Dharitri News
ଜାତୀୟ |

ଅଭିନବ ଢଙ୍ଗରେ ‘ପଦ୍ମାବତ୍‌’କୁ ବିରୋଧ

ଅଭିନବ ଢଙ୍ଗରେ ‘ପଦ୍ମାବତ୍‌’କୁ ବିରୋଧ ଭିଲଓ୍ବାରା,୨୨।୧: ରାଜସ୍ଥାନର ଭିଲଓ୍ବାରା ଜିଲାରେ ଜଣେ ଯୁବକ ଫିଲ୍ମ ‘ପଦ୍ମାବତ୍‌’ର ରିଲିଜ୍‌କୁ ନେଇ ଅଭିନବ ଢଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଉପେନ୍ଦ୍ର ସିଂ ରାଥୋଡ ନାମକ ଉକ୍ତ ଯୁବକ ଏକ ପେଟ୍ରୋଲ୍‌ ବୋତଲ ସହ ୩୫୦ ଫୁଟ ଉଚ୍ଚ ଏକ ମୋବାଇଲ ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା କରିବାର ଧମକ ଦେଇଥିଲେ। ସାରା ଦେଶରେ ଫିଲ୍ମ ‘ପଦ୍ମାବତ୍‌’କୁ ରିଲିଜ୍‌ ନ କରିବାକୁ ଉପେନ୍ଦ୍ର କହିଥିଲେ। ସୂଚନାଯୋଗ୍ୟ, ଆସନ୍ତା ୨୫ରେ ‘ପଦ୍ମାବତ୍‌’ ରିଲିଜ୍‌ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ନେଇ ବିବାଦ ଥମୁନାହିଁ।

ଜାତୀୟ |

 କମିଶନରଙ୍କୁ ସମାନ ସାମ୍ବିଧାନିକ ସୁରକ୍ଷା: ଆଇନ ମନ୍ତ୍ରଣାଳୟ ଅମଙ୍ଗ

କମିଶନରଙ୍କୁ ସମାନ ସାମ୍ବିଧାନିକ ସୁରକ୍ଷା: ଆଇନ ମନ୍ତ୍ରଣାଳୟ ଅମଙ୍ଗ

ନୂଆଦିଲ୍ଲୀ, ୨୧।୨(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବହିଷ୍କାର ନେଇ ଏବେ ଅଲଗା ନିୟମ ପ୍ରଚଳିତ ହେଉଛି। କିନ୍ତୁ ତାଙ୍କୁ ମିଳୁଥିବା ସାମ୍ବିଧାନିକ ସୁରକ୍ଷାକୁ ଆଉ ବ୍ୟାପକ କରାଯିବ ନାହିଁ। ଅର୍ଥାତ୍‌ ସିଇସିଙ୍କ ଭଳି ଅନ୍ୟ ଦୁଇ କମିଶନରଙ୍କୁ ସାମ୍ବିଧାନିକ ସୁରକ୍ଷା ଯୋଗାଇବା ସପକ୍ଷରେ ନାହାନ୍ତି କେନ୍ଦ୍ର ସରକାର। ଦୁଇ ଦଶନ୍ଧି ପୂର୍ବେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ଆଧାରକରି ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ ହୋଇଥିବା ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ମଧ୍ୟ ଏକ ଜନସ୍ବାର୍ଥ ଆବେଦନ ହୋଇଛି। ସୋମବାର ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ରର ଜବାବ ଲୋଡ଼ିଛନ୍ତି।

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌,୨୧।୨(ପି.ଟି.): ମ୍ୟୁଜିକ୍‌ ଭିଡିଓରୁ ବିବାଦ ଘେରକୁ ଟାଣି ହୋଇଥିବା ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଉକ୍ତ ଗୀତ ପାଇଁ ପ୍ରିୟାଙ୍କ ବିରୋଧରେ ହୋଇଥିବା ଆପରାଧିକ ଅଭିଯୋଗ ଉପରେ ବୁଧବାର ସୁପ୍ରମିକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ସମାନ ଆଦେଶ ଜାରି କରିଛନ୍ତି। ମାଲ୍‌ୟାଲମ୍‌ ଫିଲ୍ମ ‘ଓରୁ ଆଦର ଲଭ୍‌’ର ‘ମାଣିକ୍ୟ ମାଲାରୟା ପୁଭି’ ଶୀର୍ଷକ ଏକ ରୋମାଣ୍ଟିକ୍‌ ଗୀତ ଭାଲେଣ୍ଟାଇନ୍‌ ସପ୍ତାହରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟି ଯାଇଥିଲେ ପ୍ରିୟା।

