରେ ମାଡ଼ ମାରିଥିଲେ। ପୁଣି ଅଭିଯୁକ୍ତ ଜଣକ ଅନ୍ୟକେତଜେଣ ସହଯୋଗୀଙ୍କ ସହ ତାଙ୍କ ଘରେ ପହଞ୍ଚତ୍ ମାଡ଼ ମାରିଥିଲେ। ଆହତ ଅବସ୍ଥାରେ ଶହୀଦନଗର ଥାନାରେ ଅଭିଯୋଗ କରିବା ସହ ପୋଲିସ ପରାମର୍ଶକ୍ରମେ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହୋଇଥିଲେ। ପୋଲିସ ମାମଲା ରୁଜୁ କରିଥିବା କହୁଥିଲେ ମଧ୍ୟ ଅଭିଯକ୍ତଙ୍କୁ ଗିରଫ କରୁନି। ଫଳରେ ଅଭିଯୁକ୍ତ ଜଣକ ବାରମ୍ବାର ଫୋନ୍‌ରେ ଧମକ ଦେବା ସହ ଅନ୍ୟ କେତେଜଣ ଗୁଣ୍ଡାଙ୍କୁ ଲଗାଇ ଦେଇଛନ୍ତି। ସେମାନେ ବିଭିନ୍ନ ସମୟରେ ଟାର୍ଗେଟ କରୁଛନ୍ତି। ଏସିଡ୍‌ ପକାଇ ମାରିଦେବାକୁ ମଧ୍ୟ କହୁଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହୁଛି। ହେଲେ ଅଭିଯୋଗକାରିଣୀ ସୁନିତା କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଜଣକ ରାଜୀବ ଭବନସ୍ଥିତ କୃଷି ବିଭାଗରେ ଚାକିରି କରିଛନ୍ତି। ଏବେ ସେ ବହୁ ଅସାମାଜିକଙ୍କୁ ମଧ୍ୟ ମୋ ବିରୋଧରେ ଲଗାଇ ଦେଇଛନ୍ତି। ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ପୋଲିସ କିପରି ଅଭିଯୁକ୍ତଙ୍କୁ ପାଉନି ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ଏଲ୍‌ସା ଘୋଷ

ମେଟ୍ରୋ |

କଡ଼ା ହେଲା ବୋର୍ଡ

କଡ଼ା ହେଲା ବୋର୍ଡ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହ୍ବାଟ୍‌ସଆପରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ହୋଇଥିଲା। ଏହାପରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କଡ଼ା ଆଭିମୂଖ୍ୟ ଗ୍ରହଣ କରାଯାଇଛି।

ହଳଦୀ, ଚନ୍ଦନରେ ରଙ୍ଗଖେଳ

ହଳଦୀ, ଚନ୍ଦନରେ ରଙ୍ଗଖେଳ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଆସନ୍ତା ମାର୍ଚ୍ଚ ୧ରେ ‘ସ୍ବପ୍ନାପତି ହର୍ବାଲ ହୋଲି ୨୦୧୮’ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହେବ। ସିନ୍ଥେଟିକ୍‌ ଏବଂ ରସାୟନ ରଙ୍ଗ ବଦଳରେ ପ୍ରାକୃତିକ ସାମଗ୍ରୀରୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହର୍ବାଲ ହୋଲି ପ୍ରତି ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସ୍ବପ୍ନା ପତି ଫାଉଣ୍ଡେଶନର ମୁଖ୍ୟ ତଥା ଅଭିନେତ୍ରୀ ସ୍ବପ୍ନା ପତି କହିଛନ୍ତି।

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଆରମ୍ଭ ହେଲା ନାଟକର ମହାକୁମ୍ଭ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ବିଶ୍ୱର ସର୍ବବୃହତ ମଞ୍ଚ ନାଟକ ଉତ୍ସବ ୮ମ ଥିଏଟର ଅଲିମ୍ପିକ୍ସ ଶନିବାରଠାରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥିଭାବେ ଯୋଗଦେଇ କହିଥିଲେ, ଏଭଳି ଏକ ନାଟକ ମହୋତ୍ସବ ଭୁବନେଶ୍ୱରରେ ଆୟୋଜିତ ହେବା ସମସ୍ତଙ୍କ ପାଇଁ ଖୁସିର ବିଷୟ।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା, ସ୍ବାମୀ ଫେରାର

ବାଲିଅନ୍ତା, ୨୪।୨(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ମଲିକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ତାଙ୍କ ସ୍ବାମୀ ତଣ୍ଟିଚିପି ହତ୍ୟା କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଛବୀନ୍ଦ୍ର ମଲିକ।

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ବିଦ୍ୟାଳୟରେ ଦେଖିଲେଖ ପ୍ରତିଯୋଗିତା