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ଭୂତ କମ୍ପାନୀଗୁଡ଼ିକ ଉପରେ ଚଢ଼ାଉ

ବମ୍ବେ/ନୂଆଦିଲ୍ଲୀ,୨୧।୨(ପି.ଟି.): ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି) ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସପ୍ତମ ଦିନ ପାଇଁ ଏହାର ଚଢ଼ାଉ ଅଭିଯାନ ଜାରି ରଖିଛି। ବୁଧବାର ଏହା ଦେଶର ୧୭ଟି ସ୍ଥାନରେ ଚଢ଼ାଉ କରିଛି। ବମ୍ବେରେ ଥବା ୪ଟି ଭୂତ କମ୍ପାନୀ ଉପରେ ଚଢ଼ାଉ ହୋଇଛି। ଅନ୍ୟପକ୍ଷରେ, ଏହି ଜାଲିଆତିରେ ସଂପୃକ୍ତ ଥିବା ଅଭିଯୋଗରେ ପିଏନ୍‌ବି ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜଣେ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ବୁଧବାର ଗିରଫ କରିଛି। ସେ ହେଉଛନ୍ତି ରାଜେଶ ଜିନ୍ଦଲ।

କମଲଙ୍କ ରାଜନୈତିକ ଯାତ୍ରା ଆରମ୍ଭ

କମଲଙ୍କ ରାଜନୈତିକ ଯାତ୍ରା ଆରମ୍ଭ

ମାଡ୍ରାସ୍‌, ୨୧।୨: ଚଳଚ୍ଚିତ୍ର ଅଭିନେତା କମଲ ହାସନ୍‌ ତାଙ୍କର ରାଜନୈତିକ ଯାତ୍ରା ବୁଧବାର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍‌ କାଲାମ୍‌ଙ୍କ ଜନ୍ମସ୍ଥାନ ରାମେଶ୍ୱରମ୍‌ରୁ ଆରମ୍ଭ କରିଛନ୍ତି। ମଦୁରାଇରେ ତାଙ୍କ ରାଜନୈତିକ ଦଳର ନାମ ଏବଂ ନିର୍ବାଚନୀ ଚିହ୍ନ ସମ୍ପର୍କରେ ଘୋଷଣା କରାଯିବ ବୋଲି ସେ ସୂଚିତ କରିଛନ୍ତି।

 ରାଜସ୍ତାନରେ ସ୍ବାଇନ୍‌ ଫ୍ଲୁ ଆତଙ୍କ: ୮୮ ମୃତ, ହଜାରରୁ ଅଧିକ ଆକ୍ରାନ୍ତ

ରାଜସ୍ତାନରେ ସ୍ବାଇନ୍‌ ଫ୍ଲୁ ଆତଙ୍କ: ୮୮ ମୃତ, ହଜାରରୁ ଅଧିକ ଆକ୍ରାନ୍ତ

ଜୟପୁର, ୨୧।୨: ରାଜସ୍ତାନରେ ଦେଖାଦେଇଛି ସ୍ବାଇନ୍‌ ଫ୍ଲୁ ଆତଙ୍କ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏଥିରେ ରାଜ୍ୟର ୮୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ଏକ ହଜାର ଜଣ ଆକ୍ରାନ୍ତ ହୋଇଥିବା ରାଜ୍ୟସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଜାନୁୟାରୀ ୩ରେ ସରକାର ସୂଚିତ କରିଥିଲେ ଯେ, ରାଜ୍ୟରେ ୪ଶହ ସ୍ବାଇନ୍‌ ଫ୍ଲୁ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି।

ଭାରତରେ ଉପେକ୍ଷିତ ହେଉଛନ୍ତି ବାଳିକା

ଭାରତରେ ଉପେକ୍ଷିତ ହେଉଛନ୍ତି ବାଳିକା

ନୂଆଦିଲ୍ଲୀ, ୨୧।୨: ଭାରତୀୟ ସମାଜରେ ବାଳକଙ୍କ ତୁଳନାରେ ବାଳିକାମାନେ ଉପେକ୍ଷାର ଶିକାର ଅଧିକ ହେଉଛନ୍ତି। ଏନେଇ ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ପୁଅଙ୍କ ପ୍ରତି ମାତାପିତାଙ୍କ ଅଧିକ ଅନୁରକ୍ତି ରହୁଛି। ଅନ୍ୟପକ୍ଷରେ ମାତାପିତା ଝିଅମାନଙ୍କ ପ୍ରତି ଯତ୍ନଶୀଳ ନୁହଁନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନେକସ୍ଥଳେ ଭାରତୀୟ ସମାଜରେ କନ୍ୟା ଭ୍ରୁଣ ହତ୍ୟା ଘଟଣା ପ୍ରାୟତଃ ଦୃଷ୍ଟିଗୋଚର ହେଉଛି। ଦେଶରେ ପ୍ରତିବର୍ଷ ୬ଲକ୍ଷ ନବଜାତକଙ୍କ ମୃତ୍ୟୁ ଏକ ମାସ ମଧ୍ୟରେ ଘଟୁଥିବାବେଳେ ସେମାନଙ୍କ ମଧ୍ୟରେ କନ୍ୟାଙ୍କ ସଂଖ୍ୟା ଅଧିକ ରହିଥାଏ।

ଦାର୍ଜିଲିଂରୁ ହଟିବେ ସିଏପିଏଫ୍‌

ଦାର୍ଜିଲିଂରୁ ହଟିବେ ସିଏପିଏଫ୍‌

ନୂଆଦିଲ୍ଲୀ, ୨୧।୨: ପଶ୍ଚିମବଙ୍ଗର ହିଂସାଗ୍ରସ୍ତ ଅଞ୍ଚଳ ଦାର୍ଜିଲିଂରୁ କେନ୍ଦ୍ରୀୟ ସାମରିକ ପୋଲିସ ବଳ(ସିଏପିଏଫ୍‌)ହଟାଇବା ପାଇଁ ବୁଧବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୮ ତାରିଖଠାରୁ ଏଠାରେ ସିଏପିଏଫ୍‌ଙ୍କୁ ମୁତୟନ କରାଯାଇଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେ.କେ. ବେନୁଗୋପାଳଙ୍କ ଆବେଦନ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସୂଚିତ କରିଛନ୍ତି।

ଉତ୍ତରପ୍ରଦେଶରେ ୧୦ ହଜାର କୋଟି ନିବେଶ କରିବ ଜିଓ

ଉତ୍ତରପ୍ରଦେଶରେ ୧୦ ହଜାର କୋଟି ନିବେଶ କରିବ ଜିଓ

ଲକ୍ଷ୍ନୌ, ୨୧।୨: ଉତ୍ତରପ୍ରଦେଶରେ ଆସନ୍ତା ୩ ବର୍ଷ ମଧ୍ୟରେ ଜିଓ ୧୦ ହଜାର କୋଟି ଟଙ୍କା ନିବେଶ କରିବ। ଏ ସମ୍ପର୍କରେ ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବୁଧବାର ସୂଚିତ କରିଛନ୍ତି।

 ପ୍ରୋଷ୍ଟେଟ୍‌ କର୍କଟ ଚିକିତ୍ସାରେ କଶ୍ମୀର ବୈଜ୍ଞାନିକଙ୍କ ସଫଳତା

ପ୍ରୋଷ୍ଟେଟ୍‌ କର୍କଟ ଚିକିତ୍ସାରେ କଶ୍ମୀର ବୈଜ୍ଞାନିକଙ୍କ ସଫଳତା

ଶ୍ରୀନଗର ୨୧।୨: ଜମ୍ମୁ-କଶ୍ମୀର ବୈଜ୍ଞାନିକ ଡଃ. ଖାଲିଦ୍‌ ମୁଜାଫର ମାସୁଦି ପ୍ରୋଷ୍ଟେଟ୍‌ କର୍କଟ ରୋଗ ଚିକିତ୍ସାରେ ସଫଳତା ହାସଲ କରିଛନ୍ତି। ତାଙ୍କ ଗବେଷଣାରେ ସେ ଡିଏଚ୍‌ଏକ୍ସ୍‌-୧୫ ନାମକ ନୂତନ ଜିନ୍‌ର ସନ୍ଧାନ ପାଇଛନ୍ତି। ଏହି ଜିନ୍‌ ମନୁଷ୍ୟ ଶରୀରରେ କର୍କଟ ରୋଗ ବୃଦ୍ଧି କରିଥାଏ।