ପୁରୀ ଅଫିସ, ୨୪।୨: ଭ୍ରାମ୍ୟମାଣ ସାହିତ୍ୟ ସଂସ୍ଥା ଟିକିତାରା ପକ୍ଷରୁ ଶନିବାର ଚାରିଶ୍ରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯୪ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବୋଝିଆଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। କ୍ଷତିପୂରଣ ଦାବିରେ ମୃତଦେହକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୋଝିଆ ଧାରଣା ବସିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ପୁରୀ ଅଫିସ,୨୩ା୨: ଜଣେ ଦୃଷ୍ଟିହୀନ ପାଇଁ ଆଲୋକର ମାନେ କିଛି ନାହିଁ। ଅନ୍ଧକାର ହିଁ ତା ଜୀବନ ସାଥୀ। ଜନ୍ମରୁ ସିଏ ଆଲୋକର ସଂଜ୍ଞା କ’ଣ ଜାଣିନି କିମ୍ବା ଆଲୋକର ରଶ୍ମି କେବେ ଦେଖିବାର ସୁଯୋଗ ପାଇନି। ପୂର୍ଣ୍ଣିମାର ରାତି ତା’ ପାଇଁ ସର୍ବଦା ଅମା ଅନ୍ଧାର। ହେଲେ ଅନ୍ଧକାରକୁ ସାଥୀ କରି ଚାଲୁଥିବା ଜଣେ ଦୃଷ୍ଟିହୀନ ଯେ ବେଳେବେଳେ ଅନ୍ୟମାନଙ୍କୁ ଠିକଣା ପଥରେ ଆଗେଇ ନିଏ ତାହା ଦେଖିବାକୁ ମିଳିଥିଲା ବ୍ରିଙ୍ଗ ୟୋର ଓନ୍‌ ଫିଲ୍ମ ଫେଷ୍ଟିଭାଲ (ବାଏ ଅଫ୍‌)ରେ।

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରର ଜଗମୋହନ ଭିତରପାର୍ଶ୍ୱ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏହାର ସୌନ୍ଦର୍ଯ୍ୟକରଣ ସିଲିଙ୍ଗ ଓ କ୍ଲାଡିଙ୍ଗ କାର୍ଯ୍ୟ ମାର୍ଚ୍ଚ ୬ ସୁଦ୍ଧା ସରିବ। ଗର୍ଭଗୃହରେ ଏସି ସଂସ୍ଥାପନ ହେବ। ସେଥିପାଇଁ ଜଗମୋହନରେ ଭେଣ୍ଟିଲେଶନ ଡକ୍‌ ଲଗାଯିବ। ଏହି କାର୍ଯ୍ୟ ମାର୍ଚ୍ଚ ୨୦ ସୁଦ୍ଧା ସରିବ। ମାର୍ଚ୍ଚ ୨୫ ସୁଦ୍ଧା ଭକ୍ତ ଜଗମୋହନକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କୋର୍‌ କମିଟି ମତ ରଖିଛି।

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ପୁରୀ ଅଫିସ,୨୩।୨: ଜମାଣିଆ ହେବ ପୁରୀ ବିଚ୍‌ କାର୍ନିଭାଲ। କ୍ରୀଡ଼ା, ଯୋଗ ଓ ନୃତ୍ୟଗୀତର ବି ଆସର ଜମିବ। ସାମିଲ ହେବେ ପୁରୀବାସୀ ଆଉ ପର୍ଯ୍ୟଟକ। ୫ ଦିନ ଧରି ନାଚଗୀତରେ ମସ୍‌ଗୁଲ ହେବେ ସଭିଏଁ। ଆରମ୍ଭରୁ ଏମିତି ଅନେକ କଥା ଶୁଣିବାକୁ ମିଳିଥିଲା। ଉଦ୍‌ଘାଟନୀ ବି ବେଶ୍‌ ଜାକଜମକରେ ହେଲା। ହେଲେ ତୃତୀୟ ସନ୍ଧ୍ୟାରେ ଫିକା ପଡିଗଲା ବିଚ୍‌ କାର୍ନିଭାଲ। ଆସିଲେନି ଅତିଥି କି ଉଦ୍‌ଘାଟନ ହେଲାନି କାର୍ଯ୍ୟକ୍ରମ।

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

କଟକ ଅଫିସ, ୨୩ା୨: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଅପରାହ୍ନ ସାଢେ ଗୋଟାଏ ସମୟରେ ସାମନ୍ତରାୟ କଟକ ରାଜାବଗିଚାସ୍ଥିତ ନିଜ ବାସଭବନ ପରିସରସ୍ଥ ବଗିଚାରୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୭ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ଏସ୍‌.ସି. ଜମିର ପୌରୋହିତ୍ୟ କରି ଓୟୁଏଟି ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ଛାତ୍ରୀଛାତ୍ର ଏହି ପ୍ରଗତିର ପଥରେ ନିଜକୁ ସାମିଲ କରାଇବା ସହିତ ରାଜ୍ୟ ତଥା ଦେଶରେ କୃଷିର ଉନ୍ନତି ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ସମ୍ମୁଖ ସମ୍ମୁଖ ରାସ୍ତା ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଧନେଶ୍ୱର ଦାଶ(୨୫)। ସେ ହାଉସିଂ ବୋର୍ଡ କଲୋନୀରେ ଏକ ଟେଣ୍ଟ ହାଉସ୍‌ କରିଥିଲେ।