ଉତ୍ତରପ୍ରଦେଶରେ ନିବେଶକ ସମ୍ମିଳନୀ: ୫ ହଜାର ଉଦ୍ୟୋଗପତି,୭ ଦେଶ ସାମିଲ

ଉତ୍ତରପ୍ରଦେଶରେ ନିବେଶକ ସମ୍ମିଳନୀ: ୫ ହଜାର ଉଦ୍ୟୋଗପତି,୭ ଦେଶ ସାମିଲ

ଲକ୍ଷ୍ନୌ, ୨୧।୨: ଉତ୍ତରପ୍ରଦେଶରେ ବୁଧବାର ନିବେଶକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ୫ ହଜାର ଉଦ୍ୟୋଗପତି ସାମିଲ ହୋଇ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ସହମତି ପ୍ରକାଶ କରିଛନ୍ତି। ସମ୍ମିଳନୀରେ ୭ ଦେଶର ବିଭିନ୍ନ କମ୍ପାନୀର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟର ୩୦ଟି କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱାରୋପ କରାଯିବ।

 ଭାରତ ମହାସାଗରରେ ଚାଇନାର ଦାଦାଗିରି: ୮ ବୁଡା ଜାହାଜ ମୁତୟନ କଲା ଭାରତ

ଭାରତ ମହାସାଗରରେ ଚାଇନାର ଦାଦାଗିରି: ୮ ବୁଡା ଜାହାଜ ମୁତୟନ କଲା ଭାରତ

ନୂଆଦିଲ୍ଲୀ, ୨୧।୨: ଭାରତ ମହାସାଗରରେ ଚାଇନାର ଦାଦାଗିରି ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ୮ ବୁଡା ଜାହାଜ ମୁତୟନ କରିଛି। ଚାଇନାର ୧୧ଟି ଯୁଦ୍ଧପୋତ ଭାରତ ମହାସାଗରର ପୂର୍ବଭାଗରେ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ବାହାରେ ପଇଁତରା ମାରୁଥିବା ଦେଖାଯାଇଥିଲା। ମାଳଦ୍ୱୀପ ସମସ୍ୟାରେ ଭାରତ ହସ୍ତକ୍ଷେପ ସମ୍ଭାବନାକୁ ଦୃଷ୍ଟିରେ ରଖି ଚାଇନା ଏପରି କରୁଥିବା କୁହାଯାଉଛି। ମାଳଦ୍ୱୀପର ରାଷ୍ଟ୍ରପତି ଅବଦୁଲା ୟାମିନ୍‌ ଚାଇନାର ସମର୍ଥକ।

କୋଠାରୀଙ୍କ ଘରେ ଚଢ଼ାଉ

କୋଠାରୀଙ୍କ ଘରେ ଚଢ଼ାଉ

ନୂଆଦିଲ୍ଲୀ,୨୦।୨(ପି.ଟି.): ସିବିଆଇ ଏବଂ ଇଡି ପରେ ଏବେ ଆୟକର ବିଭାଗ ରୋଟୋମାକ୍‌ ଗ୍ରୁପ୍‌ ଏବଂ ଏହାର ପ୍ରମୋଟରମାନଙ୍କ ବିରୋଧରେ କଡା ଆଭିମୁଖ୍ୟ ପ୍ରକାଶ କରିଛି। ଟିକସ ଖିଲାପୀ ତଦନ୍ତର ଅଂଶବିଶେଷ ବିଭାଗ କମ୍ପାନୀ ତଥା ଏହାର ପ୍ରମୋଟରମାନଙ୍କ ୧୪ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। ଉତ୍ତର ପ୍ରଦେଶର ବିଭିନ୍ନ ବ୍ୟାଙ୍କ ଶାଖାରେ ଏହି ଆକାଉଣ୍ଟଗୁଡିକ ଖୋଲା ହୋଇଥିଲା। ପୂର୍ବ ମାସ ୩ଟି ଏବଂ ସୋମବାର ରାତିରେ ୧୧ଟି ବ୍ୟାଙ୍କ ଖାତା ଅଚଳ ହୋଇଛି। କାନ୍‌ପୁରଭିତ୍ତିକ ଏହି କମ୍ପାନୀର ଜାଲିଆତି ମାମଲାକୁ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛନ୍ତି।